ସମ୍ପାଦକୀୟ |

ଚାଷୀ ମୃତ୍ୟୁର ଶେଷ କାହିଁ

ଚାଷୀ ମୃତ୍ୟୁର ଶେଷ କାହିଁ
ପ୍ରଦୀପ୍ତ ନାୟକ/ ସମ୍ପ୍ରତି ଆତ୍ମହତ୍ୟାଜନିତ ଚାଷୀ ଅପମୃତ୍ୟୁ ଭାରତବର୍ଷର ଗରିମାମୟ ଇତିହାସ ଓ ଶାସନ ବ୍ୟବସ୍ଥା ପ୍ରତି ଚରମ ଉପହାସ। ଏହି ସମସ୍ୟା ଏକ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହେଲାଣି ମାତ୍ର ସରକାରୀସ୍ତରରେ ଏହାକୁ ନେଇ କେବଳ ଭାଷଣବାଜି ଚାଲିଛି। ଦାରିଦ୍ର୍ୟ, କ୍ଷୁଧା ଓ ଅପମୃତ୍ୟୁରେ ଭାରତ ଚରମରେ ପହଞ୍ଚତ୍ଥିବା ବେଳେ ବିକାଶପୁରୁଷ ମୋଦି ଜନଗଣଙ୍କୁ ଅଚ୍ଛେ ଦିନର ସ୍ବପ୍ନ ଦେଖାଇ ଚାଲିଛନ୍ତି। ସରକାରୀ ହିସାବ ଓ ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ସୂତ୍ରରୁ ଜଣାଯାଇଛି ଯେ, ଦେଶରେ ୨୦୧୪ ମସିହାରେ ଚାଷୀ ଆତ୍ମହତ୍ୟା ୨୬% ବୃଦ୍ଧି ପାଇଛି। ମୋଦି ଶାସନ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୈତିକ ଦୁଷ୍ପରିସ୍ଥିତି, ଆକାଶଛୁଆଁ ବଜାର ଦର, ବିଭିନ୍ନ ସବ୍‌ସିଡି କାଟ, ମନରେଗା ପାଣ୍ଠିରେ ହ୍ରାସ, ନୂତନ କୃଷି ଋଣ ଯୋଗାଣରେ ଶିଥିଳତା, ପୁରୁଣା କୃଷି ଋଣର ବୋଝ ଇତ୍ୟାଦି ଯୋଗୁ ନିରୀହ ଚାଷୀମାନେ ଜୀବନ ହରାଇ ଚାଲିଛନ୍ତି। ସେହିପରି ୨୦୧୫ରେ ଚାଷୀ ଆମତ୍ହତ୍ୟା ୪୨% ବୃଦ୍ଧି ପାଇଛି। ଦେଶରେ ୨୦୧୪ରେ ୫,୬୫୦ ଓ ୨୦୧୫ରେ ୮,୦୦୭ଜଣ ଚାଷୀ ଆମତ୍ହତ୍ୟା କରିଛନ୍ତି। ଦରିଦ୍ର କୃଷି ଶ୍ରମିକମାନଙ୍କର ଆମତ୍ହତ୍ୟା ବି ମୋଦିଙ୍କ ଶାସନରେ ବଢିଛି। ଏନ୍‌ସିଆରବି ତଥ୍ୟ ଅନୁସାରେ୨୦୧୪ରେ ୧୨,୩୬୦ କୃଷି ଶ୍ରମିକ ଆମତ୍ହତ୍ୟା କରିଥିବା ବେଳେ ୨୦୧୫ରେ କରିଛନ୍ତି ୧୨,୬୦୨ଜଣ। କଂଗ୍ରେସ ଅମଳରେ ୨୦୧୨ରେ ୧,୦୪୬ ଏବଂ ୨୦୧୩ରେ ୭୮୯ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏହିସବୁ ତଥ୍ୟ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର କୃଷି ରାଷ୍ଟ୍ରମନ୍ତ୍ରୀ ମୋହନଭାଇ କୁନ୍ଦରିଆ ପାର୍ଲାମେଣ୍ଟରେ ପ୍ରଦାନ କରିଛନ୍ତି, ଯାହା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି। ନିଜ ହାଡ଼ଭଙ୍ଗା ପରିଶ୍ରମରୁ ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀ କାହିଁକି ଆତ୍ମହତ୍ୟା କରୁଛନ୍ତି ସେକଥା ବିଚାର କରିବାର ସମୟ ଉପନୀତ। ଚାଷୀ ଆମତ୍ହତ୍ୟା କ୍ଷେତ୍ରରେ ଓଡ଼ିଶା ଏକ ପ୍ରକାର ଭଲ ସ୍ଥିତିରେ ଥିଲେ ମଧ୍ୟ ଚଳିତ ଖରିଫ ଚାଷରେ ବରଗଡ଼, ଗଞ୍ଜାମ ଆଦି ୨୪ଟି ଜିଲାରେ ଚକଡ଼ା ପୋକ ଆକ୍ରମଣଜନିତ କ୍ଷତି ଓ ଋଣ ବୋଝ ଯୋଗୁ ଅନେକ ଚାଷୀ ନିଜ କ୍ଷେତରେ ନିଆଁ ଲଗାଇଥିଲେ ଓ ଆତ୍ମହତ୍ୟା କରିଥିଲେ। ଆଜିପର୍ଯ୍ୟନ୍ତ ଭୂମିହୀନ ଚାଷୀଙ୍କୁ ଜମି ବଣ୍ଟନ, ସମ୍ପୂର୍ଣ୍ଣ କୃଷିବୀମା, ରୋଗପୋକ ନିରାକରଣ ନିମନ୍ତେ ଠୋସ୍‌ ପଦକ୍ଷେପ ଏବଂ ଜମିକୁ ଜଳସେଚନ ଓ ବନ୍ୟାଜଳ ନିୟନ୍ତ୍ରଣର ସୁବନ୍ଦୋବସ୍ତ ହୋଇପାରି ନାହିଁ। କୃଷିଜାତ ଫସଲର ଦର ନିର୍ଦ୍ଧାରଣ କରିବା ଅଧିକାର କୃଷକକୁ ମିଳିଲା ନାହିଁ। ସ୍ବାମୀନାଥନ୍‌ କମିଶନଙ୍କ ରିପୋର୍ଟ ଅନୁଯାୟୀ ଧାନର ସର୍ବନିମ୍ନ ଦର ଚାଷୀଙ୍କୁ ଦିଆଯାଉନାହିଁ। ଧାନକିଣାରେ ନାହିଁ ନ ଥିବା ଦୁର୍ନୀତି ଓ ମିଲର୍ସମାନଙ୍କ ଦୌରାମତ୍‌ୟକୁ ରୋକାଯାଇ ପାରିନାହିଁ, ଯାହାଫଳରେ ଓଡ଼ିଶାରେ ୨୦୦୫ରୁ ୨୦୧୪ ମଧ୍ୟରେ ୪,୯୭୬ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜିଲାପାଳମାନେ ନିଜ ଉପରୁ ଦୋଷ ହଟାଇବା ପାଇଁ ଏହି ଆତ୍ମହତ୍ୟାକୁ ପାରିବାରିକ ଗଣ୍ଡଗୋଳ, ପ୍ରେମଜନିତ ଓ ଅନ୍ୟାନ୍ୟ ସାମାଜିକ କାରଣ ଦର୍ଶାଇଛନ୍ତି। ସେହିପରି ଆମେ ଯଦି ଓଡ଼ିଶାର ଚାଷୀଭାଇମାନଙ୍କର ମାସିକ ପାରିବାରିକ ରୋଜଗାରକୁ ବିଚାରକୁ ନେବା, ତେବେ ଜାତୀୟ ସର୍ବେକ୍ଷଣ ସଂସ୍ଥାନ (ଏନ୍‌ଏସ୍‌ଏସ୍‌)ର ହିସାବ ଅନୁସାରେ ଓଡ଼ିଶା ଜାତୀୟ ହାର ଠାରୁ ଯଥେଷ୍ଟ ପଛରେ ପଡ଼ିଛି। ଓଡ଼ିଶାରେ ଚାଷୀ ମାସିକ ୪୯୭୬ ଟଙ୍କା ପାଉଥିବା ବେଳେ ଦେଶରେ ହାରାହାରି ୬୪୨୬ ଟଙ୍କା ପାଉଛି। ଏ କ୍ଷେତ୍ରରେ ପଞ୍ଜାବରେ ୧୮,୦୫୯, ହରିୟାଣାରେ ୧୪,୪୩୯ ଓ କେରଳରେ ଚାଷୀମାନେ ୧୧,୮୮୯ ଟଙ୍କା ପାଇ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନ ଭଳି ରାଜ୍ୟମାନେ ଓଡ଼ିଶାଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ସମାଜତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଦାରିଦ୍ର୍ୟ ଓ ବେରୋଜଗାର ଆମତ୍ହତ୍ୟାର ମୁଖ୍ୟକାରଣ ବୋଲି ବୁଝିବାକୁ ପଡ଼ିବ। ସରକାର ଜନସାଧାରଣଙ୍କ ତେଲଲୁଣ ସଂସାରକୁ ସୁରୁଖୁରୁରେ ଚାଲିବା ନିମନ୍ତେ ସେମାନଙ୍କର ପାରିବାରିକ ଆୟ ଏବଂ ତଜ୍ଜନିତ ଆନୁଷଙ୍ଗିକ ପଦକ୍ଷେପ ନ ନେଇ ବିଭିନ୍ନ ଆରୋପ ପ୍ରତ୍ୟାରୋପ କରିବା ଓ ନିଜର ଭୁଲ୍‌ ତ୍ରୁଟିକୁ ନ ସୁଧାରିବା ବଡ଼ ଚିନ୍ତାର ବିଷୟ। ଏନେଇ ଜ୍ଞାନୀ, ଗୁଣୀ ସୁଧୀଜନ ବିଚାର କରିବାର ବେଳ ଆସିଛି। (ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯)
All Right Reserved By

ସମ୍ପାଦକୀୟ |

ନଇଁକରି ଆତ୍ମସମର୍ପଣ

ନଇଁକରି ଆତ୍ମସମର୍ପଣ

ତଥାଗତ ସତପଥୀ

ଅକ୍ଟୋବର ୨୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲିି କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରନ୍ତୁ। 

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଅରୁଣ କୁମାର ପଣ୍ଡା

ସାର୍ବଜନିକ ସ୍ବାର୍ଥ ରକ୍ଷା ପାଇଁ କରାଯାଉଥିବା କୌଣସି ମକଦ୍ଦମାକୁ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ କୁହାଯାଏ। ଏକ ସାଧାରଣ ମାମଲାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। 

ମାନବବାଦୀ ଅବତାର

ମାନବବାଦୀ ଅବତାର

ଇଂ. ରୌଶନ ଖାନ୍‌

ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟଙ୍କ ଉଦୟ ହେଲା।

ଏଇ ଭାରତରେ

ଏଇ ଭାରତରେ

ସମୟ କାହାକୁ ଅପେକ୍ଷା କରେନାହିଁ। ଏଥିପାଇଁ ସମୟର ସଦୁପଯୋଗ କରିବାକୁ ପଡେ। ଏପରି କି ପରୀକ୍ଷା ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଠିକ୍‌ ସମୟରେ ପରୀକ୍ଷା ନ ଦେଲେ ଏହା ହାତଛଡା ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାରିୟର ନଷ୍ଟ ହୋଇଥାଏ। 

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।