ମନୋରଞ୍ଜନ |

ରଣବିରଙ୍କ ସହ ନିର୍ବନ୍ଧ କରିବେ ଦୀପିକା

ରଣବିରଙ୍କ ସହ ନିର୍ବନ୍ଧ କରିବେ ଦୀପିକା

ବମ୍ବେ: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନା। ବଲିଉଡ୍‌ର ଅନେକ ତାରକା ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇବାକୁ ଚେଷ୍ଟା କଲେ ହେଁ ତାହା ଜଣାପଡିଯାଇଥାଏ। ସେହିପରି ଦୀପିକା ରଣବୀରଙ୍କ ସହ ନିଜ ସମ୍ପର୍କକୁ ଲୁଚାଉଥିଲେ ହେଁ ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖାଯାଇଥାଏ। ବିବାହ ପାର୍ଟି ହେଉ ଅଥବା କିଛି ପୁରସ୍କାର ଉତ୍ସବ ରଣବୀରଙ୍କ ସହ ସେଠାରେ ପହଞ୍ଚିଯାନ୍ତି ଦୀପିକା। ହେଲେ ଉଭୟଙ୍କୁ ସମ୍ପର୍କ ନେଇ ପଚରାଗଲେ ଉଭୟେ ଚୁପ୍‌ ରହିଥାନ୍ତି। ନିକଟରେ ରଣବୀରଙ୍କ ପୂର୍ବତନ ପ୍ରେମିକା ଥିବା ଅନୁଷ୍କା ଶର୍ମା ବିରାଟଙ୍କୁ ବିବାହ କରିବା ପରେ ଦୀପିକା ବେଶ୍‌ ଖୁସି ଅଛନ୍ତି। ନୂଆବର୍ଷ ଉପଲକ୍ଷେ ଉଭୟେ ଶ୍ରୀଲଙ୍କାରେ ଛୁଟି କଟାଉଥିବା ଜଣାପଡିଛି। ୫ ଜାନୁୟାରୀରେ ଦୀପିକାଙ୍କ ଜନ୍ମଦିନ। ଏଥିପାଇଁ କିଛି ଖାସ କରିବା ପାଇଁ ରଣବୀର ଭାବିଛନ୍ତି। ଖାସ୍‌ ପ୍ରୟୋଜନଟି ନିର୍ବନ୍ଧ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ରଣବୀର ମଧ୍ୟ ଦୀପିକାଙ୍କ ପରିବାରକୁ ଭେଟି ସାରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ପ୍ରଶଂସକମାନଙ୍କୁ ଏହି ଖୁସି ଖବର ମିଳିବ ବୋଲି ଆଶା କରାଯାଉଛି।

All Right Reserved By

ମନୋରଞ୍ଜନ |

ଏଥର ସିକ୍ସ ପ୍ୟାକ୍‌

ଏଥର ସିକ୍ସ ପ୍ୟାକ୍‌

ରଣବୀର ସିଂ ଏବେ ପ୍ରାୟ ଚର୍ଚ୍ଚାରେ। ‘ପଦ୍ମାବତ୍‌’ ରିଲିଜ୍‌ ଏବଂ ଏଥିରେ ତାଙ୍କର ଭୂମିକାକୁ ନେଇ ବେଶ୍‌ ଆଲୋଚନା ହୋଇଥିଲା। ସେପଟେ ତାଙ୍କର ରିୟଲ ଲାଇଫ୍‌କୁ ନେଇ ଆଲୋଚନା ଥମୁ ନାହିଁ। ଦୀପିକା ପାଦୁକୋନ୍‌ଙ୍କ ସହ ତାଙ୍କର ଇଲୁ ଇଲୁ ଖୁବ୍‌ଶୀଘ୍ର ବିବାହର ରୂପ ନେବାକୁ ଯାଉଛି।

ନୂଆ ସିନେମା: ଲଭ୍‌ ଏକ୍ସପ୍ରେସ

ନୂଆ ସିନେମା: ଲଭ୍‌ ଏକ୍ସପ୍ରେସ

ସିଦ୍ଧାର୍ଥ ଟିଭି ଏବଂ ସାର୍ଥକ ମ୍ୟୁଜିକ୍‌ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଲଭ୍‌ ଏକ୍ସପ୍ରେସ’। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜନା ଏବଂ ବିନ୍ନି ପଟ୍ଟନାୟକ-ସଚ୍ଚିକାନ୍ତ ଜେନାଙ୍କ କାର୍ଯ୍ୟକାରୀ ପ୍ରଯୋଜନାରେ ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳୁଛନ୍ତି ରମେଶ ରାଉତ। ସିଦ୍ଧାର୍ଥଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଡ. ନିର୍ମଳ ନାୟକ।

ଗ୍ଲାମର୍ସ ଡାହାଣୀ

ଗ୍ଲାମର୍ସ ଡାହାଣୀ

ମୁମ୍ବାଇ:ଟେଲିଭିଜନ୍‌ ଦୁନିଆରେ ଏବେ ସୁପର୍‌ ନେଚୁରାଲ୍‌ ଧାରାବାହିକର ବେଶ୍‌ ଚାହିଦା ରହିଛି। ‘ନାଗିନ୍‌’ ଏବଂ ‘କୟାମତ୍‌ କୀ ରାତ୍‌’ର ସଫଳତା ପରେ ଖୁବ୍‌ଶୀଘ୍ର ଭାରତୀୟ ଟେଲି ଜଗତରେ ଡାହାଣୀ ପ୍ରବେଶ କରିବାକୁ ଯାଉଛି। ଷ୍ଟାର୍‌ ପ୍ଲସ୍‌ର ହରର୍‌ ଶୋ’ ‘ନଜର୍‌’ (ଡାୟନ୍‌ କୀ ନଜର)ର ଆରମ୍ଭ ହେବାକୁ ଯାଉଛି।

କାହିଁକି ଜୁହିଙ୍କୁ ବାହା ହେଲେନି ସଲମାନ

କାହିଁକି ଜୁହିଙ୍କୁ ବାହା ହେଲେନି ସଲମାନ

କେବଳ ଅଭିନୟ ଜୀବନ ନୁହେଁ, ବାସ୍ତବ ଜୀବନ ପାଇଁ ଅନେକ ସମୟରେ ଆଲୋଚନାର ପରିସରଭୁକ୍ତ ହୋଇଛନ୍ତି ସଲମାନ ଖାଁ। କ୍ୟାରିୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନେକ ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡାଯାଇଛି। ନିଜ କ୍ୟାରିୟରର ପିକ୍‌ଅପ ସମୟରେ ତାଙ୍କର ଜୁହି ଚାଓ୍ବଲାଙ୍କ ସହ ଆଫେୟାର୍ସ ଚାଲିଥିଲା।

୩୬ରେ ପାଦଦେଲେ ପ୍ରିୟଙ୍କା

୩୬ରେ ପାଦଦେଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବୁଧବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବି-ଟାଉନ୍‌ର ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ୫ ବର୍ଷ ବୟସଠାରୁ ପ୍ରତ୍ୟେକ ଜନ୍ମଦିନରେ ପ୍ରିୟଙ୍କା ଅନାଥ ଆଶ୍ରମ ଯାଇ ସେଠାକାର ପିଲାଙ୍କ ସହ ଏହି ଦିନକୁ ସେଲିବ୍ରେଟ କରନ୍ତି ବୋଲି ତାଙ୍କ ମାଆ ମଧୁ ଚୋପ୍ରା ଏକ ଗଣମାଧ୍ୟମ ସାକ୍ଷାତକାରେ କହିଛନ୍ତି।

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୮।୭: ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଓ୍ବଲାସରାଓ୍ବକ୍କମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରିୟଙ୍କା ତାମିଲ ଟିଭି ଶୋ’ ‘ଓ୍ବାମସମ’ର ଜ୍ୟୋତିକା ଚରିତ୍ର ଲାଗି ବେଶ୍‌ ଜଣାଶୁଣା ଥିଲେ।

ଫିଲ୍ମ ସାଇନ୍‌ କଲେ ଇରଫାନ୍‌

ଫିଲ୍ମ ସାଇନ୍‌ କଲେ ଇରଫାନ୍‌

ମୁମ୍ବାଇ: ରୂପେଲି ପରଦାକୁ ଖୁବ୍‌ ଶୀଘ୍ର ଫେରିବେ ବଲିଉଡ ଅଭିନେତା ଇରଫାନ୍‌ ଖାଁ। ସେ ଏକ ନୂଆ ଫିଲ୍ମ ପାଇଁ ସାଇନ୍‌ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅଭିନେତା ଇରଫାନ୍‌ ଏବେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମରରେ ପୀଡିତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି।

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ : ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ପରପାରିରେ ରିତା ଭାଦୁଡି

ପରପାରିରେ ରିତା ଭାଦୁଡି

ମୁମ୍ବାଇ,୧୭।୭: ଟେଲିଭିଜନ ଧାରାବାହିକ ‘ନିମ୍‌କି ମୁଖିଆ’ରେ ଇମରତି ଦେବୀ ଭୂମିକାରେ ଅଭିନୟ କରୁଥିବା ରିତା ଭାଦୁଡି ଆଉ ନାହାନ୍ତି। ରିତା ଟେଲିଭିଜନ ଓ ଚଳଚ୍ଚିତ୍ର ଦୁନିଆର ଜଣେ ପରିଚିତ ଚେହେରା ହୋଇଥିବା ବେଳେ ତାଙ୍କ ବିୟୋଗରେ ଉଭୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ସନ୍ନିଙ୍କ ବାୟୋପିକ୍‌ର ଟ୍ରେଲରକୁ ଦେଖିଲେ ୧କୋଟିରୁ ଊର୍ଦ୍ଧ୍ୱ ଦର୍ଶକ

ସନ୍ନିଙ୍କ ବାୟୋପିକ୍‌ର ଟ୍ରେଲରକୁ ଦେଖିଲେ ୧କୋଟିରୁ ଊର୍ଦ୍ଧ୍ୱ ଦର୍ଶକ

ମୁମ୍ବାଇ: ବଲିଉଡ ବେବି ଡଲ୍‌ ସନ୍ନି ଲିଓନିଙ୍କ ବିବାଦୀୟ ବାୟୋପିକ୍‌ ‘କରନଜିତ୍‌ କୌର: ଦ ଅନଟୋଲ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନି’ ପ୍ରଥମ ସିଜନ୍‌ର ପ୍ରିମିୟର ସୋମବାର ଓ୍ବେବ୍‌ ପ୍ଲାଟଫର୍ମରେ ରିଲିଜ୍‌ ହେବ।

ଭାଇଜାନ୍‌ଙ୍କ କଥା ମନେ ପଡିଲେ ଲାଜେଇ ଯାଆନ୍ତି ଜାହ୍ନବୀ

ଭାଇଜାନ୍‌ଙ୍କ କଥା ମନେ ପଡିଲେ ଲାଜେଇ ଯାଆନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡର ଦିବଙ୍ଗତ ନାୟିକା ଶ୍ରୀଦେବୀଙ୍କ ଲାଡ୍‌ଲି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଆସନ୍ତା ୨୦ରେ ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡକ୍‌’ ବଲିଉଡରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏବେ ସେ ଏହାର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ।

ଫୁଟ୍‌ବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଜୟ ଦେବଗନ

ଫୁଟ୍‌ବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ଆଗାମୀ ଦିନରେ ଏକ ଫୁଟ୍‌ବଲ ଡ୍ରାମା ଫିଲ୍ମରେ ଜଣେ ଫୁଟବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି।

Model This Week

ରୂପେଶ