ସମ୍ପାଦକୀୟ |

ନିରର୍ଥକ ଗବେଷଣା

ନିରର୍ଥକ ଗବେଷଣା

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/

ସମ୍ଭବତଃ ପୃଥିବୀର ପ୍ରଥମ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ଭଗବାନ୍‌ ଶିବଙ୍କ ଦ୍ୱାରା କରାଯାଇଥିଲା। ଶିବଙ୍କ ଶ୍ୱଶୁର ଦକ୍ଷ ଏକ ଯଜ୍ଞର ଆୟୋଜନ କରିଥିଲେ। ସେ ଏହି ଯଜ୍ଞରେ ଶିବଙ୍କୁ ଅପମାନିତ କଲେ। ତାଙ୍କ ଝିଅ ତଥା ଶିବଙ୍କ ପତ୍ନୀ ସତୀ ସ୍ବାମୀଙ୍କ ଅପମାନ ସହି ନ ପାରି ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ। ଏଥିରେ ଶିବ କ୍ରୋଧାନ୍ବିତ ହୋଇ ଦକ୍ଷଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କଲେ। ପରେ ଶାଶୁଙ୍କ ବିନୀତ ପ୍ରାର୍ଥନାରେ ଶିବ ପ୍ରସନ୍ନ ହୋଇ ଦକ୍ଷଙ୍କୁ ବଞ୍ଚାଇଦେବାକୁ ରାଜି ହେଲେ। କିନ୍ତୁ ସେତେବେଳେ ଦକ୍ଷଙ୍କ ମୁଣ୍ଡଟି ନ ମିଳିବାରୁ ସେ ଏକ ଛେଳିମୁଣ୍ଡ ଲଗାଇ ତାଙ୍କୁ ଜୀବନ୍ୟାସ ଦେଲେ। ପରେ ଗଣେଶଙ୍କ କ୍ଷେତ୍ରରେ ଅନୁରୂପ ଘଟଣା ଘଟିଥିଲା। ଶିବ ଏକ ହାତୀଛୁଆର ମୁଣ୍ଡ ଲଗାଇ ଗଣେଶଙ୍କୁ ଜୀବନ୍ୟାସ ଦେଇଥିଲେ। ଗତ ୩୦୦ ବର୍ଷ ହେଲା ଡାକ୍ତରମାନେ ଏ କ୍ଷେତ୍ରରେ ସଫଳତା ପାଇଁ ଚେଷ୍ଟା କରିଆସୁଛନ୍ତି। ଏହାକୁ କୁହାଯାଏ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ଯେଉଁଥିରେ ମନୁଷ୍ୟେତର ପ୍ରାଣୀର ଅଙ୍ଗ ବା କୋଷକୁ ମଣିଷଠାରେ ପ୍ରତିରୋପଣ କରାଯାଏ।
ଏହି ପ୍ରକ୍ରିୟାରେ ହଜାର ହଜାର ପ୍ରାଣୀଙ୍କ ମୃତ୍ୟୁ ହେଲାଣି। ପ୍ରତ୍ୟେକ ଥର ବୈଜ୍ଞାନିକମାନେ ଅସଫଳ ହେଉଛନ୍ତି, କିନ୍ତୁ ଚେଷ୍ଟା ଛାଡ଼ୁନାହାନ୍ତି। କାରଣ ପ୍ରାଣୀମାନଙ୍କ ଜୀବନ ହେଉଛି ଶସ୍ତା ଏବଂ ଗବେଷଣା ନାମରେ ବୈଜ୍ଞାନିକମାନେ ଯାହା କିଛି ବି କରିପାରିବେ।
ସପ୍ତଦଶ ଶତାବ୍ଦୀରେ ଜିନ୍‌ ବାପ୍ଟିଷ୍ଟ ଡେନିସ୍‌ ପ୍ରାଣୀଙ୍କ ରକ୍ତକୁ ମଣିଷଠାରେ ଦେବାର ଚେଷ୍ଟା କଲେ। ଏଥିରେ ସମସ୍ତେ ମଲେ ଏବଂ କିଛି ବର୍ଷ ପର୍ଯ୍ୟନ୍ତ ଫ୍ରାନ୍ସରେ ଜେନୋଟ୍ରାନ୍ସଫ୍ୟୁଜନ୍‌ ନିଷିଦ୍ଧ ହେଲା। ଊନବିଂଶ ଶତାବ୍ଦୀରେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ପ୍ରାଣୀ ଓ ମଣିଷ ଭିତରେ ଚର୍ମପ୍ରତିରୋପଣ ଅପେକ୍ଷାକୃତ ଲୋକପ୍ରିୟ ହେବାକୁ ଲାଗିଲା। ଯେଉଁ ପ୍ରାଣୀଙ୍କଠାରୁ ଚର୍ମ ଅଣାଯାଉଥିଲା, ସେମାନଙ୍କ ମଧ୍ୟରୁ ମେଣ୍ଡା, ଠେକୁଆ, କୁକୁର, ବିରାଡ଼ି, କୁକୁଡ଼ା ଓ ପାରା ପ୍ରଭୃତିଙ୍କର ଚର୍ମରେ ପର ବା ଲୋମ ଉଠେ। ଏହା ସମ୍ପୃକ୍ତ ସର୍ଜନମାନଙ୍କୁ ସେମାନଙ୍କଠାରୁ ଚର୍ମ ଆଣିବାକୁ ବିରତ କଲା ନାହିଁ। ସବୁଠାରୁ ଆଦର୍ଶ ଚର୍ମଦାତା ହେଲା ବ୍ରାହ୍ମଣୀ ବେଙ୍ଗ, ଯାହାଠାରୁ ଜିଅନ୍ତା ଚର୍ମ ଉତରାଯାଉଥିଲା। କିନ୍ତୁ ଏସବୁ ଚର୍ମପ୍ରତିରୋପଣ ସଫଳ ହେଲା ନାହିଁ।
ବିଂଶ ଶତାବ୍ଦୀରେ ଫ୍ରେଞ୍ଚ ଗବେଷକ ସର୍ଜନ ଆଲେକ୍ସିସ୍‌ କ୍ୟାରେଲ ରକ୍ତନଳୀ (ଶିରା ଓ ଧମନୀ)କୁ ଯୋଡ଼ିବା ପାଇଁ ଏକ କୌଶଳର ବିକାଶ ଘଟାଇଲେ। ପ୍ରଥମଥର ପାଇଁ ଏଭଳି ଅଙ୍ଗପ୍ରତିରୋପଣ ସଫଳ ହେଲା। ଏହି ସଫଳତା ପାଇଁ ୧୯୧୨ ମସିହାରେ ତାଙ୍କୁ ମିଳିଲା ନୋବେଲ ପୁରସ୍କାର। ତାଙ୍କର ଏହି ସଫଳତା ଏ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇଲା।
କିଛିବର୍ଷ ପରେ ସର୍ଜ ଭୋରୋନଫ୍‌ ନାମକ ପ୍ୟାରିସ୍‌ରେ ବାସକରୁଥିବା ଜଣେ ରୁଷୀୟ ଆପ୍ରବାସୀ ଜୀବନର ସ୍ପୃହା ହରାଉଥିବା ବୃଦ୍ଧମାନଙ୍କଠାରେ ଯୌବନର ଉନ୍ମାଦନା ଫେରାଇ ଆଣିବା ପାଇଁ ଗବେଷଣା କଲେ। ସେ ଅନେକ ଶିମ୍ପାଞ୍ଜି ବା ବବୁନ୍‌ଙ୍କ ଅଣ୍ଡକୋଷକୁ କାଟି ବୃଦ୍ଧ ଲୋକଙ୍କ ଅଣ୍ଡକୋଷରେ ପ୍ରତିରୋପଣ କଲେ। ଏଥିରୁ କିଛି ସୁଫଳ ମିଳିଲା ନାହିଁ। ବରଂ ସମ୍ପୃକ୍ତ ବୃଦ୍ଧମାନେ ସଂକ୍ରମଣ ଓ ଅନ୍ୟାନ୍ୟ ଜଟିଳତାର ସମ୍ମୁଖୀନ ହେଲେ। କିନ୍ତୁ ଯୌନ ହର୍ମୋନ୍‌ ଉତ୍ପାଦନକାରୀ ପେଶୀ ପ୍ରତିରୋପଣର ଚିନ୍ତାଧାରା ଲୋପ ପାଇଲା ନାହିଁ। ଆମେରିକାର ଜନ୍‌ ବ୍ରିଙ୍କ୍‌ଲେ ନାମକ ଜଣେ ବୈଜ୍ଞାନିକ ଏହି କାର୍ଯ୍ୟ ପାଇଁ ଶିମ୍ପାଞ୍ଜି ବଦଳରେ ଏକ ବୋଦାର ଅଣ୍ଡକୋଷକୁ ନେଲେ କାରଣ ଜଣେ ସ୍ଥାନୀୟ କୃଷକ କହିଲେ ଯେ ଉକ୍ତ ବୋଦାର ଯୌନ କ୍ଷମତା କୁଆଡ଼େ ଅସାଧାରଣ। ପରେ ତାଙ୍କୁ ଆମେରିକାନ୍‌ ମେଡିକାଲ ଆସୋସିଏଶନରୁ ବାହାର କରିଦିଆଗଲା।
୧୯୬୦ ଦଶକରେ ଲୁଇଜିଆନାସ୍ଥିତ ଟୁଲେନ୍‌ ବିଶ୍ୱବିଦ୍ୟାଳୟର କିଥ୍‌ ରୀମ୍‌ସ୍ମାଙ୍କ ମନରେ ବିଶ୍ୱାସ ଜନ୍ମିଲା ଯେ, ଶିମ୍ପାଞ୍ଜି, ବଣମଣିଷ ପ୍ରଭୃତି ମଣିଷ ସଦୃଶ ପ୍ରାଣୀଙ୍କ ବୃକ୍କ ମଣିଷଙ୍କଠାରେ କାମ କରିବ। ତେଣୁ କିଡ୍‌ନୀ ଅଚଳ ହୋଇପଡ଼ିଥିବା ମଣିଷଙ୍କଠାରେ ସେମାନଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇପାରିବ। ସେ ୧୩ଟି ଶିମ୍ପାଞ୍ଜିଙ୍କ କିଡ୍‌ନୀ ମଣିଷଙ୍କଠାରେ ପ୍ରତିରୋପଣ କଲେ। କିନ୍ତୁ ସବୁଗୁଡ଼ିକ ବିଫଳ ହେଲା ଏବଂ ସମ୍ପୃକ୍ତ ଶିମ୍ପାଞ୍ଜିମାନେ ଅତିଶୟ ଯନ୍ତ୍ରଣାରେ ମଲେ। କେବଳ ଜଣେ ମହିଳାଙ୍କଠାରେ ଶିମ୍ପାଞ୍ଜି କିଡ୍‌ନୀ ଲଗାଯିବା ପରେ ସେ ୯ ମାସ ବଞ୍ଚିଥିଲେ କିନ୍ତୁ ସବୁ ସମୟ ଶଯ୍ୟାଶାୟୀ ରହୁଥିଲେ ଏବଂ ତାଙ୍କଠାରେ କ୍ୟାଥେଟର ଲାଗିଥିଲା। ଅନ୍ୟ ଏକ ଗବେଷଣାରେ ଏକ ଘୁଷୁରିର କିଡ୍‌ନୀ ନେଇ ବବୁନ୍‌ଠାରେ ଲଗାଯାଇଥିଲା। ବବୁନ୍‌ଟି ୫ ମାସରେ ମରିଗଲା। କିନ୍ତୁ ବୈଜ୍ଞାନିକମାନେ ତଥାପି ଗବେଷଣା ଛାଡ଼ିଲେ ନାହିଁ। କଲୋରାଡୋର ଟମ୍‌ ଷ୍ଟାର୍ଜଲ ବବୁନ୍‌ର କିଡ୍‌ନୀ ନେଇ ପ୍ରତିରୋପଣ କଲେ। କିନ୍ତୁ ଫଳାଫଳ ରୀମ୍‌ସ୍ମାଙ୍କ ପରି ହେଲା।
୧୯୬୪ ମସିହାରେ ଜେମ୍ସ ହାର୍ଡି ଜଣେ ରୋଗୀଠାରେ ଶିମ୍ପାଞ୍ଜିର ହାର୍ଟ ପ୍ରତିରୋପଣ କଲେ। ସେତେବେଳେ ରୋଗୀ ଜଣଙ୍କର ଦୁଇଗୋଡ଼ କଟା ହୋଇଥିଲା ଏବଂ ସେ ଅଧା କୋମା ଅବସ୍ଥାରେ ଥିଲେ। ପ୍ରତିରୋପଣର କେଇ ଘଣ୍ଟା ପରେ ସେ ମରିଗଲେ। ଅବଶ୍ୟ ଶିମ୍ପାଞ୍ଜିକୁ ହତ୍ୟା କରାଯାଇଥିଲା। ୧୯୬୭ ମସିହାରେ ଖ୍ରୀଷ୍ଟିଆନ୍‌ ବର୍ନାଡ୍‌ ମଧ୍ୟ ଅନୁରୂପ ଦୁଇଟି ହୃଦୟ ପ୍ରତିରୋପଣ କରିଥିଲେ। ୧୯୮୩ ମସିହାରେ ଲିଓନାର୍ଡ ବେଲି ଏକ ଛୋଟ ଝିଅ ଦେହରେ ଏକ ବବୁନ୍‌ର ହାର୍ଟ ପ୍ରତିରୋପଣ କରିଥିଲେ। କିନ୍ତୁ ଝିଅର ଶରୀର ସେ ହାର୍ଟକୁ ଗ୍ରହଣ କଲା ନାହିଁ ଏବଂ ସେ ୨୦ ଦିନରେ ମରିଗଲା। ଏକ ଅଣଡାକ୍ତରୀ ଲୋକ ହିସାବରେ ଆମର ସାଧାରଣ ଜ୍ଞାନ କହୁଛି ଯେ ବବୁନ୍‌ଠାରେ ଓ ଗ୍ରୁପ୍‌ର ରକ୍ତ ନାହିଁ, ଯେଉଁ ରକ୍ତ ସବୁ ମଣିଷଙ୍କୁ ଦିଆଯାଇପାରେ। ବବୁନ୍‌ର ରକ୍ତ ଗ୍ରୁପ୍‌ ହେଉଛି ଏବିଓ, ଯାହା ମଣିଷ ଦେହରେ ଯିବ ନାହିଁ।
ଟମ୍‌ ଷ୍ଟାର୍ଜଲ ମଣିଷରୁ ମଣିଷ କିଡ୍‌ନୀ ଓ ଲିଭର ପ୍ରତିରୋପଣ କ୍ଷେତ୍ରରେ ଜଣେ କିମ୍ବଦନ୍ତୀ ପୁରୁଷ। କିନ୍ତୁ ସେ ୧୯୬୦ ଦଶକରେ ଯେଉଁସବୁ ଶିମ୍ପାଞ୍ଜି ବା ବବୁନ୍‌ଙ୍କ କିଡ୍‌ନୀ ବା ଲିଭର ମଣିଷଠାରେ ପ୍ରତିରୋପଣ କରିଥିଲେ ସେ ସବୁ ବିଫଳ ହୋଇଥିଲା। ୧୯୯୦ ଦଶକରେ ଅଧିକ ଇମ୍ୟୁନୋ-ସପ୍ରେସାଣ୍ଟ ଉପଲବ୍ଧ ହେବା ପରେ ସେ ଦୁଇଜଣ ବୟସ୍କ ରୋଗୀଙ୍କଠାରେ ବବୁନ୍‌ର ଲିଭର ପ୍ରତିରୋପଣ କରିଥିଲେ। କିନ୍ତୁ କେହି ବଞ୍ଚିଲେନି।
ଏସିଆ ଓ ଆଫ୍ରିକାର ଲୋକମାନଙ୍କର ନୂତନ କର୍ନିଆ (ଚକ୍ଷୁ ତାରାକୁ ଆଚ୍ଛାଦନ କରୁଥିବା ସ୍ବଚ୍ଛ ପଟଳ) ଦରକାର। ସେଥିପାଇଁ ଅନ୍ୟ ପ୍ରାଣୀଙ୍କ ଆଖିରୁ ସ୍ବଚ୍ଛପଟଳ ଆଣି ମଣିଷଠାରେ ପ୍ରତିରୋପଣର ଗବେଷଣା ଚାଲିଛି। ଏ ପରୀକ୍ଷା ଯଦି ସଫଳ ହୁଏ, ତେବେ ମଣିଷକୁ ଚକ୍ଷୁଷ୍ମାନ୍‌ କରିବା ପାଇଁ ଅନେକ ପ୍ରାଣୀଙ୍କୁ ଅନ୍ଧ ହେବାକୁ ପଡ଼ିବ।
ନେବ୍ରାସ୍କା ମେଡିକାଲ ସେଣ୍ଟର ପକ୍ଷରୁ ଘୁଷୁରିର ହାର୍ଟ ମେଣ୍ଢାଠାରେ ପ୍ରତିରୋପଣ କରାଯାଉଛି। ବଣମଣିଷଙ୍କଠାରେ ଘୁଷୁରିର ହାର୍ଟ, କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଯକୃତ ପ୍ରତିରୋପଣର ଚେଷ୍ଟା ଚାଲିଛି। କିନ୍ତୁ କୌଣସିଟା ସଫଳ ହୋଇପାରିନି। ଏତିକିରେ କ’ଣ ବୈଜ୍ଞାନିକମାନେ ଏଭଳି ଗବେଷଣାରୁ ବିରତ ହେବେ? ଏ ପର୍ଯ୍ୟନ୍ତ ହୋଇନି। ୟୁରୋପର କ୍ଲିନିକ୍‌ଗୁଡ଼ିକ ବୟସର ଛାପ କମାଇବା ପାଇଁ ପ୍ରାଣୀମାନଙ୍କ ଟିସୁ ମଣିଷଠାରେ ସଫଳତାର ପ୍ରତିରୋପଣ କରିବାର ବାହୁସ୍ଫୋଟ ମାରୁଛନ୍ତି। କିନ୍ତୁ ଏସବୁ ଠିକ୍‌ଭାବେ କାମ କରୁଥିବାର ଗୋଟିଏ ହେଲେ ପ୍ରମାଣ ନାହିଁ।
ବର୍ତ୍ତମାନ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଘୁଷୁରି ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। କାହିଁକି? ଏହାର ଜିନୀୟ ସଂରଚନା ତ ମଣିଷଠାରୁ ସମ୍ପୂର୍ଣ୍ଣ ଅଲଗା। କାରଣ ହେଲା ଏହାର ବିଭିନ୍ନ ଅଙ୍ଗର ଆକାର ମଣିଷ ସହ ସମାନ। ଏହାକୁ ପରିଚାଳନା କରିବା ଶସ୍ତା ଓ ସହଜ। ଗୋଟିଏ ଘୁଷୁରି ବର୍ଷରେ ତିନିଟା ଛୁଆ ଦିଏ। ତେଣୁ ଏହା ସୁଲଭ। କିନ୍ତୁ ଏହା ପଛରେ କୌଣସି ବୈଜ୍ଞାନିକ ଭିତ୍ତି ଅଛି କି? ନା, ନାହିଁ। କିନ୍ତୁ ସେମାନେ ଏ ପ୍ରକାର ନିରର୍ଥକ ଗବେଷଣା ବନ୍ଦ କରିବା ପୂର୍ବରୁ କୋଟି କୋଟି ଘୁଷୁରି ଅସହ୍ୟ ନିର୍ଯାତନା ସହି ମୃତ୍ୟୁବରଣ କରିସାରିଥିବେ। ହାର୍ଟ ପ୍ରତିରୋପଣର ଅଗ୍ରଦୂତ ନର୍ମାନ୍‌ ଶମ୍‌ଓ୍ବେ ଯଥାର୍ଥରେ କହିଛନ୍ତି- ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ହେଉଛି ଭବିଷ୍ୟତର ପ୍ରତିରୋପଣ ଏବଂ ଏହା ସବୁଦିନେ ସେହି ଭବିଷ୍ୟତ କାଳରେ ହିଁ ରହିଥିବ। ତଥାପି ବୈଜ୍ଞାନିକମାନେ ଏପରି ଅସମ୍ଭବ ଗବେଷଣା ଜାରିରଖିବାର କାରଣ ହେଉଛି, ଏଥିପାଇଁ (ସଫଳ ନ ହେଲେ ବି) ସେମାନଙ୍କୁ ମୋଟା ଅଙ୍କରେ ପାଉଣା ମିଳୁଛି। ଆଉ ଯଦି କେବେ ସଫଳ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ନୋବେଲ ପୁରସ୍କାର ମିଳିବ। ପ୍ରାଣୀଙ୍କ କଥା କିଏ ପଚାରେ?
(Email: gandhim@nic.in)

All Right Reserved By

Model This Week

ନିକିତା

ସମ୍ପାଦକୀୟ |

 ଭବିଷ୍ୟତ ଗତିବିଧି

ଭବିଷ୍ୟତ ଗତିବିଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରଙ୍କ ଭବିଷ୍ୟତକୁ ନେଇ ଦିଲ୍ଲୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ମେ ଶେଷ ସୁଦ୍ଧା ଚନ୍ଦ୍ର ଅବସର ନେବାକୁ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଚନ୍ଦ୍ର ଅବସର ନେବାର ଥିଲା। କିନ୍ତୁ ତାଙ୍କ ଅବସରର କିଛିଦିନ ପୂର୍ବରୁ ମୋଦି ସରକାର ତାଙ୍କୁ ସିବିଡିଟିର ଅଧ୍ୟକ୍ଷ ଭାବେ ପୁନର୍ନିଯୁକ୍ତ କରିଥିଲେ। ସମ୍ପ୍ରତି ସରକାର ସିବିଡିଟିର ଦୁଇଟି ସଦସ୍ୟ ପଦ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଚନ୍ଦ୍ରଙ୍କ ଅବସର ପରେ ଖାଲି ହେବାକୁ ଥିବା ଅଧ୍ୟକ୍ଷ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ଏପରି କଳ୍ପନାଜଳ୍ପନାକୁ ଖୋରାକ ମିଳିଯାଇଛି। ତେବେ ଆଉ କିଛି ଲୋକଙ୍କ ଅନୁମାନ ଅନୁସାରେ ଚନ୍ଦ୍ରଙ୍କୁ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର କର୍ନଲ ସିଂଙ୍କ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ କରାଯାଇପାରେ।...

ବିଶ୍ୱାସ ନିକିତିରେ ଦେଶର ତଉଲ

ବିଶ୍ୱାସ ନିକିତିରେ ଦେଶର ତଉଲ

ସରଳ କୁମାର ଦାସ ଯେ କୌଣସି ସମାଜର ଉନ୍ନତି ଓ ପ୍ରଗତି ପାଇଁ ଦୃଢ଼ ଭାବେ ସଂସ୍ଥାପିତ, ବିଶ୍ୱସନୀୟ, ଉତ୍ତରଦାୟୀ, ପ୍ରଭାବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନୁଷ୍ଠାନଗୁଡ଼ିକ ସମାଜକୁ ତିଆରି କରୁଥିବା ଇଟାଖଣ୍ଡ ସଦୃଶ। ଜନସାଧାରଣଙ୍କର ସଂସ୍ଥା ଓ ବ୍ୟବସ୍ଥା ପ୍ରତି ଆସ୍ଥା ନ ରହିଲେ ଅରାଜକତା ଦେଖାଦେଇ ତାହା ସମାଜ ଓ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ। ଲୋକଙ୍କ ଆସ୍ଥା ବିନା ଗୋଟିଏ ଦେଶ ତିଷ୍ଠି ରହିବା ଅସମ୍ଭବ ବୋଲି ବହୁ ଶତାବ୍ଦୀ ପୂର୍ବରୁ ଚୀନ ଦାର୍ଶନିକ କନ୍‌ଫୁସିଅସ୍‌ କହିଥିଲେ।...

ସାହିତ୍ୟ କାହିଁକି

ସାହିତ୍ୟ କାହିଁକି

ଶିବରାମ ଶତପଥୀ ସହିତ ଶବ୍ଦରେ ୟ ପ୍ରତ୍ୟୟ ଯୋଗ କରି ସାହିତ୍ୟ ଶବ୍ଦ ସୃଷ୍ଟ। ପଣ୍ଡିତମାନେ ବ୍ୟାଖ୍ୟା କରି କହିଛନ୍ତି ଯାହା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ମିଶାଏ ତାହା ସାହିତ୍ୟ। ତେବେ ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ଅଳ୍ପକିଛି ସ୍ଥିତଧୀ ବ୍ୟକ୍ତି ଓ ସେଥିରେ ଆପ୍ୟାୟିତ ହୁଅନ୍ତି ଅସଂଖ୍ୟ ପାଠକଳ୍‌। ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ। କେବଳ ଷାଠିଏ ସହସ୍ର ସଗର ପୁତ୍ର ନୁହନ୍ତି କୋଟି କୋଟି ବ୍ୟକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି। ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ୟକ।...

ଏଇ ଭାରତରେ

ଏଇ ଭାରତରେ

ବିବାହ ପୂର୍ବରୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯିବା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାର ଉଦାହରଣ ଅନେକ ରହିଛି। କିନ୍ତୁ ବର ମଦ୍ୟପାନ କରି ବାହା ହେବାକୁ ଆସିଥିବାରୁ କନ୍ୟା ବିନା ଘରକୁ ଫେରିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଗତ ମଙ୍ଗଳବାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଶେଖପୁର ସରୌୟା ଗ୍ରାମରେ। କନ୍ୟା କୁମ୍‌କୁମ୍‌ ଖୁବ୍‌ ସାହସ ଦେଖାଇ ମଦ୍ୟପ ବରକୁ ଫେରାଇ ଦେଇଛନ୍ତି। କୁମ୍‌କୁମ୍‌ଙ୍କ ପରିବାର ରୁହନ୍ତି ଶେଖପୁର ସରୌୟା ଗ୍ରାମରେ। ତାଙ୍କର ବିବାହ ସ୍ଥିର ହୋଇଥିଲା ସେହି ଜିଲାର ଯଶଓ୍ବନ୍ତନଗର କସ୍‌ବେ ଗ୍ରାମର ଗୁଲ୍‌ଶନ୍‌ ଯାଦବଙ୍କ ସହ। କୁମ୍‌କୁମ୍‌ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବାହାଘରକୁ କେହି ମଦ ପିଇ ଆସିବେ ନାହିଁ। ବରଯାତ୍ରୀମାନଙ୍କୁ ଏଥିସକାଶେ ବାରଣ ମଧ୍ୟ କରାଯାଇଥିଲା। ...

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଅଟୋମେଟଡ୍‌ ଟେଲର ମେଶିନ୍‌ (ଏଟିଏମ୍‌)ଗୁଡ଼ିକରେ ପୁଣି ଟଙ୍କାର ଅଭାବ ଦେଖାଦେଇଛି। ଟଙ୍କା ଉଠାଇବା ପାଇଁ ଏ ବୈଶାଖ ମାସର ମୁଣ୍ଡଫଟା ଖରାରେ ଲୋକମାନେ ଗୋଟିଏ ଏଟିଏମ୍‌ରୁ ଆଉ ଗୋଟିଏ ଏଟିଏମ୍‌କୁ ଦୌଡ଼ୁଥିବାର ଦେଖାଯାଉଛି। ଏହି ନଗଦ ଟଙ୍କାର ସଂକଟ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବା ପାଇଁ ଚାହୁଁଥିବା ଲୋକଙ୍କ ଉତ୍ସାହରେ ପାଣି ପକେଇଦେଇଛି। ଛଅଟି ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାର ରିପୋର୍ଟ ମିଳିଥିବା ବେଳେ ଏହି ସମସ୍ୟା ଅସ୍ଥାୟୀ ଓ ତିନିଦିନ ଭିତରେ ଦୂର ହୋଇଯିବ ବୋଲି ଲୋକଙ୍କୁ ବୁଝାଇବାକୁ ଯାଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନାକେଦମ୍‌ ହୋଇଯାଇଛନ୍ତି। ସେ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ନୋଟ୍‌ର ଅଭାବ ନାହିଁ ଏବଂ ବିମୁଦ୍ରୀକରଣ ପୂର୍ବରୁ ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳିତ ଥିଲା, ଏବେ ସେତିକି ପ୍ରଚଳିତ ଅଛି। ଯଦିଚ ଛଅଟି ରାଜ୍ୟରେ ଏଭଳି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି, ସେ ସଂଖ୍ୟା ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଓଡ଼ିଶାର ଅନେକ ଏଟିଏମ୍‌ରେ ଟଙ୍କା ନ ଥିବାର ଦେଖାଯାଉଛି ଏବଂ ଆଗରୁ ବି ଏପରି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ...

ଘର ନୁହେଁ, ଭଲ ଜେଲ୍‌

ଘର ନୁହେଁ, ଭଲ ଜେଲ୍‌

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଦେଖାଯାଏ ଯେ, ଜାପାନର ଜେଲରେ ବହୁସଂଖ୍ୟକ ବୁଢୀ ବନ୍ଦୀ ଭାବେ ଅଛନ୍ତି। ସେମାନଙ୍କ ସଂଖ୍ୟା ଜଣକୁ ନିଶ୍ଚୟ ବିସ୍ମିତ କରିବ, ଦୁଃଖିତ କରିବ ମଧ୍ୟ। କେତେକ ବିଜ୍ଞ ବ୍ୟକ୍ତି ଏହା ଏକ ସମସ୍ୟା ବୋଲି ସନ୍ଦେହ କରି ଏହାର କାରଣ ଜାଣିବାକୁ କୌତୂହଳୀ ହେଲେ। ଅନୁଧ୍ୟାନରୁ ସ୍ପଷ୍ଟ ହେଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ଛୋଟ ଛୋଟ ଅପରାଧରେ ଜଡ଼ିତ। ପୁଣି ଜଣେ ଜଣେ ବନ୍ଦିନୀ ବହୁବାର ଏମିତି ଦୋଷ କରିଥିବାରୁ ଜେଲକୁ ଆସୁଛନ୍ତି। ଅଧିକାଂଶ ବୃଦ୍ଧା ଦୋକାନରୁ ଛୋଟ ଜିନିଷ ଚୋରି କରିବା ପରି ସାମାନ୍ୟ ଭୁଲ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କରାଯିବା ପରେ ଯାହା ପଦାକୁ ଆସିଲା ତାହା ଥିଲା ମର୍ମସ୍ପର୍ଶୀ। ସେମାନେ ଖୋଲାଖୋଲି ଭାବେ ସ୍ବୀକାର କଲେ ଯେ ସେମାନଙ୍କ ଘର ଦ୍ୱାର ଅଛି। ...

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଅଞ୍ଜନ ଚାନ୍ଦ ବିଦ୍ୟାଳୟ ଏକ କାର୍ଯ୍ୟାଳୟ ନୁହେଁ, ଏକ ମନ୍ଦିର। ଶିକ୍ଷାଦାନ କେବଳ ବୃତ୍ତି ନୁହେଁ, ଗୋଟିଏ ପୂଜା। ଶିକ୍ଷକ ବେତନଭୋଗୀ କର୍ମଚାରୀ ନୁହନ୍ତି, ଏକ ଆଦର୍ଶ। ଛାତ୍ରମାନେ ତାଙ୍କୁ ଅନୁସରଣ କରନ୍ତି। ତାଙ୍କ ପ୍ରଭାବରେ ପ୍ରଭାବିତ ହୁଅନ୍ତି। ଦେଶର ଭବିଷ୍ୟତ ନାଗରିକଙ୍କ ମୂଳଦୁଆ ଶିକ୍ଷକଙ୍କ ଦ୍ୱାରା ହିଁ ଗଠିତ ହୁଏ। ସୁତରାଂ ଶିକ୍ଷକମାନଙ୍କୁ ନିଜର କର୍ତ୍ତବ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବାକୁ ହୁଏ। ସେଥିରେ ବ୍ୟତିକ୍ରମ ହେଲେ ଛାତ୍ରମାନେ କ୍ରମଶଃ ନଷ୍ଟପଥକୁ ଚାଲିଯାଆନ୍ତି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଏ। ଛାତ୍ରମାନେ ଅଣାୟତ୍ତ ଓ ଦୁଷ୍ଟ ହୋଇଯାଆନ୍ତି। ସାମ୍ପ୍ରତିକ ସମୟରେ ଯାହା ଅଧିକରୁ ଅଧିକ ଦେଖାଯାଉଛି ଓ ବିଦ୍ୟାଳୟର ପବିତ୍ର ପରିବେଶ କ୍ରମଶଃ ନଷ୍ଟ ହେଉଛି। ...

ଏଇ ଭାରତରେ

ଏଇ ଭାରତରେ

ସାରା ଦେଶରେ ପୋଲିସ ଚରିତ୍ରକୁ ନେଇ ଏକ ଅପବାଦ ରହିଛି। କୁହାଯାଏ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚୁଆ। ଏହିଭଳି ଲାଞ୍ଚୁଆ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସକାଶେ ସାରା ବିଭାଗ ବଦ୍‌ନାମ। ସେମାନେ କେବଳ ଲାଞ୍ଚୁଆ ନୁହନ୍ତି, ଖାଦ୍ୟଲୋଭୀ ମଧ୍ୟ। ନିକଟରେ ଉତ୍ତରପ୍ରଦେଶର ଜଣେ ଦାରୋଗା ଏବଂ କନଷ୍ଟେବଳଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ ଆସିଛି। ଏତଲା କପି ଦେବା ସକାଶେ ସେମାନେ ଅଭିଯୋଗକାରୀଙ୍କୁ ଖାଦ୍ୟର ଲମ୍ବା ତାଲିକା ଧରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ହସନଗଞ୍ଜ ଥାନାରେ। ଜଣେ ଯୁବକ ନିଜକୁ ଆଇପିଏସ୍‌ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟର ମାଲିକ ରୋହିତ ବେରୀଙ୍କୁ ଠକିଥିଲେ। ଚଞ୍ଚକତା କରି ପ୍ରାୟ ୨୦ ହଜାର ଟଙ୍କାର ଖାଦ୍ୟ ବିଲ୍‌ ଦେଇ ନ ଥିଲେ। ଏ ସମ୍ପର୍କରେ ରୋହିତ ଏତଲା ପାଇଁ ପହଞ୍ଚିଲେ ହସନଗଞ୍ଜ ଥାନାରେ। ଥାନାବାବୁ କିନ୍ତୁ ଏତଲା ରଖିଲେ ନାହିଁ।...

ଲୋକଙ୍କ ଆଇନ ତିଆରି କ୍ଷମତା

ଲୋକଙ୍କ ଆଇନ ତିଆରି କ୍ଷମତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କାଲିଫର୍ନିଆରେ ଅଛି ଏକ କୌତୂହଳପ୍ରଦ ରାଜନୈତିକ ବ୍ୟବସ୍ଥା। ଏହା ବ୍ୟକ୍ତିବିଶେଷ ତଥା ସଂଗଠନଗୁଡ଼ିକୁ ରାଜନେତାମାନଙ୍କୁ ବାଇପାସ୍‌ କରି ସାଧାରଣ ଲୋକଙ୍କ ଭୋଟ୍‌ ମାଧ୍ୟମରେ ସିଧାସଳଖ ଆଇନ ତିଆରି କରିବାକୁ ଅନୁମତି ଦେଇଛି। ତେବେ ଏଥିପାଇଁ ସେମାନଙ୍କୁ ସଂଖ୍ୟାଧିକ ଲୋକଙ୍କ ସ୍ବାକ୍ଷରସମ୍ବଳିତ ସମର୍ଥନ ହାସଲ କରିବାକୁ ପଡ଼ିଥାଏ। ମୋତେ ଏ ବ୍ୟବସ୍ଥା ଖୁବ୍‌ ଭଲ ଲାଗୁଛି। କାରଣ ଭାରତରେ ଆମକୁ ରାଜନେତାମାନଙ୍କ ଦୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ, ଯେଉଁମାନେ ସାଧାରଣ ଲୋକଙ୍କ ସ୍ବାର୍ଥ ଲାଗି କ୍ୱଚିତ୍‌ କିଛି କରିଥାନ୍ତି। ସେମାନେ ମଧ୍ୟ ଜନସାଧାରଣଙ୍କୁ ପ୍ରତିକୂଳଭାବେ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ଚିନ୍ତା କରି ନ ଥାନ୍ତି କି ସେଗୁଡ଼ିକର ସଂଶୋଧନ କରି ନ ଥାନ୍ତି। ତା’ ବଦଳରେ ସେମାନେ ବଡ଼ ବଡ଼ ଯୋଜନା ପ୍ରଣୟନ କରିଥାନ୍ତି, ଯାହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଏ ନାହିଁ। ଉଦାହରଣସ୍ବରୂପ- ନଦୀ ସଂଯୋଗୀକରଣ, ମନ୍‌ରେଗା, ଶିଶୁମାନଙ୍କୁ ଖାଦ୍ୟ ଯୋଗାଣ, ବିନା ଯାଞ୍ଚରେ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଯୋଗାଣ ଇତ୍ୟାଦି। ଖାଦ୍ୟ ଯୋଗାଣ ସତ୍ତ୍ୱେ ବହୁ ଶିଶୁ ଅପପୁଷ୍ଟିର ...

 ଜୀବନର ଅପଚୟ

ଜୀବନର ଅପଚୟ

ଡ. ସୁବାସ ଚନ୍ଦ୍ର ପାତ୍ର ଅପଚୟ ପ୍ରସଙ୍ଗ ପଡ଼ିଲେ ମନକୁ ଆସେ ଅର୍ଥ ଓ ସମୟର କଥା, ସତେ ଯେପରି ଏ ଦୁଇଟି କ୍ଷେତ୍ର ଛଡ଼ା ଆଉ କେଉଁଠି ଅପଚୟ ସେପରି କ୍ଷତିକାରକ ନୁହେଁ! ତେବେ ଅପଚୟ ଏକ ଆପେକ୍ଷିକ ମାନସିକତା। ଜଣଙ୍କ ପାଇଁ ଯାହା ସଞ୍ଚୟ, ଅନ୍ୟ ପାଇଁ ତାହା ଅପଚୟ; ଜଣଙ୍କ ପାଇଁ ଯାହା ମୂଲ୍ୟବାନ, ସଂରକ୍ଷଣ ଯୋଗ୍ୟ ଅନ୍ୟଜଣଙ୍କ ପାଇଁ ତାହା ଅଲୋଡ଼ା; ଜଣଙ୍କ ପାଇଁ ଯାହା ଅଧ୍ୟବସାୟର କଥା, ଏକ ମହତ୍‌ କାମ ଅନ୍ୟ ଜଣଙ୍କ ପାଇଁ ତାହା ‘ଅକାମ’, ଦୃଷ୍ଟିଯୋଗ୍ୟ ବି ନୁହେଁ। ବନ୍ଧୁତ୍ୱ ପାଇଁ କେତେ କଥା କୁହାଯାଏ, କେତେ କବିତା ଓ କଥା ସାହିତ୍ୟ ଲେଖାଯାଇଛି। ଇଂଲିଶ ଔପନ୍ୟାସିକ ଇ.ଏମ୍‌. ଫଷ୍ଟର ...

ନିଜକୁ ସୁଧାର

ନିଜକୁ ସୁଧାର

ସୌମ୍ୟା ପରିଡ଼ା ଅଧିକାଂଶ ଛୋଟବଡ଼ ସରକାରୀ ଓ ବେସରକାରୀ କାମ ପାଇଁ ପାସ୍‌ପୋର୍ଟ ଫଟୋ ଦରକାର ହୁଏ। ଆମ ଭିତରୁ ବହୁ ଲୋକ ଦରକାର ବେଳେ ହିଁ ଫଟୋ ଷ୍ଟୁଡିଓକୁ ଦଉଡ଼ନ୍ତି। ଆଉ ଷ୍ଟୁଡ଼ିଓବାଲା ବି ଆମଠୁ ଅଲଗା ଅଲଗା ଟଙ୍କା ନିଅନ୍ତି। ସାଙ୍ଗେସାଙ୍ଗେ ନେଲେ ଏତେ, ୪ ଘଣ୍ଟା ପରେ ନେଲେ ଏତେ, ଗୋଟାଏ ଦିନ ପରେ ନେଲେ ଏତେ। ଆଜିକାଲି ତ ଡିଜିଟାଲ୍‌ ପ୍ରିଣ୍ଟ୍‌, ସାଙ୍ଗେସାଙ୍ଗେ କାମ ହେବା କଥା। ହେଲେ ଆମ ଅସୁବିଧାର ସୁଯୋଗ ନିଅନ୍ତି ଫଟୋ ଷ୍ଟୁଡିଓବାଲା। ପୁଣି ଯଦି ଫଟୋର ସଫ୍‌ଟ କପି ମାଗିଲ, ତେବେ ତା’ ପାଇଁ ପୁଣି ଅଧିକ ଟଙ୍କା। କେବଳ ଫଟୋ ଷ୍ଟୁଡ଼ିଓବାଲା ନୁହେଁ ବରଂ ନିତିଦିନିଆ ଜୀବନରେ ଆପଣ ଏମିତି ଅନେକ କଥାର ସମ୍ମୁଖୀନ ହୁଅନ୍ତି। ଯେମିତି ପାଣି ବଟଲ୍‌ଟା ୧୨ରୁ ୨୦ ଟଙ୍କା ଭିତରେ ମିଳେ। ହେଲେ ସେହି ସମାନ ପାଣି ବଟଲ୍‌ଟା ବଡ଼ ହୋଟେଲରେ ଆଉ ଫିଲ୍ମ ହଲ୍‌ରେ ୭୦-୮୦ ଟଙ୍କା ଭିତରେ ମିଳେ। ୩୦ ଟଙ୍କିଆ ଜୁସ୍‌ଟା ଶହେ-ଦେଢ଼ଶହ ଟଙ୍କାରେ ମିଳେ, ଯେତେବେଳେ ଆପଣ ବିମାନଯାତ୍ରା କରନ୍ତି। ହେଲେ ଏସବୁର ଆମେ କେବେ ବିରୋଧ କରୁନା। ଏସବୁ ଆମ ନଜରରେ ଦୁର୍ନୀତି ନୁହେଁ। ଠିକ୍‌୍‌ ସେମିତି ସରକାରୀ, ବେସରକାରୀ କାମ ପାଇଁ ଅନେକ ଲୋକ ହାତଗୁଞ୍ଜା ଦିଅନ୍ତି। ଆଉ କିଛି ଲୋକ ସଚ୍ଚୋଟ ...

ଏଇ ଭାରତରେ

ଏଇ ଭାରତରେ

ମଣିଷ କିମ୍ବା ପଶୁଙ୍କୁ ରୋଗ ହେଲେ ତାହାର ଉପଶମ ପାଇଁ ସାଲାଇନ୍‌ ଏବଂ ଔଷଧ ଦିଆଯାଇଥାଏ। କିନ୍ତୁ ଗଛର ଡାଳ ସଂକ୍ରମିତ ହେଲେ ସେଥିରେ ସାଲାଇନ୍‌ ଲଗାଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ଯାହା ତେଲେଙ୍ଗାନାର ମେହବୁବ୍‌ ନଗରଠାରେ ଦେଖିବାକୁ ମିଳିଛି। ମଣିଷ ଭଳି ଗଛର ସେବା କରାଯିବା ପରିବେଶ ପାଇଁ ନୂଆ ବାର୍ତ୍ତା ଦେଇଛି। ଏଠାକାର ଏକ ବରଗଛ ‘ପିଲାଲା ମାରି’ ନାମରେ ଜଣାଶୁଣା। ଏହା ୭୦୦ ବର୍ଷର ପୁରୁଣା ହୋଇଥିବା ବେଳେ ୩ ଏକର ଜମି ଉପରେ କାୟା ବିସ୍ତାର କରିଛି। ଏହାର ଗୋଟିଏ ଡାଳ ରୋଗପୋକ ଦ୍ୱାରା ସଂକ୍ରମିତ ହୋଇଥିଲା। ...