Dharitri News
ସମ୍ବଲପୁର

ରାସ୍ତା ନିର୍ମାଣ ପାଇଁ କାଟିଦେଲେ ପାଣି ପାଇପ

ରାସ୍ତା ନିର୍ମାଣ ପାଇଁ କାଟିଦେଲେ ପାଣି ପାଇପ କେସିଙ୍ଗା, ୩।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ୍‌ କନ୍ତେଶିର ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ବଳି ପଡିଛି ପାଣି ପାଇପ୍‌। ରାସ୍ତା କାମ ବୁଝୁଥିବା ଠିକାଦାର ପାଇପ ଲାଇନ କାଟି ଦେଇଛନ୍ତି। ଏଣୁ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଗଣ୍ଡାରପୋଲି ନିକଟରେ ଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବ୍ରିଜର ଗାଡଓ୍ବାଲ ନିର୍ମାଣ କରିବା ନିମନ୍ତେ ଅନେକ ଦିନ ମାଟି ଖୋଳା ଯାଇଛି। କନ୍ତେଶିର ଏମ୍‌ଆଇ ପମ୍ପ ହାଉସଠାରୁ ୧ କି.ମି. ଯାଏଁ ପାଇପ ଲାଇନ ସଂଯୋଗ କରାଯାଇଛି। ଏଠାରେ ଏକ ବାଇପାସ୍‌ ରାସ୍ତା ନିର୍ମାଣ କରାଯାଉଛି। ଅଥଚ ଠିକାଦାର ପାଇନ ଲାଇନକୁ ବାଇପାସ୍‌ ନ କରି ଜେସିବିରେ ମାଟି ଖୋଳିବା ସମୟରେ ଉକ୍ତ ପାଇପ ଲାଇନକୁ କାଟି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଗ୍ରାମରେ ୧୪ଟି ଷ୍ଟାଣ୍ଡପୋଷ୍ଟ ସ୍ଥାପନ କରାଯାଇଛି। ୧୫୦ଜଣ ନିଜ ଘରେ ପାଇପ ଲାଇନ ସଂଯୋଗ କରିଛନ୍ତି। ଏହା ସହିତ ଗ୍ରାମରେ ୮ଟି ନଳକୂଅ ମଧ୍ୟ ଅଛି। କିନ୍ତୁ ଏହି ନଳକୂଅରୁ ଆବଶ୍ୟକ ମୁତାବକ ପାଣି ବାହାରୁ ନାହିଁ। ଫଳରେ ଗ୍ରାମବାସୀ ଏକ କି.ମି. ଦୂରରେ ଥିବା ଉସ୍ତାଲି ଯୋରକୁ ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି।

ସମ୍ବଲପୁର

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଅଧୀନ ଅନ୍ଧାରୀ ଗ୍ରାମରେ ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି। ଗ୍ରାମର ଶୈଳେଶ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ପ୍ୟାରୀ(୪୨)ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ମଦ୍ୟପ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ, ସ୍ତ୍ରୀଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ମଦ୍ୟପାନ କରି ସ୍ତ୍ରୀକୁ ଟାଙ୍ଗିଆ ବେଣ୍ଟରେ ମାଡ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଘଟିଛି ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବକଟପୁର ଗାଁରେ। ବକଟପୁରସ୍ଥିତ ମା’ ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର ଉଦ୍ୟମ କ୍ରମେ ଘଟଣାଟି ସାମ୍ନାକୁ ଆସିଛି।

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ମାଓବାଦୀ ରାମ୍‌ସାଇଙ୍କ ଆତ୍ମସମର୍ପଣ

ରାଉରକେଲା ଅଫିସ,୧୬।୧-ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ୍‌ର କ୍ୟାଡର ମାଓବାଦୀ ରାମସାଇ ମୁଣ୍ଡା (୨୦) ମଙ୍ଗଳବାର ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ପୁତୁରା ଟାଙ୍ଗିଆ ଚୋଟରେ କକା ମୃତ

ବଙ୍ଗୋମୁଣ୍ଡା/ମୁରିବାହାଲ,୧୬।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦରା ଗ୍ରାମରେ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରାର ଟାଙ୍ଗିଆ ଚୋଟରେ କକାଙ୍କ ଜୀବନ ଯାଇଛି। ମୃତକ ହେଲେ ରମେଶ ପାଢୀ (୬୫)। ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପାଢୀ(୪୬)ଙ୍କୁ ପୋଲିସ ଗିରଫ କରିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି: ରାସ୍ତାକୁ ଓହ୍ଲାଇଲା ବିଜେଡି

ଲାଞ୍ଜିଗଡ,୧୬।୧(ଡି.ଏନ୍‌.ଏ): ବର୍ଷ ସାରା ଖଟି ଫସଲ ଉପତ୍।ଦନ କରୁଛି ଚାଷୀ । ସେଇଠି ପୁଣି ବର୍ଷସାରା ଧୋଇ,ମରୁଡିର ସମ୍ମୁଖୀନ ହେଉଥିବା ଚାଷ ବଳକିଲେ ରୋଗ ପୋକର ଦାଉ ସହିବାକୁ ପଡେ। ଏହାପରେ ଉପତ୍।ଦିତ ଫସଲକୁ ମଣ୍ଡିରେ ବିକ୍ରି କରିବାକୁ ନେଲେ ସେଠାରେ ମିଲର୍ସ-ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛି।

 ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଦାବିପତ୍ର

ଜୁନାଗଡ଼ ,୧୬।୧(ଡି.ଏନ୍‌.ଏ):ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ରବିବାର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡାଃ ସରୋଜ କୁମାର ତିଆଡିଙ୍କୁ ପ୍ରଦାନ କରାଯାଇଥିଲା।

 ହାର୍‌ ମାନିଛେ ଭିନ୍ନକ୍ଷମତା

ହାର୍‌ ମାନିଛେ ଭିନ୍ନକ୍ଷମତା

ବରଗଡ଼ ଅଫିସ୍‌,୧୬।୧: ନଁ। ତଁ।କର ସୁରଜ ପ୍ରଧାନ। ବରଗଡ଼ ସହର ପାଖର୍‌ ବରଡ଼ୋଲରେ ତଁ।କର ଘର। ମା’ ବାସନ୍ତୀ ଆର୍‌ ବାପ୍‌ ଅଞ୍ଚାନନକଁର ୩ ଝି ପୁଓ ଭିତ୍‌ରୁ ସେ ହେଉଛନ୍‌ ବଡ଼ଖା ପୁଓ। ବହେନ୍‌ ସୋନାଲୀ ଯୁକ୍ତଦୁଇ ପହେଲା ବଛର୍‌ ଛାତ୍ରୀ ଥିଲାବେଲ୍‌କେ ସାନଭାଇ ପ୍ରାଞ୍ଜଳକେ ଅଢ଼େ ବଛର ହେଉଛେ।

 ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୃତ୍ୟ, ଗୀତ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଭବାନୀପାଟଣା, ୧୬।୧ (ଡି.ଏନ୍‌.ଏ.): ରବିବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ସୋମବାର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଛି। ନୃତ୍ୟ, ଗୀତରେ ଦର୍ଶକ ଝୁମିଉଠିଥିଲେ।

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ଜିଲା କିନ୍ନର ସଂଘ ଜିଲାପାଳଙ୍କଠାରେ ଫେରାଦ

ନୂଆପଡା ଅଫିସ,୧୬।୧ : ଭଗବାନ ଆମକୁ କିନ୍ନର ଭାବରେ ଜନ୍ମ ଦେଲେ ବୋଲି ଆମେ କ’ଣ ପାପୀ ହେଲୁ। ଆମକୁ ସମାଜରେ ସମୁଚିତ ମର୍ଯ୍ୟାଦା ମିଳୁନାହିଁ କି ସରକାର ମଧ୍ୟ ଆମକୁ ମୌଳିକ ସୁବିଧା ଯୋଗାଇ ଦେବାରେ ହେଳା କରୁଛନ୍ତି। ଜିଲାପାଳଙ୍କୁ ଦେଖା କରିବାକୁ ଆସିଥିବା ଜିଲା କିନ୍ନର ସଙ୍ଗଠନ ତରଫରୁ କର୍ମକର୍ତ୍ତାମାନେ ଏହା କହିଛନ୍ତି। ସେମାନେ ଜିଲାପାଳଙ୍କୁ ଦେଖା କରି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ କରିଛନ୍ତି।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ମକରଧ୍ୱଜ ପାହାଡ ଉପରେ ଉଡିଲା ଧ୍ୱଜା

ଦେବଗଡ଼,୧୫।୧(ସ୍ବ.ପ୍ର.)- ପ୍ରତିବର୍ଷ ଭଳି ଚଳିତବର୍ଷ ଦେବଗଡ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପାଳିତ ହୋଇଛି।