Dharitri News
ବ୍ରହ୍ମପୁର

ମଦ ଜବତ, ୭ ଗିରଫ

ମଦ ଜବତ, ୭ ଗିରଫ କୋଦଳା, ୩।୧ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ଦଣ୍ଡୀଶ୍ୱର ଛକ, ମାଛ ବଜାର, ଏରଗୁଲା ସାହି ଓ ମଠସରସିଂରେ ବୁଧବାର ସକାଳେ ଅବକାରୀ ବିଭାଗ ଚଢାଉ କରି ୧୮୦ ଲିଟର ମଦ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଡିଏସ୍‌ଇ ବି. କେ. ସିଂହ ସାମନ୍ତ, ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଗଙ୍ଗା ପାଇକରାୟ, ସବ୍‌ ଇନ୍ସପେକ୍ଟର ନବସ୍ମିତା ନାଏକ, ଏଚ ଏସ ମଲ୍ଲିକ, କେ. ଏଲ. ପାଇକରାୟ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ।

ବ୍ରହ୍ମପୁର

ଚିନ୍ତାଖାଲୀ ଗ୍ରାମରେ ହାତୀ ଉପଦ୍ରବ

ଚିନ୍ତାଖାଲୀ ଗ୍ରାମରେ ହାତୀ ଉପଦ୍ରବ

ପାଟପୁର,୧୮।୧(ଡି.ଏନ୍‌.ଏ.): ଦିଗପହଣ୍ଡି ବନାଞ୍ଚଳ ଅଧୀନ ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଲୀ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏଥିଯୋଗୁଁ ୧୦ ଏକର ଜମିର ଧାନ ଫସଲ ନଷ୍ଟ ହୋଇଛି। ଅମଳ ହୋଇଥିବା ୫୪ ବସ୍ତା ଧାନ ହାତୀମାନେ ଖାଇ ଦେଇଛନ୍ତି।

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୯୦ ବଖରା

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୯୦ ବଖରା

ବ୍ରହ୍ମପୁର ଅଫିସ,୧୮।୧: ବ୍ରହ୍ମପୁର ସହରସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟସ୍ଥ ବସ୍ତିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯୦ ବଖରାରୁ ଊର୍ଦ୍ଧ୍ୱ ଘର ଜଳି ଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ସ୍ତ୍ରୀ କଲେ ସ୍ବାମୀଙ୍କ ଚକ୍ଷୁଦାନ

ବ୍ରହ୍ମପୁର ଅଫିସ୍‌,୧୭।୧- ବଡ଼ପୁଅ ଜନ୍ମରୁ ଦୃଷ୍ଟିହୀନ। ଜଣେ ଦୃଷ୍ଟିହୀନ ପୁଅର ଯନତ୍ ନେବାରେ ମା’ ବାପା ଅନେକ ଦୁଃଖକଷ୍ଟ ସହିଥିଲେ। ତଥାପି ଲାଳନପାଳନରେ କୌଣସି ଅବହେଳା କରି ନ ଥିଲେ। ଚାହୁଁଥିଲେ, ଯେଉଁ କଷ୍ଟ ତାଙ୍କ ପୁଅ ପାଉଛନ୍ତି, ସେଭଳି କଷ୍ଟ ଆଉ କେହି ନ ପାଆନ୍ତୁ। ସେଥିପାଇଁ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଦେଲେ ସ୍ତ୍ରୀ।ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟସ୍ଥ ଇଦୁପୁରମ ଗ୍ରାମର ଏନ୍‌. ଧର୍ମା ରାଜୁଙ୍କ ବୁଧବାର ସକାଳ ପ୍ରାୟ ୬ଟାରେ ମୃତ୍ୟୁ ଘଟିଥିଲା।

ବିଏମ୍‌ସିରେ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ, ତଥ୍ୟ ସଂଗ୍ରହ କଲେ ଦଳ

ବିଏମ୍‌ସିରେ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ, ତଥ୍ୟ ସଂଗ୍ରହ କଲେ ଦଳ

ବ୍ରହ୍ମପୁର ଅଫିସ,୧୭ା୧- ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ଭାରତ ମିଶନ ଅଭିଯାନରେ ସ୍ବଚ୍ଛ ସର୍ବେକ୍ଷଣ-୨୦୧୮ ସର୍ଭେ ଜାନୁୟାରୀ ୪ରୁ ସମଗ୍ର ଦେଶରେ ଆରମ୍ଭ ହୋଇଥିବାବେଳେ ବୁଧବାରଠାରୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଏହି ସର୍ବେକ୍ଷଣ ପାଇଁ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇଯାଇଛି। ଦିଲ୍ଲୀର କାର୍ବି ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା(ଏନଜିଓ)ର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ବିଶ୍ୱନାଥ ରଣା ଓ ରବୀନ୍ଦ୍ର ଜେନା ବିଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚି ସର୍ଭେ କରିଥିଲେ। ଦୁଇଦିନ ଧରି ସେମାନେ ବିଏମ୍‌ସିର ସ୍ବଚ୍ଛତା ତଥା ପରିମଳ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବେ। ତେବେ ପ୍ରତିନିଧି ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବେକ୍ଷଣର ପ୍ରଥମ ଦିନରେ ସହରରୁ ବାହାରୁଥିବା ଆବର୍ଜନା ସଂଗ୍ରହ ନେଇ ସର୍ବେକ୍ଷଣରେ ରହିଥିବା ବିଭିନ୍ନ ପ୍ରଶ୍ନର ତଥ୍ୟକୁ ଦଳ ସଂଗ୍ରହ କରିଛି।

ପୂର୍ବତନ ମେୟରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା,୧୦ ଅଟକ, ଚାଲିଛି ପଚରାଉଚରା

ବ୍ରହ୍ମପୁର ଅଫିସ,୧୭।୧- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ଗାଡ଼ି ଉପରକୁ ଗୁରୁବାର ହୋଇଥିବା ଗୁଳି ମାଡ ଘଟଣାର ତଦନ୍ତ କରୁଛି ପୋଲିସ। ସନ୍ଦେହରେ ବଡବଜାର ଥାନା ପୋଲିସ ମଙ୍ଗଳବାର ରାତିରେ ୧୦ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଅଧିକ ପଚରା ଉଚରା ପାଇଁ ବୁଧବାର ସେମାନଙ୍କୁ ସହର ବାହାରକୁ ନିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବ୍ରହ୍ମପୁର ଅଫିସ,୧୭।୧- ସ୍ଥାନୀୟ ସୁରଜ ବିହାର ଚତୁର୍ଥ ଗଳିରେ ମଙ୍ଗଳବାର ରାତିରେ କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ଟାଉନ ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ସଦଳବଳ ସେଠାରେ ଚଢାଉ କରିଥିଲା।

ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌:୮ ଗିରଫ

ବ୍ରହ୍ମପୁର ଅଫିସ,୧୭।୧: କମାପଲ୍ଲୀ ଓଭରବ୍ରିଜ ନିକଟସ୍ଥ ପୂର୍ତ୍ତ ଡାକବଙ୍ଗଳା ପାଖରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ପରେ ମାର୍‌ପିଟ୍‌ ହେଉଥିବା ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ଉଭୟ ଗୋଷ୍ଠୀରୁ ୮ ଜଣଙ୍କୁ ଗିରଫ କରାଯାଇଛି।

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଦାବି

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଦାବି

ବ୍ରହ୍ମପୁର ଅଫିସ,୧୭।୧- ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ। ସେ ପୁରୁଷ ହୁଅନ୍ତୁ, ମହିଳା ଅବା ତୃତୀୟ ଲିଙ୍ଗ(କିନ୍ନର)। ତେବେ ସେମାନଙ୍କ ଅଧିକାର, ସୁରକ୍ଷା ତଥା ସରକାରୀ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ। ଏଥିପାଇଁ ଲୋକଙ୍କ ମନରେ ଥିବା ଧାରଣାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ କୁହାଯାଇଛି।

ଅବହେଳିତ ବାଲି ଲୋକନାଥ ପୀଠ

ଅବହେଳିତ ବାଲି ଲୋକନାଥ ପୀଠ

ଗଞ୍ଜାମ,୧୭।୧(ଡି.ଏନ.ଏ.)- ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତର ମାଳୀ ଜଗନ୍ନାଥପୁର ଠାରେ ପ୍ରସିଦ୍ଧ ବାଲି ଲୋକନାଥ ପୀଠ ଅବସ୍ଥିତ। ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ଏହି ମନ୍ଦିର ପ୍ରାୟ ଦେଢ ହଜାର ବର୍ଷ ପୁରୁଣା। ଋଷିକୁଲ୍ୟା ନଦୀ ଠାରୁ ୧୫୦ ମିଟର ପୂର୍ବ ଏବଂ ପଶ୍ଚିମରେ ଝାଉଁ ଜଙ୍ଗଲ ମଧ୍ୟରେ ଏହି ଶୈବପୀଠ ଥିବା ହେତୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷକରି କାର୍ତ୍ତିକମାସର ପ୍ରତି ସୋମବାର, ଶିବରାତ୍ରୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହେଉଥିବା ମନ୍ଦିର ପୂଜକ ଦିବାକର ତ୍ରିପାଠୀ ସୂଚନା ଦେଇଛନ୍ତି।

ମୁକୁନ୍ଦପୁରରେ ମିଳିମିଳା ଆତଙ୍କ

ମୁକୁନ୍ଦପୁରରେ ମିଳିମିଳା ଆତଙ୍କ

ପାତ୍ରପୁର, ୧୭।୧ (ଡି.ଏନ୍‌.ଏ.)- ପାତ୍ରପର ବ୍ଲକ ଖାରିଆଗୁଡ଼ା ପଞ୍ଚାୟତର ମୁକୁନ୍ଦପୁର ଗ୍ରାମରେ ମିଳିମିଳାରେ ଗତ ଦଶଦିନରେ ପ୍ରାୟ ୨୦ରୁ ଉର୍ଦ୍ଧ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥଳେ କୌଣସି ବିକଳ୍ପ ନଥାଇ ଝଡ଼ାଫୁଙ୍କାର ଆଶ୍ରୟ ନେଇଛନ୍ତି ଆକ୍ରାନ୍ତଙ୍କ ପରିବାର। ଆକ୍ରାନ୍ତମାନେ ହେଲେ ଗ୍ରାମର ଓମ୍‌ ବାଡ଼ିତ୍ୟା(୪), ମାମିନି ବାଡ଼ତ୍ୟା(୨), ରୁଦ୍ର କୁଣ୍ଡ(୧), ଲିଖା କୁଣ୍ଡ(୩), ବିଷ୍ଣୁ କୁଣ୍ଡ(୧୬), ଲିଜା କୁଣ୍ଡ(୫), ପୁଜା କୁଣ୍ଡ(୭), ନାରାୟଣ ସାହୁ(୫) ପ୍ରମୁଖ। ଏନେଇ ଗ୍ରାମରେ ଆତଙ୍କ ଖେଳି ଯାଇଥିବାବେଳେ ସମ୍ପୃକ୍ତ ପରିବାର ଏବେ ଚେରମୂଳି ଓ ଝଡ଼ାଫୁଙ୍କାର ଆଶ୍ରୟ ନେଇଛନ୍ତି।

 ମୋରମ ଚାଲାଣ: ୩ଟ୍ରାକ୍ଟର ସହ ଜେସିବି ମେଶିନ ଜବତ

ମୋରମ ଚାଲାଣ: ୩ଟ୍ରାକ୍ଟର ସହ ଜେସିବି ମେଶିନ ଜବତ

ପାଟପୁର,୧୭।୧(ଡି.ଏନ.ଏ.)-ସାନଖେମୁଣ୍ଡି ତହସିଲ ନୂଆଗଡ଼ ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ବେଳେ ବୁଧବାର ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଘଟଣାସ୍ଥଳରେ ପହଞ୍ଚତ୍ ୩ଟି ମୋରମ ବୋଝେଇ ଟ୍ରାକ୍ଟର ସହ ମୋରମ ଖନନ କରୁଥିବା ଜେସିବି ମେଶିନକୁ ଜବତ କରିଛନ୍ତି । ଜବତ ଟ୍ରାକ୍ଟର ଓ ଜେସିବିକୁ ତହସିଲରେ ରଖାଯାଇଛି । ଖବର ଲେଖା ହେବା ସୁଦ୍ଧା କୌଣସି ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି ।

ନିର୍ବାଚନ ପୂର୍ବରୁ  ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଶେରଗଡ,୧୭।୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ୩ପଞ୍ଚାୟତରେ ୧୯ ତାରିଖରେ ନିର୍ବାଚନ ହେବ। ବ୍ରାହ୍ମଣଛାଇ ପଞ୍ଚାୟତରେ ବୁଧବାର ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଶେରଗଡ ତହସିଲଦାର ସମ୍ବିତ କୁମାର ଗଡନାୟକ, ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍‌ଆଇ ଦିପ୍ତି ବେହେରା, ଏଏସ୍‌ଆଇ ରଞ୍ଜନ ବିଷୋୟୀ, ଗୋଲକ ପଲେଇ, ରାଘବ ପରିଡାଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଥିଲେ। ବ୍ରାହ୍ମଣଛାଇରେ ୧୯ ତାରିଖରେ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ଓ ୧୨ ଟି ଓାର୍ଡର ଓ୍ବାର୍ଡସଭ୍ୟ ପାଇଁ ନିର୍ବାଚନ ହେବ। ଗତ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ଘଟି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁପରେ ଏଠାରେ ନିର୍ବାଚନ ବନ୍ଦ ରହିଥିଲା।