Dharitri News
ବାଣିଜ୍ୟ |

ଏଫ୍‌ଆରଡିଆଇ ବିଲ୍‌: ବ୍ୟାଙ୍କ ଜମା ସୁରକ୍ଷା ପାଇଁ ଲାଗିପାରେ ଅଧିକ ପ୍ରିମିୟମ

ଏଫ୍‌ଆରଡିଆଇ ବିଲ୍‌: ବ୍ୟାଙ୍କ ଜମା ସୁରକ୍ଷା ପାଇଁ ଲାଗିପାରେ ଅଧିକ ପ୍ରିମିୟମ ନୂଆଦିଲ୍ଲୀ, ୩-୧ ଫାଇନାନସିଆଲ ରିଜୋଲ୍ୟୁଶନ ଆଣ୍ଡ ଡିପୋଜିଟ ଇନ୍‌ସ୍ୟୁରାନ୍ସ (ଏଫ୍‌ଆର୍‌ଡିଆଇ) ବିଲ୍‌ରେ ବ୍ୟାଙ୍କ ଜମାର ସୁରକ୍ଷାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଉପୁଜିଥିବା ବେଳେ ଏହା ଦ୍ୱାରା ଉପଭୋକ୍ତା କୌଣସି ଅସୁବିଧାର ସାମ୍ନା କରିବେ ନାହିଁ ବୋଲି ସରକାର ବିବୃତି ରଖିଛନ୍ତି। ବର୍ତ୍ତମାନର ଡିପୋଜିଟ୍‌ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ ଆକ୍ଟ ୧୯୬୧ ମୁତାବକ ବ୍ୟାଙ୍କ ବିଫଳତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଜମା ଉପରେ କୌଣସି କ୍ଷତିପୂରଣ ମିଳିବ ନାହିଁ। ୨୫ ବର୍ଷ ପୂର୍ବରୁ ଏହି ଆଇନ ଲାଗୁ ହୋଇଥିବା ବେଳେ ଏହାର ସଂଶୋଧନ ଆବଶ୍ୟକତା ରହିଥିଲା। ୨୫ ବର୍ଷ ପୂର୍ବେ ଅଧିକାଂଶ ଆକାଉଣ୍ଟଗୁଡିକରେ ଜମା ୧ ଲକ୍ଷ ଟଙ୍କାରୁ ନିମ୍ନରେ ରହୁଥିଲା। ମାତ୍ର ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଛି। ମାର୍ଚ୍ଚ ୨୦୧୬ ତଥ୍ୟ ମୁତାବକ ୯୭% ଜମା ଖାତାରେ ଜମା ପରିମାଣ ୧୫ ଲକ୍ଷ ଟଙ୍କା କିମ୍ବା ଏହା ଠାରୁ କମ୍‌ ରହିଛି। ସରକାର ପ୍ରସ୍ତାବିତ ନୂଆ ଏଫ୍‌ଆର୍‌ଡିଆଇ ବିଲ୍‌ରେ ଏକ ଫାଇନାନ୍ସିଆଲ ରିଜୋଲ୍ୟୁଶନ କର୍ପୋରେଶନ ଗଠନ ସପକ୍ଷରେ ଅଛନ୍ତି। କେତେ ପରିମାଣର ଜମା ଉପରେ ବୀମା ମିଳିପାରିବ ତା’ର ସୀମା ନିର୍ଦ୍ଧାରଣ ଲାଗି ଏହା ଆରବିଆଇ ସହ ପରାମର୍ଶ କରିବ। ବ୍ୟାଙ୍କ ଜମା କ୍ଷେତ୍ରରେ ବୀମା ଲାଗି ଥିବା ପୁରୁଣା ନିୟମକୁ ପରିବର୍ତ୍ତନ ଲାଗି ଏହା ପଦକ୍ଷେପ ନେବ। ନୂଆ ବିଧେୟକରେ ବୀମା ଲାଭ କରିବା ନିମନ୍ତେ ବ୍ୟାଙ୍କ ଜମାର ସୀମାକୁ ବର୍ତ୍ତମାନର ସୀମା ତୁଳନାରେ ୧୨% ଗୁଣା ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏହା ସହ ସିଂହଭାଗ ବ୍ୟାଙ୍କ ଜମାର ସୁରକ୍ଷା ଲାଗି ମଧ୍ୟ ପ୍ରସ୍ତାବ ରହିଛି। ବର୍ତ୍ତମାନ ପ୍ରତି ୧୦୦ ଟଙ୍କାର ବୀମା ଲାଗି ବ୍ୟାଙ୍କ ୧୦ପଇସା ପ୍ରିମିୟମ ପ୍ରଦାନ କରୁଛିି। ଯଦି ବୀମା ଲାଗି ଜମାର ସୀମାକୁ ବଢାଯାଏ ତେବେ ବ୍ୟାଙ୍କଗୁଡିକର ପ୍ରିମିୟମ ମଧ୍ୟ ବୃଦ୍ଧି ଘଟିବ। ଆକଳନ ମୁତାବକ ଯଦି ସରକାର ଏହାକୁ ୧ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରନ୍ତି ତେବେ ବ୍ୟାଙ୍କଗୁଡିକ ପ୍ରଦାନ କରୁଥିବା ପ୍ରିମିୟମରେ ମଧ୍ୟ ସେହି ହାରରେ ବୃଦ୍ଧି ଘଟିବ। ଏହି ବର୍ଦ୍ଧିତ ପ୍ରିମିୟମ ଖର୍ଚ୍ଚକୁ ବ୍ୟାଙ୍କଗୁଡିକ ବହନ କରିବା ନେଇ ବର୍ତ୍ତମାନ ଆଶଙ୍କା କରାଯାଉଛି। ବର୍ତ୍ତମାନ କେବଳ ବ୍ୟାଙ୍କଗୁଡିକ ଏହି ପ୍ରିମିୟମ ଚାର୍ଜ ବହନ କରୁଛନ୍ତି। ପ୍ରିମିୟମ ବଢିଲେ କେତେକ ସୀମା କ୍ଷେତ୍ରରେ ଏହା ଗ୍ରାହକଙ୍କୁ ମଧ୍ୟ ପ୍ରଦାନ କରିବାକୁ ପଡିପାରେ। ଏଣୁ ଜମାର ସୁରକ୍ଷା ଲାଗି ଗ୍ରାହକଙ୍କୁ ଚାର୍ଜ ପଡିପାରେ ବୋଲି କେତେକ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ବାଣିଜ୍ୟ |

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ନୂଆଦିଲ୍ଲୀ,୧୬-୧(ପି.ଟି.) ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍‌ଏମ୍‌ସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍‌ ଶପିଂ ପୋର୍ଟାଲ୍‌ଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନୀ ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ଲକ୍ଷ୍ୟ ରଖିଛି।

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଭୁବନେଶ୍ୱର, ୧୬-୧ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ମାଡ୍ରାସ ବିମାନ ସେବା ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ୧୭ ତମ ଗନ୍ତବ୍ୟସ୍ଥଳ ହୋଇଥିବା ବେଳେ କମ୍ପାନୀ ୧୫ ତମ ବିମାନକୁ ଏଥିରେ ଯୋଡିଛି। ଦକ୍ଷିଣ ଭାରତରେ ସ୍ଥିତିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସାମଗ୍ରୀ ଓ ସେବା ଟିକସ ଯୋଗୁ ୨୦୧୮-୧୯ର ବଜେଟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟରେ ପରୋକ୍ଷ ଟିକସ ସମ୍ପର୍କରେ କୌଣସି ଘୋଷଣା ହେବ ନାହିଁ। ଏହା ଜିଏସଟି ପରବର୍ତ୍ତୀ ବଜେଟ ହୋଇଥିବା ଯୋଗୁ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୬-୧- ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଟେଲିକମ ଭିତ୍ତିଭୂମି ଦୃଢୀକରଣ ଲାଗି ସରକାର ୧୦,୭୦୦ କୋଟି ଟଙ୍କାର ଟେଲିକମ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ରାଜ୍ୟଗୁଡିକର ଟେଲି ସଂଯୋଗ ଉନ୍ନତ ହୋଇ ପାରିବ ବୋଲି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୧୬-୧- ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ କ୍ୟାଶ ବ୍ୟାକ୍‌ ଅଫର ଘୋଷଣା କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ୧୦୦% କ୍ୟାଶବ୍ୟାକ୍‌ ପ୍ରଦାନ କରିବ ବୋଲି ସୂଚନା ଦେଇଛି। ୩୯୮ କିମ୍ବା ଏହା ଠାରୁ ଅଧିକ ଦାମର ରିଚାର୍ଜ ଉପରେ ଗ୍ରାହକ ମାନେ ଏହି ଅଫର ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬-୧- ସରକାର ବିଦ୍ୟୁତ ଆଇନରେ ଆଗାମୀ ଦିନରେ ଶଂସୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହା ସହ ଇଯାନକୁ ପ୍ରୋତ୍ସାହିତ କରିବାକୁ ଚାର୍ଜିଂ ଷ୍ଟେଶନ ସ୍ଥାପନାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ନୂଆଦିଲ୍ଲୀ,୧୬-୧- ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତ ୨୭ ବିଲିୟନ ଡଲାର(୧.୭୫ ଲକ୍ଷ କୋଟି) ପୁଞ୍ଜି ଲାଭ କରିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଘରୋଇ ବଜାର ୨୦୧୭ରେ ୧୫.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲଫନ୍ସ କାନନ ଥାନନ ସୂଚନା ଦେଇଛନ୍ତି।

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।