ବାଲେଶ୍ୱର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

 ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

ଉଦଳା , ୩।୧(ଡି.ଏନ.ଏ.)- ଉଦଳା ସହରାଞ୍ଚଳରେ ବୁଧବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ଉଦଳା ଥାନା ଅଧୀନ ଏନ୍‌ଏସିର ୪ ନମ୍ବର ଓ୍ବାର୍ଡ ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ବେହେରା (୬୫) । ତାଙ୍କ ମୃତଦେହକୁ ଅଭିଯୁକ୍ତମାନେ ସହର ତଳି ଅଞ୍ଚଳରେ ଥିବା କାଳ କେନାଲ ଜଙ୍ଗଲ ନିକଟରେ ପକାଇ ଦେଇଥିଲେ। ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ହେଲେ ହତ୍ୟାକାଣ୍ଡର କିଛି ସୁରାକ ମିଳିପାରି ନାହିଁ।
ମିଳିଥିବା ତଥ୍ୟ ଅନୁଯାୟୀ, ବୁଧବାର ପୂର୍ବାହ୍ନ ପ୍ରାୟ ୭ଟାରେ ସତ୍ୟବାଦୀ ଘରୁ ସାଇକେଲ ଧରି ବାହାରକୁ ଆସିଥିବାବେଳେ ଆଉ ଘରକୁ ଫେରି ନ ଥିଲେ । ବହୁ ବିଳମ୍ବରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ କେନାଲ ପାଖ ଜଙ୍ଗଲରେ ପଡିଥିବା ଖବର ପ୍ରଚାର ହେବା ପରେ ପରିବାର ସଦସ୍ୟ ସେଠାରେ ପହଞ୍ଚତ୍ଥିଲେ। କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ ସହିତ ଉଦଳା ଥାନା ଆଇଆଇସି ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଛି ସୁରାକ ମିଳିପାରି ନାହିଁ ା ଏ ନେଇ ସ୍ଥାନୀୟ ଥାନାରେ ଏକ ମାମଲା (ନଂ. ୧/୧୮) ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ , ସତ୍ୟବାଦୀ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ପୁଅ ସ୍ଥାନୀୟ ସହରର ବାସନ୍ତି ମାର୍କେଟ କମ୍ପ୍ଲେକ୍ସରେ ଏକ ମେଡିସିନ ଷ୍ଟୋର ଖୋଲିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କିଛି ପୂର୍ବ ଶତ୍ରୁତା ରହିଥିବା ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି।

All Right Reserved By

ବାଲେଶ୍ୱର

ବଜ୍ରପାତରେ ଜଳିଗଲା ଚିଙ୍ଗୁଡ଼ି ପ୍ଲାଣ୍ଟ ଘର

ବାସୁଦେବପୁର,୨୧।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର-ବାଲିଛଦାଘାଟ ରାସ୍ତାର ଗମେଇ ନଦୀ ନିକଟରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟର ୧ ବଖରା ଚାଳଘର ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଳି ଯାଇଛି।

ସୁନ୍ଦରପୁର ଗ୍ରାମବାସୀଙ୍କୁ ସଚେତନ କରାଇଲେ ସିଡିପିଓ

ଆରଡ଼ି,୨୧।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଗଁ।ରେ ଜଣେ ଯୁବକଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିବା ପରେ ଚାନ୍ଦବାଲି ୧ ସିଡିପିଓ ରେଣୁକା ସ୍ବାଇଁ ଗୁରୁବାର ଉକ୍ତ ଗଁ।କୁ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି। ସେ ଡେଙ୍ଗୁ ଆକ୍ରାନ୍ତ ଯୁବକଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ଅବଗତ କରାଇଥିଲେ।

କାଳବୈଶାଖୀ ଝଡ଼: ବ୍ୟାପକ କ୍ଷତି

ଜଳେଶ୍ୱର, ୨୧।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ଝଡ ବର୍ଷା ସହ ବଜ୍ରପାତ ହୋଇ କ୍ଷୟକ୍ଷତି ଘଟିଛି। ବଜ୍ରପାତ ଯୋଗୁ ବହୁ ପକ୍କାଘର ଫାଟିଯାଇଥିବା ବେଳେ ରାଇବଣିଆ ହାଟପାଖରେ ଥିବା ବିଶାଳ ବଟ ବୃକ୍ଷ ଉପୁଡି ପଡ଼ିଛି।

ବଜ୍ରପାତରେ ୩ ବଖରା ପୋଡିଗଲା

ନୀଳଗିରି, ୨୧।୬(ଡି.ଏନ.ଏ.)-ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତ ଜଙ୍ଗଲସାହି ଆଦିବାସୀ ବସ୍ତିରେ ଗୁରୁବାର ବଜ୍ରପାତ ହୋଇ ଉପେନ୍ଦ୍ର ସିଂଙ୍କ ୩ ବଖରା ପୋଡିଯାଇଛି।

୨୧କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟଚାଲାଣ

ରୂପ୍‌ସା, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ଟିମ୍‌ ପକ୍ଷରୁ ଗୁରୁବାର ଏକ ବଡ଼ଧରଣର ଚଢ଼ାଉ କରାଯାଇଛି।

ଗାତରେ ପଡ଼ି ଶିଶୁକନ୍ୟା ମୃତ

ସଜନାଗଡ଼, ୨୧।୬(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ ତେଲିପାଳ ପଞ୍ଚାୟତ ଭୂଳାନାଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି।

ରୂପ୍‌ସାରେ ଯାନବାହନ ଯାଞ୍ଚ

ରୂପସା, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ପୋଲିସ ପକ୍ଷରୁ ଗୁରୁବାର ଯାନବାହନ ଯାଞ୍ଚ କରାଯାଇଛି। ରୂପ୍‌ସା-ଗଡ଼ପଦା ରାସ୍ତାର ବାଖରାବାଦ ଛକଠାରେ ବାଇକ୍‌ଗୁଡ଼ିକର କାଗଜପତ୍ର ଇନ୍‌ସୁରାନ୍ସ, ହେଲମେଟ, ଡ୍ରାଇଭିଂ ଲାଇସେନ୍ସ ଆଦି ତନଖି କରାଯାଇଥିଲା।

ବଜ୍ରପାତରେ ୩ ବଖରା ପୋଡିଗଲା

ନୀଳଗିରି, ୨୧ା୬(ଡି.ଏନ.ଏ.)-ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତ ଜଙ୍ଗଲସାହି ଆଦିବାସୀ ବସ୍ତିରେ ଗୁରୁବାର ବଜ୍ରପାତ ହୋଇ ଉପେନ୍ଦ୍ର ସିଂଙ୍କ ୩ ବଖରା ପୋଡିଯାଇଛି। ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବ୍ୟାଙ୍କରେ ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ର଼୍ୟାମ୍ପସ ସୁବିଧା

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.): କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାର ପ୍ରବେଶ ଦ୍ୱାରରେ ଦିବ୍ୟାଙ୍ଗ ଲୋକଙ୍କ ସୁବିଧାରେ ଯାତାୟାତ ପାଇଁ ର଼୍ୟାମ୍ପସ ବ୍ୟବସ୍ଥା ନାହିଁ। ଫଳରେ ଭିନ୍ନକ୍ଷମ ତଥା ବୃଦ୍ଧାବୃଦ୍ଧ ଯାତାୟାତରେ ଅସୁବିଧା ଭୋଗୁଛନ୍ତି।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଚମ୍ପୁଆ,୨୧ା୬(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଝାଡଖଣ୍ଡି ହାତୀପଲ ଆତଙ୍କ ଖେଳାଉଛନ୍ତି। ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଫଳରେ ଚମ୍ପୁଆ ଅଢଙ୍ଗାପାଳ ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜଗନ୍ନାଥ ଓରାମ। ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। କୌଶଳ କ୍ରମେ ହାତୀ ପାଖରୁ ନିଜକୁ ବଞ୍ଚାଇବାରେ ସେ ସକ୍ଷମ ହୋଇଛନ୍ତି।

ବିଶ୍ୱ ଯୋଗ ଦିବସ ପାଳିତ

ବିଶ୍ୱ ଯୋଗ ଦିବସ ପାଳିତ

କପ୍ତିପଦା,୨୧ା୬(ଡି଼.ଏନ.ଏ.)- କପ୍ତିପଦା ବ୍ଲକ୍‌ ନୁଦୁଡିହା ମେଘାସନ ମହାବିଦ୍ୟାଳୟ ପରିସରରେ ଗୁରୁବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। +୩ ଏନ୍‌ଏସ୍‌ଏସ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ଫକୀର ଚରଣ ବେହେରା ଉଦ୍‌ଘାଟନ କରି ‘ଯୋଗ ଫର ପିସ୍‌’ ସମ୍ପର୍କରେ ଆଲୋକପାତ କରିଥିଲେ ା ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ଡା. ରମେଶ ଚନ୍ଦ୍ର ନାୟକ ଯୋଗ କିପରି ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ ା

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆର ପ୍ରତିକାର ଉପରେ ଗୁରୁତ୍ୱ

ବିଶୋଇ,୨୧।୬()- ବିଶୋଇ ବ୍ଲକ ଅନ୍ତର୍ଗତ ବିଶୋଇ ପ୍ରାଥମିକ ଚିକିତ୍ସାକେନ୍ଦ୍ର ପରିସର ସଭାଗୃହରେ ବ୍ଲକସ୍ତରୀୟ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ମାସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Model This Week

ପ୍ରଭାତ