ସମ୍ବଲପୁର

ମନ୍ତ୍ରୀ ରମେଶ ମାଝୀଙ୍କୁ କଳାପତାକା ଦେଖାଇଲା ଭାଜପା

ମନ୍ତ୍ରୀ ରମେଶ ମାଝୀଙ୍କୁ କଳାପତାକା ଦେଖାଇଲା ଭାଜପା


ସୋନପୁର,୩।୧(ନି.ପ୍ର.)-ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରମେଶ ମାଝୀଙ୍କୁ ବୁଧବାର ସୋନପୁରରେ କଳାପତାକା ପ୍ରଦର୍ଶନ କରାଯାଇଛି । ଜିଲାରେ ସ୍ବାସ୍ଥ୍ୟ, ଶିକ୍ଷା, ନଗର ଉନ୍ନୟନ, କୃଷି ଓ ଶିଳ୍ପ କ୍ଷେତ୍ରରେ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉନ୍ନୟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଭାଜପା ପକ୍ଷରୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା । ମନ୍ତ୍ରୀ ମାଝୀ ସର୍କିଟ୍‌ ହାଉସ୍‌ରୁ ବାହାରି ରାମପୁର ଅଭମୁଖେ ଯାଉଥିବା ସମୟରେ ନଳିନୀ ଛକଠାରେ ଭାଜପା ପକ୍ଷରୁ ପ୍ରତିବାଦ ସହ କଳାପତାକା ପ୍ରଦର୍ଶିତ ହୋଇଥିଲା । ଭାଜପାର ବରିଷ୍ଠ ନେତା ପ୍ରମୋଦ ମହାପାତ୍ର, ଜିଲା ଯୁବ ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ନଗର ସଭାପତି ଗଣେଷ ସାହୁ, ସଂଗ୍ରାମ କୁମ୍ଭାର, ଦେବାଶିଷ ପୂଜାରୀ, ଜ୍ୟୋତି ତ୍ରିପାଠୀ, ସୁରୁବାବୁ ସାହୁ, ବାବୁଲୁ ସାଗର, ସୁକାନ୍ତ ସାହୁ, ସୁରଜ ପୂଜାରୀ, ବୁଲୁ ପୂଜାରୀ, ଗୌର ନାଏକ, ବଳଦେବ ମେହେର ଓ ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଏଥିରେ ସାମିଲ ଥିଲେ । ତେବେ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ରିଜର୍ଭ ପଡିଆରେ ରଖିଥିଲା । ଅପରାହ୍ନରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲା । ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ୬୮ଟି ଡାକ୍ତର ପଦବି ଖାଲି ରହିଛି । ପଦବି ଗୁଡିକୁ ସରକାର ପୂରଣ କରୁ ନ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳା ପତାକା ପ୍ରଦର୍ଶନ ପାଇଁ ବିରୋଧୀ ଭାଜପା ପକ୍ଷରୁ ଯୋଜନା ହୋଇଥିଲା । ମାତ୍ର ସ୍ବାସ୍ଥ୍ୟମନ୍ତ୍ରୀ ସର୍କିଟ୍‌ ହାଉସ୍‌କୁ ନ ଆସି ସିଧା ରାମପୁର ଯାଇଥିଲେ । ପ୍ରକାଶ ଯେ, ନଗର ଉନ୍ନୟନ ଓ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାପା ସ୍ବର୍ଗତ ରାଧେଶ୍ୟାମ(ମାଲୁ) ପୂଜାରୀଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ବୁଧବାର ଜିଲାର ରାମପୁରସ୍ଥିତ ନିରଞ୍ଜନ ପୂଜାରୀଙ୍କ ଘରକୁ ଆସିଥିଲେ।

All Right Reserved By

Model This Week

Model This Week

ସମ୍ବଲପୁର

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

ସମ୍ବଲପୁର,୨୬।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଡଙ୍ଗାପାଳ ଗ୍ରାମର କାର୍ତ୍ତିକ ପ୍ରଧାନ (୨୫) ହତ୍ୟା ଘଟଣାକୁ ଇତିମଧ୍ୟରେ ୮ ବର୍ଷ ବିତିଛି। ହେଲେ ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ।

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଧମା,୨୬।୪(ଡି.ଏନ.ଏ.)ମାନେଶ୍ୱର ବ୍ଲକ ବତେମୁରା ପଞ୍ଚାୟତର ସରଡ଼ାଜୋର ଖଣ୍ଡିରେ ଶ୍ମଶାନ ଘାଟ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସରିବାର ନଁ। ଧରୁନି। ଏ ନେଇ ବିଭାଗୀୟ ଉଦାସୀନତାକୁ ଗ୍ରାମବାସୀ ଦାୟୀ କରିଛନ୍ତି।

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ରାଉରକେଲା ଅଫିସ,୨୬।୪: କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା କେତେକ କାରଖାନାରେ ପ୍ରଦ୍ୟୁଷଣ ମାତ୍ରା ଅସହ୍ୟ ହେଲାଣି । ଏହି କାରଖାନା ଗୁଡିକ ରାଜ୍ୟ ସରକାରଙ୍କ ପ୍ରଦ୍ୟୁଷଣ ବୋର୍ଡ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ।

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ଜୁନାଗଡ,୨୬।୪(ଡି.ଏନ.ଏ.): ପ୍ରଥମେ ଆରପାରିକୁ ଚାଲିଗଲେ ମା’। ବାପା ମୁହଁକୁ ଚାହିଁ ୨ ଭଉଣୀ ଆଶା ଭରସା କରି ରହିଥିଲେ। ଶେଷରେ ବାପା ବି ଚାଲିଯିବା ପରେ ୨ ଭଉଣୀ ହୋଇଗଲେ ଅନାଥ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ରେଙ୍ଗାଲି,୨୬।୪(ଡି.ଏନ.ଏ.): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ରୁଣିମହୁଲଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ସୂଚନାଯୋଗ୍ୟ, ବୁଧବାର ଏକ ବରଯାତ୍ରୀ ବସ୍‌ ଯୋଗେ ରୁଣିମହୁଲର ଗଗନ ଦଣ୍ଡସେନା(୨୪) ଯୋଗେ ଫେରୁଥିବାବେଳେ ବସ୍‌ ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥଲେ।

ଜାତୀୟ ସେବା ଯୋଜନା ପକ୍ଷରୁ ସଚେତନତା ଶିବିର

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ଭୁବନେଶ୍ୱର ଜାତୀୟ ସେବା ଯୋଜନା ପକ୍ଷରୁ ମାନେଶ୍ୱରସ୍ଥିତ ମାନଧାତା ବାବା କଲେଜଠାରେ ଗୁରୁବାର ଶିଶୁ ଶ୍ରମିକ ପ୍ରଥା ଶୀର୍ଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ସମ୍ବଲପୁର କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା ଗୁରୁବାର ମୁଦିପଡା ସ୍ଥିତ ଶୀତଳଷଷ୍ଠୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା, କଳସ ଅଧିବାସ, ଗଣପତି ପୂଜା, ବରୁଣ ପୂଜା, ଦେବୀଙ୍କ ଉପଚାର, ନବଗ୍ରହ ପୂଜା, ଦଶଦିଗପାଳ ପୂଜା ହୋଇଥିଲା ।

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ସମ୍ବଲପୁର,୨୬।୪ (ବ୍ୟୁ.ରୋ.): ସରକାରୀ ଅଫିସରେ ଓଡ଼ିଆ ଭାଷା ପ୍ରଚଳନର ଆବଶ୍ୟକତା ରହିଛି । ଏହା ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସାଧାରଣ ସରକାରୀ ଯୋଜନା ବିଷୟରେ ଜାଣି ପାରିବେ ।

ବରକାନିରେ ପାନୀୟଜଳ ସମସ୍ୟା

ବଙ୍ଗୋମୁଣ୍ଡା,୨୬।୪:(ଡି.ଏନ୍‌.ଏ.): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗ୍ରାମ ପଞ୍ଚାୟତରେ ବରକାନି ଗଁ।ରେ ପାନୀୟ ଜଳର ସମସ୍ୟା ରହିଥିବାର ପୂର୍ବତନ ସରପଞ୍ଚ ରାଧାମୋହନ ବେହେରା ଅଭିଯୋଗ କରିଛନ୍ତି ।

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା,୨୬।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟନ ହୋଇଯାଇଛି ।

ସାପକାମୁଡ଼ାରେ ଆକ୍ରାନ୍ତ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ

ଭବାନୀପାଟଣା, ୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ସ୍ନେକ୍‌ ହେଲ୍ପ ଲାଇନର ସଦସ୍ୟ ବିଶେଶ୍ୱର ସାହୁ ବୁଧବାର ଖବରପାଇ ଜଣଙ୍କ ଘରକୁ ସାପ ଧରିବା ପାଇଁ ଯାଇଥିବାବେଳେ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

୪ରୁ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ମେ ୪ ରୁ ୧୩ ପର୍ଯ୍ୟନ୍ତ ୯ ବର୍ଷରୁ ୧୩ ବର୍ଷ ବୟସର ବାଳିକା ଓ ବାଳିକମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ବୋଲି ଜିଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ଗୁରୁବାର ପ୍ରକାଶ କରିଛନ୍ତି ।