Dharitri News
ବାଲେଶ୍ୱର

ଜ୍ୟୋତିଲିଙ୍ଗେଶ୍ୱର ଶୈବପିଠ: କୂଅରୁ ବାହାରୁଛି ଗରମ ପାଣି

ଜ୍ୟୋତିଲିଙ୍ଗେଶ୍ୱର ଶୈବପିଠ: କୂଅରୁ ବାହାରୁଛି ଗରମ ପାଣି ଉଦଳା,୩।୧ (ଡି.ଏନ.ଏ.)-ଉଦଳା ଏନଏସି ଅଧୀନ ୧୨ ନମ୍ବର ଓାର୍ଡର ଜ୍ୟୋତିଲିଙ୍ଗେଶ୍ୱର ମନ୍ଦିର ପରିସରରେ ଥିବା କୂଅ ରୁ ଗରମ ପାଣି ବାହାରୁଥିବା ଘଟଣା ବୁଧବାର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ପ୍ରଘଟ ହେବା ମାତ୍ରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାବୁ ମିଳିଥିଲା। ଘଟଣା ସ୍ଥଳରେ ଉପଜିଲାପାଳ ପ୍ରଭାତ କୁମାର ମହାପାତ୍ର , ସହକାରୀ ଜିଲାପାଳ ଗୈାରହରି ମହାନ୍ତ, ଉପଖଣ୍ଡ ସୂଚନା ଓ ଲୋକ ସଚମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ମନ୍ଦିର ପରିସରରେ ପହଞ୍ଚତ୍ କୂଅପାଣିକୁ ପ୍ରତ୍ୟକ୍ଷ ଭାବେ ପରିକ୍ଷା କରିଥିଲେ। ପାଣି କଢା ଯାଉଥିବା ଆଲୁମିନିୟମ ବାଲଟି ତାତିଯାଉଥିବା ଅନୁଭବ ହେଉଛି ବୋଲି ଉପଜିଲାପାଳ କହଛନ୍ତି। ତେବେ ମନ୍ଦିର କମିଟି ସଦସ୍ୟ ଜୟ ଗୋପାଳ ରାୟ , ପ୍ରହ୍ଲାଦ ଦାସ, ସୁଧାକର ସେଠୀଙ୍କୁ ପଚାରିବାରୁ ପ୍ରାୟ ୨୦ ବର୍ଷ ପୂର୍ବେ କୂଅ ଖୋଳା ଯାଇଥିବା ବେଳେ ଏପରି ଗରମ ପାଣି ବାହାରିବା କେବେ ଅନୁଭୁତ ହୋଇ ନ ଥିଲା। ତେବେ ଜିଲା ପର୍ଯ୍ୟଟନ ଅଧିକାରୀ ମନରଞ୍ଜନ ମହାପାତ୍ର ତାଙ୍କର ପ୍ରତିକ୍ରିୟାରେ ଏହା ଜିଲାର ପ୍ରଥମ ଘଟଣା ବୋଲି କହିଥିଲେ। ଉଦଳା ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ କୁମାର ସିଂ ପାଣି ସଂଗ୍ରହ କରି ପରିକ୍ଷା କରିବା ପାଇଁ ଲାବରୋଟୋରିକୁ ପଠାଯିବ ବୋଲି କହିଛନ୍ତି। ତେବେ ଏହା ଦେଖିବା ପାଇଁ ଦିନ ତମାମ ମନ୍ଦିର ପରସରରେ ସ୍ଥାନୀୟ ଲୋକଙ୍କର ଭିଡ ଲାଗିରହିଥିଲା।

ବାଲେଶ୍ୱର

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଖଇରା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ଅନେକ ଶ୍ମଶାନ କିସମ ଜମି ରହିଛି ା ଶହ ଶହ ବର୍ଷ ଧରି ଏହି ଜାଗାରେ ଗ୍ରାମବାସୀ ଶବଦାହ କାର୍ଯ୍ୟ କରି ଆସୁଥିଲେ ।

୪ ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ

ବସ୍ତା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦର ମହକୁମାର ହସ୍‌ପିଟାଲ ରୋଡରେ ଥିବା ପାଇପ୍‌ ଜଳ ପ୍ରକଳ୍ପରୁ ଆଜକୁ ୪ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି।

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱର ଅଫିସ,୨୩।୧- କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ଘଟଣା ନେଇ ବାଲେଶ୍ୱରରେ ଭାଜପା ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୃଥକ୍‌ ପୃଥ୍‌କ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ତେଲକୋଇ, ୨୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରୁ ମାତ୍ର ୩ କି.ମି. ଦୂର ଗଲେ ପଡ଼େ ଓରିଆ ପଞ୍ଚାୟତର ଯାମୁଦଲକ ସାହି। ଉକ୍ତ ସାହିରେ ୩ ଜୁଆଙ୍ଗ ପରିବାର ରହିଛନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ବି ସମ୍ପୃକ୍ତ ଜୁଆଙ୍ଗ ଜନଜାତିର ଲୋକେ ଦୁର୍ଦ୍ଦିନରେ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି।

ଧାମନଗରରେ ଉର୍ସ ଆରମ୍ଭ

ଧାମନଗରରେ ଉର୍ସ ଆରମ୍ଭ

ଧାମନଗର,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ଶରିଫର ମୁଜାଦିଦ୍‌ ମିଲତ୍‌ ମୌଲାନା ହବିବୁର ରହେମାନଙ୍କ ୩୮ତମ ଉର୍ସ ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ଅଗ୍ନି ବିପନ୍ନଙ୍କୁ ସହାୟତା

ଭଦ୍ରକ ଅଫିସ,୨୩।୧- ଧୂଷୁରୀ ଥାନା ଅନ୍ତର୍ଗତ ଖଡ଼ିମାହାରା ଭାରତୀସାହି ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୮ ପରିବାରଙ୍କ ଅକଥନୀୟ କ୍ଷୟକ୍ଷତି ଘଟିଛି।

୨୨କୁଇଣ୍ଟାଲ ଚୋରା କୋଇଲା ସହ ପିକ୍‌ଅପ୍‌ ଜବତ

ବାସୁଦେବପୁର,୨୩।୧(ଡି.ଏନ.ଏ.)-ବାସୁଦେବପୁରର ବାଲିମେଦ ପଞ୍ଚାୟତ ଚାରିବାଟିଆ ଘାଟ ନିକଟରୁ ନାୟକାଣିଡିହୀ ପୋଲିସ ୨୨ କୁଇଣ୍ଟାଲ ଚୋରା କୋଇଲା ସହ ଏକ ପିକ୍‌ଅପ୍‌କୁ ଜବତ କରିଛି।

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ବାରିପଦା ଅଫିସ,୨୩।୧-ମୟୂରଭଞ୍ଜ ୟୁନାଇଟେଡ ସ୍ପୋଟର୍ସ କଲଚର ଓ ଆର୍ଟ ଆସୋସିଏଶନ(ମୁସ୍କାନ) ଓ ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗିତା ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି।

ପାଳବଣି ଗୁଳିକାଣ୍ଡ ଘଟଣା: ଆଜି ବାରିପଦା ବନ୍ଦ

ବାରିପଦା ଅଫିସ,୨୩।୧- ବାରିପଦା ସହର ପାଳବଣି ଗୋଲେଇ ନିକଟରେ ଗୁରୁବାର ରାତିରେ ବାରିପଦା ନହରପଦା ଅଞ୍ଚଳର ପାର୍ଥସାରଥୀ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଅପରାଧିଙ୍କ ସମ୍ପର୍କରେ ଟେର ପାଇପାରି ନାହିଁ।

 ୭୦ ଫୁଟ କାନଭାସରେ ଚିତ୍ରକଳା

୭୦ ଫୁଟ କାନଭାସରେ ଚିତ୍ରକଳା

ବାରିପଦା ଅଫିସ,୨୩।୧- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ମଙ୍ଗଳବାର ବାରିପଦାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ୍‌ ତରଫରୁ ଏକ ୭୦ ଫୁଟର କାନଭାସରେ ଆତଙ୍କବାଦର ମୁକାବିଲା ଶୀର୍ଷକ ଏକ ମିଳିତ ଚିତ୍ରକଳା ଅଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଆସ୍‌କଟଇଗଲ ବିଜୟୀ

ଆସ୍‌କଟଇଗଲ ବିଜୟୀ

ଝୁମ୍ପୁରା, ୨୩।୧(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଖୁଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ୬ଦିନ ଧରି ଚାଲିଥିବା ନକଆଉଟ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ବଜାର ସାହିର ଦାମୋଦର ବେହେରାଙ୍କ ପରିବାରରେ ଲଗାତର ଅଘଟଣ ଘଟି ଚାଲିଛି। ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଗାଈ, ୨ ବଳଦଙ୍କ ସମେତ ୫ଟି ବାଛୁରୀ ମୋଟ ୧୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।