ବାଣିଜ୍ୟ |

ଟ୍ରମ୍ପଙ୍କ ଏଚ୍‌-୧ବି ଭିସା ନିୟମ:ଆମେରିକାରେ ଚାକିରି ହରାଇ ପାରନ୍ତି ୭.୫ ଲକ୍ଷ ଭାରତୀୟ

ଟ୍ରମ୍ପଙ୍କ ଏଚ୍‌-୧ବି ଭିସା ନିୟମ:ଆମେରିକାରେ ଚାକିରି ହରାଇ ପାରନ୍ତି ୭.୫ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ, ୩।୧
ଟ୍ରମ୍ପ ସରକାର ଯଦି ଏଚ୍‌-୧ବି ଭିସା ନିୟମରେ ପରିବର୍ତ୍ତନ ଆଣନ୍ତି ତେବେ ଆମେରିକାରୁ ପାଖାପାଖି ୭ ଲକ୍ଷ ୫୦ ହଜାର ଭାରତୀୟ ଚାକିରି ଛାଡି ନିଜ ଦେଶକୁ ଫେରିବାକୁ ବାଧ୍ୟ ହେବେ। ସେଠାରେ ବଡବଡ କମ୍ପାନୀରେ ନିଯୁକ୍ତି ପାଇଥିବା ଉଚ୍ଚଶିକ୍ଷିତ ଭାରତୀୟମାନେ ବର୍ତ୍ତମାନ ଗ୍ରୀନ୍‌ କାର୍ଡ୍‌( ସ୍ଥାୟୀ ଭାବେ ଆମେରିକାରେ ରହିବା ଓ ଚାକିରି କରିବା ପାଇଁ ଅନୁମତି) ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି। ରାଷ୍ଟ୍ରପତି ଡ଼ୋନାଲ୍ଡ୍‌ ଟ୍ରମ୍ପ ବାଏ ଆମେରିକା, ହାୟାର୍‌ ଆମେରିକା (ନିଜ ଦେଶର କର୍ମଚାରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦେବା) ଆଧାରରେ ନିଜ ଦେଶର ଯୁବ ପିଢିଙ୍କ ସକାଶେ ଯେଉଁ ବ୍ୟବସ୍ଥା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା କାର୍ଯ୍ୟକାରୀ ହେଲେ ସେଠାରେ ଚାକିରି କରୁଥିବା ଭାରତ ତଥା ଅନ୍ୟ ଦେଶର ନାଗରିକଙ୍କ ପାଇଁ ଅଡୁଆ ପରିସ୍ଥିତ ସୃଷ୍ଟି ହେବ। ବର୍ତ୍ତମାନ ସେଠାରେ ବଡବଡ ଆଇଟି କମ୍ପାନୀ ଯେଉଁ ଢଙ୍ଗରେ ପରିଚାଳିତ ହେଉଛି ସେଥିରେ ମଧ୍ୟ ପରିବର୍ତ୍ତନ ଘଟିବ। ଆମେରିକୀୟଙ୍କ ନିଯୁକ୍ତିକୁ ସୁରକ୍ଷା ଏବଂ ଏହାର ସଂଖ୍ୟା ବୃଦ୍ଧି କରିବାର ପ୍ରସ୍ତାବ ବିଦେଶୀମାନଙ୍କ ଏଚ୍‌-୧ବି ଭିସାକୁ ମଧ୍ୟ ବନ୍ଦ କରି ଦେବ। କେବଳ ସେତିକି ନୁହେଁ, ଆମେରିକାର ସ୍ଥାୟୀ ବାସିନ୍ଦା ହେବା ପାଇଁ ଯେଉଁ ଭାରତୀୟଙ୍କର ଦରଖାସ୍ତ ଗ୍ରହଣ କରାଯାଇଛି ସେମାନଙ୍କୁ ମଧ୍ୟ ସମସ୍ୟା ଭୋଗିବାକୁ ପଡିବ। ବର୍ତ୍ତମାନ ଏହି ପ୍ରସ୍ତାବକୁ ଏକ ଇଣ୍ଟରନାଲ୍‌ ମେମୋ ହିସାବରେ ଡିପାର୍ଟମେଣ୍ଟ ଅଫ୍‌ ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ପାଖକୁ ପଠାଯାଇଛି। ଯଦି ଏହି ପ୍ରସ୍ତାବକୁ ଆଗକୁ ବଢାଇବା ପାଇଁ ଆମେରିକା ସରକାର ନିଷ୍ପତ୍ତି ଗ୍ରହଣ କରନ୍ତି ତେବେ ପ୍ରାୟ ୭ ଲକ୍ଷ ୫୦ହଜାର ଭାରତୀୟ ଚାକିରି ହରାଇ ସ୍ବଦେଶ ଫେରିବାକୁ ବାଧ୍ୟ ହେବେ।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ନୂଆଦିଲ୍ଲୀ,୧୯-୪(ପି.ଟି.) ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା ତଥା ଏୟାର୍‌ ଇଣ୍ଡିଆକୁ ଚଳାଇବାର ସାମର୍ଥ୍ୟ ରଖୁଥିବା କମ୍ପାନୀ ହିଁ ଏହାର ମାଲିକାନା ନେବା ପାଇଁ ନିଲାମ ଡାକିପାରିବେ। ଏହିଭଳି କମ୍ପାନୀ ହିଁ ଏୟାର୍‌ ଇଣ୍ଡିଆର ୭୬% ଅଂଶଧନ କିଣିବା ପାଇଁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ନୀରଜ ଗୁପ୍ତା ଏହା ପ୍ରକାଶ କରିଛନ୍ତି।

ଅବିରତ ଚାଲିଛି ନୋଟ୍‌ ଛପା

ଅବିରତ ଚାଲିଛି ନୋଟ୍‌ ଛପା

ନୂଆଦିଲ୍ଲୀ,୧୯-୪(ପି.ଟି.) ଅସ୍ବାଭାବିକ ଭାବେ ଚାହିଦା ବଢ଼ିବା କାରଣରୁ ଦେଶର କେତେକ ପ୍ରାନ୍ତରେ କ୍ୟାଶ୍‌ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପାଖାପାଖି ୭୦,୦୦୦ କୋଟି ଟଙ୍କାର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏସ୍‌ପିଏମ୍‌ସିଆଇଏଲ୍‌)ର ୪ଟି ଯାକ କାରଖାନାରେ ଅବିରତ କାର୍ଯ୍ୟ ଚାଲିଛି।

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ ଗୁଡିକରେ ଟଙ୍କା ସମସ୍ୟା ସୁଧୁରିବାର ନା ନେଉନାହିଁ। ହଠାତ ଏପରି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଗଲା କୁଆଡେ ସେ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ୨୦୧୭-୧୮ରେ ଏଟିଏମ୍‌ରୁ କ୍ୟାଶ ଉଠାଣ ଗତ ୭ବର୍ଷ ମଧ୍ୟରେ ସବୁଠାରୁ ତ୍ୱରାନ୍ବିତ ବୋଲି ଏକ ଆକଳନରୁ ଜଣାଯାଇଛି।

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ଗୁଡିକରେ ନୋଟ ସମସ୍ୟା ସୁଧୁରୁ ନ ଥିବା ବେଳେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ୟାର ସମାଧାନ ଲାଗି ତତ୍ପରତା ଦେଖାଇଛନ୍ତି। କ୍ୟାଶ ସଙ୍କଟ ଭୋଗୁଥିବା ରାଜ୍ୟ ଗୁଡିକୁ ସରକାର ନୋଟ ଯୋଗାଣ ତ୍ୱରାନ୍ବିତ କରିଛନ୍ତି। ଗୁରୁବାର ବିହାରରେ ନଗଦ ସ୍ଥିତି ସୁଧାରିବା ପାଇଁ ଏଟିଏମ୍‌ ଗୁଡିକରେ ୮୦୦ରୁ ୯୦୦ କୋଟି ଟଙ୍କା ଭର୍ତ୍ତି ପାଇଁ ପ୍ରଦାନ କରାଯାଇଛି।

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

ନୂଆଦିଲ୍ଲୀ,୧୯।୪- ବିମୁଦ୍ରୀକରଣ ପରେ ସରକାର ୨୦୦୦ ଟଙ୍କିଆ, ୫୦୦ ଟଙ୍କିଆ ସମେତ ଅନ୍ୟାନ୍ୟ ନୂଆ ନୋଟ ବଜାରକୁ ଛାଡିଥିଲେ। ଏହା ସତ୍ତ୍ୱେ ଦେଶରେ ବର୍ତ୍ତମାନ ନଗଦ ନୋଟ ସଙ୍କଟ ଦେଖାଦେଇଛି।

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୯।୪- ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ କ୍ୟାଶ ସଙ୍କଟ ଲାଗି ରହିଛି। ସ୍ଥିତି ସୁଧୁରିବ ବୋଲି ସରକାର କହୁଥିବା ବେଳେ ଲୋକମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି।

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଭୁବନେଶ୍ୱର,୧୯-୪(ବ୍ୟୁରୋ) ଅକ୍ଷୟତୃତୀୟା ଅବସରରେ ରାଜଧାନୀରେ ଗହଣା ଶୋ’ରୁମ୍‌ଗୁଡ଼ିକରେ ବୁଧବାର ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଦର ଉଚ୍ଚା ରହିଥିବା ସତ୍ତ୍ୱେ ବିବାହ ଋତୁ ଚାଲିଥିବାରୁ ଏହା ସୁନା କ୍ରୟ ପାଇଁ ଖୋରାକ୍‌ ଯୋଗାଇଥିଲା। ପ୍ରବଳ ଖରାଯୋଗୁ ଦିନ ସମୟରେ ସେତେଟା ଭିଡ଼ ରହି ନଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ପରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ରାଜ୍ୟରେ ଏହି ଦିନ ୧୦୦ରୁ ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ନୂଆଦିଲ୍ଲୀ,୧୯।୪- ପ୍ରମୁଖ ବାଇକ୍‌ ନିର୍ମାତା କମ୍ପାନୀ ବଜାଜ୍‌ ପକ୍ଷରୁ ଭଜାରକୁ ଆସିଛି ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ। ଏହାର ଦିଲ୍ଲୀ ଏକ୍ସ ଶୋ ରୁମ୍‌ ମୂଲ୍ୟ ୭୮,୦୧୬ ଟଙ୍କା ରହିଛି।

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ଅଞ୍ଚଳରେ ଏଟିଏମ୍‌ରେ ଟଙ୍କା ଅଭାବ ଦେଖା ଦେଇଛି ବୋଲି ଖବର ସାମ୍ନାକୁ ଆସିବା ପରେ ଏବେ ଏହାର କାରଣ ଜାଣିବା ପାଇଁ ଉତ୍ସୁକତା ବଢ଼ୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ନୋଟ୍‌ ଛାପିବା ପାଇଁ ଆବଶ୍ୟକ ହେଉଥିବା କାଳି ଓ କାଗଜ ଭଳି କଞ୍ଚାମାଲ ଅଭାବରୁ ପୂର୍ବତୁଳନାରେ କମ୍‌ ନୋଟ ଛପା ହେଉଛି।

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର,୧୯-୪ ଭାରତୀୟ ରେଳପଥ ଅନ୍ତର୍ଗତ ସମସ୍ତ ରେଳ ମଣ୍ଡଳ ମଧ୍ୟରୁ ପୂର୍ବତଟ ରେଳପଥ ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ମାଲ ପରିବହନ କରିଛି। ଏଥିପାଇଁ ପୂର୍ବତଟ ରେଳପଥକୁ ଭୋପାଳଠାରେ ଅନୁଷ୍ଠିତ ଜାତୀୟ ରେଳ ସପ୍ତାହ ଅବସରରେ ପୁରସ୍କୃତ କରାଯାଇଛି।

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ନୂଆଦିଲ୍ଲୀ,୧୯-୪(ପି.ଟି.) ଆଧାର କାର୍ଡ ନାହିଁ ବୋଲି ଜଣେ ଅବସରପ୍ରାପ୍ତ ଆଇନ୍‌ଜୀବୀ ନିଜ ନାମରେ ଏକ ସଞ୍ଚୟ ଜମା ଖାତା ଖୋଲି ପାରିନାହାନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି। ଖାତା ଖୋଲିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନା ଦେଖାଇଥିଲେ ମଧ୍ୟ ଉକ୍ତ ଆଇନ୍‌ଜୀବୀଙ୍କ ଯୁକ୍ତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବେଖାତିର କରି ଦେଇଛି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକ ଟଙ୍କା ଶୂନ୍ୟ ହୋଇଯାଇଥିବା ବେଳେ ଏହାକୁ ନେଇ ଲୋକମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ବିହାର, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡିକରେ ଏଟିଏମ୍‌ରେ ଟଙ୍କା ଉପଲବ୍ଧତା ସ୍ଥିତି ଶୋଚନୀୟ ରହିଛି।