ସମ୍ବଲପୁର

ଦକ୍ଷିଣ ରାଉରକେଲାରେ ନାହିଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର

ଦକ୍ଷିଣ ରାଉରକେଲାରେ ନାହିଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର
ରାଉରକେଲା ଅଫିସ,୩ା ୧-ସ୍ବାଧୀନତାର ୭୦ବର୍ଷ ପରେ ବି ଦକ୍ଷିଣ ରାଉରକେଲାବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଏବେ ମହାନଗର ଅନ୍ତର୍ଭୁକ୍ତ ନବକୃଷ୍ଣନଗର, ଭଂଜ କଲୋନୀ, ଆଇଡିଏଲ, ଧରମଡିହି, ଗୋପବନ୍ଧୁ ନଗର ଓ ତଳ ବାଲିଯୋଡି ଆଦି ଅଞ୍ଚଳର ହଜାର ହଜାର ବାସିନ୍ଦା ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଗୁହାରି ଜଣାଇଛନ୍ତି। କେବଳ ଫର୍ଟିାଲଇଜର ଟାଉନସିପରେ ବସବାସ କରୁଥିବା ଆରଏସପି କର୍ମଚାରୀଙ୍କ ପାଇଁ ହସ୍ପିଟାଲ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟମାନଙ୍କ ପାଇଁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ସୁଦ୍ଧା ନାହିଁ। ଏଣୁ ମହାନଗର ନିଗମ ଅନ୍ତର୍ଭୁକ୍ତ ୫୦ହଜାର ବାସିନ୍ଦାଙ୍କ ଚିକତ୍ସା ବ୍ୟବସ୍ଥା କରିବାକୁ ରାଉରକେଲା ମହାନଗର ନିଗମ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏ ନେଇ ସଂଗଠନର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ୧ ହଜାର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ସହ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱରଠାରେ ଭେଟିଛନ୍ତି। ସେମାନଙ୍କ କହିବାନୁସାରେ ଏହା ଏପରି ଏକ ଅବହେଳିତ ଅଞ୍ଚଳ ଯେଉଁଠି ପିଏଚସି/ ସିଏଚସି ଦୂର କଥା ହୋମିଓପାଥି କି ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରଟିଏ ନାହିଁ।ଲୋକେ ରାଉରକେଲା ସରକାରୀ ଡାକ୍ତରଖାନା କିମ୍ବା ଆଇଜିଏଚ ଉପରେ ନିର୍ଭର କରୁଛନ୍ତି। ଉଭୟ ଡାକ୍ତରଖାନା ଯିବାକୁ ରୋଗୀଙ୍କୁ ୧୫/୨୦କିମି ଯିବାକୁ ପଡୁଛି। ଆଦିବାସୀ ବହୁଳ ଏହି ଅଞ୍ଚଳବାସୀଙ୍କ ଆର୍ଥିକ ମାନଦଣ୍ଡ ସେତେ ସ୍ବଚ୍ଛଳ ନୁହେଁ। ଘରୋଇ ଚିକିତ୍ସା ସେବା ପାଇବାକୁ ମଧ୍ୟ ଅନେକ ଅସମର୍ଥ। ଜରୁରି ପରିସ୍ଥିତିରେ ଆମ୍ବୁଲାନ୍ସଟିଏ ମିଳିବା କଷ୍ଟକର ହୋଇଥାଏ। ଦକ୍ଷିଣ ରାଉରକେଲାର ଏକ ମାତ୍ର ୱାର୍ଡ ୮ନଂ ଆରଏମସି ଅନ୍ତର୍ଭୁକ୍ତ ହୋଇ ସାରିଥିବା ବେଳେ ଏଠିକା ବାସିନ୍ଦାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ବିଭାଗୀୟ ଅଧିକାରୀଙ୍କ ମୌଳିକ କର୍ତ୍ତ୍ୟବ୍ୟ। ତେବେ ଏ ନେଇ ଆଜି ପର୍ଯ୍ୟନ୍ତ ପ୍ରୟାସ କରାଯାଉନି ବୋଲି ବିକାଶ ପରିଷଦ ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଏହି ଦାବିକୁ ସମର୍ଥନ କରିବା ସହ ଅଞ୍ଚଳବାସୀଙ୍କ ପାଇଁ ଡାକ୍ତରଖାନା ନିହାତି ଆବଶ୍ୟକ କହି ଏକ ପତ୍ର ମନ୍ତ୍ରୀ ଜେନାକୁ ପ୍ରଦାନ କରିଛନ୍ତି।
All Right Reserved By

ସମ୍ବଲପୁର

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଭବାନୀପାଟଣା,୧୬।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଗ୍ରାମପଞ୍ଚାୟତର ବେହେରାଗୁଡା, ମୁଶିଗୁଡା, ଅଟାଙ୍ଗଗୁଡା, କୁଟେନପଦର, ସୁକନାଭଟା, ଦୁଆରସୁନୀ, ବଣ୍ଡେଲଗୁଡା, ସକ୍ରିଂଗୁଡା, ସିର୍ଲିଗୁଡା ଏବଂ ଦାମଦୋରପୁର ଅଞ୍ଚଳରେ ବେଆଇନ ଭାବେ ବହୁ ସଂଖ୍ୟାରେ ମଦକୋଠି ଖୋଲାଯାଇଛି।

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ,୧୬।୧(ଡି.ଏନ.ଏ.)କଳାହାଣ୍ଡି ଜିଲା ଧର୍ମଗଡସ୍ଥିତ ଇନ୍ଦ୍ରାବତୀ ପରିସରରେ ବୁଧବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ତହସିଲଦାର ତନ୍ମୟ କୁମାର ଦରଓ୍ବାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । 

କଂଗ୍ରେସ ଛାଡିଲେ ବିଧାୟକ ନବ  ଦାସ

କଂଗ୍ରେସ ଛାଡିଲେ ବିଧାୟକ ନବ ଦାସ

ଝାରସୁଗୁଡା ଅଫିସ/ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଫଳରେ ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି।

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ବଲାଙ୍ଗୀର ଅଫିସ, ୧୬।୧- ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ବଲାଙ୍ଗୀରଠାରେ ମଙ୍ଗଳବାର ଏକ ସରକାରୀ କାର୍ଯ୍ୟକ୍ରମରେ ମୋଦି ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ପଥରଚେପା ପଡିଆରେ ଭାଜପା ପକ୍ଷରୁ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ମୋଦି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ହୋଇ ସମାଲୋଚନା କରିଥିବାବେଳେ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଗରମ ଥିଲେ। 

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ସୁନ୍ଦରଗଡ଼, ୧୬।୧ (ଡି.ଏନ୍‌.ଏ) -ସୁନ୍ଦରଗଡ ଫୁଟବଲ ରେଫରୀମାନଙ୍କୁ ନେଇ ଗଠିତ ରୁରାଲ ସ୍ପୋର୍ଟସ ଆସୋସିଏଶନ୍‌ ଓ କିଞ୍ଜିର୍ମା ଏସ୍‌ଡିବିଏଲ କ୍ଲବର ମିଳିତ ଆନୁକୂଲ୍ୟରେ କିଞ୍ଜିର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଚାଲିଥିବା ଚତୁର୍ଥ ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୁତ୍ରା, ୧୬।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ବ୍ଲକ ତଥା କୁତ୍ରା ଥାନା ଅଧିନ ଗରିଆମୁଣ୍ଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଡମ୍ପର ନଂ. ଆର୍‌ ୧୪ କ୍ୟୁ- ୪୮୭୨ ଧକ୍କାରେ ଜଣେ ନାବାଳିକା ନମ୍ରତା ଲାକଡା (୧୧)ଙ୍କ ମୃତ୍ୟୁ ଘଟିଥିଲା। 

କୋମନା ବ୍ଲକରେ ହାତୀ ଆତଙ୍କ, ବିଜୁଳି ସେବା ଠପ : ୨୮ଟି ହାତୀ ବୁଲୁଛନ୍ତି ପେଣ୍ଡ୍ରାବନ୍ଧ ଜଙ୍ଗଲରେ

କୋମନା ବ୍ଲକରେ ହାତୀ ଆତଙ୍କ, ବିଜୁଳି ସେବା ଠପ : ୨୮ଟି ହାତୀ ବୁଲୁଛନ୍ତି ପେଣ୍ଡ୍ରାବନ୍ଧ ଜଙ୍ଗଲରେ

ନୂଆପଡା ଅଫିସ,୧୬ା୧-ନୂଆପଡ଼ା ଜିଲା କୋମନା ବ୍ଲକ ପେଣ୍ଡ୍ରାବନ୍ଧ ଅଞ୍ଚଳରେ ମଙ୍ଗଳବାର ୨୮ରୁ ଊର୍ଦ୍ଧ୍ୱ ହାତୀ ବୁଲୁ ଥିବାବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । 

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ଖରିଆରରୋଡ ମଣ୍ଡିରେ ଶ୍ରମିକ ଅଶାନ୍ତି: ୨ ଦିନ ପରେ ଧାନ ଉଠାଇଲେ ଶ୍ରମିକ

ନୂଆପଡା ଅଫିସ,୧୬ା୧-ନୂଆପଡା ଜିଲାରେ ଧାନକିଣାରେ ନିୟୋଜିତ ଶ୍ରମିକମାନେ ନିର୍ଦ୍ଧାରିତ ଦରଠାରୁ କମ ପାରିଶ୍ରମିକ ପାଉଥିବା ଅଭିଯୋଗ ହେଉଛି । 

ଇନ୍ଦିରା ଆବାସ, ଘରଭଂଗା ଟଁକା ସାତ୍‌ସପନ୍‌: ଶୀତ୍‌ କାକ୍‌ରେ ବିତୁଛେ ଗରିବ ଦୁଖିକର ଜୀବନ୍‌

ଇନ୍ଦିରା ଆବାସ, ଘରଭଂଗା ଟଁକା ସାତ୍‌ସପନ୍‌: ଶୀତ୍‌ କାକ୍‌ରେ ବିତୁଛେ ଗରିବ ଦୁଖିକର ଜୀବନ୍‌

ଜୁନାଗଡ,୧୬।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଁଚେତ୍‌ରେ ବର୍ଷା ଦିନେ କେତେ ଗରିବ୍‌ ଦୁଖିକର ଘରଦୁଆର ଭାଂଗି ଯାଇଥିଲା।

ପଢ଼ାକୁଠି ଅଭାବ୍‌: ବାରନ୍‌ଡାରେ ଚାଲିଛେ ପାଠ୍‌ପଢ଼ା

ପଢ଼ାକୁଠି ଅଭାବ୍‌: ବାରନ୍‌ଡାରେ ଚାଲିଛେ ପାଠ୍‌ପଢ଼ା

ଲାଠୋର, ୧୬ା୧ (ଡି.ଏନ.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଁଚେତ୍‌ର ସାନଗୁର୍ଜିଭଟା ସରକାରୀ ନୂତନ ଉପ୍ରା ବିଦ୍ୟାଲୟ। 

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ:  ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ: ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ବେଲପଡା, ୧୬ା୧(ଡି.ଏନ.ଏ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସିହିନୀ ପଁଚେତ୍‌ ସିହିନୀ ଗଁାର ସ୍ବର୍ଗତ ଗୋପୀନାଥ ରଣାକଁର ପୁଓ ଯୁବରାଜ ରଣା(୬୨)। ଗଲା ୨୦୦୯ ମସିହାରେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ତାକର ଦୁଇ ହାତ୍‌ ଅକାମି ହେଇଗଲା। 

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଗ୍ରାମସଭା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଗ୍ରାମସଭା

ଟିକ୍ରାପଡା,୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଳକ କରମତଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ସମ୍ପର୍କିତ ଏକ ସ୍ବତନ୍ତ୍ର ଗ୍ରାମସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।  ସ୍ଥାନୀୟ ସରପଞ୍ଚ ହିମାଳ ବୁଡେକ ସଭାରେ ଅଧକ୍ଷତା କରିଥିଲେ।  ପିଇଓ ଦେବରାଜ ମାଝୀ ସଭା ସଂଯୋଜନା କରିଥିଲେ।