ବାଣିଜ୍ୟ |

ଉପଗ୍ରହ ସହ ସଂଯୋଗ ହେବ ରେଳ ଲୋକୋମୋଟିଭ୍‌

ଉପଗ୍ରହ ସହ ସଂଯୋଗ ହେବ ରେଳ ଲୋକୋମୋଟିଭ୍‌

ନୂଆଦିଲ୍ଲୀ, ୩-୧
ସବୁ ରେଳ ଇଞ୍ଜିନଗୁଡିକ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଉପଗ୍ରହ ସହ ସଂଯୋଗ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ରେଲଓ୍ବେ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ଟ୍ରେନଗୁଡିକୁ ସହଜରେ ଟ୍ରାକ୍‌ କରାଯିବା ସହ ଠିକ୍‌ ସମୟରେ କ୍ରିଉଙ୍କ ସହିତ ଯୋଗାଯୋଗ କରିବାକୁ ସୁବିଧା ହେବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ୧୦,୮୦୦ ରେଳ ଇଞ୍ଜିନରେ ଆଣ୍ଟିନା ଲଗାଯିବ। ଏହାକୁ ଡ୍ରାଇଭରଙ୍କ କ୍ୟାବିନରୁ ମନିଟର କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ୧୦ଟି ଇଞ୍ଜିନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ସ୍ଥାପନ କରାଯିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ସବୁ ଲୋକୋମୋଟିଭରେ ସ୍ଥାପନ ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
ଇସ୍ରୋ ଓ ରେଲଓ୍ବେ ମିଳିତ ହୋଇ ଟ୍ରେନର ଗତିକୁ ଟ୍ରାକ୍‌ କରିବା ତଥା ମାନବବିହୀନ ଲେଭଲ କ୍ରସିଂଗୁଡିକରେ ଦୁର୍ଘଟଣାକୁ ରୋକିବା ଦିଗରେ କାର୍ଯ୍ୟ କରୁଛି। ଏଥି ଲାଗି ରେଲଓ୍ବେ ଇସ୍ରୋର ଉପଗ୍ରହକୁ ବ୍ୟବହାର କରିବ। ରେଲଓ୍ବେ ଏଥିଲାଗି ଇସ୍ରୋ ସହ ଏକ ପାଇଲଟ ପ୍ରକଳ୍ପରେ କାର୍ଯ୍ୟ କରୁଛି। ଇସ୍ରୋ ଦ୍ୱାରା ଉନ୍ନତୀକରଣ ହୋଇଥିବା ଏକ ସମନ୍ବିତ ସର୍କିଟ(ଆଇସି) ଚିପ୍‌କୁ ରେଲଓ୍ବେ ଏହାର କେତେକ ଇଞ୍ଜିନରେ ଲଗାଇଛି। ସେହିଭଳି ୨୦୧୬-୧୭ ଆର୍ଥତ୍କ ବର୍ଷରେ ରେଲଓ୍ବେ ଟିକେଟ ବିକ୍ରିରୁ ଅତିରିକ୍ତ ୨,୦୦୦ କୋଟି ସଂଗ୍ରହ କରିଛି। ୨୦୧୫-୧୬ରେ ରେଲଓ୍ବେ ଅନ୍‌ଲାଇନ ଟିକେଟ ବୁକିଂରୁ ୧୭,୨୦୪.୬ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଅଫ୍‌ଲାଇନ ଟିକେଟ ବିକ୍ରିରୁ ୨୮,୧୧୯ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ଏହା ୨୦୧୬-୧୭ରେ ଯଥାକ୍ରମେ ୧୯,୨୦୯. ୨୮କୋଟି ଏବଂ ୨୮,୪୬୮. ୮୧ ଟଙ୍କା ରହିଛି। ୨୦୧୫-୧୬ରେ ଏଥି ବାବଦ ରାଜସ୍ବ ୪୫,୨୨୩ କୋଟି ଟଙ୍କା ରହିଥିବା ବେଳେ ୨୦୧୬-୧୭ରେ ୨୩୪୫.୧୬ କୋଟି ଟଙ୍କା ଅଧିକ ରହିଛି ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ଲୋକ ସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

All Right Reserved By

ବାଣିଜ୍ୟ |

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୂଆଦିଲ୍ଲୀ,୧୭।୭-ନୀରବ ମୋଦି ମାମଲାର ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ବିଶେଷ ଟିମ୍‌ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଆର୍ଥିକ ଠକେଇ ମାମଲାରେ ମୋଦିଙ୍କୁ ଅପରାଧୀ ସାବ୍ୟସ୍ତ କରିବା ପାଇଁ ଏହି ଦୁଇ ଜଣିଆ ଟିମ୍‌ ସିଙ୍ଗାପୁର ଅଧିକାରୀଙ୍କ ସହ ବିଭିନ୍ନ ବୈଠକ ଆୟୋଜିତ କରିବେ।

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୭।୭-ଜାଗୁଆର ଲାଣ୍ଡ ଆଣ୍ଡ ରୋଭର୍‌(ଜେଏଲ୍‌ଆର୍‌) ପକ୍ଷରୁ ନୂଆ ପେଟ୍ରୋଲ୍‌ ଇଞ୍ଜିନ୍‌ ଭାରିଆଣ୍ଟ ‘ଏଫ୍‌-ଟାଇପ୍‌ ସେଦାନ୍‌’ର ଲଞ୍ଚ କରାଯାଇଛି। ଏହାର ବଜାର ଦର ୯୦.୦୩ ଲକ୍ଷ ଟଙ୍କା ରହିଛି।

 ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୭।୭- ୟାମାହା ମୋଟର ଇଣ୍ଡିଆ(ଓ୍ବାଇଏମ୍‌ଆଇ) ପକ୍ଷରୁ ବଜାରକୁ ଆସିଛି ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’। ଏହାର ବଜାର ଦର ୫୭,୮୯୮ ଟଙ୍କା ରହିଛି।

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ନୂଆଦିଲ୍ଲୀ,୧୭।୭- ଏଲ୍‌ଜି ପକ୍ଷରୁ ବଜାରକୁ ଆସିଛି ଏଲ୍‌ଜି ‘ଥିଙ୍କ୍‌’ ଟିଭି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଫିଚର ସହିତ ଏହା ବଜାରକୁ ଆସିଛି।

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

ନୂଆଦିଲ୍ଲୀ,୧୭-୭(ପି.ଟି.) ରପ୍ତାନିକାରୀଙ୍କ ଜିଏସ୍‌ଟି ରିଫଣ୍ଡ ପାଇଁ କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଜୁଲାଇ ୧୬ରୁ ୩୦ ପର୍ଯ୍ୟନ୍ତ ତୃତୀୟ ପକ୍ଷ ଆୟୋଜନ କରିଛି।

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଭୁବନେଶ୍ୱର,୧୭-୭ ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ଇଣ୍ଡିଆ ସକ୍ରିୟ ଅଛି। ରିଟେଲର୍ସ ଆସୋସିଏସନ ସ୍କିଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଆରଏଏସ୍‌ସିଆଇ) ସହିତ ଏହା ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍‌ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ।

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଚେନ୍ନାଇ/ନୂଆଦିଲ୍ଲୀ, ୧୭-୭(ପି.ଟି.) ଆୟକର ବିଭାଗ ଏକ ରୋଡ୍‌ କନ୍‌ଷ୍ଟ୍ରକ୍‌ଶନ୍‌ ଫାର୍ମର ୨୨ଟି କାର୍ଯ୍ୟାଳୟରେ ଚଢ଼ାଉ କରି ୧୦୦ କୋଟି ନଗଦ ଟଙ୍କା ସମେତ ପାଖାପାଖି ୯୦ କେଜି ସୁନାଗହଣା ଜବତ କରିଛି।

ଅଭିବୃଦ୍ଧି ଆକଳନ ଖସାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ, ୧୭-୭ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୩% ରହିବ ଏବଂ ୨୦୧୯-୨୦ରେ ୭.୫% ମଧ୍ୟରେ ସୀମିତ ରହିବ ବୋଲି ଏହା ପ୍ରକାଶ କରିଛି।

ପିଏନ୍‌ବି ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୮,୦୦୦ କୋଟି

ନୂଆଦିଲ୍ଲୀ,୧୭-୭ କେତୋଟି ନିର୍ଦ୍ଦିଷ୍ଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ପାଖାପାଖି ୮୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ବିଶେଷକରି ଋଣ ଅସୁଲ୍‌ କରିବାରେ ବିଫଳ ହେବା ତଥା ବିଭିନ୍ନ ଠକେଇରେ ପ୍ରଭାବିତ ହୋଇଥିବା ୫ରୁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୭-୭(ପି.ଟି.) ପନିପରିବା ଏବଂ ଇନ୍ଧନ ମହଙ୍ଗା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଜୁନ୍‌ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୫.୭୭%କୁ ବୃଦ୍ଧି ପାଇଛି।

ଆଇଡିବିଆଇର ୫୧% ଅଂଶଧନ କ୍ରୟକୁ ଏଲ୍‌ଆଇସି ବୋର୍ଡର ମଞ୍ଜୁରୀ

ଆଇଡିବିଆଇର ୫୧% ଅଂଶଧନ କ୍ରୟକୁ ଏଲ୍‌ଆଇସି ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୭ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଇଡିବିଆଇର ୫୧% ଅଂଶଧନ କ୍ରୟ କରିବ। ଏହାକୁ ଏଲ୍‌ଆଇସି ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ର ଗର୍ଗ ଏହା କହିଛନ୍ତି। ପ୍ରିଫରେନ୍‌ଶିଆଲ୍‌ ସେୟାର୍‌ ମାଧ୍ୟମରେ ଏଲ୍‌ଆଇସି ଏହି ଅଂଶଧନ କ୍ରୟ କରିବ।

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୭-୭(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ଏହାର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)କୁ ମାସକ ପାଇଁ ସ୍ଥଗିତ ରଖିଛି। ଭିଡିଓକନ୍‌ ଋଣ ମାମଲାରେ ବର୍ତ୍ତମାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚ୍ଚର ଛନ୍ଦି ହୋଇଛନ୍ତି।

Model This Week

ରୂପେଶ