ବାଲେଶ୍ୱର

ରାସ୍ତା ନିର୍ମାଣରେ ଅନିୟମତା ଅଭିଯୋଗ: ବେତନଟୀ-ମାଣତ୍ରୀ ରାସ୍ତା ଅବରୋଧ

ରାସ୍ତା ନିର୍ମାଣରେ ଅନିୟମତା ଅଭିଯୋଗ: ବେତନଟୀ-ମାଣତ୍ରୀ ରାସ୍ତା ଅବରୋଧ
ବେତନଟୀ,୩।୧ (ଡ଼ି.ଏନ.ଏ)-ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବେତନଟୀରୁ ମାଣତ୍ରୀ ୧୨ କି.ମି. ରାସ୍ତା ନିର୍ମାଣ କାମ ଚାଲିଛି। ଏହି ରାସ୍ତା କାମରେ ଅନିୟମିତତା ହେଉଥିବା ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଉଚ୍ଚ ଅଧିକାରୀଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଆସୁଥିଲେ। ପ୍ରଶାସନ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ବେତନଟୀ କୋଟ ଛକ ନିକଟରେ ସ୍ଥାନୀୟ ଲୋକେ ବୁଧବାର ବେତନଟୀ-ମାଣତ୍ରୀ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ବେତନଟୀ ପୋଲିସ ଅଧିକାରୀ ଓ ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଜୀବନ ପାଲ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ରାସ୍ତା ନିର୍ମାଣ କାମ ଆସନ୍ତା ମାର୍ଚ୍ଚ ୨ ତାରିଖରେ ଶେଷ ହେବାର ନିର୍ଦ୍ଦେଶ ଥିଲେ ମଧ୍ୟ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ରାସ୍ତା ଅଧିକ ଖୋଳାଯାଉଥିବା ବେଳେ ସେହି ରାସ୍ତା କାମ ଶେଷ କରିବା ପାଇଁ ତପତ୍ରତା ଦେଖିବାକୁ ମିଳୁନି। ରାସ୍ତାରେ ପାଣି ପକାଯାଉ ନ ଥିବାରୁ ଧୁଳି ଉଡ଼ିବାରୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ସହକାରୀ ଯନ୍ତ୍ରୀ ଜୀବନ ପାଲ ଘଟଣାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।
All Right Reserved By

ବାଲେଶ୍ୱର

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ୍‌, ୨୨।୧(ଡି.ଏନ.ଏ):  ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଝାଡେଶ୍ୱର ମୁସଲିମ୍‌ ବସ୍ତିରେ ଚଢାଉ କରାଯାଇ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ। 

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। 

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

ବନ୍ତ, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦାଠାରେ ରେଲୱେ ଓଭରବ୍ରିଜ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ଯାନବାହନଗୁଡ଼ିକ ରେଲୱେ କ୍ରସିଂ ପାରି ହେଉଛନ୍ତି। ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦାଠାରେ ରେଲୱେ ଲେଭଲକ୍ରସିଂ ଥିବାବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ।

ବିଦ୍ୟୁତ୍‌ ସେବା ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ସେବା ଦାବିରେ ରାସ୍ତାରୋକୋ

ବାରିପଦା ଅଫିସ,୨୨।୧-  ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜାସାହି  ଗ୍ରାମବାସୀଙ୍କ ନିମନ୍ତେ ବିଜୁଳି ସ୍ବପ୍ନ ପାଲଟିଛି। ବହୁବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ    ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ରାସ୍ତାରୋକୋ କରିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ବାରିପଦା -ଅମର୍ଦ୍ଦା ରାଜ୍ୟ ରାଜପଥକୁ  ସକାଳୁ  ଟାୟାର ଜାଳି ଅବରୋଧ  କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ  ବିରୋଧରେ ମାନହାନି ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା

ବାରିପଦା ଅଫିସ,୨୨।୧-  ଗତ  ୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମ୍‌ପିଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ଏମ୍‌ପି ରାମଚନ୍ଦ୍ର ହାସଁଦା  ପୂର୍ବରୁ ବାରିପଦା ଟାଉନ ଥାନାରେ  ଅଭିଯୋଗ କରିଥିଲେ। 

୫ ଦିନରେ ୨ ଥର ଆସିବେ ମୁଖ୍ୟମନ୍ତ୍ରୀ : ୩୦ ରେ ବାରିପଦା, ୩ରେ ରାଇରଙ୍ଗପୁର ଗସ୍ତ

ବାରିପଦା ଅଫିସ,୨୨।୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ଓ ଫେବୃୟାରୀ ୩ ତାରିଖରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ।   ଏନେଇ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। 

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

ଜଳେଶ୍ୱର, ୨୨ା୧(ଡି.ଏନ.ଏ.)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୋମବାର ଜଳେଶ୍ୱର କୋର୍ଟ କମ୍ପ୍ଲେକ୍ସ ପରିସରରେ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟକୁ ଶୁଭାରମ୍ଭ କରିଛନ୍ତି।

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ବାଲେଶ୍ୱର ଅଫିସ,୨୨।୧-ରୋଟାରୀ ଜିଲା ଗଭର୍ନର ଭାବେ ବାଲେଶ୍ୱର ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ରୋ. ଶାନ୍ତନୁ କୁମାର ପାଣି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବହୁ ଜିଲାର ରୋଟାରିୟାନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।