ସମ୍ପାଦକୀୟ |

ବୃତ୍ତିଗତ ବିପତ୍ତି

ବୃତ୍ତିଗତ ବିପତ୍ତି
ଡ. ସୁବାସ ଚନ୍ଦ୍ର ପାତ୍ର/ ବେଶ୍‌ ତମତମ ହୋଇ ପଶିଆସିଲେ ଅଧ୍ୟାପକ ଜଣକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ। ”ସାର୍‌, କ୍ଲାସ୍‌ ଭିତରେ ଏବଂ କଲେଜ ପରିସରରେ ଯେଉଁ ପରିବେଶ ସୃଷ୍ଟି ହେଲାଣି, ଲାଗୁଛି ଆଉ ପାଠ ପଢ଼େଇ ହେବନାହିଁ। ଶ୍ରେଣୀ ଭିତରେ ଶୃଙ୍ଖଳା ବାବଦରେ ମୁଁ ସିନା କିଛି କରିବି, କିନ୍ତୁ ଶ୍ରେଣୀ ବାହାର, କଲେଜ ପରିସରର ଯେଉଁ ଅବସ୍ଥା ସେ କ୍ଷେତ୍ରରେ ମୁଁ କ’ଣ କରିପାରିବି?“ ”ଦେଖନ୍ତୁ, ସବୁ କଲେଜରେ ସେଇ ଅବସ୍ଥା। ଏହାକୁ ଆପଣ ‘ବୃତ୍ତିଗତ ବିପତ୍ତି’ (ପ୍ରଫେସନାଲ ହାଜାର୍ଡ) ହିସାବରେ ନେଇପାରନ୍ତି। ସବୁ କଥାରେ ମୋ ପ୍ରକୋଷ୍ଠକୁ ଆସନ୍ତୁ ନାହିଁ। ଆପଣ ମଧ୍ୟ କାଲି ଅଧ୍ୟକ୍ଷ ହେବେ।“ ରେଭେନ୍‌ଶାରେ ପଢ଼ିଲାବେଳେ ବନ୍ଧୁଜଣକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ରହୁଥିବା ଜଣେ ସହପାଠୀ ଘରକୁ ଗଲେ। ବାପା ତାଙ୍କର ଜଣେ ବରିଷ୍ଠ ଉଚ୍ଚପଦସ୍ଥ ଅଫିସର। ଅଫିସ୍‌ ଯିବା ସମୟ ଉପନୀତ। ଅଫିସର-ପିତା କୁହାଟ ଛାଡ଼ିଲେ, ”...ବେ ଗାଡ଼ି ବାହାର କଲୁଣି? ...ଶ... ଏମାନଙ୍କ ଯାବତୀୟ ନଖରାମି।“ ହଠାତ୍‌ ଏକ ଭିନ୍ନ ଦୃଶ୍ୟ ଦେଖାଗଲା। ଡ୍ରାଇଭର ଜଣକ ନମ୍ରତା ସହ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ପ୍ରତିବାଦ କରି କହିଲା, ”ମୁଁ ଜଣେ ସରକାରୀ କର୍ମଚାରୀ, ମୋର ଯଦି କର୍ତ୍ତବ୍ୟରେ ଅବହେଳା ରହୁଛି, ଆପଣ ମୋତେ ବଦଳି କରିଦିଅନ୍ତୁ, ସସ୍‌ପେଣ୍ଡ କରନ୍ତୁ, ବହିଷ୍କାର ପାଇଁ ସରକାରଙ୍କୁ ଲେଖନ୍ତୁ, କିନ୍ତୁ ବେ, ବା, ଶ... କହି ମୋତେ ନିର୍ଯ୍ୟାତିତ କରନ୍ତୁ ନାହିଁ।“ ହଠାତ୍‌ ବିଚିତ୍ର ଏକ ଉକ୍ତି ଶୁଣିବାକୁ ମିଳିଲା। ଅଫିସର ଜଣକ କହିଲେ, ”ଓହୋ, ବେ...ଶ... କହିଲେ ତୋତେ ବାଧୁଚି? ଏତେ ଯଦି ବାଧୁଚି ତୁ ମୋତେ ଶ... କହୁନୁ? ହିସାବ ବରାବର। ଶ...“। ବନ୍ଧୁ ଏ କଥା ବର୍ଣ୍ଣନା କଲାବେଳେ ଅଫିସର ନନ୍ଦନର ସଫେଇ ମଧ୍ୟ ଶୁଣେଇଥିଲେ। ସେ କୁଆଡ଼େ କହିଥିଲା, ”ବାପାଙ୍କର ଏ ପ୍ରକାର କଥାବାର୍ତ୍ତା ଏକ ବୃତ୍ତିଗତ ବିପତ୍ତି। ସେ ଯେଉଁ ଚାକିରି ତଥା ପଦବୀରେ ଅଛନ୍ତି, ଏହି ପ୍ରକାର ଭାଷା କାମ କରେ। ଏହି ଭାଷା ହିଁ ବୁଝିବା ଲୋକ ବୁଝନ୍ତି।“ ବୃତ୍ତିଗତ ସୁବିଧା ଅସୁବିଧାକୁ ନେଇ ମଣିଷର ବ୍ୟବହାରଗତ ଅସ୍ବାଭାବିକତା ଯଦି କର୍ମକ୍ଷେତ୍ର ଭିତରେ ସୀମିତ ରହନ୍ତା, ତା’ହେଲେ ଏତେ ବେଶି ଅସୁବିଧା ହୁଅନ୍ତା ନାହିଁ। ବିଡ଼ମ୍ବନାର କଥା ଅଧିକାଂଶ କ୍ଷେତ୍ରରେ ବୃତ୍ତି ମଣିଷର ଦୈନନ୍ଦିନ ଚାଲିଚଳଣି, କଥାବାର୍ତ୍ତା, ବେଶଭୂଷାକୁ ନକାରାତ୍ମକ ଭାବେ ପ୍ରଭାବିତ କରେ। ଓକିଲ ଜଣଙ୍କର କଥାବାର୍ତ୍ତା ଜଣେ ସାଧାରଣ ଲୋକଙ୍କୁ ପେଞ୍ଚୁଆ ଶୁଭେ, ଡାକ୍ତର ଜଣକ ସବୁକଥାରେ ସ୍ବାସ୍ଥ୍ୟଗତ ବିପତ୍ତିର ସତର୍କବାଣୀ ଶୁଣାନ୍ତି, ଶିକ୍ଷକ ଜଣକ ଉପଦେଶ ଦେବାରେ ବ୍ୟସ୍ତ ଏବଂ ୟା ଭିତରେ କେତେ ସମୟ ବିତିଗଲାଣି ସେ ବିଷୟରେ ସେ ସଚେତନ ନୁହନ୍ତି, କାରଣ ସେ ପରା କ୍ଲାସ୍‌ଟି ନେଉଛନ୍ତି! ଇଞ୍ଜିନିୟର ଜଣକ ଯୋଜନା, ଅଟକଳ, ଟେଣ୍ଡର ଓ କାର୍ଯ୍ୟାଦେଶ ଭିତରେ ସୀମାବଦ୍ଧ। ଅଫିସକୁ ଘର ଭିତରକୁ, ଜୀବନ ଭିତରକୁ ଟାଣିଆଣିଲେ ଏହି ପ୍ରକାର ବିଭିନ୍ନ ବିଲକ୍ଷଣ ପରିଲକ୍ଷିତ ହୁଏ। ଏହାର ମୂଳକାରଣ ଆମ ଅଧିକାଂଶ ବୃତ୍ତିଧାରୀଙ୍କ ବୃତ୍ତିବାହାର କିଛି ଅର୍ଥପୂର୍ଣ୍ଣ ଅନ୍ବେଷା ନାହିଁ। ଆମେ ଘରେ ଅବା କାର୍ଯ୍ୟକ୍ଷେତ୍ରରେ ଆମ ବୃତ୍ତି ଦ୍ୱାରା କ୍ରୁଶବିଦ୍ଧ। ବୃତ୍ତିର ପରିସୀମା ବାହାରକୁ ଯାଇ ଅନ୍ୟ କିଛି ହିତକର ସାଧନାରେ ମନୋନିବେଶ କରିବା ଆମ ଚିନ୍ତାର ବାହାରେ। ଆମେ ଆନ୍ତଃ-ବୃତ୍ତି ବିଷୟକ ଚିନ୍ତା କେବେ ମନକୁ ଆଣୁନୁ ବା ଏକ ବୃତ୍ତି ଛାଡ଼ି ଅଧିକ ଆହ୍ବାନ ବା ନୂତନତାଭରା ଭିନ୍ନ ଏକ ବୃତ୍ତି ଆପଣେଇବା କଥା ଭାବୁନୁ। ଥରେ ଗୋଟିଏ ବୃତ୍ତିରେ ପଶିଗଲେ ସେହି ବୃତ୍ତିର ଶଗଡ଼ଗୁଳାରେ ଚାଲି ଆମେ ଆନନ୍ଦ ପାଉ, ନିରାପଦ ମଧ୍ୟ ମଣୁ। ଆମ ପାଇଁ ବ୍ୟକ୍ତିଗତ, ଆର୍ଥିକ ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ। ନିଜ ଜୀବନର ପରିପୂର୍ଣ୍ଣତା, ସାମାଜିକ ଲାଭ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ଦୃଷ୍ଟିରୁ ଦେଖିଲେ ଭାରତବର୍ଷର ଅଧିକାଂଶ ବୃତ୍ତିଧାରୀ ଜଣେ ଜଣେ ଅପୂର୍ଣ୍ଣାଙ୍ଗ ମଣିଷ। ମନେପଡ଼େ ମୋର ଶିକ୍ଷକ ଡ. ମନ୍ମଥ କୁଣ୍ଡୁଙ୍କ କଥା। ସେ ତାଙ୍କର ବିଦେଶୀ ବନ୍ଧୁଙ୍କ କଥା କହୁଥିଲେ। ପ୍ରଥମ ଦଫାରେ ସେ ଥିଲେ ଜଣେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଦ୍ୱିତୀୟ ପର୍ଯ୍ୟାୟରେ ଲଣ୍ଡନ ପୋଷ୍ଟ ଅଫିସର ଜଣେ କର୍ମଚାରୀ, ତୃତୀୟ ପର୍ଯ୍ୟାୟରେ ଲଣ୍ଡନ ବାହାରେ ଥିବା ନିଜ ଜମିର ଜଣେ କୃଷକ। ଏ ପ୍ରକାର ଜୀବନରେ ଯେତେ ଅସୁବିଧା ଅଛି, ଅନୁଭୂତିର ବୈଚିତ୍ର୍ୟ ଜୀବନକୁ ସେତିକି ସମୃଦ୍ଧ କରିବାର ସମ୍ଭାବନା ମଧ୍ୟ ଅଛି। ଖାଲି ନିଜ ପାଇଁ ନୁହେଁ, ନିଜ ପରିବାରବର୍ଗ ମଧ୍ୟ ଏହି ବିଭିନ୍ନତାର ସ୍ବାଦ ତଥା ଅନୁଭୂତିରୁ ଲାଭବାନ ହୁଅନ୍ତେ। ଭାରତବର୍ଷରେ ବିଶେଷତଃ ଓଡ଼ିଶାରେ ବୃତ୍ତି ପରିବର୍ତ୍ତନ ତ ଦୂରର କଥା, ଗୋଟିଏ ବୃତ୍ତିରେ ରହି ଗୋଟିଏ ସ୍ଥାନକୁ କେନ୍ଦ୍ରକରି କିପରି ବୁଲିହେବ ତାହା ହିଁ ମୂଳଚିନ୍ତା, ଯଦ୍ଦ୍ବାରା ପରିବାରର ସଦସ୍ୟମାନେ ଓଡି଼ଶାର ଅନ୍ୟ ସ୍ଥାନମାନ ଯେ ଅଛି ଏବଂ ସେଠିକାର ଭୌଗୋଳିକ, ସାଂସ୍କୃତିକ, ସାମାଜିକ ସ୍ଥିତି ଯେ ବେଶ୍‌ ଭିନ୍ନ ତଥା ଅନୁକରଣୀୟ ଏ କଥା ଜାଣିପାରନ୍ତି ନାହିଁ। ସେମାନେ ଓଡ଼ିଆ ହୋଇ ବି ଓଡ଼ିଶା ପାଇଁ ଜଣେ ଜଣେ ପର୍ଯ୍ୟଟକ ହୋଇ ରହିଯାଆନ୍ତି। ଯେଉଁମାନେ ବୃତ୍ତି ପରିବର୍ତ୍ତନରେ ରୁଚି ରଖନ୍ତି ନାହିଁ, ସେମାନେ ବୃତ୍ତିଗତ ବିପତ୍ତି ଭିତରେ ଲୁଚି ରହିଥିବା ଆହ୍ବାନକୁ ଆବିଷ୍କାର କରି ନିଜ ଜୀବନକୁ ଅଧିକ ସମୃଦ୍ଧ କରିପାରିବେ ଏବଂ ସମାଜ ପାଇଁ ଉଦାହରଣ ହୋଇପାରିବେ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ, ଭାରତବର୍ଷର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ଡ. କିରଣ ବେଦୀଙ୍କ କଥା। ଦିଲ୍ଲୀସ୍ଥ ତିହାର ଜେଲକୁ ହୋଇଥିବା ତାଙ୍କର ଶାସ୍ତିମୂଳକ ବଦଳିକୁ ଏକ ଆହ୍ବାନ, ଏକ ସୁଯୋଗ ହିସାବରେ ନେଇ ଏକଦା ତିହାର ଜେଲକୁ ସେ ତିହାର ଆଶ୍ରମରେ ପରିଣତ କରିଦେଇଥିଲେ। କୌତୁକର କଥା ଏହି ‘ଶାସ୍ତି’ ହିଁ ତାଙ୍କୁ ‘ମାଗାସେସେ’ ପୁରସ୍କାର ପାଇବା ପାଇଁ ସହାୟକ ହୋଇଥିଲା। (ମୋ-୯୪୩୭୩୭୬୨୧୯)
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...