ବ୍ରହ୍ମପୁର

ମାଙ୍କଡ଼ଡିଅଁ। ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼

ମାଙ୍କଡ଼ଡିଅଁ। ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼
ଚନ୍ଦ୍ରଗିରି,୩।୧(ଡି.ଏନ.ଏ.): ଗଜପତି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଖସଡା ଜଳପ୍ରପାତ, ଜିରାଙ୍ଗ ବୌଦ୍ଧମନ୍ଦିର, ଗଣ୍ଡାହାତୀ ଜଳପ୍ରପାତ ଓ ମହେନ୍ଦ୍ରଗିରି ଭଳି ପର୍ଯ୍ୟଟନସ୍ଥଳୀ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ସେଭଳି ଗଜପତି ଜିଲାର ଆର.ଉଦୟଗିରି ବ୍ଲକ, ସିଆଳଲଟି ପଞ୍ଚାୟତର କାନକଟା ଗଁା ନିକଟରେ ଏକ ନୂତନ ଜଳପ୍ରପାତ ଦେଖିବାକୁ ମିଳୁଛି। ଯାହାର ନଁ। ହେଉଛି ମାଙ୍କଡଡିଆଁ ଜଳପ୍ରପାତ। ଏହି ସ୍ଥାନକୁ ଯିବାକୁ ରାସ୍ତା ନ ଥିବାରୁ କେବଳ ଆଞ୍ଚଳିକ ଲୋକଙ୍କ ବଣ ଭୋଜି ହେଉଥିଲା। କିନ୍ତୁ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେଠାକୁ ନୂତନ ଭାବେ ମାଟି ରାସ୍ତା କାମ ଆରମ୍ଭ ହୋଇଛି। ଏହି ଜଳପ୍ରପାତଟି ଦେଖିବାକୁ ଅତ୍ୟନ୍ତ ମନୋରମ। ନୂତନ ବର୍ଷର ପ୍ରଥମ ଦିନରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିବା ସହ ଭୋଜିଭାତର ଆସର ଜମିଥିଲା। ଗଭୀର ପାଣିରେ ଲୋକମାନେ ଗାଧୋଉଥିବା ବେଳେ ସେଠାରୁ ବହିଯାଉଥିବା ଝରଣାରେ ମଧ୍ୟ କୁନି ପିଲାମାନେ ଗାଧୋଇବାର ମଜା ନେଇଥିଲେ।
All Right Reserved By

ବ୍ରହ୍ମପୁର

୨୩ରେ ବସନ୍ତ ଉତ୍ସବ-୨୦୧୮ ର଼୍ୟାମ୍ପ ସୋ ମୁଖ୍ୟ ଆକର୍ଷଣ

୨୩ରେ ବସନ୍ତ ଉତ୍ସବ-୨୦୧୮ ର଼୍ୟାମ୍ପ ସୋ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର ଅଫିସ,୧୩।୧୨- ବ୍ରହ୍ମପୁର ସାଂସ୍କୃତିକ ଅନୁଷ୍ଠାନ କଳାଞ୍ଜଳି ଆର୍ଟଷ୍ଟି ଟ୍ରଷ୍ଟ ପକ୍ଷରୁ ବସନ୍ତ ଉତ୍ସବ-୨୦୧୮ ଅନୁଷ୍ଠିତ ହେବ।  ଆସନ୍ତା ୨୩ରେ  ହିଲପାଟଣା ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଶିଶୁ, ଗୃହିଣୀ ଓ ମହିଳାଙ୍କ ର଼୍ୟାମ୍ପ ଶୋ  ପ୍ରତିଯୋଗିତା ଆୟୋଜନ ହେବ ବୋଲି ଗୋଷାଣୀନୂଆଗଁା ରାଜାରାଣୀ କନକ୍ଲେଭରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନ ସମ୍ପାଦିକା ରାମେଶ୍ୱରୀ ନନ୍ଦ ସୂଚନା ଦେଇଛନ୍ତି। ମହିଳାଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସମ୍ପାଦିକା ରାମେଶ୍ୱରୀ ନନ୍ଦ ସୂଚନା ଦେଇଥିଲେ। ଏଥିରେ ଓଲିଉଡ ତାରକା ହର ରଥ ଓ ଅଭିନେତ୍ରୀ ଅର୍ପିତା କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବହୁ ବିଶିଷ୍ଟ କଳାକାର ତଥା ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ତେବେ ଭାଗନେବାକୁ ଥିବା ପ୍ରତିଯୋଗୀ ତଥା ଦର୍ଶକ ଅନୁଷ୍ଠାନ ପକ୍ଷରୁ ଟିକେଟ ବ୍ୟବସ୍ଥା କରାଯାଇଥିବା ସମ୍ପାଦିକା ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ  ଅନୁଷ୍ଠାନ କୋଷାଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀ, ନୃତ୍ୟଗୁରୁ ରଶ୍ମିତା ଲିମା, ଗୌରବ ଧନରାଜ, ବିମଲରାମ ଗନ୍ତାୟତ, ସତ୍ୟବ୍ର୍ରତ ପଣ୍ଡା ଓ ଲୋକନାଥ ପଣ୍ଡା ପ୍ରମୁଖ  ଉପସ୍ଥିତ ଥିଲେ।

ମାପ ଓଜନ ବିଭାଗର ଚଢ଼ାଉ

ମାପ ଓଜନ ବିଭାଗର ଚଢ଼ାଉ

ବ୍ରହ୍ମପୁର ଅଫିସ,୧୩।୧୨- ମାପ ଓ ଓଜନ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି । ମାପ ଓ ଓଜନ ନିୟମକୁ ଖିଲାପ କରିଥିବା ୭ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୩୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଦୁଇ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହି ଚଢ଼ାଉରେ ବ୍ରହ୍ମପୁର ଅତିରିକ୍ତ ତହସିଲଦାର ଜ୍ଞାନଜିତ ତ୍ରିପାଠୀ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷକ ସତ୍ୟଜିତ ବିଶ୍ୱାଳ ଏବଂ ଶିଶିର ସାହୁ ପ୍ରମୁଖ ଭାଗ ନେଇଥିଲେ । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଉପଜିଲାପାଳ ଦିଗନ୍ତ ରାଉତରାୟ ସୂଚନା ଦେଇଛନ୍ତି ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ,୧୩।୧୨(ଡି.ଏନ.ଏ.)- ଗଞ୍ଜାମ ଥାନା ଅଗସ୍ତି ନୋଳିଆନୂଆଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଗୁରୁବାର ସ୍କୁଲ ବ୍ୟାଗ ବଣ୍ଟନ କରଯାଇଛି। ଏହି ଉପଲକ୍ଷେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ସ୍କୁଲ ମୁହଁା ହେବା ସହ ବିଭିନ୍ନ ବିଷୟରେ ସ୍କୁଲ ପିଲାଙ୍କୁ ବୁଝାଯାଇଥିଲା। ଏହି ଅବସରରେ ମୋଟ ୬୧୦ ଜଣ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା। ଗ୍ରାସୀମ କମ୍ପାନିର ବିକାଶ ମହେଶ୍ୱରୀ, ରବୀନ୍ଦ୍ର କୁମାର ମାହାନ୍ତି, କମ୍ପାନୀର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ ନାରାୟଣ ଦାସ, ପ୍ରଧାନ ଶିକ୍ଷକ ପଞ୍ଚାନନ ରଥ, ସରପଞ୍ଚ ପି. ସିମାଦ୍ରି, ଶିକ୍ଷକ ସୁବାଷ ଚନ୍ଦ୍ର ମଲିକ, ପୂର୍ବତନ ସରପଞ୍ଚ ଏ. କାଳିଆ, ଡବ୍ଲ୍ୟୁ. କାଳିଆ ପ୍ରମୁଖ ଉପସ୍ଥିତ ଥିଲେ।

ଉପଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଉପଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ,୧୩।୧୨(ଡି.ଏନ.ଏ.)- ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଏନ୍‌ଏସି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ସହରାଞ୍ଚଳ ଆବାସ ଯୋଜନା

୧୦ ଅଭିଯୁକ୍ତ ଗିରଫ

୧୦ ଅଭିଯୁକ୍ତ ଗିରଫ

ପୋଲସରା/ହାତୀଓଟ,୧୩।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ରୁମାଗଡ ଗ୍ରାମ ହରିଜନ ସାହିରେ ବୁଧବାର ରାତିରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଚଢାଉ କରି ଓ୍ବାରେଣ୍ଟ ଥିବା ୪ ମହିଳାଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ପଙ୍କଜ ନାୟକ, ବିଦେଶୀ ନାୟକ, ଗୌରା ନାୟକ, ଉଦୟ ନାୟକ, ରାଜେନ୍ଦ୍ର ନାୟକ, ନିରଞ୍ଜନ ନାୟକ, ରଙ୍ଗବତୀ ନାୟକ, କୁନ୍ତଳା ନାୟକ, ଗୋଲାପ ନାୟକ, ଛଇଳ ନାୟକ। ୧୯୯୭ରେ ଏମାନଙ୍କ ନାମରେ ଜି.ଆର୍‌ ନଂ.୯୮/୯୭ରେ ମାମଲା ରୁଜୁ ହୋଇଥିଲା। ଗୁରୁବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି।

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୩।୧୨(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଗୁରୁବାର ଦନେକବାଡ଼ି ପଞ୍ଚାୟତରେ ଅବକାରୀ ଚଢ଼ାଉ କରାଯାଇ ଶତାଧିକ ମହୁଲ ପୋଚ ନଷ୍ଟ କରାଯିବା ସହ ୧୦ଲିଟର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ଲିଲିମା ନାୟକ ଏବଂ ଗୋପାଳ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୫୪ ଓ ୧୫୫/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି। ଏଏସଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର  ଗଜେନ୍ଦ୍ର ବିଶୋୟୀ, ରାଇଟର ବିଦେଶୀ ବେହେରା ଚଢ଼ାଉ କରିଥିଲେ।

ପିଠା ପାଇଁ ଆଲୋଚନା ବୈଠକ

ପିଠା ପାଇଁ ଆଲୋଚନା ବୈଠକ

ହିଞ୍ଜିଳିକାଟୁ,୧୩।୧୨(ଡି.ଏନ୍‌.ଏ.): ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ସଚେତନ କରିବା, ଏଥିରେ ସ୍ବଚ୍ଛତା ଆଣିବା ପାଇଁ  ସରକାର ଆରମ୍ଭ କରିଛନ୍ତି ପିଠା ଯୋଜନା। ହିଞ୍ଜିଳିକାଟୁରେ ଏହାର ସଫଳ କାର୍ଯ୍ୟକାରୀ ପାଇଁ ଗୁରୁବାର ବ୍ଲକ ସଭାଗୃହରେ ଆଲୋଚନା ବୈଠକ ହୋଇଥିଲା।

ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଡକାୟତି

ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଡକାୟତି

ଦିଗପହଣ୍ଡି,୧୩ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ସାନଡୁମ୍ବୁଳା ଗ୍ରାମରେ ବ୍ୟାଙ୍କ କର୍ମଚାରୀ ଜ୍ୟୋତିରାଜ ଦାସଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା, ରୁପା ଅଳଙ୍କାର ସମେତ ନଗଦ ୧୦ ହଜାର ଟଙ୍କା ଡକାୟତ ଗ୍ୟାଙ୍ଗ ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବ୍ରହ୍ମପୁର ଟାଉନ ଥାନା ଅଧୀନ ପାତ୍ରପେଟା ସାହିର ଜଣେ ଯୁବକ  ମଙ୍ଗଳବାର ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏସ.ଏମ.ୱାହିଦ୍‌ ଅଲ୍ଲୀ(୪୬) । ୱାହିଦ୍‌  କୌଣସି କାରଣରୁ  ମାନସିକ ଭାରସାମ୍ୟ ହରାଇ ଘରେ ଥିବା ମୂଷାମରା ଔଷଧ ପିଇ ଦେଇଥିଲେ। 

ଥାନା ପାଲଟୁଛି କବାଡ଼ିଖାନା

ଥାନା ପାଲଟୁଛି କବାଡ଼ିଖାନା

ବ୍ରହ୍ମପୁର ଅଫିସ୍‌,୧୩ା୧୨-ମାଳ ମାଳ ଅଚଳ ଗାଡି । କେଉଁଥିରେ ଚେଚିସ୍‌ କଭର୍‌ ନାହିଁ ତ ଆଉ କେଉଁଥିରେ ବ୍ୟାଟେରି ନାହିଁ । ବର୍ଷ ତମାମ୍‌ ଖରା ବର୍ଷା ଶୀତ କାକର ଖାଇ ଗାଡି ସବୁ ଏବେ ନଷ୍ଟ ହେବାକୁ ବସିଲାଣି । ବେଳେ ଥାନାଗୁଡିକ ଏବେ କବାଡିଖାନା ପାଲଟି ଯାଇଛି ।

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଚିକିଟି,୧୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିଗଡ଼ରେ ଥିବା ଏଟିଏମ୍‌ ମେଶିନ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରି ମଙ୍ଗଳବାର ମଧ୍ୟରାତିରେ ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତିି ।

ଅଘୋଷିତ ବିଦ୍ୟୁତ୍‌ କାଟର ପ୍ରତିବାଦ: ସାଉଥ୍‌କୋ ଅଫିସ ଆଗରେ ସିପିଏମ୍‌ର ବିକ୍ଷୋଭ

ଅଘୋଷିତ ବିଦ୍ୟୁତ୍‌ କାଟର ପ୍ରତିବାଦ: ସାଉଥ୍‌କୋ ଅଫିସ ଆଗରେ ସିପିଏମ୍‌ର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୩୧୨-ଦକ୍ଷିଣାଞ୍ଚଳ ବିଦ୍ୟୁତ ପରିବଣ୍ଟନ ସଂସ୍ଥା ସାଉଥକୋର ବ୍ରହ୍ମପୁରସ୍ଥ ମୁଖ୍ୟାଳୟ ଆଗରେ ବୁଧବାର ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରେଶମନଗରୀ ସମେତ ବିଭିନ୍ନ ସ୍ଥାନରେ କିଛିଦିନ ହେବ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା ।