ସମ୍ବଲପୁର

ନିଆଳି ଗାଁ ଲୋକଙ୍କୁ ଦୁଃଖ ଦେଉଛି ବଂଶଧାରା

ନିଆଳି ଗାଁ ଲୋକଙ୍କୁ ଦୁଃଖ ଦେଉଛି ବଂଶଧାରା



ଲାଞ୍ଜିଗଡ,୩।୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅର୍ନ୍ତଗତ ନିଆଳି ଗାଁବାସୀଙ୍କ ପାଇଁ ଦୁଃଖ ସାଜିଛି ବଂଶଧାରା ନଦୀ। ଏହି ଗାଁର ଉନ୍ନତିରେ ଏହା ବାଧକ ସାଜିଛି। ନଦୀରେ ପୋଲ ନ ଥିବାରୁ ଲୋକେ ବିପଦସଂକୁଳ ଅବସ୍ଥାରେ ନଦୀ ଭିତରେ ପଶି ଯିବାଆସିବା କରୁଛନ୍ତି। ଏଠାରେ ପୋଲ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଗାଁରେ ରହନ୍ତି ୧୫୦ରୁ ଊର୍ଦ୍ଧ୍ୱ ପରିବାର। ଜନସଂଖ୍ୟା ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ। ଗାଁର ସମସ୍ତେ ଚାଷବାସ କରି ନିଜ ଗୁଜରାଣ ମେଣ୍ଟେଇଥାନ୍ତି। ବ୍ଲକ ସଦର ମହକୁମାଠାରୁ ୧୫କି. ମି ଦୂରରେ ଥିବା ଏହି ଗାଁରେ ଲୋକେ ବର୍ତ୍ତମାନ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଗାଁ ମଝିରେ ବଂଶଧାରା ନଦୀ ଯାଇଥିବାରୁ ଲୋକେ ହଇରାଣ ହରକତ ହୁଅନ୍ତି। ଏହି ନଦୀ ଯୋଗୁ ନିଆଳି ସମେତ ପଞ୍ଚାୟତର ୧୦ଖଣ୍ଡ ଗାଁ ପଞ୍ଚାୟତ ମୁଖ୍ୟାଳୟ ସହିତ ଯୋଗାଯୋଗ କରିପାରନ୍ତି ନାହିଁ। ପଞ୍ଚାୟତରେ ମିଳୁଥିବା ପିଡିଏସ୍‌ ସାମଗ୍ରୀ ଓ ବୃଦ୍ଧାବୃଦ୍ଧ ଭତ୍ତା ଆଣିଯିବା ପାଇଁ ନଦୀପାର ହେବା ଅସମ୍ଭବ ହୋଇପଡୁଛି। ପଞ୍ଚାୟତର ଚାଳିଶିରୁ ଊର୍ଦ୍ଧ୍ୱ ପିଲା ବିଶ୍ୱନାଥପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଏହି ବଂଶଧାରା ନଦୀ ଯିବା ଆସିବାରେ ବାଧକ ସାଜିଛି। ବର୍ତ୍ତମାନ ମଧ୍ୟ ନଦୀରେ ଛାତିଏ ପାଣି ପ୍ରବାହିତ ହେଉଛି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଚାରିମାସ ଏହି ଅଞ୍ଚଳର ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଜୀବନ ବିତାଇ ଥାଆନ୍ତି। ଏହି ନଦୀରେ ଏକ ପୋଲ ନିର୍ମାଣ ପାଇଁ ନେତାଠାରୁ ମନ୍ତ୍ରୀ ଓ ବିଡିଓଙ୍କଠାରୁ ଜିଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିକରି ଥକିଗଲେଣି। ହେଲେ କୌଣସି ନେତା କିମ୍ବା ସରକାରୀ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏହି ପୋଲ ନିର୍ମାଣକୁ ନେଇ ଗତବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭୋଟବର୍ଜନ କରିଥିଲେ ନିଆଳି ଗ୍ରାମବାସୀ। ସରକାର ଓ ବିଧାୟକଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଆମେ ଏଭଳି ପରିସ୍ଥିତି ଦେଇ ଗତି କରୁଛୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭୋଟ ସମୟରେ ବିଧାୟକ ଆସି ଅନେକ ସ୍ବପ୍ନ ଦେଖାଇବା ସହ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ବର୍ତ୍ତମାନ ବ୍ଲକରେ ପ୍ରତ୍ୟେକ ଦୁର୍ଗମ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ବିଜୁସେତୁ ନିର୍ମାଣ କରାଯାଉଛି, ହେଲେ ଆମ ଅଞ୍ଚଳ କାହିଁକି ବାଦ ପଡିଛି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ବିଧାୟକଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ନିଆଳି ଗ୍ରାମର ସୁଧୀର ହରିଜନ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। ପଞ୍ଚାୟତର କଂସାରି, ବାତେରଲିମା, ରସବଣ୍ଡେଲ, କୁଟିଙ୍ଗଡେଲି, ବାଣିପଙ୍ଗା, ପିପେଲପଡା, ବୋରିଙ୍ଗପଦର, ଟୁରିଗିଡା, ନିଆଳି ଓ ସୁନାଖୁଣ୍ଟି ଗାଁ ପାଇଁ ରାସ୍ତା ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଯେଉଁ ରାସ୍ତା ଅଛି, ଖାଲଖମାରେ ପରିପୂର୍ଣ୍ଣ। ମଣିଷ ଚାଲିବା ଦୂରର କଥା ଗାଈବଳଦ ମଧ୍ୟ ଚାଲିପାରୁ ନାହାନ୍ତି। ଏହି ରାସ୍ତା ପାଇଁ ମଧ୍ୟ ଅନେକ ଥର ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଅଞ୍ଚଳବାସୀ। ହେଲେ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ। ଏ ସମ୍ପର୍କରେ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝିଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ଲାଞ୍ଜିଗଡ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଦ୍ୱାରା ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଯାଉଛି। ଅନେକ ନଦୀରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଯଥାଶୀଘ୍ର ନିଆଳି ନିକଟସ୍ଥ ବଂଶଧାରା ନଦୀର ପୋଲ ଓ ନୂତନ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

All Right Reserved By

ସମ୍ବଲପୁର

ଯୁବକଙ୍କ ଜୀବନ ନେଲା ଦନ୍ତା

ଯୁବକଙ୍କ ଜୀବନ ନେଲା ଦନ୍ତା

ରେଢାଖୋଲ, ୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜଲା ରେଢାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଅନେକ ଘର ଦ୍ୱାର ଉଜାଡି ଦେଉଛି। ଘର ଭାଙ୍ଗିବା ସହ ଲୋକେ ସାଇତି ରଖିଥିବା ଧାନ ଚାଉଳ ଖାଇ ନଷ୍ଟ କରୁଛି। ଲୋକେ କରିଥିବା କଦଳୀ, ଆମ୍ବ, ପଣସ ଆଦି ଫଳମୂଳ ଓ ପନିପରିବା ଚାଷ ମାଡିଚକଟି ନଷ୍ଟ କରୁଛି । ହାତୀ ପାଦ ଓ ଶୁଣ୍ଢରେ ଗୋଟିଏ ପରେ ଗୋଟିଏ ଜୀବନ ଲୋଟି ପଡୁଛି । ସୋମବାର ସକାଳୁ ପୁଣି ଏମିତି ଏକ ହୃଦୟବିଦାରକ ଘଟଣା ଘଟଥିବା ସାମ୍ନାକୁ ଆସିଛି। ରେଢାଖୋଲ ଉପଖଣ୍ଡ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗାଁର ମୁଣ୍ଡାସାହିରେ ରହୁଥିବା ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଶ୍ରୀପତି ମୁଣ୍ଡା (୪୦) ।

ରେଢ଼ାଖୋଲରେ ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଗହଳଚହଳ

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲରେ ଆନନ୍ଦ ଉଲ୍ଲାସର ସହିତ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ରବିବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ଠାକୁରମାନଙ୍କ ପହଣ୍ଡି ବିଜେ ସାମନ୍ୟ ବିଳମ୍ବ ହୋଇଥିଲା। ମାଉସୀ ମା’ ମନ୍ଦିରରେ ରୀତିନୀତି ଅନୁଯାୟୀ ଠାକୁରମାନଙ୍କ ପୂଜା ସମ୍ପନ୍ନ ହୋଇଥିଲା।

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ରେଢାଖୋଲ,୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହରର ୧୦ନଂ ୱାର୍ଡ ଅଧୀନ ଆଦର୍ଶ ନଗର ପାଣି ଘେରରେ ରହିଛି। ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଆଦର୍ଶନଗରରେ ଖୋଦ ବିଧାୟକ ଇରୋହିତ ପୂଜାରୀଙ୍କ କାର୍ଯ୍ୟାଳୟ ରହିଛି।

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ରେଢ଼ାଖୋଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଯୋର ଓ ନାଳରେ ବନ୍ୟାପାଣି ପ୍ରବାହିତ ହୋଇଛି। ନାଳରେ ଥିବା ପୋଲର ଉଭୟ ପାର୍ଶ୍ୱର ଆପ୍ରୋଚ ରୋଡକୁ ଧୋଇ ବନ୍ୟାପାଣି ନେଇଯାଇଛି।

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ:  ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ: ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ଅଫିସ, ୨୩।୭- ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରର ଅବସ୍ଥା କହିଲେ ନ ସରେ । ଘୋର ଅବ୍ୟବସ୍ଥା ଘେରରେ ରହିଛି ଏହି ଶବ ବ୍ୟବଚ୍ଛେଦ କେନ୍ଦ୍ର । ଦୀର୍ଘଦିନ ହେଲା ଏହି ବ୍ୟବଚ୍ଛେଦ କେନ୍ଦ୍ରର ଫ୍ରିଜର ଚାଲୁନାହିଁ ।

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ଅଫିସ, ୨୩।୭- ତିନିଦିନର ଲଗାଣ ବର୍ଷା ପରେ ନବନିର୍ମିତ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲର ଅବସ୍ଥା ବେହାଲ ହୋଇଛି । ନିମ୍ନମାନର ନିର୍ମାଣ କାମ ଯୋଗୁ ହସପିଟାଲର ବିଭିନ୍ନ ସ୍ଥାନରେ ଏବେ ଛାତରକୁ ବର୍ଷା ପାଣି ଗଳୁଥିବା ଦେଖାଯାଉଛି ।

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବାଲିଶଙ୍କରା,୨୨।୭(ଡି.ଏନ.ଏ: କିଞ୍ଜିରକେଲା ଥାନା ଅନ୍ତର୍ଗତ ସିକାଯୋର ଗ୍ରାମରେ ରବିବାର ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସିବିଲ ଲାକଡା (୪୨)। ପ୍ରକାଶ ଯେ, ଗତ ୨୦ ତାରିଖ ଅପରାହ୍ନରେ ସିବିଲ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ମୋର ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ । ୨୧ତାରିଖ ସକାଳେ ପରିବାର ଲୋକେ ଦେଖିଥିଲେ ତାଙ୍କ ମୁହଁରୁ ଫେଣ ବାହାରୁଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ସମ୍ବଲପୁର,୨୨।୭(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଜଳସ୍ତର ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୯୨ ଫୁଟ ରହିଛି। ଜଳଭଣ୍ଡାରକୁ ବିଗତ ୩ଘଣ୍ଟା ଧରି ପ୍ରତି ସେକେଣ୍ଡରେ ୧,୬୪,୮୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୩୭୦ କ୍ୟୁସେକ୍‌ ନିଷ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୨୯.୮୯ ମିମି ବର୍ଷା ହୋଇଛି। ସେହିପରି ତଳମୁଣ୍ଡରେ ୧୩୦.୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାଠାରେ ୬୨୧. ୪୦ ମିମି ବର୍ଷା ହୋଇଥିବା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ ପକ୍ଷରୁ ସୂଚିତ କରାଯାଇଛି ।

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର, ୨୨ା୭(ଡି.ଏନ.ଏ.): ଦୁଇଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀମରହାରାଜପୁର ଉପଖଣ୍ଡର ଅବସ୍ଥା ବେହାଲ ହୋଇଛି। କେବଳ ଗୋଟିଏ ଦିନ (ଶନିବାର)ର ବୃଷ୍ଟିପାତ ୪୧୩ ମିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଦେଖାଦେଇଛି ବନ୍ୟାଜନିତ ପରିସ୍ଥିତି।

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ