ଅନଗୁଳ-ଢେଙ୍କାନାଳ

ବୁଢ଼ାପଙ୍କ ପୌଷପୂର୍ଣ୍ଣିମା ଯାତ୍ରାରେ ଅସମ୍ଭାଳ ଭିଡ଼

ବୁଢ଼ାପଙ୍କ ପୌଷପୂର୍ଣ୍ଣିମା ଯାତ୍ରାରେ ଅସମ୍ଭାଳ ଭିଡ଼

ବଅଁରପାଳ, ୩।୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ଲଙ୍ଗବାଉତୀଙ୍କ ପୀଠରେ ଆରମ୍ଭ ହୋଇଥିବା ପୌଷ ପୂର୍ଣ୍ଣିମା ଯାତ୍ରା ବୁଧବାର ଦ୍ୱିତୀୟ ଦିବସରେ ପହଞ୍ଚିଛି। ମା’ଙ୍କ ବାର୍ଷିକ ଯାତ୍ରା ଦେଖିବାକୁ ଅସମ୍ଭାଳ ଭିଡ଼ ହେଉଛି। ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ, ମାନସିକଧାରୀ ଠାକୁରାଣୀଙ୍କ ଦର୍ଶନ କରିବାକୁ ସମବେତ ହୋଇଥିବାବେଳେ ଏହାକୁ ନେଇ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି। ଦ୍ୱିତୀୟ ଦିନରେ ପାରମ୍ପରିକ ନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ବୁଧବାର ଯାତ୍ରାର ଉଦ୍‌ଯାପନୀ ଦିବସ ରହିଛି।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଅପରାଧପ୍ରବଣ ହେଉଛି ନାକ୍‌ଚି: ଫାଣ୍ଡି ସ୍ଥାପନ  ଦାବି

ଅପରାଧପ୍ରବଣ ହେଉଛି ନାକ୍‌ଚି: ଫାଣ୍ଡି ସ୍ଥାପନ ଦାବି

ବଇଣ୍ଡା, ୨୫।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ଅନ୍ୟତମ ପ୍ରମୁଖ ସ୍ଥାନ ନାକ୍‌ଚିରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ଏକ ଫାଣ୍ଡି ସ୍ଥାପନ କରିବା ଜରୁରୀ ହୋଇପଡ଼ିଛି। ମଙ୍ଗଳବାର ଉରୁକୁଳା ପଞ୍ଚାୟତରେ ଅନୁଷ୍ଠିତ ଆମ ପୋଲିସ ବୈଠକରେ ଏ ନେଇ ଦାବି କରିଛନ୍ତି ଗ୍ରାମବାସୀ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବନ୍ତଳା,୨୫।୪(ଡି.ଏନ୍‌.ଏ.): ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ହରିବେରଣୀ ଗାଁ କଲ୍ୟାଣ ସମିତି ପକ୍ଷରୁ ବୁଧବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏ ନେଇ ପୁରୁଣା ଗଡ଼ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ପୌରାଞ୍ଚଳ କୈବଲ୍ୟ ବଜାରଠାରେ ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୁଧବାର ସକାଳ ୯ଟାରେ ୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା କୃଷକ ବଜାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ପୂର୍ବାହ୍ନରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପବନ କଲ୍ୟାଣ ଅଧ୍ୟକ୍ଷତା କରି ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

କଣିହାଁ,୨୫।୪(ଡି.ଏନ୍‌.ଏ.): କଣିହାଁ ବ୍ଲକ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଫାଟକରେ ବୁଧବାର ସରପଞ୍ଚ ଦୁଖବନ୍ଧୁ ଭୁତିଆ ତାଲା ପକାଇଦେଇଥିଲେ। ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରାଯାଉ ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ପରଜଙ୍ଗ,୨୫।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥର ପିତିରି ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପରଜଙ୍ଗ ଗ୍ରାମର ଗଗନ ସାମଲ ଓରଫ ଚିଲୁ(୩୦)।

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବଅଁରପାଳ,୨୪।୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ଗୋତମୋରା ନିିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଜଣା ଗାଡି ଧକାରେ ସୁଜନ ବରିହା(୪୫)ଙ୍କ ମୃତ୍ୟୁ ହୋଇଛି।

ଟ୍ରକ୍‌ ସହ କୋଇଲା ଜବତ

ଅନୁଗୋଳ ଅଫିସ,୨୪।୪- ଅନୁଗୋଳ ଥାନା ନତଡ଼ା ନିକଟରୁ ପୋଲିସ ସୋମବାର ବିଳମ୍ବିତ ରାତ୍ରିରେ ଏକ ୧୦ ଚକିଆ ଟ୍ରକ୍‌ ସହ ପ୍ରାୟ ୧୫ ଟନ୍‌ ଚୋରା କୋଇଲା ଜବତ କରିଛି। ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛନ୍ତି।

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ବନ ବିଭାଗ ବିଫଳ: ଆଖି ବୁଜିଲା ଆହତ ହାତୀ

ଢେଙ୍କାନାଳ ଅଫିସ୍‌, ୨୪ା୪-ଦୀର୍ଘ ୪ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଶେଷରେ ଆଖି ବୁଜିଛି ଟ୍ରେନ୍‌ ଧକ୍କାରେ ଆହତ ମାଈହାତୀ। ହାତୀକୁ ବଞ୍ଚାଇବାରେ ବିଫଳ ହୋଇଛି ବନ ବିଭାଗ। ଠିକ୍‌ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ହାତୀ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍‌। ଏହାପରେ ପଦାରେ ପଡ଼ିଛି ବନ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା।

‘ଦକ୍ଷତା ସମ୍ପନ୍ନ ପିଲା ରାଜ୍ୟର ପ୍ରମୁଖ ଆୟୁଧ’

‘ଦକ୍ଷତା ସମ୍ପନ୍ନ ପିଲା ରାଜ୍ୟର ପ୍ରମୁଖ ଆୟୁଧ’

ଅନୁଗୋଳ ଅଫିସ,୨୪।୪- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ କୋର୍ଟରୁମ୍‌ ଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଅନିଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରି ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ହକ୍‌ ପାଇଁ ଏକଜୁଟ ହେବେ ଠିକା ଶ୍ରମିକ

ତାଳଚେର,୨୪ା୪(ନି.ପ୍ର.)- ତାଳଚେର ରେଲୱେ ଷ୍ଟେଶନରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ସୋମବାର ସ୍ଥାନୀୟ ତାଳେଶ୍ୱର ମନ୍ଦିରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅଥୟ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା: ଆଠମଲ୍ଲିକ ଉପଖଣ୍ଡବାସୀ ହନ୍ତସନ୍ତ

ଅଥୟ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା: ଆଠମଲ୍ଲିକ ଉପଖଣ୍ଡବାସୀ ହନ୍ତସନ୍ତ

ବଇଣ୍ଡା,୨୪।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଏବେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରୀ ନିର୍ଦ୍ଦେଶ ନ ଥିଲେ ମଧ୍ୟ ଦିନକୁ ୨ରୁ ୫ ଘଣ୍ଟା ଯାଏ ପାଓ୍ବାର କଟ୍‌ କରାଯାଉଥିବା ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ବଢ଼ୁଥିବା ବେଳେ ବିଦ୍ୟୁତ୍‌ ସେବାରେ ଏପରି ବାରମ୍ବାର ବ୍ୟାଘାତ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି।