Dharitri News
ଜୀବନଚର୍ଯ୍ୟା |

ମଧୁମେହ ଓ ଫଳାହାର

ମଧୁମେହ ଓ ଫଳାହାର ଆଜିକାଲି ଡାଇବେଟିସ ବା ମଧୁମେହ ସାଧାରଣ ରୋଗ ପାଲଟିଲାଣି କହିଲେ ଚଳେ। ପ୍ରତି ଘରେ କେହି ନା କେହି ଏହାଦ୍ୱାରା ଆକ୍ରାନ୍ତ ହେଉଛନ୍ତି। କାରଣ ଯାହା ହୋଇ ଥାଉନା କାହିଁକି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀକୁ ମିଠା ଦ୍ରବ୍ୟଗୁଡିକୁ ନା କହିବାକୁ ପଡିଥାଏ। ଏପରିକି ମଧୁମେହ ରୋଗୀକୁ ଫଳ ଖାଇବାକୁ ମଧ୍ୟ ଡର ଲାଗିଥାଏ। ଫଳରେ ଥିବା ପ୍ରାକୃତିକ ଶର୍କରା କ୍ଷତି ପହଞ୍ଚାଇବ ବୋଲି ସେମାନେ ଭାବିଥାନ୍ତି। ତେବେ ଫଳରେ ପ୍ରାକୃତିକ ଶର୍କରା ସହ ଭିଟାମିନ୍‌, ଖଣିଜଲବଣ, ଫାଇବର ଆଦି ଥାଏ। ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗ ଦାଉରୁ ରକ୍ଷା ପାଇହୁଏ। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ଅବା ଖରାପ ଆସନ୍ତୁ ଜାଣିବା: ମଧୁମେହକୁ ନିୟନ୍ତ୍ରଣରେ ରଖିବା ଅର୍ଥ ରକ୍ତ ଶର୍କରା, ରକ୍ତଚାପ ଓ ଓଜନ ଆଦିକୁ ନିୟନ୍ତ୍ରଣରେ ରଖିବା। ଏପରିସ୍ଥଳେ ଫଳ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ବୃଦ୍ଧି ପାଏ ବୋଲି ଅନେକେ କୁହନ୍ତି। ଏହା ଭୁଲ୍‌ ଧାରଣା। ଅଧିକାଂଶ ଫଳରେ ଗ୍ଲାଇକେମିକ୍‌ ଇଣ୍ଡେକ୍ସ କମ୍‌ରୁ ମଧ୍ୟମ ପରିମାଣରେ ଥାଏ। ଏହା ଅନ୍ୟ ଶର୍କରାଯୁକ୍ତ ଖାଦ୍ୟ ପଦାର୍ଥଠାରୁ ଶରୀରରେ ଶର୍କରାର ପରିମାଣ କମ୍‌ ପରିମାଣରେ ବଢ଼ାଇଥାଏ। ଫଳରେ ୧୫-୨୦ ଗ୍ରାମ ଶ୍ୱେତସାର ମିଳିଥାଏ। ଏହା ରୁଟିର ଏକ ଖଣ୍ଡର ଶ୍ୱେତସାର ସହ ସମାନ। ତେଣୁ ଯଦି ଆପଣ ଶର୍କରାଜନିତ ଖାଦ୍ୟ ପଦାର୍ଥକୁ ଛାଡ଼ିବାକୁ ଚାହାନ୍ତି ତେବେ ଆପଣ ଚକ୍‌ଲେଟ, କେକ୍‌, ବିସ୍କୁଟ, ଥଣ୍ଡାପାନୀୟ ଏବଂ ଅନ୍ୟ ସ୍ନାକ୍ସ ସେବନ କରିବା ବନ୍ଦ କରନ୍ତୁ। ମଧୁମେହରେ ଫଳ ଓ ସବୁଜ ପନିପରିବା ସେବନ କରିବା ଦ୍ୱାରା କୌଣସି କ୍ଷତି ପହଞ୍ଚିନଥାଏ।

ଜୀବନଚର୍ଯ୍ୟା |

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

 ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ଓ୍ବାଶିଂଟନ: ଆଘ୍ରାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନାକ ଆବେଗ ପ୍ରକାଶରେ ସହାୟତା କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ମସ୍ତିଷ୍କରେ ଭାବାବେଗ ପ୍ରକାଶ ପାଇଲେ ନାକରେ ସ୍ପନ୍ଦନ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁବିଜ୍ଞାନୀ ମାରିଲେନା ଏଇଲୋ କହିଛନ୍ତି।

 ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ଲଣ୍ଡନ: ବିଶୋଧକ ସିଲ୍କ ଦ୍ୱାରା କ୍ଷତିଗ୍ରସ୍ତ ମେରୁଦଣ୍ଡର ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହାକୁ ମସ୍ତିଷ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇ ପାରିବ।

 ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌

ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌

ଓ୍ବାଶିଂଟନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ୨୦୦୪ରେ ପୃଥିବୀରେ ପ୍ରାୟ ୨ ନିୟୁତ ଶିଶୁଙ୍କର ନିମୋନିଆରେ ମୃତ୍ୟୁ ଘଟିଥିଲା। ତେବେ ୨୦୧୫ପରେ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି।

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ

ନୂଆଦିଲ୍ଲୀ: ଯନ୍ତ୍ରଣା ଉପଶମକାରୀ ଔଷଧ ସେବନ ଦ୍ୱାରା ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଖୁବ୍‌ କମ୍‌ ବୟସରେ ପାର୍କିନସନ୍‌ ରୋଗ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁତତ୍ତ୍ୱ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ପାଣିଗ୍ରାହୀ କହିଛନ୍ତି।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରିବ ପଲି ଆକ୍ରାଇଲ୍‌ଆମିଡ୍‌ ଜେଲ୍‌

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରିବ ପଲି ଆକ୍ରାଇଲ୍‌ଆମିଡ୍‌ ଜେଲ୍‌

ସିଓଲ୍‌: ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଶମ ପାଇଁ ଚିକିତ୍ସା ବିଜ୍ଞାନୀମାନେ ଏକ ପ୍ରକାର ଜେଲ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ଯନ୍ତ୍ରଣାସ୍ଥାନରେ ଲଗାଇଲେ ଆରାମ ମିଳିବ। ରିମାଟଏଡ୍‌ ଆରଥ୍ରିଟିସ୍‌ ରୋଗରେ ଆଣ୍ଠୁଗଣ୍ଠିରେ ଜଳୀୟ ଅଂଶ ଅଧିକ ମାତ୍ରାରେ ଅବଶୋଷିତ ହୋଇଥାଏ।