Dharitri News
ବାଣିଜ୍ୟ |

୭% ତଳକୁ ଖସିଯିବ ଜିଡିପି ଅଭିବୃଦ୍ଧି

୭% ତଳକୁ ଖସିଯିବ ଜିଡିପି ଅଭିବୃଦ୍ଧି ନୂଆଦିଲ୍ଲୀ, ୩-୧ ସରକାର ଗ୍ରହଣ କରିଥିବା ସାମଗ୍ରୀ ଓ ସେବା ଟିକସ(ଜିଏସଟି) ଏବଂ ବିମୁଦ୍ରୀକରଣ ଭଳି ପଦକ୍ଷେପ ଯୋଗୁ ୨୦୧୭-୧୮ ଆର୍ଥତ୍କ ବର୍ଷ ଲାଗି ଘରୋଇ ବଜାରର ଜିଡିପି ଅଭିବୃଦ୍ଧି ପ୍ରଭାବିତ ହେବ। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ୭% ତଳକୁ ଖସିଯିବ ବୋଲି କେତେକ ବିଶେଷଜ୍ଞ ସୂଚନା ଦେଇଛନ୍ତି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ୭.୧%ରେ ସୀମିତ ରହିଥିଲା। ଏହା ୨୦୧୫-୧୬ ଆର୍ଥତ୍କ ବର୍ଷରେ ୮% ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ୨୦୧୭-୧୮ ଆର୍ଥତ୍କବର୍ଷ ଜାତୀୟ ଆୟର ଆଗୁଆ ଆକଳନକୁ ଶୁକ୍ରବାର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୭% ଟପିବା କଷ୍ଟସାଧ୍ୟ ହେବ ବୋଲି ଏସବିଆଇ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ ପ୍ରକାଶ କରିଛନ୍ତି। ସେହିଭଳି ତୃତୀୟ ତଥା ଚତୁର୍ଥ ତ୍ରୈମାସିକ ଅଭିବୃଦ୍ଧି ଉନ୍ନତ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଗତ ବର୍ଷ ଧାର୍ଯ୍ୟ ହୋଇଥିବା ମୂଳ ଆକଳନ ୬.୫% ହାରରେ ଚଳିତ ଆର୍ଥତ୍କ ବର୍ଷ ଜିଡିପି ଅଭିବୃଦ୍ଧି ଘଟିପାରେ ବୋଲି ଘୋଷ କହିଛନ୍ତି। ଏଥିରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇ ପାରେ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୨%ରୁ ୬.୩% ରହିବ ବୋଲି ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ ସିଂ ଆହଲୁଓ୍ବାଲିଆ କହିଥିଲେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଗ୍ରସ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୬.୬%ରୁ ୬.୮% ରହିବ ବୋଲି ଆକ୍ସିସ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ସୁଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଲାଗି ଟିକସ ସଂଗ୍ରହକୁ ଆକଳନର ଏକ ଉପାଦାନ ଭାବେ ଗ୍ରହଣ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ମାତ୍ର ଟିକସ ସଂଗ୍ରହ ଉନ୍ନତ ରହିଲେ ଏହା ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଉତ୍ତମ ପ୍ରଭାବ ପକାଇବ ବୋଲି ଭଟ୍ଟାଚାର୍ଯ୍ୟ ପ୍ରକାଶ କରିଛନ୍ତି। ଅର୍ଥନୀତିର କାର୍ଯ୍ୟଧାରାକୁ ମାପିବା ଲାଗି ଜିଭିଏ ନାମରେ ଏକ ନୂତନ ଧାରଣାକୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଶୁଭାରମ୍ଭ କରିଛିି। ଜିଭିଏରେ ଟିକସ ସଂଯୋଗ କରାଯିବା ସହ ଜିଡିପିକୁ ହିସାବକୁ ନିଆଯାଉଥିବା ବେଳେ ଏଥିରୁ ସବ୍‌ସିଡିକୁ ବାଦ ଦିଆଯାଇଥାଏ। ସେହିଭଳି ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଅର୍ଥନୀତିଜ୍ଞ ଅଭିଜିତ ସେନ୍‌ କହିଛନ୍ତି ଅଭିବୃଦ୍ଧି ୬ରୁ ୬.୫% ମଧ୍ୟରେ ରହିବ। ଏହା ବାଦ୍‌ ଜିଏସଟି ଯୋଗୁ ଟିକସ ସଂଗ୍ରହ କ୍ଷେତ୍ରରେ କିଛିଟା ପ୍ରଭାବ ଆସିଥିବା ସେ ପ୍ରକାଶ କରିଛନ୍ତି।

ବାଣିଜ୍ୟ |

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୧-ଚଳିତ ମାସ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍‌ ଛପା ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ଏଚ୍‌ପିସିଏଲ୍‌-ଓଏନ୍‌ଜିସି ମିଶ୍ରଣ

ନୂଆଦିଲ୍ଲୀ,୨୦-୧(ପି.ଟି.)-ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ୍‌(ଏଚ୍‌ପିସିଏଲ୍‌)ରେ ଥିବା ସରକାରଙ୍କ ୫୧.୧୧% ଅଂଶଧନ ଅଧିଗ୍ରହଣ ବିଷୟ ଘୋଷଣା କରିଛି।

୪୧୩ ବିଲିୟନ ଡଲାର ଅତିକ୍ରମ କଲା  ବୈଦେଶିକ ମୁଦ୍ରା ଭଣ୍ଡାର

୪୧୩ ବିଲିୟନ ଡଲାର ଅତିକ୍ରମ କଲା ବୈଦେଶିକ ମୁଦ୍ରା ଭଣ୍ଡାର

ବମ୍ବେ, ୨୦-୧(ପିଟି) ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବୈଦେଶିକ ମୁଦ୍ରା ପରିମାଣ ଆଉ ଏକ ରେକର୍ଡ ସ୍ତର ଛୁଇଁଛି। ଜାନୁୟାରୀ ୧୨ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ପରିମାଣ ୪୧୩.୮୨୫ ବିଲିୟନ ଡଲାର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ଏ ସମ୍ପର୍କିତ ସୂଚନା ଦେଇ କହିଛି ଯେ, ଫରେନ୍‌ କରେନ୍ସି ଆସେଟ୍‌ ବୃଦ୍ଧି ପାଇବା ଫଳରେ ବୈଦେଶିକ ବିନିମୟ ପରିମାଣ ବୃଦ୍ଧି ପାଇଛି।

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ଇ-ଓ୍ବେ ବିଲ୍‌ରେ ୨୧ହଜାର ନୂତନ ପଞ୍ଜୀକରଣ

ନୂଆଦିଲ୍ଲୀ,୨୦-୧ ଇ-ଓ୍ବେ ବିଲ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ଦେଶରେ ପାଖାପାଖି ୨୧,୭୫୬ ନୂତନ ଟିକସଦାତା ଓ ପରିବହନ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି। ସାମଗ୍ରୀ ଓ ସେବା ଟିକସ ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ବମ୍ବେ, ୧୯-୧ ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ କମ୍ପାନୀ ଗୋଦ୍‌ରେଜ୍‌ ସିଙ୍ଗିଲ୍‌ ଡୋର ରେଫ୍ରିଜ୍‌ରେଟର କ୍ଷେତ୍ରରେ ମାର୍କେଟ୍‌ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ପ୍ରଥମ କମ୍ପାନୀ ଭାବେ ଏକ ସ୍ବତନ୍ତ୍ର ଡ୍ରୟାର ବିଶିଷ୍ଟ ନୂଆ ରେଫ୍ରିଜ୍‌ରେଟର ‘ଗୋଦ୍‌ରେଜ୍‌ ଏଜ୍‌ ଡ୍ୟୁ’ର ବଜାର ପ୍ରବେଶ ଅବସରରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି। ଭାରତରେ ରେଫ୍ରିଜରେଟର ବ୍ୟବହାର କରୁଥିବା ପ୍ରାୟ ୮୦% ପରିବାର ସିଙ୍ଗିଲ୍‌ ଡୋର୍‌ ବିଶିଷ୍ଟ ରେଫ୍ରିଜ୍‌ରେଟର ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।