ସମ୍ବଲପୁର

ରାଷ୍ଟ୍ରୀୟ ସମ୍ମାନରେ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଷ୍ଟ୍ରୀୟ ସମ୍ମାନରେ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ
ରାଜଗାଙ୍ଗପୁର,୩।୧(ଡି.ଏନ.ଏ)- ୨ ଦିନର ପ୍ରତୀକ୍ଷା ପରେ ବୁଧବାର ସକାଳେ ଶହୀଦ ସିଆର୍‌ପିଏଫ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ରାଜଗାଙ୍ଗପୁର ସହରରେ ପହଞ୍ଚତ୍ବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ବତଃପ୍ରବୃତ୍ତ ଭାବେ ସହରର ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ଶହୀଦ ପ୍ରଦୀପ ଅମର ରହେ, ପାକିସ୍ତାନ ମୁର୍ଦାବାଦ ନାରାରେ ସହର ପ୍ରକମ୍ପିତ ହୋଇଉଠିଥିଲା । ମଙ୍ଗଳବାର ରାତି ସାଢ଼େ ୯ଟାରେ ପ୍ରଦୀପଙ୍କ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ସଡ଼କ ପଥରେ ରାଉରକେଲା ଦେଇ ରାଜଗାଙ୍ଗପୁର ସହରକୁ ନିଆଯାଇଥିଲା। ସକାଳ ୮ଟାରେ ମରଶରୀର ପହଞ୍ଚତ୍ବା ପରେ ରାଜଗାଙ୍ଗପୁର ସହର ଜନସମୁଦ୍ରରେ ପରିଣତ ହୋଇଥିଲା। ଏକ ଶୋଭାଯାତ୍ରାରେ ରାଜଗାଙ୍ଗପୁର ରାଣୀବନ୍ଧଠାରୁ ସହରର ବସଷ୍ଟାଣ୍ଡ ପାଖ ଖେଳପଡ଼ିଆକୁ ମରଶରୀରକୁ ଅଣାଯାଇଥିଲା। ସେଠାରେ ସୁନ୍ଦରଗଡ଼ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌ ପି ପିନାକି ମିଶ୍ର, ସମ୍ବଲପୁର ସିଆର୍‌ପିଏଫ୍‌ ଡିଆଇଜି ବୀରେନ୍ଦ୍ର କୁମାର ଶର୍ମା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଅରବିନ୍ଦ ମହାପାତ୍ର, କମାଣ୍ଡର ଗୋକୁଳ କୁମାର ଗୁପ୍ତା, ଭାଜପା ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶହୀଦ ପ୍ରଦୀପଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ। ପରେ ଶହୀଦଙ୍କ ମରଶରୀରକୁ ବସଷ୍ଟାଣ୍ଡରୁ ସୁବାଷ ଛକ ଓସିଏଲ ଦେଇ ତାଙ୍କ ପୈତୃକ ଘର ଲିପଲୋଇ ଗ୍ରାମକୁ ନିଆଯାଇଥିଲା। ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ଛକରେ ଅପେକ୍ଷା କରି ରହିଥିବା ହଜାର ହଜାର ଲୋକେ ଶହୀଦଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ। ଓସିଏଲ କମ୍ପାନୀ ଗେଟ୍‌ଠାରେ ଡାଲମିଆ ପରିବାର ତରଫରୁ ପୁନିତ ଡାଲମିଆ, ଯଦୁହରି ଡାଲମିଆ, ଗଣେଶ ଜୀରକୁଣ୍ଠଓ୍ବାରଙ୍କ ସମେତ ଉପସ୍ଥିତ କର୍ମଚାରୀମାନେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶହୀଦଙ୍କ ମରଶରୀର ପ୍ରଥମେ ତାଙ୍କ ଘରକୁ ନିଆଯାଇଥିଲା । ସେଠାରେ ପରିବାର ସଦସ୍ୟ, ବନ୍ଧୁ ଓ ପରିଜନମାନେ ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ଘର ନିକଟ ଲିପଲୋଇ ନାଳ ପାଖକୁ ଅନ୍ତିମ ସତ୍କାର ପାଇଁ ନିଆଯାଇ ଜିଲାପାଳ, ଏସ୍‌ ପି, ଡିଆଇଜି କବିତା ଜଲାନଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଭଣଜା ଜିତୁ ପାଢ଼ି ଶହୀଦ ପ୍ରଦୀପଙ୍କ ମରଶରୀରରେ ମୁଖାଗ୍ନୀ ଦେଇଥିଲେ। ଶହୀଦ ପ୍ରଦୀପ ରାଜଗାଙ୍ଗପୁର ସହରର ଲିପଲୋଇଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପୀତାମ୍ବର ପଣ୍ଡା ଓସିଏଲ ସିମେଣ୍ଟ କାରଖାନାରେ କାମ କରୁଥିଲେ । ପ୍ରଦୀପ ରାଜଗାଙ୍ଗପୁର ସହରର ରାଷ୍ଟ୍ରୀୟ ବିଦ୍ୟାଳୟ ଓ ପରେ ଡାଲମିଆ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ଭାଇ କାଶ୍ମୀରର ଫୁଲୱାମା ଜିଲାର ଲୋଥାପୋରା ସିଆର୍‌ପିଏଫ୍‌ କ୍ୟାମ୍ପରେ ଯବାନ ଭାବେ କାର୍ଯ୍ୟରତ ଅଟନ୍ତି। ଶହୀଦ ପ୍ରଦୀପ ପଣ୍ଡାଙ୍କ ୩ ବର୍ଷର ପୁଅ ରହିଥିବାବେଳେ ତାଙ୍କ ସ୍ତ୍ରୀ ୩ ମାସର ଅନ୍ତସତ୍ତ୍ବା। ପ୍ରଦୀପ ୩୧ ତାରିଖ ରାତିରେ ତାଙ୍କ ସ୍ତ୍ରୀ ଓ କେତେକ ବନ୍ଧୁଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହାର କିଛି ସମୟ ପରେ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ହାମ୍‌ଲା କରିଥିଲେ। ଏହାର ମୁକାବିଲା କରିବାକୁ ଯାଇ ପ୍ରଦୀପଙ୍କ ସମେତ ୫ଜଣ ଯବାନ ଶହୀଦ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ରାଜଗାଙ୍ଗପୁର ସହର ସମେତ ସୁନ୍ଦରଗଡ଼ ଜିଲାରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଅନ୍ତିମ ଦର୍ଶନ ଲାଗି ରାଜଗାଙ୍ଗପୁର ସହରବାସୀ ବ୍ୟାକୁଳ ହୋଇଉଠିଥିଲେ। ଶହୀଦଙ୍କ ପରିବାରଙ୍କୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କାର ସହାୟତା ସହ ତାଙ୍କ ସ୍ତ୍ରୀଙ୍କୁ ମାସକୁ ୨ହଜାର ଟଙ୍କା ଭତ୍ତା ଘୋଷଣା କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରବାସୀ ଏହାକୁ ନାପସନ୍ଦ କରିଛନ୍ତି। ଶହୀଦ ପ୍ରଦୀପଙ୍କ ପରିବାରକୁ ରାଜ୍ୟ ସରକାର ୨୦ଲକ୍ଷରୁ ଉର୍ଦ୍ଧ୍ୱ ସହାୟତା ରାଶି ଯୋଗାଇ ଦେବାକୁ କଂଗ୍ରେସର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦାବି କରିଛନ୍ତି। ସେହିପରି ତାଙ୍କ ସ୍ତ୍ରୀଙ୍କୁ ମାସିକ ୧୦ହଜାର ଟଙ୍କା ଭତ୍ତା ଦିଆଯାଉ ବୋଲି ସହରବାସୀଙ୍କ ତରଫରୁ ମଧ୍ୟ ଦାବି ହୋଇଛି। ଏ ନେଇ ସୁନ୍ଦରଗଡ଼ ଜିଲାପାଳଙ୍କୁ ପଚାରିବାରେ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା ହୋଇସାରିଛି। ଜିଲା ପ୍ରଶାସନ ଶହୀଦ ପ୍ରଦୀପଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଥିଲେ ।
All Right Reserved By

ସମ୍ବଲପୁର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ସମ୍ବଲପୁର,୨୧।୯(ବ୍ୟୁରୋ)-ସମ୍ବଲପୁର-ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ହେଉଛି। ରାସ୍ତା ନିର୍ମାଣ କରୁଛି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର। ଏହି ସଂସ୍ଥା କିନ୍ତୁ ବିବାଦର ଜାଲରେ ଏମିତି ଗୁଡେଇ ହୋଇ ରହିଛି ଯେ, ସେଥିରୁ ମୁକୁଳି ପାରୁନି। 

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ସେରଗଡ଼,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୨୧।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏ ନେଇ ସ୍ଥାନୀୟ ବିଡିଓଙ୍କ ନିକଟରେ କେସିଙ୍ଗା ଯୁବ ଗୋଷ୍ଠୀମାନେ ଅଭିଯୋଗ କରିଥିଲେ ।

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଅଫିସ୍‌,୨୧।୯: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଏଠାରେ କେବଳ ଡାକ୍ତର କିମ୍ବା ଅତ୍ୟାଧୁନିକ ଚିକିତ୍ସା ଉପକରଣର ଅଭାବ ରହିଛି, ତାହା ନୁହେଁ । 

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ନୂଆଗାଁ,୨୧।୯(ଡି.ଏନ.ଏ): ଦୀର୍ଘ ଦିନର ରାଜନୈତିକ ଭାର ଏକାକୀ ସମ୍ଭାଳି ତଥା ଅନ୍ୟ ଦିନ ପରିବର୍ତ୍ତନ କରି ଅନ୍ତିମରେ ବୀରମୀତ୍ରପୁର ବିଧାୟକ ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସ ଦଳରେ ଯୋଗଦେଲା ପରେ ରାଞ୍ଚତ୍ ବିମାନ ବନ୍ଦରଠାରେ ଜର୍ଜଙ୍କୁ ଓଡିଶାର କଂଗ୍ରେସ କର୍ମୀମାନେ ସ୍ବାଗତ ଜଣାଇଛନ୍ତି ।

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ବଡଗାଁ,୨୧।୯(ଡି.ଏନ.ଏ): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ପାମରା(ଜୁନାପଡା) ଗ୍ରାମରେ ୧୫ ତାରିଖଠାରୁ ନବମତମ ବାର୍ଷିକ ଇନ୍ଦ୍ର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୧ ଦିନ ଧରି ଚାଲିବ ।

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

କେସିଙ୍ଗା,୨୧।୯(ଡି.ଏନ.ଏ.): ସମଗ୍ର କେସିଙ୍ଗା ବ୍ଲକରେ ଗୁରୁବାରଠାରୁ ବର୍ଷା ହେଉଛି ।

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ବଡଗାଁ,୨୧।୯(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର କୁରେଇବଗା ଗ୍ରାମରୁ ଭୋଇପାଲିଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା କାମ ୬ମାସ ପୂର୍ବେ ଶେଷ ହୋଇଛି । 

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ସୁୁନ୍ଦରଗଡ,୨୧।୯(ଡି.ଏନ୍‌.ଏ.) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୪ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲାରେ ହେବାକୁ ଥିବା ମହିଳା ସମାବେଶ ପାଇଁ ସୁନ୍ଦରଗଡ ଜିଲା ମହିଳା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ରାଜବାଟୀଠାରେ ଅନୁଷ୍ଠିତ ହୋଇଯାଇଛି ।

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଧର୍ମଗଡ,୨୧। ୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ପୋଲିସ ଦ୍ୱାରା ଶୁକ୍ରବାର ଏକ ଜାଲ ନୋଟ ରାକେଟକୁ ଠାବ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି ।

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବୀରମହାରାଜପୁର,୨୧।୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା କଲେଜରେ ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।