ବାଲେଶ୍ୱର

୫୨ ବର୍ଷର ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତର ନାହାନ୍ତି

୫୨ ବର୍ଷର ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତର ନାହାନ୍ତି

ରୂପ୍‌ସା,୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତରେ ୧୯୬୬ ମସିହାରେ ସ୍ଥାପିତ ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ନ ଥିଲା ପରି ରହିଛି। ୫ବର୍ଷ ଧରି ଡାକ୍ତର ନାହାନ୍ତି। ଏଥିପ୍ରତି ସରକାରଙ୍କ ଦୃଷ୍ଟି ନାହଁି। ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ସତ୍ତ୍ୱେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି କେବଳ କଥାରେ ଅଟକିଯାଇଛି। ଫଳରେ ରୋଗୀମାନେ ସେବା ନ ପାଇ ବହୁ ଦୂରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ବାଧ୍ୟ ହେଉଛନ୍ତି।
ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରାଜଘାଟ, ଗଡ଼ିଘାଟି, କୁଳିଦା, ସନ୍ତୋଷପୁର, ଭେଲୋରା, କାଦରାୟାଁ, ପୁରସ୍ତମପୁର ପ୍ରଭୃତି ପଞ୍ଚାୟତର ୫୦ହଜାର ଲୋକ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିଲେ। ୨୦୧୩ ମସିହାରୁ ଡାକ୍ତରଙ୍କ ବଦଳି ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଷ୍ଟାଫନର୍ସ, ଫାର୍ମାସିଷ୍ଟଙ୍କ ଦ୍ୱାରା ଏଠିି ଚାଲିଛି ରୋଗୀ ସେବା। ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁୁଛନ୍ତି। ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ୧୫ କି.ମି. ଦୂର ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ୪୦କି.ମି. ଦୂର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ୫୨ବର୍ଷର ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ଜନସାଧାରଣଙ୍କ ଭରସା ତୁଟି ଯାଉଛି। ଏଠାରେ ଥିବା ଲେବର ରୁମ୍‌ ଓ ଡାକ୍ତର କ୍ୱାର୍ଟର୍ସ କାମରେ ଆସୁ ନାହଁି। ବରିଷ୍ଠ ନାଗରିକ ମନୋରଞ୍ଜନ ଦାସ କହନ୍ତି, ଡାକ୍ତର ନ ଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ହ୍ରାସ ପାଉଛି। ଉପଯୁକ୍ତ ଚିକିତ୍ସା ନପାଇ ଜରୁରୀ ପରିସ୍ଥିତିରେ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି। ଜୀବନସାଥୀ ସଂଗଠନର ସଭାପତି ଅଧ୍ୟାପକ ଦୀପ୍ତିମାନ ପତି କହନ୍ତି, ଏଠାରେ ଡାକ୍ତର ନିଯୁକ୍ତି ପାଇଁ ଗତ ୧୧ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କ ସମେତ ଜିଲାପାଳ, ସିଡିଏମ୍‌ଓ, ଏମ୍‌.ପି., ବିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ୬୦ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୁର୍ଘଟଣା ଜନିତ ଆହତମାନେ ଚିକିତ୍ସା ଲାଗି ଆସିଥାନ୍ତି। ଡାକ୍ତର ନ ଥିବାରୁ ସେମାନେ ସେବାରୁ ବଞ୍ଚତ୍ତ ହେଉଛନ୍ତି। ବିଭିନ୍ନ ସମୟରେ ଏହି ଅଞ୍ଚଳରେ ଜ୍ୱର, ଝାଡ଼ାବାନ୍ତି ବ୍ୟାପୁଥିଲେ ବି କର୍ତ୍ତୃପକ୍ଷଙ୍କ ନିଘା ନାହଁି। ସ୍ଥାନୀୟ ମହିଳା ମିନତୀ ଜେନା କହନ୍ତି, ଗର୍ଭବତୀ, ପ୍ରସୂତିଙ୍କ ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଲୋଡା ହୋଇଛି। ଆମ୍ବୁଲାନ୍ସ କି ଜନନୀ ଏକ୍ସପ୍ରେସ୍‌ ନାହଁି। ଏ ସମ୍ପର୍କରେ ବସ୍ତା ମେଡ଼ିକାଲ ଅଫିସର ଡା. ରନତ୍ାକର ଦାସଙ୍କୁ ପଚରାଯିବାରୁ କହିଛନ୍ତି, ସମଗ୍ର ଜିଲାରେ ୬୦ରୁ ଊର୍ଦ୍ଧ୍ୱ ଡାକ୍ତର ପଦବୀ ଖାଲି ପଡିଛି । ସରକାର ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତର ନିଯୁକ୍ତି ଦେଲେ ସମସ୍ୟାର ସମାଧାନ ହୋଇପାରିବ।

All Right Reserved By

ବାଲେଶ୍ୱର

ପଘାର ଗାଁରେ ହାତୀ ଉପଦ୍ରବ

ପଘାର ଗାଁରେ ହାତୀ ଉପଦ୍ରବ

ଖଇରା, ୧୭।୭(ଡି.ଏନ.ଏ)-ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଓସ୍ତପାଳ ଗାଁର ପଘାର ସାହିରେ ରବିବାର ବିଳମ୍ବିତ ରାତିର ଦନ୍ତା ହାତୀ ପଶି ସିଙ୍ଗରାଇ ମାଝୀଙ୍କ ବାସଗୃହ ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର କରିଛନ୍ତି। ପରିବାର ଲୋକେ ଘରେ ଖାଇପିଇ ଶୋଇଥିଲା ବେଳେ ହଠାତ୍‌ ଘରକୁ କେହି ଭାଙ୍ଗୁଥିବାର ଶବ୍ଦ ଶୁଣିବାକୁ ପାଇଥିଲେ।

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱର ଅଫିସ,୧୭।୭-ଗୋଆରେ କାମ କରୁଥିବା ବାଲେଶ୍ୱର ୨ଜଣ ଯୁବକଙ୍କ ଆନ୍ଥା୍ରକ୍ସରେ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏବେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସୋମବାର ରାତି ୭ଟା ୪୦ ମିନିଟ୍‌ ସମୟରେ ଭାସ୍କୋଡ଼ାଗାମାରୁ ହାୱଡ଼ା ଅଭିମୁଖେ ଯାତ୍ରା କରୁଥିବା ଅମରାବତୀ ଏକ୍ସପ୍ରେସ୍‌ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିବା ପରେ ହଠାତ୍‌ ଗୋଆରୁ ଫେରୁଥିବା ଯୁବକମାନଙ୍କୁ ଷ୍ଟେଶନ ମାଷ୍ଟରଙ୍କ ଅଫିସ୍‌କୁ ପହଞ୍ଚିବା ପାଇଁ ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲା।

ଜାଇକା ହୋଟେଲ ଉପରକୁ ଗୁଳିମାଡ଼ ଘଟଣା: ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ଯଜନଙ୍କ ସମେତ ୨ ଗିରଫ

ଜାଇକା ହୋଟେଲ ଉପରକୁ ଗୁଳିମାଡ଼ ଘଟଣା: ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ଯଜନଙ୍କ ସମେତ ୨ ଗିରଫ

ବାଲେଶ୍ୱର ଅଫିସ,୧୭।୭- ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଟି ରୋଡ୍‌ସ୍ଥିତ ଜାଇକା ଇଣ୍ଟରନ୍ୟାଶନାଲ ହୋଟେଲ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ମୁଖ୍ୟ ଅଭିଯୁକ୍ତ ସଦର ଥାନା ମେଘଡ଼ମ୍ବରୁ ଗ୍ରାମର ଯଜନ ପାଣିଗ୍ରାହୀ (୨୦) ଓ ତାଙ୍କ ସହଯୋଗୀ ସହଦେବଖୁଣ୍ଟା ଥାନା ନେଳିଆବାଗ ଅଞ୍ଚଳର ସନ୍ଦୀପ କୁମାର ପତି (୧୯)ଙ୍କୁ ଛତିଶଗଡ଼ ରାୟପୁରରୁ ରବିବାର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ଗିରଫ କରିଛି।

ସାଇକେଲ ଚୋରଙ୍କ ପାଖରୁ ମିଳିଲା ବନ୍ଧୁକ

କେନ୍ଦୁଝର, ୧୬।୭(ସ୍ବ.ପ୍ର)-କେନ୍ଦୁଝର ସହର ବୃନ୍ଦାବନ ବିହାରରେ ସାଇକେଲ ଚୋରି କରୁଥିବା ଜଣେ ବଙ୍ଗାଳୀ ମିସ୍ତ୍ରୀ ପାଖରୁ ବନ୍ଧୁକ ମିଳିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରେ ସାହି ଲୋକ ଚୋରଙ୍କୁ ପୋଲିସକୁ ଜିମା ଦେଇଛନ୍ତି। ପରେ ପୋଲିସ ମିସ୍ତ୍ରୀ କାମ କରୁଥିବା କେତେକ ଲୋକଙ୍କୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି। ଧରା ପଡ଼ିଥିବା ଯୁବକ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ସାଇକେଲ ଚୋରି କରି ଫେରାର ହୋଇଯାଉଥିଲା। ତାଙ୍କ ପକେଟ ଯାଞ୍ଚ ବେଳେ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଦେଖି ଲୋକେ ପୋଲିସକୁ ଜଣାଇଥିଲେ। କେନ୍ଦୁଝର ସହରରେ ଏଭଳି ବନ୍ଧୁକ ଧରି ବେଧଡକ ବୁଲୁଥିବା ଘଟଣା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ବାରିପଦା ଅଫିସ,୧୬ା୭- ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ସାରସ୍ବତ ଆଲୋଚନାଚକ୍ର ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମୋରଡା, ୧୬।୭-ଦୀର୍ଘ ଦିନ ହେବ ମୋରଡା ବ୍ଲକ ଅଧୀନ ପଳାଶମୁଣ୍ଡୁଳି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ।

ପୋଖରୀରେ ବୁଡ଼ିଗଲେ ୨ ଶିଶୁକନ୍ୟା

ଘଟଗାଁ, ୧୬ା୭(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ନାଳଢିପା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମ ନିକଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିବା ୨ ଶିଶୁଙ୍କ ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଘେରାଉ

ବାଲିଆପାଳ,୧୬।୭(ଡି.ଏନ.ଏ.)-ବିହନ ଯୋଗାଣ ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଜିଲା କୃଷକମୋର୍ଚ୍ଚା ଭାଜପା ବାଲିଆପାଳ ମଣ୍ଡଳ ପକ୍ଷରୁ ଆମତ୍ା ଶାଖା କାର୍ଯ୍ୟାଳୟ (କୃଷି ସୂଚନା ପରାମର୍ଶ କେନ୍ଦ୍ର)କୁ ଘେରାଉ କରାଯାଇଥିଲା।

କାନ୍ଥ ଭୁଶୁଡ଼ି ମା’, ଝିଅ ଆହତ

ରୂପ୍‌ସା,୧୬।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ଅନ୍ତର୍ଗତ ପାଟପୁର-୨ ଗ୍ରାମରେ ଜଣେ ମହିଳାଙ୍କ ଘରେ ପାଣି ପଶି ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ମା’ ମିନକୀ ସିଂ (୬୦) ଓ ଝିଅ ମାଳତୀ ସିଂ (୪୦) ଗୁରୁତର ଆହତ ହୋଇଛନ୍ତି।

ଫକୀରମୋହନ ଜୁନିୟର କଲେଜରେ ଏନଏସ୍‌ଏସ୍‌ କୋ-ଅର୍ଡ଼ିନେଟର

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ଫକୀରମୋହନ ଜୁନିୟର ମହାବିଦ୍ୟାଳୟର ଏନଏସଏସ୍‌ ସୋସିଆଲ କ୍ୟାମ୍ପକୁ ରବିବାର ଏନଏସଏସ୍‌ କୋ-ଅଡ଼ିନେଟର ଡ. ଦୀପକ କୁମାର ବେହେରା ପରିଦର୍ଶନ କରିଥିଲେ।

ଶାନ୍ତିଶୃଙ୍ଖଳାରେ ସରିଲା ଘୋଷଯାତ୍ରା

ରାଇସୁଆଁ,୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଯୋଗୀ ମଠଠାରେ ମହାସମାରୋହରେ ରଥଯାତ୍ରା ପାଳନ ହୋଇଯାଇଛି। ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ଏବଂ ବଳଭଦ୍ରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ବିଭିନ୍ନ ସମସ୍ୟା ନେଇ ଆଲୋଚନା

ତେଲକୋଇ, ୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ଚଷା ସମାଜ ଗୃହରେ ଶୁକ୍ରବାର ବ୍ଲକ ଭାଜପାର ବୁଦ୍ଧିଜୀବୀ ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଭାଜପା ସାଂସଦ ଅନନ୍ତ ଚରଣ ନାଏକ, ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ବ୍ଲକ ମହିଳା ମୋର୍ଚ୍ଚାର ସଭାପତି ସବିତା ହାଇବୃ,ବ୍ଲକ ମଣ୍ଡଳ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Model This Week

ରୂପେଶ