
ବମ୍ବେ: ବଲିଉଡ ଚଳଚ୍ଚିତ୍ର‘ ଟ୍ୟୁବଲାଇଟ’ ପରଦା ଉପରେ ଫିକା ପଡିବା ପରେ ପୁଣିଥରେ ଦର୍ଶକଙ୍କ ମନ କିଣିଛନ୍ତି ସଲ୍ଲୁ ମିଆଁ ଓରଫ ସଲମାନ ଖାନ। ନିକଟରେ ରିଲିଜ ହୋଇଥିବା ସଲମାନ ଓ କ୍ୟାଟ୍ରିନା ଅଭିନୀତ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏପରିକି ଏବେ ମଧ୍ୟରେ ଫିଲ୍ମଟି ୨୮୦.୬୨ କୋଟି ଟଙ୍କା କମାଇ ସାରିଛି। ଆଗକୁ ଏହା ୩ଶହ କୋଟି କ୍ଲବରେ ପ୍ରବେଶ କରିବ ବୋଲି କୁହାଯାଉଛି। ଏଥିସହ ଫିଲ୍ମଟି ଦେଶ ତଥା ବିଦେଶର ମୋଟ ୪୨୩.୫୯ କୋଟି ରୋଜଗାର କରିସାରିଛି। ଫଳରେ ମାତ୍ର ୧୦ ଦିନରେ ଏହା ବିଶ୍ୱସ୍ତରରେ ଭଲ ରୋଜଗାର କରିଥିବା ମାମଲାରେ ୭ନଂ ସ୍ଥାନରେ ପହଞ୍ଚିଛି। ଫିଲ୍ମର କାହାଣୀକୁ ଦର୍ଶକେ ପସନ୍ଦ କରୁଥିବାରୁ ଆଗାମୀ ଦିନରେ ଚଳଚ୍ଚିତ୍ରଟି ଭଲ ରୋଜଗାର କରିବା ସହ ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।