ରାୟଗଡା

କାଲିମେଳା ରେଞ୍ଜରେ ପକ୍ଷୀ ଗଣନା

କାଲିମେଳା ରେଞ୍ଜରେ ପକ୍ଷୀ ଗଣନା

କାଲିମେଳା,୩।୧(ଡି.ଏନ୍‌.ଏ.): କାଲିମେଳା ବନ ବିଭାଗ ପକ୍ଷରୁ ଚଳିତ ବର୍ଷର ଶୀତ ଦିନିଆ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଉଣ୍ଡୃକୋଣ୍ଡା ବନ୍ଧ ଓ କାଲିମେଳା ଫିସାରୀ ନିକଟରେ ଏହି ଗଣନା ହୋଇଥିଲା ।ଫରେଷ୍ଟର ସୁରେଶ ସ୍ବାଇଁଙ୍କ ନେତୃତ୍ୱରେ ବନରକ୍ଷୀ ସୁଶାନ୍ତ ସ୍ବାଇଁ, ଜଗା ମାଢି, ନବୀନ କବାସୀ, ଅନୀତା ନାୟକ, ପାରା କର୍ମଚାରୀ ରୁଦ୍ର ହନ୍ତାଳ, ଜୟନ୍ତ ନାୟକ, ସୁରଜ ଦାସ, ଅବିନାଶ ମହାନ୍ତି ଫିସାରିରେ ପକ୍ଷୀ ଗଣନା କରିଥିଲେ ।ସେହିପରି ଉଣ୍ଡୃକୋଣ୍ଡାରେ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମି, ପଡିଆ ଫରେଷ୍ଟର ଅନୀଲ ବାଲା, କୁର୍ତି ଫରେଷ୍ଟର ବିଘ୍ନରାଜ ମାଡକାମି, ବନରକ୍ଷୀ ଅଚ୍ୟୁତାନନ୍ଦ ତନ୍ତି, ଜଗନ୍ନାଥ ସାହୁ, ସରୁ କବାସୀ ଓ ଏସ୍‌. ଦିନେଶ ରାଓ ଗଣନାରେ ସାମିଲ ଥିଲେ।

All Right Reserved By

ରାୟଗଡା

ବୋଲେରୋ ଧକ୍କାରେ ବାଇକ ଆରୋହୀ ମୃତ

ରାଇଘର,୧୫।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡିଙ୍ଗା ସରାପାରା ଛକ ନିକଟରେ ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସରାପାରା ଗ୍ରାମର ଦୁର୍ଯ୍ୟନ ଗଣ୍ଡ।

ଆଡପ ମଣ୍ଡପରେ ପୂଜା ପାଇଲେ ତିନି ଠାକୁର

ପାରଳାଖେମୁଣ୍ଡି,୧୫।୭(ସ୍ବ.ପ୍ର.)- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ରବିବାର ୩ ଠାକୁର ପୂଜା ପାଇଛନ୍ତି। ଶନିବାର ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ୩ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲା। ରବିବାର ସକାଳୁ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ଭିତରକୁ ନିଆ ଯାଇଥିଲା।

ଡାବୁଗାଁରେ କଂଗ୍ରେସର ମିଶ୍ରଣ ପର୍ବ

ଡାବୁଗାଁରେ କଂଗ୍ରେସର ମିଶ୍ରଣ ପର୍ବ

ଡାବୁଗାଁ,୧୫।୭(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କଲ୍ୟାଣୀ ମଣ୍ଡପଠାରେ ବ୍ଲକ କଂଗ୍ରେସର ମିଶ୍ରଣ ପର୍ବ ଡାବୁଗାଁ ଜୋନ-୧ ସଭାପତି ଜି.ସାଇରାଜୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଓ ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରପାଠୀ ଉପସ୍ଥିତ ଥିଲେ। ବିଜେଡି ସମର୍ଥିତ ଡାବୁଗାଁ ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ବେହେରା ଓ ପୂର୍ବତନ ସରପଞ୍ଚ ବିନୋଦ ସୌରାଙ୍କ ନେତୃତ୍ୱରେ ଡାବୁଗାଁ ଗ୍ରାମର ପ୍ରାୟ ୫୦ ଯୁବକ ଆନୁସ୍ଥାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ ।

ସୀମାନ୍ତରେ ଯବାନ-ମାଓବାଦୀ ଗୁଳି ବିନିମୟ  : ୨ ଯବାନ ସହିଦ୍‌

ସୀମାନ୍ତରେ ଯବାନ-ମାଓବାଦୀ ଗୁଳି ବିନିମୟ : ୨ ଯବାନ ସହିଦ୍‌

ମାଲକାନଗିର, ୧୫।୭(ଡି.ଏନ.ଏ/ସ୍ବ.ପ୍ର) - ମାଲକାନଗିରି ଜିଲା ସୀମାନ୍ତରେ ରବିବାର ମାଓବାଦୀମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇଛନ୍ତି । ଛତିଶଗଡର ପାଖାନଜୋର ଜିଲା ଅନ୍ତର୍ଗତ ପାମିର ଜଙ୍ଗଲରେ ରବିବାର ସକାଳୁ ବିଏସଏଫର ୧୪୧ ବାଟାଲିୟାନ ଓ ଡି.ଆର.ଜି ପକ୍ଷରୁ କମ୍ବିଂ ଅପରେଶନ କରାଯାଇଥିଲା ।

ମାଓବାଦୀ ହିଂସା, ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

ମାଲକାନଗିର,୧୫।୭(ଡି.ଏନ.ଏ) - ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲା ବାରାସୁଡ ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀକୂଳରେ ଥିବା ପାଉରନାଲ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପଶାରାମଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

କୁନ୍ଦୁଲି ମାମଲା, ଶେଷ ହେଲା ସରକାରୀ ସାକ୍ଷ୍ୟ

କୁନ୍ଦୁଲି ମାମଲା, ଶେଷ ହେଲା ସରକାରୀ ସାକ୍ଷ୍ୟ

ଜୟପୁର,୧୫।୭(ନି.ପ୍ର)-କୁନ୍ଦୁଲି ଗଣବଳାତ୍କାର ଓ ଆମତ୍ହତ୍ୟା ମାମଲାର ତଦନ୍ତ କମିଶନଙ୍କ ଠାରେ ରବିବାର ଷଷ୍ଠ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ସହ ସରକାରୀ ସାକ୍ଷ୍ୟ ଗ୍ରହଣ ମଧ୍ୟ୍ୟ ଶେଷ ହୋଇଛି ।

ବଜ୍ରପାତରେ ମା’, ଝିଅ ଗୁରୁତର

ପାପଡାହାଣ୍ଡି,୧୫।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ରଜାମାଟୁଠାରେ ରବିବାର ବଜ୍ରପାତରେ ମା’ଓ ଝିଅ ଗୁରୁତର ହୋଇଛନ୍ତି।

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ସେମିଳିଗୁଡା,୧୫।୭(ସ୍ବ.ପ୍ର)-ଗଁ। ଶ୍ରମିକଙ୍କୁ ୧୦୦ ଦିନର କାମ ମିଳିବ । ସ୍ଥାନୀୟ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସରକାରୀ କାମରେ ମେଶିନ୍‌ ବ୍ୟବହାର ନ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଠିକାଦାର ଏବଂ ସରକାରୀ କର୍ମଚାରୀ ସରକାରଙ୍କ ବିଧିବ୍ୟବସ୍ଥାକୁ ଭୁଲିଯାଇ ମେଶିନ ସହାୟତାରେ କାମ କରୁଛନ୍ତି।

୬୨ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି,୧୫।୭(ସ୍ବ.ପ୍ର.)-ଗଜପତି ଜିଲା ଗୋଷାଣି ବ୍ଲକ କାର୍ଯ୍ୟାଳୟରେ ପ୍ରୋତ୍ସାହନ ରାଶି ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକରେ ଗତ ୩ ମାସ ମଧ୍ୟରେ ୬୨ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ଓ ଶୌଚାଳୟ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି । ସେମାନଙ୍କୁ ଏହି ମେଳାରେ ଚେକ୍‌ ମାଧ୍ୟମରେ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ଡୁଡାମେଟାରେ ଚାରା ବଣ୍ଟନ

କୋରୁକୋଣ୍ଡା, ୧୫।୭ - ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଳକ ଡୁଡାମେଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ପଞ୍ଚାୟତ ତରଫରୁ ଫଳଚାରା ବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଓ ମୋ କୁଡିଆ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ନଡିଆ ଏବଂ ଆମ୍ବ ଚାରା ବଣ୍ଟନ କରାଯାଇଛି ।

କୁପୋଷଣ ଦୂର କରିବା ପାଇଁ ତାଲିମ ଶିବିର

ମାଲକାନଗିରି,୧୫।୭(ଡି.ଏନ.ଏ.)- ମାଲକାନଗିରିରେ କ୍ରେସ୍‌ କର୍ମୀଙ୍କ ତିନିଦିନିଆ ତାଲିମ ଶିବିର ସ୍ଥାନୀୟ ଏକ ହଟେଲରେ ଅନୁଷ୍ଠିତ ହୋଇଯାଇଛି ା ଓଡିଶା ସରକାରଙ୍କ ପି.ହେଚ୍‌ଆର୍‌ ଓ ଏପିପିଆଇଆର୍‌ ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ଖଇରପୁଟ, ଚିତ୍ରକୋଣ୍ଡା ଓ ମାଲକାନଗିରି ବ୍ଲକର ୩୦ଜଣ ନବ ନିଯୁକ୍ତ କ୍ରେସ୍‌ କର୍ମୀଙ୍କ ସମେତ ଅନ୍ୟ ସଂଗଠନର କର୍ମକତ୍ତା ତାଲିମ ନେଇଥିଲେ। । ଏଥିରେ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲାର ୯ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ନୂତନ ଫାଣ୍ଡି ଉଦଘାଟିତ

ନୂତନ ଫାଣ୍ଡି ଉଦଘାଟିତ

ନବରଙ୍ଗପୁର,୧୫।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନା ପରିସରରେ ଏକ ନୂତନ ପୋଲିସ ଫାଣ୍ଡି ଜିଲାପାଳ ଡଃ ଅଜିତ କୁମାର ମିଶ୍ର ଉଦଘାଟନ କରିଛନ୍ତି। ଦୀର୍ଘଦିନ ହେଲା ଉକ୍ତ ଅଞ୍ଚଳରେ ଏକ ଫାଣ୍ଡି ଖୋଲିବା ପାଇଁ ଜନସାଧାରଣ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହି କାର୍ଯ୍ୟକ୍ରମରେ ଏସପି ବିବେକାନନ୍ଦ ଶର୍ମା, ଥାନା ଅଧିକାରୀ ତାରିକ ମହମ୍ମଦ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ନାୟକ, ଜିଲା ମ୍ୟାଲେରିଆ ଅଫିସର ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Model This Week

ରୂପେଶ