Dharitri News
ରାୟଗଡା

ମାଥିଲିରେ ପ୍ରଥମ ଥର ହେଲା ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ପ୍ରସୂତି

ମାଥିଲିରେ ପ୍ରଥମ ଥର ହେଲା ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ପ୍ରସୂତି ମାଥିଲି,୩।୧ (ଡି.ଏନ.ଏ.)- ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ଏକ ବଡ ଅସ୍ତ୍ରୋପଚାର ହୋଇଛି । ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଭାବେ ଯୋଗ ଦେଇଥିବା ଥିବା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଜି. ଭୀମେଶ୍ବର ନାୟକଙ୍କ ଉଦ୍ୟମରେ ଏକ ପ୍ରସୂତି ମା’ ଓ ତାଙ୍କ ନବ ଜନ୍ମିତ ଶିଶୁ ବିପଦ ମୁହଁରୁ ସୁରକ୍ଷିତ ଅବସ୍ଥାରେ ଫେରିଆସିଛନ୍ତି । ବ୍ଲକରେ ପ୍ରଥମ ଥର ଏହି ଅସ୍ତ୍ରୋପଚାରର ସଫଳତା ପାଇବା ପରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ଡାକ୍ତରଙ୍କ ମଧ୍ୟରେ ଖୁସିର ଛିଟା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବ୍ଲକ ଅନ୍ତର୍ଗତ ସାଲିମି ପଞ୍ଚାୟତ ଅଧିନ ବାରୁବେଡା ଗ୍ରାମର ସୁକ୍ରା ମାଡକାମୀଙ୍କ ସ୍ତ୍ରୀ ଲକ୍ଷ୍ମୀ(୨୧)ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଲେବର ଓ୍ବାର୍ଡକୁ ନେଇଥିଲେ ।ଅଲ୍ଟାସାଉଣ୍ତରେ ସ୍ବାଭାବିକ ପ୍ରସବ କରାଇବା ସମ୍ଭବ ହୋଇନଥିଲା । ଭିତରେ ଥିବା ଶିଶୁର ନିଶ୍ବାସ ପ୍ରଶ୍ବାସ ଉପରେ ଆଶଙ୍କା ରହିଥିଲା । ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାନାନ୍ତର କରିବାରେ ସମୟରେ ୧ ଘଣ୍ଟାରୁ ଉଦ୍ଦର୍‌ବ ସମୟ ଲାଗିଯିବା ଭୟ କରି ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତିଙ୍କ ଅସ୍ତ୍ରପ୍ରଚାର କରିବାକୁ ନୂତନ ଡାକ୍ତର ନାୟକ ସ୍ଥିର କରିଥିଲେ । ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଅନ୍ୟ ଜଣେ ଡାକ୍ତର ରାକେଶ ବେହେରା ଓ ନର୍ସଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଅସ୍ତ୍ରପ୍ରଚାର ପରେ ଉଭୟ ମା’ ଓ ଶିଶୁ ପୁତ୍ର ବିପଦ ମୁକ୍ତ ଓ ସୁସ୍ଥ ଥିବା ମାଥିଲି ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୋଷ ପଣ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏଣିକି ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଡିଲେ ଅସ୍ତ୍ରୋପଚାର କରି ପ୍ରସବ କରାଯିବ ବୋଲି କୁହାଯାଇଛି । ଅଞ୍ଚଳରେ ପ୍ରଥମ ଥର ପ୍ରସବ କରାଇବାରେ ଅସ୍ତ୍ରୋପଚାର ଆରମ୍ଭ କରି ସଫଳତା ପାଇଥିବାରୁ ନୂତନ ଡାକ୍ତରଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

ରାୟଗଡା

ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କ ଘରୁ ଚୋରୀ

ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କ ଘରୁ ଚୋରୀ

ସେମିଳିଗୁଡ଼ା,୨୪।୧(ସ୍ବ.ପ୍ର.)- କୋରାପୁଟ ଜିଲା ଗାନ୍ଧୀ ନଗରଠାରେ ରୁହୁଥିବା ଆନ୍ଧ୍ର ବ୍ୟାଙ୍କ କ୍ୟାସିୟର ମାମତି ଅମରନାଥ ଘରେ ନଥିବା ଦେଖି ସାମ୍ନାପଟରୁ ତାଲା ଭାଙ୍ଗି ଘରେ ପଶି ନଗଦ ୧୦ହଜାର ଟଙ୍କା ସହ ୪୦ହଜାର ଟଙ୍କା ରୂପା ଚୋରୀ କରିନେଇଛନ୍ତି ଦୁବୃର୍ତ୍ତ।

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

ପଟାଙ୍ଗୀ,୨୪।୧(ଡି.ଏନ.ଏ.)- କୁନ୍ଦୁଲି ଗଣବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଭାଜପା ଓ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳନର ଡ଼ାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ପଟାଙ୍ଗୀଠାରେ ମଧ୍ୟ ପଡ଼ିଛି ।

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ରାୟଗଡା ଅଫିସ, ୨୪।୧- ଆଧୁନିକତା ସହ ତାଳଦେଇ ତିଷ୍ଠି ପାରୁନି କୌଳିକ ବୃତ୍ତି । ଏକଦା ଜୀବନ ଧାରଣର ମାନଦଣ୍ଡ ଭାବେ ପରିଗଣିତ ହେଉଥିବା ପାରିବାରିକ ଜୀବିକା ଏବେ ସତ୍ତା ହରାଇବାକୁ ବସିଛି।

ରାସ୍ତା ନିର୍ମାଣରେ ଅନିୟମିତତା

ରାସ୍ତା ନିର୍ମାଣରେ ଅନିୟମିତତା

ରାୟଗଡ (ଗଜପତି), ୨୪। ୧(ଡି.ଏନ.ଏ)-ଗଜପତି ଜିଲା ରାୟଗଡ ବ୍ଲକ ଅଧୀନ ଏସ.କରଡାସିଂ ପଞ୍ଚାୟତର ଖିଲିଗଣ୍ଡାଠାରୁ ବଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ଧାର୍ଯ୍ୟ ସମୟସୀମା ଅତିକ୍ରାନ୍ତ ପରେ ବି ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ

କାଲିମେଳା,୨୩।୧(ଡି.ଏନ.ଏ.)- କାଲିମେଳା ବ୍ଲକ ଅର୍ନ୍ତଗତ ମାଲାଭରମ ପଞ୍ଚାୟତର ଏମପିଭି-୮୩ ଗ୍ରାମରେ ଜଣେ ନାବାଳିକା ଝିଅକୁ ବିବାହ କରାଯାଉଥିବାବେଳେ ମଙ୍ଗଳବାର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଥାନା ପୋଲିସ୍‌ ଚିକିଲି ନଦୀ ନିକଟରେ ମଙ୍ଗଳବାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରି ୨ଜଣଙ୍କୁ ଗରିଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡା ଥାନା ଅଧିନ ରଶିଆଗୁଡ଼ା ଗାଁର ଟ୍ରକ୍‌ ଡ୍ରାଇଭର ମାଧବ ହନ୍ତାଳ ଏବଂ ହେଲପର ଡମ୍ବରୁ ସୁୁନା ବଶିଆ।

ରାସ୍ତା କାମରେ ଶିଶୁ ଶ୍ରମିକ

କୋରାପୁଟ,୨୩।୧(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟିଗୁଡା, ଚାଟିଗୁଡା ଠାରେ ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି, ଜୁଆ ଖେଳ। ୫ କି.ମି ଦୂରତା ମଧ୍ୟରେ ୨ଟି ସ୍ଥାନରେ ଚାଲିଛି ଏଭଳି ବେଆଇନ ଖେଳ।

କାମରେ ଲାଗୁନି ଫଳବଜାର କେନ୍ଦ୍ର

କାମରେ ଲାଗୁନି ଫଳବଜାର କେନ୍ଦ୍ର

ରାୟଗଡ, ୨୩।୧(ଡି.ଏନ.ଏ.)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ନାନା ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ଏପରିକି କିଛିଦିନ ତଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ମାଲକାନଗିରି, ୨୩।୧(ଡି.ଏନ୍‌.ଏ.)- ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ନିୟମରେ ଲୋକଙ୍କୁ ସଚେତନ କରୁଛି ପୋଲିସ। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଖୁଚୁରା ବେପାରୀମାନେ ଖୁଲମ୍‌ଖୁଲା ପେଟ୍ରୋଲ ବିକ୍ରି କରୁଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।