
ମୋହନଗିରି,୩।୧(ଡି.ଏନ.ଏ.):
କଲାହାଣ୍ଡି ଜିଲାର ମଦନପୁର ରାମପୁରନୁ ମୋହନଗିରି ରାସ୍ତା ରାହୁଲ ନଦୀ ପାଖୁ ବହୁତ ଖରାପ ଅଛେ। ଇ ରାସ୍ତାରେ ଯିବାର ଆସବାର କରୁଥିବା ଲୋକମାନେ ବଡ଼ା ଗୁଲଗୁଲା ହଉଛନ। ଫିଦିନ ରାସ୍ତାରେ ଶହଶହ ଚାରଚକିଆ, ଦୁଇଚକିଆ ଗାଡିମଟର, ସାଇକେଲିଆ ଆର ଚାଲତି ଲୋକ ଭିଲ ଯିବାର ଆଏବାର କରୁଛନ। ରାସ୍ତାର ଅବସ୍ତା ଲାଗି ଛୋଟ ବଡ ଦୁର୍ଘଟନାମାନ ଭିଲ ଘଟୁଛେ। ହେଲେ ପରଶାସନର ଇଥିର ପରତି ନିଘା ନାଇନ। ଯେନ୍ଥିର ଲାଗି ଇ ଅଂଚଲର ଲୁକମାନକର ଭିତରେ ଅସନ୍ତୋଷ ଦେଖାଦେବାରେ ଲାଗିଛେ। ସମସ୍ୟାକେ ନେଇ ଲୋକ ରାଜରାସ୍ତାକେ ଉତିରବାର ଲାଗି ଭିଲ ସଜବାଜ ହେଉଥିବାର ଜନାଯାଇଛେ।
ଇ ରାସ୍ତାଟା କଳାହାଣ୍ଡିର ପୂର୍ତ୍ତ ବିଭାଗ ଅଧିନ୍ଥି ଅଛେ। ରାସ୍ତାକେ ଉସାର ପିସାର କରବାକେ ବିଭାଗ ପଦକ୍ଷେପ ନେଇଛେ। ରାହୁଲ ନଦୀର ପାଖୁ ୫ କିମି ବାଞ୍ଚାମୁଣ୍ଡା ଗଁା ତକ୍ ରାସ୍ତା କୁଡି ସେଥ୍ରେ ଚିପ୍ସ ଆର ପଥର ଗୁଁଡ ପକେଇ ଛାଡି ଦେଇଛନ। ସେଟା ଭିଲ ୫ ମାସ ବିତିଗଲାନ। ଯେନ୍ଥିର ଲାଗି ଲୋକ ବଢ଼େ ଗୁଲଗୁଲା ହେଉଛନ ଆର କେନ୍ ଗାଡ଼ିର ହାବା ଉତରି ଯାଉଛେ ତ କିଏ ହିଟିହାବ୍ଡି ପଡ଼ି ଅଁାଠୁ ଗଁଠି ଫାଟୁଛେ। ରାସ୍ତାରେ ଚାର ଚକିଆ ଗାଡି ଗଲେ ଏତେ ଗୁଁଡ ଉଡୁଛେ ଯେ ଘଡେ ତକ୍ ବେଲ ବୁଡିଗଲା ବାଗିର ଲାଗୁଛେ। ଇ ବାବ୍ଦେ କାମ୍କାଜ ବୁଝା ସୁଝା କରୁଥିବାର ଜେଇକୁଁ ପଚରାବାରେ ଜନାପଡଲା ଯେ ଇ ରାସ୍ତା କାମ୍ ଭିଲ ଟି.ଡି.ଆର୍ ଜାଲିଆତି କରିଥିବାର ଠକ୍ ଠିକାଦାର ବଣ୍ଟି ଅଗ୍ରଓ୍ବାଲ ନେଇଥିଲେ। ସେ ଜେଲ ଭିତରେ ଅଛନ। ସେଥିରଲାଗି ନୂଅଁାଟି ଟେଣ୍ଡର ହେବା ଆର କାମ ମୂଲ ହେବା। ବଣ୍ଟି ଅଗ୍ରଓ୍ବାଲ ଝନେ ସିନା ଦୋଷ କଲା ଯେ ଜେଲ ଗଲା ହେଲେ ଆମେ ଇ ଅଂଚଲର ଲୋକ କାଏଁ ଦୋଷ କଲୁଁଯେ ଏତେ ଗୁଲଗୁଲା ହେମୁ। ଗୁଟେ କୁଆର ଦୁଷେ ସବୁ ଯାକ କୁଆ ଟେରା ହେଲା ବାଗିର କଥା ବଲି ଲୋକ ଚର୍ଚା କରୁଛନ। ଲୋକ ବିଭାଗକେ ଗୁହାରି କରିଛନ ଯେ ଇ ଅଧ୍ପନ୍ତରିଆ ରାସ୍ତାକେ ଯେତେ ଜଲଦି ହେବା ପୂରା କରୁନ। ନାଇଁ ହେଲେ ଆଏବାର ଦିନେ ବଡଭାରି ଜନଆଂଦୋଲନ ହେବା ବଲି ଧମକ୍ ଦେଇଛନ।