Dharitri News
ରାୟଗଡା

କୋରାପୁଟକୁ ଆସିଲେଣି ଆନ୍ତଃ ପ୍ରବାସୀ ପକ୍ଷୀ

କୋରାପୁଟକୁ ଆସିଲେଣି ଆନ୍ତଃ ପ୍ରବାସୀ ପକ୍ଷୀ ଜୟପୁର ୩। ୧(ନି.ପ୍ର.)-କୋରାପୁଟ ଜିଲାରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ବେଳେ ଆନ୍ତଃ ପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ଜିଲାର ବିଭିନ୍ନ ଜଳାଶୟରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । କୋରାପୁଟ ଉପଖଣ୍ଡର କୋଲାବ ଡ୍ୟାମ, କେଚେଲା, ଚମ୍ପାଗୁଡାଠାରୁ ଆରମ୍ଭ କରି ଜୟପୁର ବନଖଣ୍ଡ ଅନ୍ତର୍ଗତ କୋଟପାଡ ରେଞ୍ଜର ଦମୟନ୍ତୀ ସାଗର, ଜୟପୁର ରେଞ୍ଜର ଜଗନ୍ନାଥ ସାଗର, ବୋରିଗୁମ୍ମା ରେଞ୍ଜର ମୁରାନଡ୍ୟାମ ତଥା ଇନ୍ଦାବତୀ ରିଜର୍ଭ, ବୈପାରୀଗୁଡା ରେଞ୍ଜର ରାମଗିରି ଜଳାଶୟ ଓ କୁନ୍ଦୁରା ରେଞ୍ଜର ବାଗଦେରି ଜଳାଶୟରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି। ଏନେଇ ବୁଧବାର ବନ ବିଭାଗର କର୍ମଚାରୀ ବିଭିନ୍ନ ଜଳାଶୟକୁ ଯାଇ ପକ୍ଷୀ ଗଣନା କରିଛନ୍ତି । ଜଳାଶୟଗୁଡିକରେ ଲିଟିଲ କର୍‌ମୋରାଣ୍ଟ, ଇଣ୍ଡିଆନ ପଣ୍ଡ ହିରନ, ଲିଟିଲ ଏଗରେଟ, ଏସିଆନ ଅପନ ବିଲ୍‌, ହ୍ବାଇଟ୍‌ ବ୍ରେଷ୍ଟେଡ ୱାଟେର ହେନ, କମନକୁଟ ଫୁଲିକା ଆଟ୍ରା, ଗ୍ରେ ପ୍ଲୋଭୋର, ଲେଜର ଦ୍ୱିଇସିଲେଙ୍ଗ୍‌ ଡକ, ଇଣ୍ଡିଆନ ରିଭର ଟ୍ରେଣ୍ଣ, ଲିଟିଲ୍‌ ଟ୍ରେନ୍‌ ଏସ୍‌ ଅଲବି ଫ୍ରୋନସ୍‌, ଗ୍ରେ ହେଡେଡ ଲାଫିଙ୍ଗ, ପ୍ରାପେଲ ହେରନ ଅରିଡା ପୁରପୁରିଆ, ଇଣ୍ଟର ମିଡିଏଟ୍‌ ଇଗିରେଟ, ଗ୍ରେଟ କରମଣ୍ଟେ, ବ୍ଲାକ ସଲଡର କାଇଟ, କମନ କିଙ୍ଗଫିସର, ମୁରହେନ ଗାଲିନୁଲା କ୍ଲରିପ୍ଲସ, ବ୍ରୋଞ୍ଜ ଉଇଙ୍ଗିଡ ଜେକନା, ମେଟ ପିଡିୟସ ଇଣ୍ଡିକସ, ହ୍ବାଇଟ ବିଲିଡ ହିରନ, ୟୁରସିଆନ (ହ୍ବାଇଟ) ସ୍ଫୁନ୍‌୍‌ ବିଲ ପାଲାଟାଲିଆ ଲିଉକୋରଡିଆ ଆଦି ପକ୍ଷୀ ବିଭିନ୍ନ ଜଳାଶୟକୁ ଆସିଥିବା ଲକ୍ଷ୍ୟ କରାଯାଇଛି। ସାଧାରଣତଃ ଶୀତ ଦିନରେ ସମ୍ପୃକ୍ତ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ସାଙ୍ଗକୁ ଖାଦ୍ୟର ଅଭାବ ଏହି ପକ୍ଷୀମାନଙ୍କୁ ପ୍ରବାସୀ ହେବାକୁ ବାଧ୍ୟ କରିଥାଏ । ଅନ୍ୟ ପକ୍ଷରେ ଏହି ପକ୍ଷୀ ଉପରେ ସ୍ଥାନୀୟ ଅଞ୍ଚଳର କିଛି ପକ୍ଷୀ ଶିକାରୀଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ପଡିଛି । ଏନେଇ ସେମାନଙ୍କ ସୁରକ୍ଷା ଲାଗି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହକୁ ଏହି ପକ୍ଷୀମାନେ ନିଜ ଅଞ୍ଚଳକୁ ଫେରିବା ଆରମ୍ଭ କରିବେ। ଏ ସମ୍ପର୍କରେ ଜୟପୁର ଡିଏଫଓ ଅଶ୍ୱିନ କୁମାର କରକହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଳାଶୟଗୁଡିକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି । ପାଖାପାଖି ୨ ହଜାର ପକ୍ଷୀ ଆସିଛନ୍ତି।

ରାୟଗଡା

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।