ବାଲେଶ୍ୱର

ଚନ୍ଦ୍ରଭାଗା ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ

ଚନ୍ଦ୍ରଭାଗା ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ

ବାଲେଶ୍ୱର ଅଫିସ,୩।୧- ବାଲେଶ୍ୱର ଗାନ୍ଧି ସ୍ମୃତି ଭବନରେ ଚାଲିଥିବା ଚନ୍ଦ୍ରଭାଗା ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ନାଚ୍‌ ଡ୍ୟାନ୍ସ ଗ୍ରୁପ୍‌ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚିତ୍ରକଳା, ଓଡ଼ିଶୀ ଏବଂ କ୍ଲାସିକାଲ୍‌, ସୋଲୋ ଗୀତ, ନାଚ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ଚିତ୍ରକଳା ପ୍ରତିଯୋଗିତାର ସବ୍‌ ଜୁନିୟରରେ ବିଭାଗରେ ସମୃଦ୍ଧି ଶ୍ରିୟା, ତନ୍ମୟା କର, ବିଭୋର ମଲ୍ଲିକ, ଜୁନିୟରରେ ବିନ୍ଦୁ ସୁକେଶିନୀ ଦାସ, ଅର୍ଚ୍ଚିତା ପଣ୍ଡା, ମନିଷା ପଣ୍ଡା ଏବଂ ସିନିୟରରେ ସ୍ବାତି ସଂଘମିତ୍ରା ପଣ୍ଡା, ଚିନ୍ମୟୀ ଜେନା, ଶ୍ରେୟା କର କୃତି ପ୍ରତିଯୋଗୀ ଭାବେ ବିବେଚିତ ହୋଇଛନ୍ତି। ଓଡ଼ିଶୀ ଏବଂ କ୍ଲାସିକାଲ୍‌ରେ ଆଦ୍ୟାଶ୍ରୀ ଦାସ ପ୍ରଥମ, ଐଶ୍ୱଯ୍ୟା ଧ୍ରୁପ ଦ୍ୱିତୀୟ ଓ ସୁରଭି ମିଶ୍ର ତୃତୀୟ ହୋଇଛନ୍ତି। ସୋଲୋ ଗୀତରେ ସବ୍‌-ଜୁନିୟରରେ ନିଳାକ୍ଷୀ ରାଉତ, ଦିବ୍ୟଶ୍ରୀ ଦାସ, କ୍ରିପି କଶ୍ୱିନ ଆଇଚ, ଜୁନିୟର ବିଭାଗରେ ଅର୍ଚ୍ଚିସା ପାଣିଗ୍ରାହୀ, ଶ୍ୱେତଲିସା ଶୁଭଦର୍ଶିନୀ, ମୌସୁମୀ ଦାସ, ସିନିୟରରେ ଆଦ୍ୟାଶା ଦାସ, ଶ୍ରେୟା ଶ୍ରାବଣୀ ଦାସ, ରୋହନ୍‌ ଶାହା, ନାଚରେ ସବ୍‌ ଜୁନିୟର ବିଭାଗରେ ସିଦ୍ଧି ଶ୍ରଦ୍ଧା ଜେନା, ଭୂମିକା ମହାନ୍ତି, ଉଲକଳିକା ସାହୁ, ଜୁନିୟରବିଭାଗରେ ଦିବ୍ୟାଂଶୁ ଶେଖର ଦାସ, ହିମାଦ୍ରି ତନୟା ପାତ୍ର, ନିଶ୍ଚିତ ପ୍ରଧାନ ଏବଂ ସିନିୟର ବିଭାଗରେ ରାଜା ସିଂହ, କ୍ରିତିକା ତାଲ୍ଦି, ଲିପ୍ସା ନାୟକ କୃତୀ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ। ଏହି ପ୍ରତିଯୋଗିତାିକୁ ପରିଚାଳନା କରିଥିଲେ ଏସ୍‌.କେ. ରାଜା, ରୋନାଲିସା ପଣ୍ଡା, ଆଦ୍ୟାଶା ଦାସ, ଅରୁଣାଂଶୁ ପାଣିଗ୍ରାହୀ ପ୍ରମୁଖ। ଚନ୍ଦ୍ରଭାଗା ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

All Right Reserved By

Model This Week

Model This Week

ବାଲେଶ୍ୱର

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ଆର୍ଥିକ ଅନିୟମିତତା ମାମଲା: ପୂର୍ବତନ ଡିପିସିଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ବାରିପଦା ଅଫିସ,୨୬।୪: ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ତାରାପ୍ରସାଦ ରଥ ଗୁରୁବାର ଏକ ଆର୍ଥିକ ଅନିୟମିତତା ମାମଲାର ଶୁଣାଣି କରି ସର୍ବଶିକ୍ଷା ଅଭିଯାନର ପୂର୍ବତନ ମୟୂରଭଞ୍ଜ ଜିଲା ସଂଯୋଜକ ବଂଶୀଧନ ନାୟକଙ୍କ ସମେତ ୩ ଜଣଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ଗ୍ରାମ୍ୟ ସ୍ବରାଜ୍ୟ ଅଭିଯାନର ତଦାରଖ କାର୍ଯ୍ୟକ୍ରମ

ଗ୍ରାମ୍ୟ ସ୍ବରାଜ୍ୟ ଅଭିଯାନର ତଦାରଖ କାର୍ଯ୍ୟକ୍ରମ

ବାହାନଗା,୨୬।୪(ଡି.ଏନ.ଏ.)ବାଲେଶ୍ବର ଜିଲା ବାହାନଗା ବ୍ଲକର ୪ ପଞ୍ଚାୟତରେ ଗ୍ରାମ୍ୟ ସ୍ବରାଜ୍ୟ ଅଭିଯାନ ସମ୍ପର୍କିତ ତଦାରଖ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ନାବାଳିକା ବଳାତ୍କାର: ସମ୍ପର୍କୀୟ ଭାଇ ଅଭିଯୁକ୍ତ

ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଦମାହୁଦା ପଞ୍ଚାୟତ ବବଡ଼ପଶି ଗ୍ରାମର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି।

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡିରେ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡିବା ପ୍ରସଙ୍ଗ: ଯନ୍ତ୍ରୀ, ଠିକାଦାରଙ୍କୁ ଗିରଫ ଦାବି

ଆରଡି, ୨୬।୪, (ଡି.ଏନ.ଏ.): ଭଦ୍ରକ ଜିଲା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ଚଳିତମାସ ୧୯ ତାରିଖରେ ଏକ ନବ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଶିବଗଙ୍ଗା ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡିଥିଲା। ଏହାର ପ୍ରତିବାଦ ସ୍ବରୂପ ଭାଜପା ପକ୍ଷରୁ ଗୁରୁବାର ଏକ ସଭାର ଆୟୋଜନ କରାଯାଇଥିଲା ।

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଆନନ୍ଦପୁର ଥାନା ଅଧିକାରୀଙ୍କ ନାମରେ ପୋଷ୍ଟର

ଘସିପୁରା,୨୬।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିକାରୀ ସୁଦର୍ଶନ ପଣ୍ଡାଙ୍କ ନାମରେ ଏକ ପୋଷ୍ଟର ଏବେ ସର୍ବସାଧାରଣରେ ଘୂରିବୁଲୁଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ସଡ଼କ ସୁରକ୍ଷା ସପ୍ତାହରେ ରକ୍ତଦାନ, ଚକ୍ଷୁ ପରୀକ୍ଷା

ଭଦ୍ରକ ଅଫିସ,୨୬।୪: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ବନ୍ତଛକଠାରେ ଗୁରୁବାର ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବସ୍‌ ସିଣ୍ଡିକେଟ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ବସ୍‌ଷ୍ଟାଣ୍ଡ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଉଠି ରାତିରେ ନବବିବାହିତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ବାଂଶଡ଼ା ଥାନା ଅନ୍ତର୍ଗତ ହଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚଉଠି ରାତିରେ ଜଣେ ନବବିବାହିତଙ୍କୁ ତାଙ୍କ ଘର ପଛପାଖ ପୋଖରୀ ନିକଟସ୍ଥ ଏକ ନିମଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଘରେ କେହି ନ ଥିବା ବେଳେ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଡବିଲ,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଧୋବି ହଟିଂସ୍ଥିତ ଗାୟତ୍ରୀ ନିବାସର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ବଡବିଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

ଗହଣା ଦୋକାନରୁ ଅଭିନବ ଉପାୟରେ ଚୋରି, ତାଲା ଭାଙ୍ଗି ଦୋକାନ ଆଗରେ ବାନ୍ଧିଲେ ଜରିପାଲ

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ସହର ମୁଖ୍ୟ ରାସ୍ତା କଡରେ ଥିବା ପ୍ରଦୀପ ଅଳଙ୍କାର ଦୋକାନରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଦୋକାନର ଶୋ’ କେସରେ ଥିବା ରୁପା ଅଳଙ୍କାର ସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ସେମାନେ ଲକର ଭାଙ୍ଗିବାରେ ସକ୍ଷମ ହୋଇପାରି ନ ଥିବାରୁ ସେଥିରେ ଥିବା ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର ସୁନାଗହଣା ଅଳ୍ପକେ ବର୍ତ୍ତିଯାଇଛି। ଗୁରୁବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ମହିଳାଙ୍କୁ ବନ କର୍ମଚାରୀଙ୍କ ଅସଦାଚରଣ ଘଟଣା: ଆଦିବାସୀ ମେଳି, ରାଜପଥ ଅବରୋଧ

ସଜନାଗଡ଼,୨୬।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଣ୍ଡା ଗ୍ରାମରେ ଜନୈକ ମହିଳାଙ୍କୁ ବନ କର୍ମଚାରୀ ଅସଦାଚରଣ କରିଥିବା ଘଟଣାର ପ୍ରତିବାଦରେ ଗୁରୁବାର ସକାଳ ୬ଟାରୁ ନୀଳଗିରି-କପ୍ତିପଦା ୧୯ ନମ୍ବର ରାଜ୍ୟ ରାଜପଥକୁ ସଜନାଗଡ଼ ଛକଠାରେ ଅବରୋଧ କରାଯାଇଥିଲା।

ଠେଲାଗାଡ଼ି ଦେଇଛି ଜୀବିକା

ଠେଲାଗାଡ଼ି ଦେଇଛି ଜୀବିକା

ବାସୁଦେବପୁର,୨୬।୪(ଡି.ଏନ.ଏ.)ପୁରୁଣା କାଠପଟାରେ ତିଆରି ଏକ ଠେଲାଗାଡ଼ି ପାଲଟିଛି ତାଙ୍କ ଜୀବନର ନିଆରା ସାଥୀ। ଦୀର୍ଘ ୩୩ବର୍ଷ ଧରି ଜୀବନ ଜୀବିକା ପାଇଁ ସଂଘର୍ଷ କରିଆସୁଥିବା ଭଗବାନ ଧଳ(୫୮) ଓରଫ କାଠିଆ ଭାଇ ଠେଲାଗାଡ଼ିର କାହାଣୀ କହିଲା ବେଳେ ଭାବପ୍ରବଣ ହୋଇପଡ଼ନ୍ତି।

୭ ପ୍ରକଳ୍ପ ବୁଲି ଦେଖିଲେ ଅଧିକାରୀ

ଭଣ୍ଡାରିପୋଖରୀ,୨୬।୪(ଡି.ଏନ.ଏ.)-ଭଦ୍ରକ ଜିଲା ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ଗସ୍ତ କରିଥିଲେ। ଏହି ବ୍ଲକ ଅଧୀନ ନାଅଁାମୀ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ‘ଆମ ଗଁା ଆମ ବିକାଶ’ ଯୋଜନାରେ ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ୭ଟି ପ୍ରକଳ୍ପ ବୁଲି ଦେଖିବା ସହ ତଦାରଖ କରିଥିଲେ।