
ନୂଆଦିଲ୍ଲୀ,୩।୧: ଅନେକ କଳ୍ପନା ଜଳ୍ପନାର ଅବସାନ ଘଟାଇ ଆମ୍ ଆଦମୀ ପାର୍ଟି(ଏଏପି) ପକ୍ଷରୁ ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ଏଏପି ପକ୍ଷରୁ ସଞ୍ଜୟ ସିଂ, ସୁଶିଲ୍ ଗୁପ୍ତା ଓ ଏନ୍.ଡି. ଗୁପ୍ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ଏସମ୍ପର୍କରେ ଦଳ ପକ୍ଷରୁ ମନିଶ ସିସୋଦିଆ ସୂଚିତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।