ସମ୍ବଲପୁର

ଦୟନୀୟ ଅବସ୍ଥାରେ ବୁଢୀପଦର ଏଲଆଇ ସେଣ୍ଟର

ଦୟନୀୟ ଅବସ୍ଥାରେ ବୁଢୀପଦର ଏଲଆଇ ସେଣ୍ଟର
ଲୋଇସିଂହା, ୩।୧(ଡି.ଏନ.ଏ)- କୃଷି ଅର୍ଥନୀତିର ଅଭିବୃଦ୍ଧି ପାଇଁ ଫସଲ ପଦ୍ଧତି ପରିବର୍ତ୍ତନ ଓ କୃଷି ସଂଲଗ୍ନ ଅନ୍ୟ ଗତିବିଧି ପଶୁ ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହାର ବାସ୍ତବ ଚିତ୍ର ଯେ ଭିନ୍ନ ତାହା ବୁଢୀପଦର ପଶୁ ନିରୀକ୍ଷକ (ଏଲଆଇ)ଙ୍କ କାର୍ଯ୍ୟାଳୟର ଦୟନୀୟ ଅବସ୍ଥାରୁ ଉପଲବ୍ଧି କରି ହେଉଛି। ଅନ୍ୟପକ୍ଷରେ ବ୍ଲକର ଅନ୍ୟ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆନୁସଙ୍ଗିକ ସୁବିଧା ଉପଲବ୍ଧ ନ ଥିବା ଓ କର୍ମଚାରୀ ଅଭାବ ପ୍ରାଣୀ ଚିକିତ୍ସା ସେବାରେ ବାଧାପ୍ରାପ୍ତ ହୋଇ ପଡିଥିବା ଅଭିଯୋଗ ହେଉଛି। ପ୍ରାପ୍ତମତେ,ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ଅଧୀନରେ ବୁଢୀପଦର, ଯୋଗୀସର୍ଡା, ବାଦିବାହାଲ, କନ୍ଦାଜୁରୀ, ସରଗାଡ, କୁଶମେଲ, ହୀରାପୁର, କୁଶଙ୍ଗ, ରେଙ୍ଗାଲି, ଗଡଶଙ୍କର ଡୁଙ୍ଗରିପାଲି, ବାଦିମୁଣ୍ଡା ପ୍ରଭୃତି ସ୍ଥାନରେ ପ୍ରାଣୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଥିବାବେଳେ ନିକଟରେ ଆଉ ଦୁଇଟି ତଲିଉଡାର ଓ ବାନିପାଲିରେ କାର୍ଯ୍ୟାଳୟ ଖୋଲାଯାଇଛି। ଏଠାରେ କୋଠା ନିର୍ମାଣ ଚାଲିଥିବାବେଳେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ସର୍ବ ପୁରାତନ ବୁଢୀପଦର କାର୍ଯ୍ୟାଳୟ ନ ଥିବାରୁ ଏକ ଭାଡା ଘରେ ଚାଲିଛି। ତାହା ପୁଣି ଗୋରୁଗୁହାଲ ପରି ଦେଖାଯାଉଛି। ଜମିଚିହ୍ନଟ ହୋଇ କୋଠା ନିର୍ମାଣ ପାଇ ବିଭାଗ ପକ୍ଷରୁ ଡିଆରଡିଏକୁ ୬ ଲକ୍ଷ ଅନୁଦାନ ଦିଆଯାଇଛି। ବିଡମ୍ବନା ଟେଣ୍ଡର ହେଉ ନ ଥିବାରୁ କାମ ଅଗ୍ରଗତି ହେଉ ନ ଥିବା ବିବାଗୀୟ ସୂତ୍ରରୁ ପ୍ରକାଶ। ବାକି ୧୦ଟି ପ୍ରାଣୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୋଟା ଥିଲେ ମଧ୍ୟ ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ ନ ଥିବାର ଅଭିଯୋଗ ହେଉଛି। ଏବେ ବ୍ଲକରେ ୧୧ ପ୍ରାଣୀ ନିରୀକ୍ଷକଙ୍କ ସ୍ଥଳେ ୮ ଜଣ ଅବସ୍ଥାପିତ ଅଛନ୍ତି। ବୁଢୀପଦର, ସରଗାଡ ଓ ଗଡଶଙ୍କର ଡୁଙ୍ଗରିପାଲିରେ ପ୍ରାଣୀ ନିରୀକ୍ଷକ ପଦବି ଖାଲିପଡିଛି। ୨୦୧୫ ଠାରୁ ଗଡଶଙ୍କର ଡୁଙ୍ଗରିପାଲି, ବୁଢୀପଦର ନିରୀକ୍ଷକଙ୍କ ଅବସର ପରେ ଅକ୍ଟୋବର ୨୦୧୬ ରୁ ଓ ସରଗାଡ ନିରୀକ୍ଷକଙ୍କ ସେପ୍ଟେମ୍ବର ୨୦୧୭ରେ ଦେହାନ୍ତ ପର ଠାରୁ ଏଠାରେ ଖାଲି ପଡିଛି। ବୁଢୀପଦରରେ କନ୍ଦାଜୁରୀ ନିରୀକ୍ଷକ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସରଗାଡ ଓ ଡୁଙ୍ଗରିପାଲିରେ ଆଟେଣ୍ଡେଣ୍ଟଙ୍କ ଭରସାରେ ପ୍ରାଣୀ ଚିକିତ୍ସା ସେବା ଚାଲିଛି। ଲୋଇସିଂହା ମୁଖ୍ୟାଳୟ ଓ ସରଗାଡ, ଗଡଶଙ୍କର ଡୁଙ୍ଗରିପାଲିରେ ଆଟେଣ୍ଡେଣ୍ଟ ରହିଥିବାବେଳେ ବାକି ସ୍ଥାନରେ ନିରୀକ୍ଷକମାନେ ସମସ୍ତ କାମ କରୁଛନ୍ତି। ଫଳରେ ବିଭିନ୍ନ ଟିକା କରଣ ଓ ଅଫିସ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଏପରିକି ୨ଟି ନୂତନ ପ୍ରାଣୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ କୋଠା କିମ୍ବା କର୍ମଚାରୀ ନିୟୋଜିତ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏସମ୍ପର୍କରେ ପ୍ରାଣୀ ଚିକିତ୍ସା ଅଧିକାରୀ କମଳଲୋଚନ ଦାସ କହନ୍ତି, ଏଲଆଇ ସେଣ୍ଟରମାନଙ୍କୁ ବିଦ୍ୟୁତ୍‌ ବ୍ୟତିରେକ ସମସ୍ତ ସୁବିଧା ରହିଛି। କର୍ମଚାରୀ ଅଭାବକୁ ସ୍ବୀକାର କରିଥିବାବେଳେ ଚିକିତ୍ସା ସେବା ଠିକ୍‌ଠାକ୍‌ ଚାଲିଛି। ନିକଟରେ ପିଲାଙ୍କ ଟ୍ରେନିଂ ସରିଛି। ଖାଲି ସ୍ଥାନରେ ନିଯୁକ୍ତି ମିଳିବ ବୋଲି ଆଶା ରହିଛି। ବୁଢୀପଦର କାର୍ଯ୍ୟାଳୟ ପାଇଁ ବଲାଙ୍ଗୀର ସିଡିଭିଓ ଡିଆରଡିଏକୁ ଟଙ୍କା ଦେଇଥିବା ପ୍ରକାଶ କରିଥିଲେ ା ଟେଣ୍ଡର ହେଲା ପରେ କାମ ହେବ ବୋଲି ସେ କହିଥିଲେ ।
All Right Reserved By

ସମ୍ବଲପୁର

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

କୋକସରା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡାଠାରେ ଦୁର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଶାବତାର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା କମିଟି ପକ୍ଷରୁ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପୂଜା କମିଟି ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ବଦ୍ରୀନାରାୟଣ ପଟ୍ଟନାୟକ ଯୋଗଦେଇ ଘୁମୁରା ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ ।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ରିଷିଡ଼ା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାଠାରେ ସୋମବାର ପ୍ରସିଦ୍ଧ ପାଟଖଣ୍ଡା ଯାତରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବୋଦା ଓ ଗରରା ବଳି ଦିଆଯାଇଛି ।

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ବିଜେପୁର,୧୬।୧୦(ଡି.ଏନ.ଏ.): ବରଗଡ ଜିଲା ବିଜେପୁର ପୋଲିସ ମୋଟର ପମ୍ପ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ସୋହେଲା କୋର୍ଟଙ୍କୁ ଚାଲାଣ କରିଛି । 

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।