ବାଲେଶ୍ୱର

ଛିନ୍‌ତାଇ ଘଟଣାରେ ଫେରାର ଯୁବକ ଗିରଫ

ଛିନ୍‌ତାଇ ଘଟଣାରେ ଫେରାର ଯୁବକ ଗିରଫ

ବାଲିଆପାଳ,୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳ ଦେଭୋଗ ଛକ ନିକଟରେ ହୋଇଥିବା ଏକ ଛିନ୍‌ତାଇ ଘଟଣାରେ ସମ୍ପୃକ୍ତ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ହେଲେ ଶ୍ରୀରାମପୁର ପଞ୍ଚାୟତ ଗୋକୁଳାନନ୍ଦପୁର ଗ୍ରାମର ସଞ୍ଜୟ ଦାସ (୨୮)। ପ୍ରାୟ ଏକ ମାସ ତଳେ ଦେଭୋଗ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଓ କାନରୁ କାନଫୁଲ ଛଣ୍ଡାଇ ନିଆଯାଇଥିଲା। ତାଙ୍କ ମୋବାଇଲକୁ ମଧ୍ୟ ଲୁଟି ନିଆଯାଇଥିଲା। ଘଟଣାଠାରୁ ଅଭିଯୁକ୍ତ ସଞ୍ଜୟ ଫେରାର ଥିଲା। ମଙ୍‌ଗଳବାର ସେ ଘରକୁ ଆସିଥିବା ଖବର ପାଇ ବାଲିଆପାଳ ଆଇଆଇସି. କ୍ଷମାସାଗର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ରାତିରେ ତାଙ୍କ ଘର ଉପରେ ଚଢ଼ାଉ କରି ତାକୁ ଗିରଫ କରିଛି। ଥାନାରେ ଏ ନେଇ ଦଫା ୩୯୨ରେ ଏକ ମାମଲା( ନଂ. ୨୪୭/୧୭ ) ରୁଜୁ କରାଯାଇ ବୁଧବାର ସଞ୍ଜୟଙ୍କୁ ବାଲେଶ୍ୱର କୋର୍ଟ ଚାଲାଣ କରାଯାଇଛି ।

All Right Reserved By

Model This Week

ନିକିତା

ବାଲେଶ୍ୱର

ନବୋଦୟ ପରୀକ୍ଷାରୁ ୯ ଛାତ୍ରୀ ବଞ୍ଚିତ

ଯୋଡ଼ା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ସରକାରୀ ବାଳିକା ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଥିବା ନବୋଦୟ ପରୀକ୍ଷା ଦେବାରୁ ୯ଜଣ ଛାତ୍ରୀ ବଞ୍ଚତ୍ତ ହୋଇଛନ୍ତି।

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- ଖରାତାତି ସାଙ୍ଗକୁ ବଢୁଛି ଜଳକଷ୍ଟ। କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ପଥଚାରୀଙ୍କୁ ପାନୀୟଜଳ ଯୋଗାଣ ଲାଗି ଏଯାଏ ଆବଶ୍ୟକ ଜଳଚ୍ଛତ୍ର ଖୋଲାଯାଇ ନାହିଁ। ଫଳରେ ପଥଚାରୀମାନେ ଜଳଚ୍ଛତ୍ର ସେବା ନ ପାଇ ହଇରାଣ ହେଉଛନ୍ତି।

ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

କୁଳିଅଣା, ୨୧।୪(ଡି.ଏନ.ଏ.)-ସାରା ଦେଶର ଏଟିଏମ ଏବେ ଖାଲି ପଡିଥିବା ବେଳେ ‘ନୋ କ୍ୟାଶ ନୋଟିସ’ ଲଗାଯାଇଛି। ଏହା ଲୋକଙ୍କ ପ୍ରତି ଏକ ଉପହାସ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ କୁଳିଅଣା ବଜାରସ୍ଥିତ ପିଏନବି ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

 ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳା,୨୧।୪(ଡି.ଏନ.ଏ.)-ଉଦଳା ଅଞ୍ଚଳରେ ଏଟିଏମରୁ ଆବଶ୍ୟକ ଟଙ୍କା ବାହାରୁ ନ ଥିବାରୁ ହଇରାଣର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ। ଏହା ପ୍ରତିବାଦରେ ଶନିବାର ଉଦଳାସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

ଥାନା ଭଙ୍ଗାରୁଜା ଘଟଣାରେ ୯ କୋର୍ଟଚାଲାଣ

ଠାକୁରମୁଣ୍ଡା,୨୧।୪(ଡି.ଏନ.ଏ.)-ନାବାଳିକା ବଳାତ୍କାର ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖରେ ଠାକୁରମୁଣ୍ଡା ଅଶାନ୍ତ ହୋଇ ଉଠିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲାପଥର ମାଡ କରିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

ସଜନାଗଡ, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳରୁ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଶନିବାର ନାବାଳିକା ପ୍ରେମିକା ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପି ଉକ୍ତ ନାବାଳିକାଙ୍କୁ ନୀଳଗିରି ପୋଲିସ ଦାୟିତ୍ୱରେ ଛାଡିବା ପରେ ଥାନା ଆଇଆଇସି ତାଙ୍କର ବୟାନ ରେକର୍ଡ କରିଥିଲେ। ଏହାପରେ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇ ନୀଳଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ପରେ ସେ ମା’ ବାପାଙ୍କ ପାଖରେ ରହିବାକୁ ମନା କରିଥିଲେ।

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ବାହାନଗା, ୨୧।୪(ଡି.ଏନ.ଏ.)-କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାର ଅପାରଗତା ବିରୋଧରେ ଶନିବାର ବିଜେଡି ତରଫରୁ ବ୍ୟାଙ୍କ ଓ ଏଟିଏମ୍‌ ସମ୍ମୁଖରେ ଧାରଣା ଦିଆଯାଇଛି।

ଅଗ୍ନିଶମ ସପ୍ତାହ ପାଳିତ

ଅଗ୍ନିଶମ ସପ୍ତାହ ପାଳିତ

ଭଣ୍ଡାରିପୋଖରୀ,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀମାନଙ୍କ ପକ୍ଷରୁ ଅଗ୍ନିଶମ ସପ୍ତାହ ପାଳିତ ହୋଇଛି।

ବ୍ୟାଙ୍କ ଆଗରେ ବିକ୍ଷୋଭ

ଧାମନଗର,୨୧।୪(ଡି.ଏନ.ଏ)-ଏଟିଏମରୁ ଟଙ୍କା ନ ବାହାରିବା ନେଇ ଧାମନଗର ବ୍ଲକର ବିଭିନ୍ନ ବ୍ୟାଙ୍କ ଆଗରେ ଯୁବ, ଛାତ୍ର ବିଜେଡି ଓ କୃଷକ ବାହିନୀ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

୨ଟି ବାଇକ ଧକ୍କା: ଜଣେ ମୃତ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଅସନପାଟ ଗ୍ରାମଦେବତୀ ଶାଳ ଛକ ନିକଟରେ ୨୦ତାରିଖ ବିଳମ୍ବିତ ରାତ୍ରୀରେ ଦୁଟି ବାଇକ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି।

ଆଗରପଡ଼ାରେ ନୂତନ ଥାନାଧିକାରୀ

ବନ୍ତ,୨୧।୪(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଥାନାରେ ମାନସ ରଞ୍ଜନ ଦେଓ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ।

ଦୁଇ ଅବହେଳିତ ଶକ୍ତିପୀଠ

ଦୁଇ ଅବହେଳିତ ଶକ୍ତିପୀଠ

ବାସୁଦେବପୁର,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଭୈରବପୁର ଗ୍ରାମର ଦୁଇ ପାର୍ଶ୍ୱରେ ରହିଛି ମା’ ସର୍ବମଙ୍ଗଳା ଓ ମା’ ଭୈରବୀଙ୍କ ପୀଠ । ଏହି ଦୁଇ ଠାକୁରାଣୀଙ୍କୁ ଲୋକେ ଆରାଧ୍ୟ ଦେବୀ ଭାବେ ପୂଜା କରୁଛନ୍ତି।