ବାଣିଜ୍ୟ |

ଜାତୀୟ ଟେଲିକମ୍‌ ନୀତି ୨୦୧୮ ଲାଗି କନ୍‌ସଲଟେଶନ ପେପର ଜାରି

ଜାତୀୟ ଟେଲିକମ୍‌ ନୀତି ୨୦୧୮ ଲାଗି କନ୍‌ସଲଟେଶନ ପେପର ଜାରି
ନୂଆଦିଲ୍ଲୀ, ୩-୧ ଟେଲିକମ ବିଭାଗ ପକ୍ଷରୁ ଜାତୀୟ ଟେଲିକମ୍‌ ନୀତି ୨୦୧୮ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କନ୍‌ସଲଟେଶନ ପେପର ଜାରି କରିଛି। ବିଭିନ୍ନ ଅଂଶୀଦାରଙ୍କ ଠାରୁ ପରାମର୍ଶ ଗ୍ରହଣ ଲାଗି ଟ୍ରାଇ ଏହି ପେପର ଜାରି କରିଛି। ନୂଆ ନୀତିକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଣିବାକୁ ଯୋଜନା ରହିଛି। ଟେଲିକମ୍‌ କ୍ଷେତ୍ରର ବିକାଶ ଲାଗି କୌଣସି ମତାମତ ରହିଥିଲେ ଅଂଶୀଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହା ପ୍ରଦାନ କରିପାରିବେ। ଜାତୀୟ ଟେଲିକମ ନୀତି ୨୦୧୮ରେ ଯୋଗାଯୋଗ ଭିତ୍ତିଭୂମି, ସେବାର ଉନ୍ନତୀକରଣ, ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବ। ସେହିଭଳି କନ୍‌ସଲଟେଶନ ପେପରରେ ଓ୍ବେରଲେସ୍‌ ଇଣ୍ଟରନେଟ ଲାଗି ହାରାହାରି ସ୍ପିଡ୍‌ ୨୦ ଏମ୍‌ବିପିଏସ୍‌, ଓ୍ବେରଲାଇନ ଇଣ୍ଟରନେଟ୍‌ କନେକ୍ଟିଭିଟି ଲାଗି ସ୍ପିଡ୍‌ ୫୦ ଏମ୍‌ବିପିଏସ, ଗ୍ରାମୀଣ ଟେଲିକମ ସାନ୍ଦ୍ରତା, ଦେଶର ୫୦% ପରିବାର ନିକଟରେ ଓ୍ବେରଲେସ୍‌ ଇଣ୍ଟରନେଟ ଉପଲବ୍ଧ କରାଇବା ଭଳି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅପରପକ୍ଷରେ ୯୦% ଜନସଂଖ୍ୟାଙ୍କୁ ସୁଲଭ ଦରରେ ଓ୍ବେରଲେସ ଇଣ୍ଟରନେଟ ସେବା ଯୋଗାଣ, ୧୦ ନିୟୁତ ପବ୍ଲିକ୍‌ ଓ୍ବାଇଫାଇ ପ୍ରତିଷ୍ଠା ଭଳି ଅନ୍ୟାନ୍ୟ ଲକ୍ଷ୍ୟ ହାସଲ ଲାଗି କନସଲଟେଶନ ପେପରରେ ଉଲ୍ଲେଖ ରହିଛି।
All Right Reserved By

ବାଣିଜ୍ୟ |

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ନୂଆଦିଲ୍ଲୀ,୨୩-୧:  କେନ୍ଦ୍ର ସରକାର ଖୁବଶୀଘ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଆଣିବାକୁ ଯାଉଛନ୍ତି। ଫଳରେ କର୍ପୋରେଟ ଗଭର୍ନାନ୍ସ ବା କର୍ପୋରେଟ ପ୍ରଶାସନିକ ବ୍ୟବସ୍ଥା ଆପଣାଇବାକୁ ସରକାର ପଦକ୍ଷେପ ନେବେ। 

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ନୂଆଦିଲ୍ଲୀ,୨୩-୧:  ଅତ୍ୟଧିକ କ୍ଷତି ଯୋଗୁ ଦୂରାବସ୍ଥା ଦେଇ ଗତି କରୁଥିବା ଦେଶର ପ୍ରମୁଖ ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲ ବୋର୍ଡରୁ ହଟିଯିବାକୁ ରାଜି ହୋଇଛନ୍ତି। 

ସୋମାନିର ନୂଆ ଶୋ’ରୁମ

ଭୁବନେଶ୍ୱର,୨୩-୧: ସୋମାନି ସେରାମିକ୍ସର ନୂଆ ଶୋ’ରୁମ ‘ସୋମାନି ଗ୍ରାଣ୍ଡେ’ ଭୁବନେଶ୍ୱରର ପାହାଳଠାରେ ଖୋଲିଛି। ସୋମାନିର ଉପସଭାପତି ସୁଜିତ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ବ୍ରସେଲ୍ସ,୨୩-୧: ବ୍ୟାଙ୍କଗୁଡିକ ଦୋକାନୀଙ୍କୁ ଶୁଳ୍କ ପ୍ରଦାନ ଲାଗି ଶସ୍ତା ଦେୟ ପ୍ରଦାନ ବ୍ୟବସ୍ଥା ଆପଣାଉଥିବା ବେଳେ ଏଥିରେ ବାଧା ଉତ୍ପନ୍ନ କରିବା  ଅଭିଯୋଗରେ କ୍ରେଡିଟ କାର୍ଡ କମ୍ପାନୀ ମାଷ୍ଟରକାର୍ଡ ଉପରେ ୟୁରୋପୀୟ ୟୁନିୟନ ୫୭୦.୬ ମିଲିୟନ ୟୁରୋ(୬୪୮.୩ ମିଲିୟନ ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। 

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୨୩-୧:  ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ପରିବର୍ତ୍ତେ ଜାନୁୟାରୀ-ଡିସେମ୍ବର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବଜେଟ୍‌ରେ ଘୋଷଣା କରାଯିବ ବୋଲି ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। 

ତୈଳ ଚାହିଦାରେ  ଚାଇନାକୁ ପଛରେ ପକାଇବ ଭାରତ

ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୨୩-୧:  ଅଟୋ ଇନ୍ଧନ ଓ ଏଲ୍‌ପିଜି ବ୍ୟବହାର ବୃଦ୍ଧି କାରଣରୁ ଭାରତ ୨୦୧୯ରେ ଅଶୋଧିତ ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇ ଆମେରିକା ପରେ ବିଶ୍ୱର ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି। ଏ ସମ୍ପର୍କରେ ରିସର୍ଚ୍ଚ ଆଣ୍ଡ୍‌ କନସଲଟାନ୍ସି ଗ୍ରୁପ୍‌ ଉଡ଼୍‌ ମ୍ୟାକେଞ୍ଜି ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି। 

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ନୂଆଦିଲୀ,୨୩-୧: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଜ୍ୟଗୁଡ଼ିକର ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିବା ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ସୂଚନା ଦେଇଛି।

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୩-୧: ସୁରକ୍ଷିତ ଗାଡି ଚାଳନା ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଛାତ୍ରୀଛାତ୍ରଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ଭୁବନେଶ୍ୱର,୨୩-୧: ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ବୁଧବାରଠାରୁ ଆରମ୍ଭ ହେଉଛି ‘ସବସେ ଶସ୍ତେ ୫ ଦିନ’ । 

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

ନୂଆଦିଲୀ,୨୩-୧: ୭% ଅଭିବୃଦ୍ଧି ହାର ଭଲ । ମାତ୍ର ଦେଶରେ ଯେତେ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା ତାହା ହେଉ ନାହିଁ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ଲାଭ କରିବାକୁ ସକ୍ଷମ ହୋଇଛି। 

ଆଧାର ରାୟ ପରେ ବାୟୋମେଟ୍ରିକ ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ବ୍ୟାଙ୍କ

ଆଧାର ରାୟ ପରେ ବାୟୋମେଟ୍ରିକ ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ବ୍ୟାଙ୍କ

ହାଇଦ୍ରବାଦ,୨୩-୧:  ଆଧାରକୁ ନେଇ ସୁପ୍ରିମକୋର୍ଟ ରାୟ ପରେ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ବାୟୋମେଟ୍ରିକ ବ୍ୟବହାରକୁ ନେଇ ବ୍ୟାଙ୍କିଙ୍ଗ ସେକ୍ଟରରେ ଅନିଶ୍ଚିତତା, ଦ୍ୱନ୍ଦ୍ୱ ରହିଥିବା ବେଳେ ଅନିଚ୍ଛା  ପ୍ରକାଶ ପାଇଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଆର.ଗାନ୍ଧୀ ମଙ୍ଗଳବାର ପ୍ରକାଶ କରିଛନ୍ତି।