ବ୍ରହ୍ମପୁର

ଦୁର୍ଘଟଣାରେ ୨ ଗୁରୁତର

ଦୁର୍ଘଟଣାରେ ୨ ଗୁରୁତର

ଚନ୍ଦ୍ରଗିରି,୩।୧ (ଡି.ଏନ୍‌.ଏ.)- ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡିଠାରୁ ୫ କିମି ଦୂର ମାଣିକପୁର ଗ୍ରାମ ପଞ୍ଚାୟତ କନ୍ଧସାହି ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଯଜ୍ଞଦତ୍ତ ମାଝି ଓ ଜର୍ଜ ମାଝି। ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, କମଳାପଦର ଗ୍ରାମର ଯଜ୍ଞଦତ୍ତ ମାଝି ଏବଂ ରବୀନ୍ଦ୍ର ମାଝୀ ବାଇକ ଯୋଗେ ଚନ୍ଦ୍ରଗିରି ଅଭିମୁଖେ ଆସୁଥିଲେ। ବିପରୀତ ଦିଗରୁ ଅନ୍ୟଏକ ବାଇକରେ ପେଙ୍ଗମ୍‌ ଗ୍ରାମର ଜର୍ଜ ମାଝି, ଡୁଣ୍ଡ୍ରୁମ ଗ୍ରାମର ପ୍ରମୋଦ ରଇତ ଏବଂ ରେଜିସା ମାଝି ଚାନ୍ଦିପୁଟ ଯାଉଥିଲେ। ମାଣିକପୁର ଗ୍ରାମର ବନ୍ଧସାହି ନିକଟରେ ଦୁଇ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଲ୍ଲାସ ରାଉତ ପ୍ରାଥମିକ ଚିକିତ୍ସା କରିବା ପରେ ଯଜ୍ଞଦତ୍ତ ଓ ଜର୍ଜଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ବିପିନ ବିହାରୀ ପ୍ରହରାଜ ପହଞ୍ଚତ୍ ଆହତମାନଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଫାଣ୍ଡିକୁ ଆଣିଥିଲେ।

All Right Reserved By

Model This Week

Model This Week

ବ୍ରହ୍ମପୁର

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ

ବେଗୁନିଆପଡ଼ା,୨୫।୪(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତ ଉସ୍ତାଳି ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜନୈକ ସ୍ବାମୀଙ୍କୁ ଅଟକ ରଖିଛି। ମଙ୍ଗଳବାର ଉସ୍ତାଳି ଗ୍ରାମରେ ବାହା ହୋଇଥିବା ତିରିଡ଼ା ଗ୍ରାମର ପ୍ରହଲ୍ଲାଦ ସ୍ବାଇଁଙ୍କ ଝିଅ ସୁଜ୍ଞାନୀଙ୍କର ମୃତ୍ୟୁ ହୋଇଥିଲା।

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି,୨୫।୪(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରଗିରି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ରାଜସ୍ବ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଅଟୋ ଧକ୍କାରେ ବାଇକ ଚାଳକ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.)- ପୋଡାମାରି ମୁଖ୍ୟରାସ୍ତାର ଧର୍ମପୁର ଗ୍ରାମ ନିକଟରେ ବୁଧବାର ସକାଳ ପ୍ରାୟ ୭ଟାରେ ଅଟୋ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପୋଡାମାରି ଗ୍ରାମ ଜମୁନା ନଗରର କୈଳାସ ଚନ୍ଦ୍ର ନାୟକ। ଗୁରୁତର ଆହତ କୈଳାସଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଫୁଲବାଣୀ ଅଫିସ,୨୫।୪-ଏକ ଚୋରି ଓ ଆକ୍ରମଣ ମାମଲାର ବିଚାର କରି ବୁଧବାର କନ୍ଧମାଳ ଜିଲା ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌ )ରଶ୍ମିତା ଦଳାଇ ୨ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ହେଲେ ପ୍ରତ୍ୟେକ ଅଧିକ ୧ବର୍ଷ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଫୁଲବାଣୀ ପିଅନପଡାର ରାଜେଶ କୁମାର ଦାସ ଓ ଫିରିଙ୍ଗିଆ ପବିଙ୍ଗିଆର ରାଜ୍‌ କୁମାର ଦିଗାଲ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକ ନିକଟରେ ବୁଧବାର ସକାଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କରପଡା ଗ୍ରାମ କୁମ୍ଭାର ସାହିର ଖଲି ବେହେରା।

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ମହେନ୍ଦ୍ରଗଡ଼ ନିକଟ ଭିତର ତମ୍ପା ଗ୍ରାମର ଦୁଇଜଣ ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ପୁଅ ସୀମାଞ୍ଚଳ ଶବର। ବୁଧବାର ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ଭଞ୍ଜନଗର,୨୫।୪(ଡି.ଏନ୍‌.ଏ.): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଜଳସମ୍ପଦ ବିଭାଗ କ୍ୱାର୍ଟର ପରିସରରେ ଥିବା ଏକ ବିରାଟ ଶାଳ ଗଛ ବିଗତ ୩ ଦିନ ଧରି ଜଳୁଛି। ସୋମବାର ରାତିରେ ବଜ୍ରପାତ ଘଟି ଉକ୍ତ ଗଛଟିରେ ନିଆଁ ଲାଗିଯାଇଥିଲା।

ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ

ଫୁଲବାଣୀ ଅପିସ,୨୫।୪- ଗୋଚ୍ଛାପଡା ଥାନା ଅଞ୍ଚଳରେ ଚାଲିଥିବା ୨ ନାବାଳିକାଙ୍କ ବିବାହକୁ ଚାଇଲ୍ଡ ଲାଇନ ବନ୍ଦ କରିଛି। ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ଜଣେ ନାବାଳିକା ୯ମ ଶ୍ରେଣୀ ପାସ୍‌ କରି ୧୦ ମ ଶ୍ରେଣୀରେ ପଢ଼ିଥାନ୍ତେ। ହେଲେ ତାଙ୍କ ଘର ଲୋକେ ତାଙ୍କ ବିବାହ କରୁଥିଲେ। ସେହିପରି ଅନ୍ୟ ଜଣେ ନାବାଳିକାଙ୍କ ବୟସ ୧୭ବର୍ଷ। ଟୋଲ ଫି ନଂରୁ ଫୋନ କଲ ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପୋଲିସ ସହାୟତାରେ ଉଭୟ ନାବାଳିକାଙ୍କ ଘରକୁ ଯାଇ ବିବାହ ବନ୍ଦ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାଲ୍ୟ ବିବାହ ଆଇନ ଉପରେ ବୁଝାଇଥିଲେ।

ସରପଞ୍ଚ ପଦ ଅସିଦ୍ଧ ଘୋଷଣା କଲେ ଅଦାଲତ

ବୁଗୁଡ଼ା,୨୫। ୪(ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ପଦବୀକୁ ସୋମବାର ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତ ବିଚାରପତି ଦେବାଶିଷ ବିଷୋୟୀ ଅସିଦ୍ଧ ଘୋଷଣା କରିଛନ୍ତି। ଫଳରେ ଏହି ପଞ୍ଚାୟତ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ନିଜ ପଦବୀ ହରାଇଛନ୍ତି। ଅନ୍ୟପକ୍ଷରେ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟା ନାୟକଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ୧୫ ଦିନ ମଧ୍ୟରେ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଅଦାଲତ ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ପ୍ରକାଶ ଯେ, ଫେବୃୟାରୀ, ୨୦୧୭ରେ ବି.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା।

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.):ଗଞ୍ଜାମ ଏନ୍‌ଏସି ଉପକଣ୍ଠରେ ଥିବା ପୋତାଗଡର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ବନ୍ଧୀୟ ଏକ ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ଉପରେ ଆଲୋଚନା ହୋଇଥିଲା। ଏବେ ପୋତାଗଡ଼ର ସଂରକ୍ଷଣ ଓ ରାସାୟନିକ ପ୍ରଲେପ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ୮୫ କୋଟି ୬୦ ହଜାର ୯୦୦ ଟଙ୍କା ଆସିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୨୫ ହଜାର ୮୮୮ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟରେ ୪୬ ଜଣ ଶ୍ରମିକ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌ଟାକ୍‌ ସଂସ୍ଥା ଏହି କାମ କରୁଛି। ଏହାପରେ ପୋତାଗଡର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ କାର୍ଯ୍ୟ କରାଯିବ। ଏଣୁ ଏଷ୍ଟିମେଟ ପ୍ରସ୍ତୁତ ଚାଲିଛି।