Dharitri News
ରାୟଗଡା

୨୦ରୁ ଇନ୍ଦ୍ରାବତୀରେ ‘କାକର’

ନବରଙ୍ଗପୁର,୩ା୧(ଡି.ଏନ.ଏ)- ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା ସାହିତ୍ୟ ଉତ୍ସବ କାକର ଏବର୍ଷ ନବରଙ୍ଗପୁର ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଇନ୍ଦ୍ରାବତୀଠାରେ ଅନୁଷ୍ଠିତ ହେବ। ଜାନୁୟାରୀ ୨୦ ଓ ୨୧ ଦୁଇଦିନ ଧରି ପାଳନ କରିବା ପାଇଁ କମିଟି ତରଫରୁ ସ୍ଥିର କରାଯାଇଛି । ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ହେବାକୁ ଥିବା ଏହି ନିଆରା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକାଡେମୀ ସଦସ୍ୟ ବୁଲୁ ହୋତାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଓ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ବୁଲୁ ହୋତା ଓ ସମ୍ପାଦକ ରାମପ୍ରସାଦ ପାତ୍ର, ଉପସଭାପତି ଅଶୋକ ପଟ୍ଟନାୟକ ମନୋନୀତ ହୋଇଥିଲେ।୧୦ଟି ବ୍ଲକ ସକାଶେ ରମେଶ ପଟ୍ଟନାୟକ, ପରିକ୍ଷୀତ ସାହୁ, ଚିନ୍ତାମଣି ବେହେରା, ଟୁଟୁବାବୁ ପଟ୍ଟନାୟକ, ଗୋପାଳ ମହାରଣା, ଶାନ୍ତିଲତା ମହାନ୍ତି, ରତିକାନ୍ତ ଦୁବେ, ସବ୍ୟସାଚୀ ବିଶୋଇ, ରବିକାନ୍ତ ରଘୁରାମ, ଦୁର୍ଗାପ୍ରସାଦ ପାଢୀ, ସହଦେବ ପରିଡା, ପ୍ରଭାସିନୀ ମହାନ୍ତି, ଶ୍ରୀଧର ଶତପଥୀ, ସନ୍ତୋଷ ଖମାରୀ ପ୍ରମୁଖ ସଂଯୋଜକ ଭାବେ ମନୋନୀତ ହୋଇଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ (ନିର୍ମାଣ) ଇଂ ସନ୍ତୋଷ କୁମାର ଗାହାଣ, ଉପାଧ୍ୟକ୍ଷ ପୃଥିବୀରାଜ ପାଇକରାୟଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଏଥିସହ ରମଣୀରଞ୍ଜନ ତ୍ରିପାଠୀ (ଜିଲା ସଂଯୋଜକ), ତପନ କୁମାର ବିଶୋଇ, ଡଃ ମନୋଜ କିଶୋର ନାୟକ, ସୁଧୀରାଜ ରାଉତ, ସ୍ବର୍ଣ୍ଣଲତା ମହାକୁଡଙ୍କ ସହ ସୁରେଶ ମିଶ୍ର (ସାଂସ୍କୃତିକ ) କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଥିଲା । ଏହି ଉତ୍ସବରେ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ନେଇ ଏକ ମାନବ ଶୃଙ୍ଖଳ ନିର୍ମାଣ ସହ ଜିଲା ଶିଳ୍ପକୁ ପରିଚିତ କରିବା ପାଇଁ ଲାଖ, କାଠ, ପିତଳ, ମାଟି ନିର୍ମିତ ସାମଗ୍ରୀର ପ୍ରଦର୍ଶନୀ କରାଯିବ । ଏହି ଉତ୍ସବର ଉପାଦେୟତାକୁ ଉପଲବ୍ଧି କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପାଇଁ ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ପ୍ରଶାସନକୁ କମିଟି ତରଫରୁ ଅନୁରୋଧ କରାଯାଇଛି। ଅନ୍ୟାନ୍ୟ ଜିଲାରୁ ନବୀନ, ପ୍ରବୀଣ କବି, ଲେଖକମାନେ ଯୋଗ ଦେଉଥିବାରୁ ଜିଲାର ଓଡିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ବିକାଶ ପ୍ରତି ନୂଆ ଦିଶା ପ୍ରଦାନ କରିବ ବୋଲି ସମ୍ପାଦକ ରାମପ୍ରସାଦ ପାତ୍ର କହିଛନ୍ତି ।

ରାୟଗଡା

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ମାଲକାନଗିରି/ମାଥିଲି,୧୬।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ମାଥିଲି ଥାନା ଲୁଲେର ଗ୍ରାମରେ ମଙ୍ଗଳବାର ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ରୋଲରକୁ ପୋଡ଼ି ଦେଇଛନ୍ତି। ସେଠାରୁ ଫେରିବାବେଳେ ପୋଲିସ ସହ ସାମ୍ନାସାମ୍ନି ହେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ମାଲକାନଗିରି,୧୬।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ପ୍ରଥମେ ଚାଷୀଙ୍କ ପରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ନାଁରେ ଆର୍ଥତ୍କ ଜାଲିଆତି ଅଭିଯୋଗ ହୋଇଛି। ଜିଲାର ପ୍ରାୟ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କେତେକ ସ୍ବାର୍ଥନ୍ବେଷୀ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ଭିତରେ ମଧୁଚନ୍ଦ୍ରିକା ଏଭଳି ଜାଲିଆତିକୁ ରୂପ ଦେଇଛି। ମାଲକାନଗିରି ସଦର ବ୍ଲକ ମାଉଲିଗୁଡ଼ାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଆଣିଛି।

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ପୋଲିସ- ଜନତା ମଧ୍ୟରେ ଭୟ ଦୂର କରିବାକୁ ପ୍ରୟାସ

ଝରିଗାଁ,୧୬।୧(ସ୍ବ.ପ୍ର.)- ଝରିଗାଁ ସଦରଠାରେ ରାଜ୍ୟ ପୋଲିସ ହାଉସିଙ୍ଗ ବୋର୍ଡ ଦ୍ୱାରା ୨କୋଟି ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିବା ନୂତନ ପୋଲିସ କାର୍ଯ୍ୟାଳୟ ଗୃହର ମଙ୍ଗଳବାର ଉଦ୍‌ଘାଟନ ହୋଇଛି।

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ଆମ୍ବୁଲାନ୍ସରୁ ୧୬୦ଲିଟର ମଦ ଜବତ

ପାପଡ଼ାହାଣ୍ଡି,୧୬।୧(ଡି.ଏନ.ଏ.)- ପାପଡ଼ାହାଣ୍ଡି ସଦରରେ ଏକ ୧୦୨ ଆମ୍ବୁଲାନ୍ସରୁ ମଦ ଚାଲାଣବେଳେ ଧରାପଡ଼ି ଡ୍ରାଇଭର ଗିରଫ। ଗିରଫ ଡ୍ରାଇଭର ଜଣଙ୍କ ହେଲେ ଟୁଟୁ ହରିଜନ।

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଫେସବୁକ୍‌ରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା: ୧୨ ଘଣ୍ଟିଆ ଡାବୁଗଁ। ବନ୍ଦ

ଡାବୁଗାଁ,୧୬।୧(ଡି.ଏନ.ଏ.)-ଜଣେ ଯୁବକ ନିଜ ଫେସବୁକରେ ହିନ୍ଦୁ ଓ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେବା ଘଟଣାକୁ ନେଇ ମଙ୍ଗଳବାର ଡାବୁଗାଁ ବ୍ଲକ ସଦରଠାରେ ବନ୍ଦ ପାଳନ କରାଯାଇଛି।

୩ ଜିଲାପାଳଙ୍କ ବଦଳି

କୋରାପୁଟ,୧୬।୧(ସ୍ବ.ପ୍ର.)-କୋରାପୁଟ ଜିଲାପାଳ ଅନୁପମ ଶାହାଙ୍କ ମଙ୍ଗଳବାର ଗଜପତି ଜିଲାକୁ ବଦଳି ହୋଇଥିବାବେଳେ ମାଲକାନଗିରି ଜିଲାପାଳ କେ.ଚକ୍ରବର୍ତ୍ତିଙ୍କୁ କୋରାପୁଟ ଜିଲାକୁ ବଦଳି କରାଯାଇଛି।

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌, ୧ ଗୁରୁତର

ନବରଙ୍ଗପୁର,୧୬।୧(ବି.ପ୍ର.)-ନବରଙ୍ଗପୁର ୨୬ନଂ ଜାତୀୟ ରାଜପଥ ଏସ୍‌ବିଆଇ ବଜାର ବ୍ରାଞ୍ଚ ସମ୍ମୁଖରେ ବସ୍‌ ଏବଂ ମୋଟର ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା। ଏଥିରେ ମୋଟରସାଇକେଲ୍‌ ଆରୋହୀ ଗୁରୁତର ଥିବା ଜଣାପଡ଼ିଛି।

କୋଟିଆ ବିବାଦ: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍‌

କୋରାପୁଟ,୧୬।୧(ସ୍ବ.ପ୍ର.)-ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମ ପଞ୍ଚାୟତକୁ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍‌ ଗସ୍ତ କରିଛି।