ବ୍ରହ୍ମପୁର

କେବେ ସୁଧୁରିବ ପୁତୁଡ଼ି, ପକଡ଼ାଝର ଜଳପ୍ରପାତ ରାସ୍ତା

କେବେ ସୁଧୁରିବ ପୁତୁଡ଼ି, ପକଡ଼ାଝର ଜଳପ୍ରପାତ ରାସ୍ତା
ଫୁଲବାଣୀ ଅଫିସ/ଖଜୁରିପଡା, ୩।୧- ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଫେବୃୟାରୀ ପର୍ଯ୍ୟନ୍ତ ଏହା ଚାଲିବ। ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭବ କନ୍ଧମାଳ ଜିଲାରେ ରହିଛି ବହୁ ମନୋରମ ପରିବେଶ। ଏଠିକି ଯିଏ ଆସିଛି, ସେ ହିଁ ଜାଣିଛି ମନ ଭୁଲାଣିଆ ଏହି ବଣ ପାହାଡ ଘେରା ଜିଲାକୁ। ସବୁ ପରେ ବି ଏମିତି ବହୁ ପର୍ଯ୍ୟଟନ କ୍ଷେତ୍ରକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ। ଫଳରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଜିଲାକୁ ବହୁ ଯୋଜନାରେ ଆର୍ଥିକ ଅନୁଦାନ ଆସୁଥିଲେ ହେଁ ତାହା ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରାଯାଉ ନାହିଁ। ଯାହାର ଉଦାହରଣ ହେଉଛି ଫୁଲବାଣୀର ପୁତୁଡି ଓ ଖଜୁରିପଡାର ପକଡାଝର ଜଳପ୍ରପାତ। ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚୟତ କୁରୁମୁଣିରେ ରହିଛି ପକଡାଝର ଜଳ ପ୍ରପାତ। ଏହା ପର୍ଯ୍ୟଟନ କେନ୍ଦ୍ର କୁହାଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ସରକାରୀ ଫାଇଲ ତଳେ ଚାପି ହୋଇ ରହିଛି। ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ପର୍ଯ୍ୟଟକ ଆସିଲେ ରହିବା ଏବଂ ବସିବା ପାଇଁ କିଛି ବ୍ୟବସ୍ଥା ନାହିଁ। ବର୍ଷ ତମାମ ଏଠାକୁ ପର୍ଯ୍ୟଟକ ଆସୁଛନ୍ତି। ହେଲେ ପହଁଚି ଦେଖିଲା ପରେ ମୁହଁ ଫେରାଇ ନେଉଛନ୍ତି। ଦ୍ୱିତୀୟ ଥର ଆସିବାକୁ ମନ କରୁନାହାନ୍ତି। ପକଡାଝରକୁ ନେଇ ରାଜ୍ୟରେ ଯେଉଁ ଚିତ୍ର ଲୋକମାନଙ୍କ ମନରେ ଉଙ୍କି ମାରୁଥିଲା ତାହା ଏବେ ଅପସରି ଯିବାକୁ ଲାଗିଲାଣି। ରାଜ୍ୟ ଏବଂ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରେ ପହଁଞ୍ଚି ପ୍ରାକୃତିକ ପରିବେଶ ଏବଂ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆଶା ରଖିଥିବା ବେଳେ ଏଠାରେ ଆସି ପହଞ୍ଚି ଏକ ପ୍ରକାର ନିରାଶ ହେଉଛନ୍ତିି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ପାଇଁ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ କନ୍ଧମାଳରେ ତାହା ପରିଲକ୍ଷିତ ହେଉନାହିଁ। ୧୫/୨୦ ବର୍ଷ ତଳେ ବନ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ଏଠାରେ ବିନିଯୋଗ କରାଯାଇଛି। ହେଲେ ତାହାର ଗନ୍ଧ ଦେଖିବାକୁ ମିଳୁନାହିଁ। ଫୁଲବାଣୀ-ବୌଦ୍ଧ ରାସ୍ତାରେ ମାତ୍ର ୪-୫ କିମି ଦୂରରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀ ରାସ୍ତା ମରଣଯନ୍ତା ପାଲଟିଛି। ସେହିପରି ଫୁଲବାଣୀରୁ ଗୋଛାପଡା ରାସ୍ତାରେ ୧୪-୧୫ କିମି ଗଲେ ପଡିବ ପୁତୁଡି ଜଳପ୍ରପାତ। ଆଜି ପର୍ଯ୍ୟନ୍ତ ଏଠାକୁ ଭଲ ରାସ୍ତା ନାହିଁ। ଏହା ଅତ୍ୟନ୍ତ ମନୋରମ ପରିବେଶ। ହେଲେ ସେଠାକୁ ଯିବାପାଇଁ ରାସ୍ତାର ଅବସ୍ଥା କହିଲେ ନ ସରେ। ଲୋକେ ଚାହିଁଲେ ମଧ୍ୟ ସେଠାକୁ ପାଦରେ ଚାଲି ଚାଲି ଯିବା ସମ୍ଭବ ହେଉନାହିଁ। ଜିଲା ପର୍ଯ୍ୟଟନ ବିଭାଗ ଦ୍ୱାରା ଅତୀତରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇ ଏହି ଦର୍ଶନୀୟ ସ୍ଥାନର ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଅଳ୍ପ ଦିନରେ ରାସ୍ତା ଖରାପ ହୋଇଗଲା। ଏବେ ରାସ୍ତା ପୂର୍ବବତ୍‌ ପଥୁରିଆ ରହିଛି। ଫଳରେ ଏହି ରାସ୍ତାରେ ବାଇକ୍‌ରେ ଯିବା ସମ୍ଭବ ହେଉନାହିଁ। ଏଭଳି ସ୍ଥଳେ ଚାରି ଚକିଆ ଯାନ କଥା ନ କହିବା ଭଲ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ମନୋରଞ୍ଜନ ଦାସଙ୍କୁ ପଚାରିବାରୁ ଉଭୟ ପର୍ଯ୍ୟଟନୀସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିନ ବିଭାଗକୁ ପ୍ରସ୍ତାବ ପଠାଯାଇଛି। ପୁଣି ଆଉଥରେ ପ୍ରସ୍ତାବ ପଠାଯିବ। ଅନୁଦାନ ଆସିଲେ ପର୍ଯ୍ୟଟନକ୍ଷେତ୍ରର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତିି।
All Right Reserved By

ବ୍ରହ୍ମପୁର

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

କବିସୂର୍ଯ୍ୟନଗର,୧୫ା୧୦-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଜଣେ ଛାତ୍ରଙ୍କ ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ସେଠୀ (୧୮)।

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଖଜୁରିପଡ଼ା,୧୫।୧୦(ଡି.ଏନ୍‌.ଏ): ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ବଲସକୁମ୍ପାଠାରୁ ଆର୍‌ ନୂଆଗାଁ ପଞ୍ଚାୟତକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଗାରଡ଼ାପାଜୁ ଓ ଛନ୍ଦୁପଦର ମଝିରେ ଥିବା ପିଲାସାଲୁଙ୍କି ଡ୍ୟାମ ନାଳର ପୋଲ ତିତଲି ପ୍ରଭାବ ହୋଇଥିବା ବର୍ଷାରେ ଧୋଇଯାଇଛି।

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

୨ ବାଇକରେ ଗୋଟିଏ ନମ୍ବର: ଥାନାରେ ମାମଲା

ବେଗୁନିଆପଡ଼ା,୧୫ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡ଼ା ଗ୍ରାମରେ ପୋଲିସ ଚଢ଼ାଉ କରି ସମାନ ନମ୍ବର ଥିବା ୨ଟି ବାଇକକୁ ଜବତ କରିଛି । 

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ବସ୍ତି ଉଚ୍ଛେଦ ନ କରିବାକୁ ସ୍ମାରକପତ୍ର

ଗଞ୍ଜାମ,୧୫।୧୦(ଡି.ଏନ.ଏ.)-ଗଞ୍ଜାମ ଏନଏସି ବଡ଼ବଜାର ଦଳିତ ସାହି ବସ୍ତି ଉଚ୍ଛେଦ ନ କରିବା ପାଇଁ ବସ୍ତି ବାସିନ୍ଧା ସୋମବାର ତହସିଲଦାର ଅବନି କୁମାର ସାହୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ନୀଳକଣ୍ଠ ନାଇଡ଼ୁଙ୍କୁ ପୃଥକ ଭାବେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତ ୨ ଭାଇ ଫେରାର


ଦିଗପହଣ୍ଡି,୧୫।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲାକୁ ଭିତ୍ତିକରି କେ.ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ୨ ଭାଇଙ୍କ ନାଁରେ ନଂ. ୧୨୭/୧୮ ରେ ମାମଲା ରୁଜୁ କରିଛି ।

ଲୁଟ୍‌ ମାମଲା , ବାପା ଗିରଫ, ପୁଅଙ୍କୁ ଖୋଜୁଛି ପୋଲିସ

ଛତ୍ରପୁର,୧୫।୧୦(ଡି.ଏନ.ଏ)- ଛତ୍ରପୁର ସହରରେ ବାରମ୍ବାର ବ୍ୟାଙ୍କ ନିକଟରୁ ଲୋକଙ୍କଠାରୁ ଟଙ୍କା ଲୁଟ୍‌ ହୋଇ ଆସୁଥିଲା । ଏହି ଘଟଣାରେ ଜଣଙ୍କୁ ପୋଲିସ ରବିବାର ଗିରଫ କରିଛି। ସେ ହେଲେ ଆସିକା ଥାନା କାଳଷଣ୍ଢପୁର ଗାଁର ଏ. ଗୋପୀ (୫୫)। ଅନ୍ୟପକ୍ଷରେ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଫେରାର୍‌ ଥିବା ଗୋପୀଙ୍କ ବଡ଼ ପୁଅଙ୍କୁ ଧରିବା ଉଦ୍ୟମ ଚାଲିଛି। ଏମାନଙ୍କର ୫ ଜଣିଆ ଗ୍ୟାଙ୍ଗ ରହିଥିବା ଛତ୍ରପୁର ଥାନା ଆଇଆଇସି ପ୍ରିୟଶ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଗୋପୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କଠାରୁ ୨୩ ହଜାର ଟଙ୍କା, ଗାଡ଼ି ଡିକି ଭାଙ୍ଗିବା ପାଇଁ ବିଭିନ୍ନ ସରଞ୍ଜାମ ଜବତ ହୋଇଛି।  

 ଫେସ୍‌ବୁକ୍‌ରେ ଅଶ୍ଲୀଳ ଫଟୋ, ଭିଡିଓ ଭାଇରାଲ ଘଟଣା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

ଫେସ୍‌ବୁକ୍‌ରେ ଅଶ୍ଲୀଳ ଫଟୋ, ଭିଡିଓ ଭାଇରାଲ ଘଟଣା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୫।୧୦: ମହିଳାଙ୍କ ନାମରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଅଶ୍ଲୀଳ ଫଟୋ, ଭିଡିିଓ ଏବଂ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ବ୍ରହ୍ମପୁର ସାଇବର ଥାନା ପୋଲିସ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି ।

ତିତ୍‌ଲିର ପ୍ରଭାବରେ କ୍ଷୟକ୍ଷତିକୁ ନେଇ ଜରୁରୀ ବୈଠକ

ଶେରଗଡ଼,୧୫।୧୦(ଡି.ଏନ୍‌.ଏ.): ତିତ୍‌ଲିର ପ୍ରଭାବରେ ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ୨୨ଟି ପଞ୍ଚାୟତର ୯୫ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 

ବନ୍ୟା ପରେ ପ୍ରଶାସନକୁ ଘାରିଲା ରିଲିଫ୍‌ ଚିନ୍ତା: ତିନିଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବନ୍ୟା ପରେ ପ୍ରଶାସନକୁ ଘାରିଲା ରିଲିଫ୍‌ ଚିନ୍ତା: ତିନିଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ, ୧୫।୧୦(ଡି.ଏନ.ଏ.): ଥମିଲା ବନ୍ୟା ଓ ବାତ୍ୟା। କିନ୍ତୁ ଏହାର ପରବର୍ତ୍ତୀ ସମୟରେ ଲୋକଙ୍କ କ୍ଷୟକ୍ଷତି ଆକଳନ କରିବା ପ୍ରଶାସନକୁ ଚିନ୍ତା ଘାରିଛି। 

ହତ୍ୟା ଉଦ୍ୟମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ହତ୍ୟା ଉଦ୍ୟମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ଦିଗପହଣ୍ଡି/ପାଟପୁର,୧୫।୧୦(ଡି.ଏନ୍‌.ଏ.): ହତ୍ୟା ଉଦ୍ୟମ ମାମଲାରେ ପାଟପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ ପୋଡ଼ାମାରି ଗ୍ରାମର ରାମକୃଷ୍ଣ ପ୍ରଧାନ ଓରଫ ଜିତୁ ।

ରାଜସ୍ବ କୃଷି ଉଦ୍ୟାନ, କୃଷି ବିଭାଗର ମିଳିତ ବୈଠକ: କ୍ଷୟକ୍ଷତି ଆକଳନ ଟିମ ଗଠନ

ରାଜସ୍ବ କୃଷି ଉଦ୍ୟାନ, କୃଷି ବିଭାଗର ମିଳିତ ବୈଠକ: କ୍ଷୟକ୍ଷତି ଆକଳନ ଟିମ ଗଠନ

ଶେରଗଡ଼,୧୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ  ତିତ୍‌ଲିର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି  ଘଟି ଫସଲ ନଷ୍ଟ ହୋଇଯାଇଛି।  ଏ ନେଇ ରାଜସ୍ବ କୃଷି ଉଦ୍ୟାନ ଓ କୃଷିବିଭାଗର ମିଳିତ ବୈଠକ ଶେରଗଡ଼ ତହସିଲ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। 

ନିମ୍ନମାନର ପଲିଥିନ ଯୋଗାଣକୁ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୫।୧୦(ଡି.ଏନ.ଏ)-ତିତ୍‌ଲ ବାତ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ, ହାତିମୁଣ୍ଡା, କାଟିଙ୍ଗିଆ, ଦାରିଙ୍ଗବାଡ଼ି, ବାଡାବାଙ୍ଗା, ସିଆଙ୍ଗବାଲି, ଗ୍ରିନବାଡ଼ି, ଦାସିଂବାଡ଼ି, ସୋନପୁର, ସିର୍କାବର୍ଗ, ଦନେକବାଡ଼ି, କିରିକୁଟି, ବୁଡାଗୁଡ଼ା, ତିଲୋରୀ ଆଦି ପଞ୍ଚାୟତରେ ବହୁ ଘର କ୍ଷତିଗ୍ରସ୍ତ ହୋଇଛି।