ବ୍ରହ୍ମପୁର

ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

ଭଞ୍ଜନଗର,୩।୧(ଡି.ଏନ.ଏ.)-ପରିଣତ ବୟସରେ ସୁଖ ମିଳିଲାନି। ୫ ପୁଅ ଥାଇ ମଧ୍ୟ ଅଲଗା ରହିବାକୁ ପଡ଼ୁଥିଲା। ପାଳି କରି ପୁଅମାନେ ଖାଇବାକୁ ଦେଉଥିଲେ। ଏପରି ବଞ୍ଚି ରହିବା ଅପେକ୍ଷା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୃଦ୍ଧ ଦମ୍ପତି। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଗଣ୍ଡିଶୁଳାରେ ବୁଧବାର ଏହି ଅଘଟଣ ଘଟିଛି। ଗଣ୍ଡିଶୁଳାର ଲକ୍ଷ୍ମଣ ଦଳାଇ (୮୦) ଓ ତାଙ୍କ ସ୍ତ୍ରୀ ହେମ (୭୫) ଆତ୍ମହତ୍ୟା କରିଛନ୍ତି। ପୋଲିସ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି । ଏ ନେଇ ନଂ.୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ଏସ୍‌ଡିପିଓ ଉତ୍କଳ କେଶରୀ ଦାସ କହିଛନ୍ତି।
ଲକ୍ଷ୍ମଣଙ୍କର ୫ ପୁଅ ଗ୍ରାମରେ ଅଲଗା ଅଲଗା ରହୁଛନ୍ତି। ସ୍ତ୍ରୀ ହେମଙ୍କ ସହ ଲକ୍ଷ୍ମଣ ନିଜ ଘରେ ରହୁଥିଲେ । ପୁଅମାନେ ପାଳି କରି ଖାଇବାକୁ ଦେବା ସହ ଭଲମନ୍ଦ ବୁଝୁଥିଲେ। ବୁଧବାର ବଡ଼ ପୁଅ ପାଳି ଥିଲା। ପୂର୍ବାହ୍ନ ପ୍ରାୟ ୧୦ଟାରେ ଲକ୍ଷ୍ମଣ ଓ ହେମ ଗ୍ରାମ ନିକଟରେ ଥିବା ଭଞ୍ଜନଗର ଜଳଭଣ୍ଡାରକୁ ଯାଇଥିଲେ। ସେଠାରେ ଗାଧୋଇ ଘରକୁ ଆସିଥିଲେ। ସେମାନେ ଖାଇବା ପାଇଁ ବଡ଼ ପୁଅ ଘରକୁ ଯାଇଥାନ୍ତେ। ଘରକୁ ଆସିବାରେ ଡେରି ହେବାରୁ ବଡ଼ ବୋହୂ ସେମାନଙ୍କୁ ଡାକିବାକୁ ଯାଇଥିଲେ। ଏହି ସମୟରେ କାଠ ଶେଣିରେ ଅଲଗା ଅଲଗା ରଶି ଲଗାଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଥିଲା।

All Right Reserved By

Model This Week

Model This Week

ବ୍ରହ୍ମପୁର

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ,୨୬।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ ତମ ଜୟନ୍ତୀ ଉତ୍ସବ ଗୁରୁବାର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଓଡ଼ିଆ ଭାଷା ଆଧାରରେ ସ୍ବତନ୍ତ୍ର ଓଡିଶା ଗଠନ କ୍ଷେତ୍ରରେ ମହାରାଜା ମୁଖ୍ୟଭୂମିକା ଗ୍ରହଣ କରିଥିଲେ।

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ସଡ଼କ ସୁରକ୍ଷା ସପ୍ତାହରେ ମାନବ ଶୃଙ୍ଖଳ

ବ୍ରହ୍ମପୁର ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ପକ୍ଷରୁ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଗୁରୁବାର ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି। ଟ୍ରାଫିକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ସୁରକ୍ଷିତ ଯାତ୍ରା କରିବା ପାଇଁ ପୋଲିସ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ବଟେଶ୍ୱର ପୀଠର ବିକାଶ ନେଇ ୧.୪୭ କୋଟିର ପ୍ରସ୍ତାବ

ବଟେଶ୍ୱର ପୀଠର ବିକାଶ ନେଇ ୧.୪୭ କୋଟିର ପ୍ରସ୍ତାବ

ଛତ୍ରପୁର,୨୬।୪(ଡି.ଏନ.ଏ.) ଗଞ୍ଜାମ ବ୍ଲକ କଣ୍ଟିଆଗଡ ନିକଟ ବଟେଶ୍ୱର ପୀଠ ଓ ବୋରିଗାଁର ଝାଡେଶ୍ୱର ପୀଠର ବିକାଶ କରାଯିବ। ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ୨ ପୀଠ ପରିଦର୍ଶନ କରି କ’ଣ ସବୁ ବିକାଶ କରାଯିବ ସେ ଉପରେ ଆଲୋଚନା କରିଛନ୍ତି।

୬୯ ଦେଶୀମଦ ଭାଟି ବନ୍ଦ ନିର୍ଦ୍ଦେଶ

୬୯ ଦେଶୀମଦ ଭାଟି ବନ୍ଦ ନିର୍ଦ୍ଦେଶ

ଛତ୍ରପୁର,୨୬।୪(ଡି.ଏନ.ଏ.) ଗଞ୍ଜାମ ଜିଲାରେ ୬୯ଟି ଦେଶୀମଦ ଭାଟି ବନ୍ଦ କରାଯିବ। ଜିଲାରେ ୭୪ଟି ମଦଭାଟି ରହିଛି। ଗ୍ରୀନ୍‌ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏପରି ବନ୍ଦ କରାଯିବ। ବହୁପୂର୍ବରୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଜମି ଜବରଦଖଲ ହଟିଲା

ଜମି ଜବରଦଖଲ ହଟିଲା

ଦାରିଙ୍ଗବାଡ଼ି,୨୬ା୪(ଡି.ଏନ.ଏ.) ଦାରିଙ୍ଗବାଡ଼ି ବ୍ଲକ ଗଦାପୁରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରୁ ପ୍ରଶାସନ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୂର୍ବରୁ ଉକ୍ତ ଜମିକୁ ଏକାଧିକ ଲୋକ ଦଖଲ କରି ରଖିଥିଲେ।

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ଆସିକା,୨୫।୪ (ଡି.ଏନ୍‌.ଏ.)- ଆସିକା ଅଞ୍ଚଳର ମଦ ବ୍ୟବସାୟୀଙ୍କୁ ହତ୍ୟା କରି ତାଙ୍କ ସାମ୍ରାଜ୍ୟ ହାତେଇବାକୁ ଚାଲିଥିବା ଏକ ଷଡ଼ଯନ୍ତ୍ରକୁ ପୋଲିସ ପଣ୍ଡ କରିଛି ା ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଙ୍ଗଳବାର ଅପରାହ୍ନରେ ଆସିକା ସହର ଉପକଣ୍ଠ ଝଗଡେଇ ଗୁମ୍ଫା ନିକଟରୁ ୬ ଜଣଙ୍କୁ ପୋଲିସ କାବୁ କରିଥିଲା।

ପୃଥକ୍‌ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ଅଞ୍ଚଳରେ ପୃଥକ୍‌ ଦୁର୍ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରଧାନ (୪୫) ଓ ହିଞ୍ଜିଳିକାଟୁ ପାଟଣାସାହିର ଗଙ୍ଗା ଦାସ (୩୦)। ଗୁରୁତର ଆହତ ଜଣକ ହେଲେ ଛତ୍ରପୁରର ଧର୍ମେନ୍ଦ୍ର ଦାସ (୨୬)।

ଟିଟିଇଙ୍କୁ ମାଡ଼ ଘଟଣା: ଜିଆରପି ଥାନାଧିକାରୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୫।୪- ଟିଟିଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ରହ୍ମପୁର ଜିଆରପି ଥାନାଧିକାରୀ ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ବୁଧବାର ଏଡିଜେ-୧ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ମାମଲାରେ ପୋଲିସକୁ ସହାୟତା କରିବା ଓ ଥାନାରେ ହାଜର ହେବାକୁ ଏଡିଜେ-୧ ଜଜ୍‌ ରେଖାପ୍ରସାଦ ରାୟ ପ୍ରକାଶ କରିଛନ୍ତି।

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ରାଜାସାହି କଳିଙ୍ଗ ବୈଶ୍ୟ ସମାଜ ସଂଘ ଗୃହରେ ପୋଚିଲିମା ମହିଳା ସଂଘ ପକ୍ଷରୁ ଜାତିର ଆରାଧ୍ୟ ଦେବୀ ମା’ ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି।

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ,୨୫।୪-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ବୁଧବାର ସକାଳେ ମାଶ୍ରିପଡା ଛକରେ ଚଢ଼ାଉ କରି ଏକ କାର୍‌ ସହ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଜି.ଉଦୟଗିରିର ତୁମୁସିଙ୍ଗିଆର ଲଛମନ ନାୟକ। କାର ନଂ(ଓଆର ୦୨ ବିୱାଇ ୭୨୪୮)ରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ସକାଳ ପ୍ରାୟ ୬.୧୫ ମିନିଟରେ ପୋଲିସ ମାଶ୍ରିପଡା-କେଲାପଡା ରାସ୍ତା ମାଶ୍ରିପଡା ଛକରେ ଏକ କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ୪୫ କେଜି ୪୦୦ଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇ ସହ ଗାଡି ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରି ନଂ. ୩୪/୧୮ରେ ମାମଲା ରୁଜୁ କରିଛି।

ସଡ଼କ ସୁରକ୍ଷା ସଚେତନତା ରଥ ପରିକ୍ରମା

ଆର.ଉଦୟଗିରି,୨୫।୪(ଡି.ଏନ.ଏ.)-ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲା ସଡ଼କ ପରିବହନ ଦ୍ୱାରା ପ୍ରସ୍ତୁତ ସଚେତନତା ରଥ ଗଜପତି ଜିଲା ଆର.ଉଦୟଗିରି ଥାନାରେ ବୁଧବାର ଶୁଭାରମ୍ଭ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ସ୍ଥାନୀୟ ନୋଡାଲ ଏବଂ ହାଇସ୍କୁଲ ଛାତ୍ରୀ ସଡ଼କ ସୁରକ୍ଷା ନିମନ୍ତେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଚାର ପତ୍ର ଓ ବ୍ୟାନଜର ଲଗାଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତହସିଲଦାର ସୋମନାଥ ମାଝି ଉଦ୍‌ଘାଟନ କରିଥିଲେ । ଆଇଆଇସି ପ୍ରଭାକର ପଣ୍ଡାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ନିଶା ସେବନ କରି ଗାଡ଼ି ଚାଳନା ନ କରିବା, ହେଲମେଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା ଏବଂ ଟ୍ରାଫିକ ନିୟମ ପାଳନ ଆଦି ସମ୍ପର୍କରେ ବୁଝାଇଥିଲେ । ଥାନାର ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ସହଯୋଗ କରିଥିଲେ ।

ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଜି.ଉଦୟଗିରି,୨୫।୪(ଡି.ଏନ.ଏ.)-ଜି.ଉଦୟଗିରି ହବାକ୍‌ ହାଇସ୍କୁଲରେ ଗତ ୧୭ ତାରିଖରୁ ଚାଲିଥିବା ଉତ୍‌ଥାନ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ୩ଟି ପର୍ଯ୍ୟାୟରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଯେପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାଠକୁ ଠିକ୍‌ ଭାବେ ହାସଲ କରିବେ ସେ ସମ୍ପର୍କରେ ଏକ ପ୍ରତିକାରମୂଳକ ତାଲିମ ଦିଆଯାଇଥିଲା।