Dharitri News
ରାୟଗଡା

ବ୍ୟବସ୍ଥାରୁ ବଞ୍ଚିତ ହୋଇ ରହିଛନ୍ତି ମାଛକୁଣ୍ଡ ବିସ୍ଥାପିତ ପରିବାର

ବ୍ୟବସ୍ଥାରୁ ବଞ୍ଚିତ ହୋଇ ରହିଛନ୍ତି ମାଛକୁଣ୍ଡ ବିସ୍ଥାପିତ ପରିବାର ମାଲକାନଗିରି,୩।୧(ସ୍ବ.ପ୍ର.)-ଛଅ ଦଶନ୍ଧି ତଳେ ମାଛକୁଣ୍ଡ ପ୍ରକଳ୍ପ ପାଇଁ ଅବିଭକ୍ତ କୋରାପୁଟ ଜିଲାର ଲୋକେ ଯେତେବେଳେ ବିସ୍ଥାପିତ ହେଲେ, ସେତେବେଳେ ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ଦେବାର ସ୍ବପ୍ନ ଦେଖାଇଥିଲେ ସରକାର। କିନ୍ତୁ ଏଯାବତ୍‌ ତାହା ସ୍ବପ୍ନରେ ହିଁ ରହିଯାଇଛି। ମାଲକାନଗିରି ଜିଲାର ସୋମନାଥପୁର ପଞ୍ଚାୟତ ଅଞ୍ଚଳରେ ଥଇଥାନ ହୋଇଥିବା ସେହି ବିସ୍ଥାପିତ ପରିବାର ଦଶନ୍ଧି ଦଶନ୍ଧି ଧରି ପ୍ରଶାସନିକ ବ୍ୟବସ୍ଥାରୁ ବଞ୍ଚତ୍ତ ହୋଇ ଭୋଗି ଆସୁଛନ୍ତି ନାନାଦି ସମସ୍ୟା। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନସ୍ଥ ସୋମନାଥପୁର ପଞ୍ଚାୟତର ମୋଟ ଜନସଂଖ୍ୟା ୪,୩୭୮। ସେଥିମଧ୍ୟରୁ ୭୫ ପ୍ରତିଶତ ଆଦିବାସୀ ଏବଂ ଅବଶିଷ୍ଟ ଅନୁସୂଚିତ ଜାତି ବର୍ଗର। ୧୯୫୮ରେ ଅବିଭକ୍ତ କୋରାପୁଟ ଜିଲାର ମାଛକୁଣ୍ଡ ପ୍ରକଳ୍ପ ପାଇଁ ସେଠାରୁ ବିସ୍ଥାପିତ ହୋଇଥିବା ଅଧିବାସୀଙ୍କୁ ସୋମନାଥପୁର ସମେତ କସୁମି, ମହେଶ୍ୱରପୁର, ତର୍ଲାକୋଟା, ସଦାଶିବପୁର ଗ୍ରାମ ବସାଯାଇ ଥଇଥାନ କରାଯାଇଥିଲା। ସୋମନାଥପୁର ଗ୍ରାମରେ ୧୧୩ଟି ବିସ୍ଥାପିତ ପରିବାର ବସତି ସ୍ଥାପନ କରିଥିଲେ। ବିସ୍ଥାପନ ବେଳେ ସେମାନଙ୍କୁ ପାନୀୟ ଜଳ, ଜମିକୁ ଜଳସେଚନ, ସ୍ବାସ୍ଥ୍ୟସେବା, ଶିକ୍ଷା ଭଳି ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସେସବୁ ପାଣିରର ଗାର ହୋଇଛି। ଦୀର୍ଘ ବର୍ଷ ହେବ ବିସ୍ଥାପିତ ଜନତା ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସୋମନାଥପୁର ପଞ୍ଚାୟତ ସଦର ଗ୍ରାମ୍ୟ ରାସ୍ତାଟି ୮ ବର୍ଷ ହେଲା ମରାମତି ଅଭାବ ଯୋଗୁ ପାଦରେ ଚାଲିକରି ଯିବା ପାଇଁ ମଧ୍ୟ କଷ୍ଟକର ହୋଇପଡ଼ିଛି। ୨୦୦୪ରୁ ଗ୍ରାମରେ ପାନୀୟ ଜଳଯୋଗାଣ ପାଇଁ ପାଇପ୍‌ ବିଛା ଯାଇଥିଲେ ମଧ୍ୟ ଏହାର ସଫଳ ରୂପାୟନ ହୋଇପାରିନାହିଁ। ଏ ନେଇ ବ୍ଲକସ୍ତରରୁ ଆରମ୍ଭ କରି ଜିଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାଙ୍ଗାମାଗୁଡା ଜଳସେଚନ ପ୍ରକଳ୍ପ ଉପରେ ଅଞ୍ଚଳବାସୀ ଆଶା ରଖିଥିଲେ। ୨୦୦୯ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଜଙ୍ଗଲ ବିଭାଗର ଟାଳଟୁଳ ନୀତି ଯୋଗୁ ଏହା ଲୋକଙ୍କ ଚାହିଦା ମେଣ୍ଟାଇ ପାରି ନାହିଁ। ଦୋରାଗୁଡା ନାଳ, ପିଲାକୁସୁମିନାଳ, ମହେଶ୍ୱରପୁର ଝରଣା ଏବଂ ସୋମନାଥପୁର ନିକଟସ୍ଥ ରାଙ୍ଗାମା ଝରଣାକୁ ଆନିକଟ କରାଯାଇପାରିଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା ସହିତ ସୋମନାଥପୁର, ଚିତାପାରି-୩, ତାର୍ଲାକୋଟା ଅଞ୍ଚଳର ୧୫୦୦ ହେକ୍ଟର ଅଣ ଜଳସେଚିତ ଜମିକୁ ଜଳ ଯୋଗାଣ ହୋଇପାରିବ ବୋଲି ପଞ୍ଚାୟତବାସୀ କହିଛନ୍ତି। ସେହିପରି ସୋମନାଥପୁର ପଞ୍ଚାୟତ ହେଡ୍‌କ୍ୱାର୍ଟରରେ ଏକ ମିନି ସ୍ବାସ୍ଥ୍ୟସେବା କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଦୀର୍ଘଦିନ ହେଲା ଏଠାରେ ସ୍ବାସ୍ଥ୍ୟକର୍ମୀ ରହୁ ନ ଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ରାୟଗଡା

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।