ସମ୍ବଲପୁର

ଡାକ୍ତରଙ୍କ ପାଇଁ ଘରକୁ ଫେରିଲେ ଅପରିଚିତ ବୃଦ୍ଧା

ଡାକ୍ତରଙ୍କ ପାଇଁ ଘରକୁ ଫେରିଲେ ଅପରିଚିତ ବୃଦ୍ଧା



ସମ୍ବଲପୁର,୩ା୧(ବ୍ୟୁରୋ)-ବରଗଡ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଉଦ୍ୟମରେ ଜଣେ ବୃଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦର୍ଘ ଦିନ ପରେ ତାଙ୍କୁ ବୁର୍ଲା ମେଡିକାଲରୁ ଛୁଟି ମିଳିଛି। ଏକମାତ୍ର ପୁଅ ପ୍ରଥମେ ରଖିବାକୁ ନାରାଜ ହୋଇଥିଲେ ବି ବୁଝାସୁଝା ପରେ ମା’କୁ ପାଖରେ ରଖିବାକୁ ରାଜି ହୋଇଛନ୍ତି। ଡାକ୍ତର ରାମଚନ୍ଦାନୀ ଏଥିପାଇଁ ବୃଦ୍ଧାଙ୍କ ପୁଅକୁ କିଛି ଟଙ୍କା ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବି ଦେଇଛନ୍ତି। ତେବେ ଘରକୁ ଫେରିଥିବା ଏହି ବୃଦ୍ଧା ଜଣକ ହେଲେ ବରଗଡ ଜିଲା ଘେଁସ ଥାନା ଅଧୀନ ଝରେଇ ଗାଁର ଶ୍ରୀମତୀ ଘସିଏନ।
ନଭେମ୍ବର ୪ ତାରିଖର ଘଟଣା। ସୋହେଲା ମେଡିକାଲକୁ କାର ଧରି ପ୍ରବେଶ କରୁଥାନ୍ତି ଡାକ୍ତର ରାମଚନ୍ଦାନୀ। ଏହି ସମୟରେ ମେଡକାଲ ପାଚେରି ବାହାରେ ଜଣେ ବୃଦ୍ଧା ଅତି ଦୟନୀୟ ହୋଇ ପଡି ରହିଥିବା ତାଙ୍କ ନଜରକୁ ଆସିଥିଲା। ତୁରନ୍ତ ସେ ଗାଡି ରଖି ବୃଦ୍ଧାଙ୍କ ପାଖରେ ପହଞ୍ଚତ୍ ଥିଲେ। ହେଲେ ଯାହା ଦେଖିଲେ ପରିସ୍ଥିତି ଖୁବ୍‌ ଜଟିତଳ ଥିଲା। କାରଣ ବୃଦ୍ଧାଙ୍କ ଡାହାଣ ଗୋଡ ଘା ଘଉଡ ହୋଇ ପୋକ ମାଝି ହୋଇ ଯାଇଥାଏ। ତୁରନ୍ତ ସେ ତାଙ୍କୁ ମେଡିକାଲ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା କରିଥିଲେ। ହେଲେ ଅଧିକ ଆଉ ଉନ୍ନତ ଚିକିତ୍ସା କରିବା ସୋହେଲା ମେଡିକାଲରେ ସମ୍ଭବ ନ ଥିଲା। ଏଣୁ ଦିନେ ଦୁଇ ଦିନ ପରେ ସେ ନିଜ କାରରେ ବୃଦ୍ଧା ଜଣକୁ ବୁର୍ଲା ମେଡିକାଲ ନେଇ ଆସିଲେ। ବୁର୍ଲାରେ ପ୍ରଥମେ ତାଙ୍କୁ ଅସ୍ତିଶଲ୍ୟ ବିଭାଗରେ ଭର୍ତ୍ତି କଲେ। ପୁଣି ବୃଦ୍ଧା ଜଣକ ମାନସିକ ରୋଗୀ ଥିବାରୁ ସେଥିପାଇଁ ବି ଚିକିତ୍ସା କରିବାକୁ ପଡିଲା। ନିଜେ ରାମଚନ୍ଦାନୀ ସବୁଦିନ ସୋହେଲାରୁ ଡ୍ୟୁଟି ସାରି ବୁର୍ଲାସ୍ଥିତ ଘରକୁ ଫେରିବା ପରେ ଭିମ୍‌ସାର ଯାଇ ବୃଦ୍ଧାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଥିଲେ। କ୍ରମେ ବୃଦ୍ଧା ଜଣକ ଶାରୀରିକ ଓ ମାନସିକ ସୁସ୍ଥ ହେଲେ। ତାଙ୍କର ଡାହାଣ ପାଦରୁ ୪ଟି ଆଙ୍ଗୁଠି ମଧ୍ୟ କାଟିବାକୁ ପଡିଲା। ଉଦ୍ଧାର ବେଳେ ପରିଚୟ ନ ଥିବା ଏହି ମହିଳାଙ୍କୁ କୌଣସି ଏକ ବୃଦ୍ଧାଶ୍ରମରେ ଥଇଥାନ କରାଇବାକୁ ଡାକ୍ତର ଭାବିଥିଲେ। ହେଲେ ଭିତରେ ଭିତରେ ପରିଚୟ ଖୋଜିବାବେଳେ ଜଣେ ଆମ୍ବୁଲାନ୍ସ ଚାଳକ ବୃଦ୍ଧାଙ୍କ ପରିଚୟ ଦେଇଥିଲେ। ବୁଧବାର ବୃଦ୍ଧାଙ୍କୁ ନିଜ କାରରେ ଧରି ରାମଚନ୍ଦାନୀ ସୋହେଲା ମେଡକାଲରେ ପହଞ୍ଚତ୍ ଥିଲେ। ସେଠାରୁ ଡ୍ୟୁଟି ସାରି ଅକ୍ଷୟ ଖର୍ସେଲ ନାମକ ଜଣେ କର୍ମଚାରୀଙ୍କୁ ନେଇ ବରଗଡ ଘେଁସ ଥାନା ଅଧୀନ ଉପାନ୍ତ ଗାଁ ଝରେଇରେ ପହଞ୍ଚତ୍ ଥିଲେ। ବୃଦ୍ଧାଙ୍କ ପୁଅ ଅମୂଲ୍ୟ କିନ୍ତୁ ମା’କୁ ରଖିବାକୁ ପ୍ରଥମେ ଚାହିଁ ନ ଥିଲେ। ହେଲେ ବହୁ ବୁଝାଇଥିଲେ ଡାକ୍ତର ଆଉ କିଛି ଟଙ୍କା ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଇଥିଲେ। ଭବିଷ୍ୟତରେ ବୃଦ୍ଧାଙ୍କ ଖବର ରଖିବେ ବୋଲି ପ୍ରତିଶ୍ରୁତି ଦେବାରୁ ପୁଅ ଅମୂଲ୍ୟ ମା’କୁ ରଖିବାକୁ ରାଜି ହୋଇଥିଲେ। ଏହାପରେ ଡାକ୍ତର ରାମଚନ୍ଦାନୀ ଓ କର୍ମଚାରୀ ଅକ୍ଷୟ ବଦ୍ଧାଙ୍କୁ ଗାଁରେ ଛାଡି ବୁର୍ଲା ଫେରିଥିଲେ।

All Right Reserved By

Model This Week

Model This Week

ସମ୍ବଲପୁର

ସଚିବଙ୍କ କଣ୍ଟାମାଳ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

ସଚିବଙ୍କ କଣ୍ଟାମାଳ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

ଘଣ୍ଟାପଡ଼ା,୨୪।୪(ଡି.ଏନ.ଏ.): କଲଚୁରାଲ ସେକ୍ରେଟାରୀ ମନୋରଞ୍ଜନ ପାଣିଗ୍ରାହୀ ମଙ୍ଗଳବାର କଣ୍ଟାମାଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ବିକାଶର ଚିତ୍ର ପରଖିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ ସହ ହିତାଧିକାରୀଙ୍କୁ ସଚେତନା

ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ ସହ ହିତାଧିକାରୀଙ୍କୁ ସଚେତନା

ମୁରିବାହାଲ, ୨୪।୪ (ଡି.ଏନ.ଏ.): ମୁରିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପୂର୍ବରୁ ଚୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାସଗୃହ ଗତ ସୋମବାର ବଣ୍ଟନ କରାଯିବା ସହ ଏକ ସଚେତନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ବ୍ରଜରାଜନଗର ହତ୍ୟାକାଣ୍ଡ ଘଟଣା: ୩ ଜଣଙ୍କୁ ଆଜୀବନ ଜେଲ

ଝାରସୁଗୁଡା ଅଫିସ,୨୪। ୪: ଝାରସୁଗୁଡା ଜିଲା ବ୍ରଜରାଜନଗରରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ମଙ୍ଗଳବାର ପ୍ରକାଶ ପାଇଛି।

ପପଙ୍ଗା ସରସ୍ବତୀ ଶିଶୁମନ୍ଦିରର ଦଶମ ବାର୍ଷିକୋତ୍ସବ

ପପଙ୍ଗା ସରସ୍ବତୀ ଶିଶୁମନ୍ଦିରର ଦଶମ ବାର୍ଷିକୋତ୍ସବ

ଭେଡ଼େନ,୨୪।୪(ଡ଼ି.ଏନ.ଏ.) : ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ବାର୍ଷିକୋତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

ମନ ଜିଣିଲା ‘କୁକୁରର୍‌ ନାଁ ହେରେସ୍‌ମେଣ୍ଟ’ ନାଟକ

ମନ ଜିଣିଲା ‘କୁକୁରର୍‌ ନାଁ ହେରେସ୍‌ମେଣ୍ଟ’ ନାଟକ

ସୋହେଲା,୨୪।୪(ଡି.ଏନ.ଏ.): ସମ୍ବଲପୁର ଜିଲା ହୀରାକୁଦଠାରେ ହିଣ୍ଡାଲକୋ କ୍ଲବ ତରଫରୁ ୪୧ତମ ହିଣ୍ଡାଲକୋ ନାଟ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ରଣରଣା ଗଁ।ରେ ବିକାଶ ଅପହଞ୍ଚ, ପୋଖରୀ ପାଣି ସାହା ଭରସା

ରଣରଣା ଗଁ।ରେ ବିକାଶ ଅପହଞ୍ଚ, ପୋଖରୀ ପାଣି ସାହା ଭରସା

ଲାଞ୍ଜିଗଡ଼,୨୪।୪(ଡି.ଏନ୍‌.ଏ.): ଜଙ୍ଗଲ ଭିତରେ ଗଁ। ଟିଏ । ଏଠାରେ ଲୋକେ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟ ଦେଇ ଜୀବନ ଅତିବାହିତ କରୁଛନ୍ତି । ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଉନ୍ନୟନମୂଳକ ତଥା ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ଓ କର୍ମଚାରୀଙ୍କ ଅବହେଳାରୁ ଯୋଜନା କେବଳ କାଗଜ କଲମରେ ସିମିତ ଥିବା ଅଭିଯୋଗ ହେଉଛି।

ଶିଶୁ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସଚେତନତା ଶିବିର

ବୀରମହାରାଜପୁର, ୨୪।୪ (ଡି.ଏନ.ଏ.): ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

୨୯ରୁ ରାଜ୍ୟସ୍ତରୀୟ ମହିଳା ସୁଇମିଂ ଚାମ୍ପିୟନସିପ୍‌

ସମ୍ବଲପୁର, ୨୪ ।୪ (ବ୍ୟୁ.ରୋ.): ଲାୟନ୍ସ କ୍ଲବ ଅଫ୍‌ ସମ୍ବଲପୁର ସିଲ୍କ ପକ୍ଷରୁ ଆସନ୍ତା ୨୯ରୁ ପ୍ରଥମ ରାଜ୍ୟସ୍ତରୀୟ ଓପନ୍‌ ମହିଳା ସୁଇମିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ସମ୍ବଲପୁର,୨୪।୪ (ବ୍ୟୁ.ରୋ.): ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୮ତମ ବାର୍ଷିକଉତ୍ସବ ମଙ୍ଗଳବାର ଭତରା ମଠପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ଦେଓଗାଁ,୨୪।୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗଁ। ତହସିଲ ଅନ୍ତର୍ଗତ ମହଲାଇ ଆରଆଇ ଅଫିସର ରାଜସ୍ବ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲାଞ୍ଚ ନେବାବେଳେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁବଳାତ୍କାର ଅଭିଯୋଗ

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁବଳାତ୍କାର ଅଭିଯୋଗ

ସମ୍ବଲପୁର,୨୪।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ବୁର୍ଲା ଥାନା ଅଧିନରେ ମଙ୍ଗଳବାର ଏକ ୫ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ପାଟଣାଗଡ, ୨୪।୪ (ଡି.ଏନ.ଏ.): ସମଗ୍ର ପଶ୍ଚିମ ଓଡିଶାରେ ଅଗ୍ନି ବର୍ଷା ହେଉଥିବାବେଳେ ବଲାଙ୍ଗୀର ଜିଲାରେ ତାର ପ୍ରକୋପ ଅଧିକ ରହିଛି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବଲାଙ୍ଗୀର ଜିଲାର ନଁ। ସଭା ଆଗରେ। ତାପମାତ୍ରା ୪୩ ରୁ ଅଧିକ ହେଲାଣି।