ବାଲେଶ୍ୱର

ଶ୍ମଶାନରେ ମିଳିଲାନି ଜାଗା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା

ଶ୍ମଶାନରେ ମିଳିଲାନି ଜାଗା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା
ଉଦଳା,୩।୧ (ଡି.ଏନ.ଏ.)-ଉଦଳା ଥାନା ଅଧୀନ ଉର୍ମଳ ଗ୍ରାମର ଜଣେ ମହିଳାଙ୍କର ବୁଧବାର ମୃତ୍ୟୁ ହୋଇଥିବା ବେଳେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗାଁ ମଶାଣିରେ ତାଙ୍କୁ ଜାଗା ମିଳିଲା ନାହିଁ। ଗାଁ ମଶାଣି କେତେକ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ସେମାନେ ଶବ ଦାହ କରିବାକୁ ଅନୁମତି ଦେଲେ ନାହିଁ। ଏଥିରେ ଉତ୍ତ୍ୟକ୍ତ ପରିବାର ଲୋକେ ଅନନ୍ୟୋପାୟ ହୋଇ ମୃତଦେହ କୋକେଇରେ ଧରି ଦୀର୍ଘ ୪ କି.ମି. ଅତିକ୍ରମ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଶେଷରେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଛି। ଅଭିଯୋଗରୁ ଜଣାଯାଏ, ଉର୍ମଳ ଗ୍ରାମର ସୁନ୍ଦରମହୋନ ପ୍ରଧାନଙ୍କ ପତ୍ନୀ ଲକ୍ଷ୍ମୀମଣି ଦୀର୍ଘଦିନ ହେଲା ଅସୁସ୍ଥ ଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ଶବ ସତ୍କାର ନିମନ୍ତେ ପରିବାର ଲୋକେ ଗ୍ରାମ ଶ୍ମଶାନକୁ ନେଇଥିଲେ। ହେଲେ ତାହା ଜବରଦଖଲକାରୀଙ୍କ କବଜାରେ ଥିବାରୁ ସେମାନେ ଶବ ସତ୍କାର କରାଇ ଦେଇ ନ ଥିଲେ। ଏଥିରେ ନିରାଶ ହୋଇ ପରିବାର ଲୋକେ ଓ ଗ୍ରାମବାସୀ ମୃତଦେହକୁ ସେଠାରୁ ଫେରାଇ ଆଣିଥିଲେ। ଏହାପରେ ସଂକୀର୍ତ୍ତନ, ଶୋଭାଯାତ୍ରା କରି ରାମ ନାମ ସତ୍ୟ ହେ କହି ମୃତଦେହକୁ କୋକେଇରେ ବୋହି ୪ କି.ମି. ବାଟ ଆଣି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୪ ଘଣ୍ଟା ବସିଥିଲେ। ଗାଁ ମଶାଣିରେ ସେମାନଙ୍କୁ ଶବ ସତ୍କାର କରିବାକୁ ଅନୁମତି ଦେବାକୁ ସେମାନେ ଦାବି କରିଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କର , ଆରଆଇ ଉର୍ମଳ ଗ୍ରାମକୁ ଯାଇ ଜବରଦଖଲକାରୀଙ୍କ ସହିତ ଆଲୋଚନା ପରେ ଘଟଣାର ସମାଧାନ ହୋଇଥିଲା। ଏହାପରେ ଲକ୍ଷ୍ମୀମଣିଙ୍କ ପରିବାର ଲୋକେ ପହଞ୍ଚତ୍ ସତ୍କାର କରିଥିଲେ। ଉଦଳା ତହସିଲଦାର କହିଛନ୍ତି ଯେ, ଘଟଣାର ସମାଧାନ କରାଯାଇ ଶବ ସତ୍କାର କରାଯାଇଛି।
All Right Reserved By

ବାଲେଶ୍ୱର

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ


ଭଦ୍ରକ ଅଫିସ୍‌,୧୯ା୧୦- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାବରଙ୍ଗ ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। 

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ବାହାନଗା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ଓ ପଣ୍ଡାଶୁଣି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ କେର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ଭସାଣି ପରେ ତୀରବିନ୍ଧା

ଭସାଣି ପରେ ତୀରବିନ୍ଧା

ଆରଡି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଗଁାରେ ଶୁକ୍ରବାର ଅପରାହ୍ନରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୧୯।୧୦(ଡି.ଏନ.ଏ.)-ରାଜରାଜୁଡ଼ା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଓ ରାଜ୍ୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତିର ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀରେ ଛଡ଼ିବାଡ଼ି ଖେଳର ନିଆରା ପର୍ବ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲା ଆନନ୍ଦପୁର ରାଜପୁତ ସାହିର ବୟୋଜ୍ୟଷ୍ଠଠାରୁ ଆରମ୍ଭ କରି ଯୁବକ ଓ ଛୋଟଛୁଆ ନିଜ ନିଜ ଘରେ ପୂଜା ପାଇ ଆସୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ଖଣ୍ଡା, ବାନାପାଟା, ମୁଦଗର, ବର୍ଚ୍ଛା, କଟାରୀ, ଛୁରି ଆଦିକୁ ସାହିର ମଧ୍ୟସ୍ଥଳରେ ରଖି ଯଥାରୀତି ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ହୋମଯଜ୍ଞ କାର୍ଯ୍ୟ କରାଯାଇଛି। 

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

ବାହାନଗା,୧୯।୧୦(ଡି.ଏନ.ଏ.)-ମା’ ଦୁର୍ଗାଙ୍କ ଦଶମୀ ପୂଜା ଅବସରରେ ଶୁକ୍ରବାର ବିଭିନ୍ନ ମଣ୍ଡପରେ ଧୁମ୍‌ଧାମ୍‌ରେ ପୂଜା ଅନୁଷ୍ଠିତ ହୋଇଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକର ୧୫ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। 

ଦୁର୍ଘଟଣାରେ ଯୁବକ ଗୁରୁତର

ଦୁର୍ଘଟଣାରେ ଯୁବକ ଗୁରୁତର

ବାରିପଦା ଅଫିସ,୧୯।୧୦-ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ କଇଁଫୁଲିଆ ଛକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି। 

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

କେନ୍ଦୁଝର,୧୯।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ଥାନା ଅଧୀନ ପୃଥକ୍‌ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। 

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ରାଇରଙ୍ଗପୁର,୧୯।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ାଞ୍ଚଳ-ବାଙ୍କିରାସ୍ତାର ରାଖାସାହି ଛକଠାରେ ଜଣେ କାର୍‌ ଚାଳକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଖାସାହିର ମଦନ ମୋହନ ମାରାଣ୍ଡି, ଲକ୍ଷ୍ଣଣ ସୋରେନ, ପୀରୁ ମୁର୍ମୁ ଓ ଦେବ ମାରାଣ୍ଡି। 

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ତିହିଡ଼ି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସାହାପୁର ପଞ୍ଚାୟତ ନୂଆଗଁ। ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନରେ ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ପ୍ରାଣ ହରାଇଛନ୍ତି।

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗର,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଶ୍ୟାମପୁରସ୍ଥିତ ମନ୍ତ୍ରବାସୁଳୀ ପୀଠରୁ ବିଜୟା ଦଶମୀ ଅବସରରେ କାଳିସୀ ଶୋଭାଯାତ୍ରା କରାଯାଇଛି। 

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ପାଟଣା,୧୯। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ପାଟଣା ରାସ୍ତାର ଭାଲୁଘର ନିକଟରେ ଶୁକ୍ରବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ  ବୃଦ୍ଧ ଗୁରୁତର ହୋଇଛନ୍ତି।