ଖେଳ |

ଓଡ଼ିଶା ଟି୨୦ ଦଳ ଘୋଷିତ

ଓଡ଼ିଶା ଟି୨୦ ଦଳ ଘୋଷିତ
କଟକ ଅଫିସ,୩।୧ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟ୍ରଫି ପୂର୍ବାଞ୍ଚଳ ଲିଗ୍‌ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ମଙ୍ଗଳବାର ଦଳ ଘୋଷଣା କରାଯାଇଛି। ରାଞ୍ଚିଠାରେ ହେବାକୁ ଥିବା ଏହି ପୂର୍ବାଞ୍ଚଳ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଓଡ଼ିଶା ଆସନ୍ତା ୮ରେ ବେଙ୍ଗଲ ବିପକ୍ଷରେ ଖେଳିବ। ଏହାପରେ ୧୦ ତାରିଖରେ ଦଳ ଆସାମକୁ ଭେଟିବ। ଏହି ପ୍ରଥମ ଦୁଇଟି ମ୍ୟାଚ୍‌ ନିମନ୍ତେ ଦଳ ଘୋଷଣା ହୋଇଛି। ଘୋଷିତ ତାଲିକାରେ ସିନିୟର ଖେଳାଳିଙ୍କ ବଦଳରେ ଯୁବପ୍ରତିଭାଙ୍କୁ ନେଇ ଦଳ ଗଠନ କରାଯାଇଛି। ଅଲ୍‌ରାଉଣ୍ଡର ଆଲୋକ ସାହୁ କ୍ୟାମ୍ପରେ ନଥାଇ ସୁଦ୍ଧା ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି। ତେଣୁ ଦଳ ଚୟନରେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ସ୍ପଷ୍ଟ ହୋଇଛି। ସଦ୍ୟ ସମାପ୍ତ ରଣ୍‌ଜୀ ସିଜନରେ ଆଲୋକଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତେବେ କ୍ୟାମ୍ପରେ ଥିବା ଅନ୍ୟତମ ଅଲରାଉଣ୍ଡର ଦୀପକ ବେହେରା ଆଘାତ ହେବା ଯୋଗୁଁ ଆଲୋକଙ୍କୁ ସିନିୟର ଖେଳାଳି ଭାବେ ଦଳରେ ନିଆଯାଇଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଦେବାଶିଷ ସାମନ୍ତରାୟ ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଏହାଛଡ଼ା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ଅଭିଷେକ ରାଉତ ପ୍ରଥମ ଥର ପାଇଁ ନିଜ ଘରୋଇ ରାଜ୍ୟ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଅଲରାଉଣ୍ଡର ଅଭିଷେକ ରଣ୍‌ଜୀ ଶିବିରରେ ଥିଲେ ମଧ୍ୟ ଦଳରେ ସ୍ଥାନ ପାଇ ନ ଥିବା ବେଳେ ଏହି ଟୁର୍ନାମେଣ୍ଟ ନିମନ୍ତେ ଚୂଡ଼ାନ୍ତ ଦଳରେ ରହିଛନ୍ତି। ବାମହାତୀ ଦକ୍ଷ ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡ଼ିଶା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ। ଶୁଭ୍ରାଂଶୁ ସେନାପତି ଦଳର ଉପଅଧିନାୟକ ରହିଛନ୍ତି। ସିନିୟର ଖେଳାଳି ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ ଓ ଅରବିନ୍ଦ ସିଂ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ଟୁର୍ନାମେଣ୍ଟ ଖେଳିବାକୁ ଯାଇ ଥିବାରୁ ରାଜ୍ୟ ଦଳରେ ସାମିଲ ହୋଇ ପାରିନାହାନ୍ତି। ଏହି ୩ଜଣ ପରବର୍ତ୍ତୀ ୨ଟି ମ୍ୟାଚ୍‌ ନିମନ୍ତେ ଦଳରେ ସ୍ଥାନ ପାଇପାରନ୍ତି। ଅନ୍ୟପକ୍ଷରେ ଏହି ଟୁର୍ନାମେଣ୍ଟ ନିମନ୍ତେ ଖେଳାଳିଙ୍କ ଫିଟ୍‌ନେସ୍‌ ଉପରେ ବିଶେଷଭାବେ ଧ୍ୟାନ ଦିଆଯାଇ ଦଳ ଗଠନ ହୋଇଥିବାରୁ କିଛି ସିନିୟର ଖେଳାଳି ଏହି ପ୍ରକ୍ରିୟାରେ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଅପରପାର୍ଶ୍ୱରେ ଡ୍ରିମ୍‌ସରେ ଚାଲିଥିବା ଦଳ ଚୟନ ଶିବିରରେ ଆଲୋକଙ୍କୁ ସ୍ଥାନ ମିଳି ନଥିଲେ ସୁଦ୍ଧା ସେ ଚୂଡ଼ାନ୍ତ ଦଳରେ ରହିଛନ୍ତି। ଆଲୋକ ଗତ ରଣ୍‌ଜୀ ସିଜନ୍‌ରେ ଓଡ଼ିଶା ଦଳରେ ରହିଥିଲେ। ପ୍ରଥମ ୩ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିବା ଆଲୋକ ଅନ୍ତିମ ୩ଟି ଯାକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ରହିଥିଲେ। ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ସେ ୩୬ରନ୍‌ ସଂଗ୍ରହ କରିଥିବା ବେଳେ କୌଣସି ଉଇକେଟ ଦଖଲ କରି ପାରିନଥିଲେ। ସେହିପରି ବରୋଦା ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ଉଇକେଟ ପାଇଥିବା ବେଳେ ଶୂନ୍ୟରେ ଆଉଟ୍‌ ହୋଇଥିଲେ। ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଯାକ ଇନିଂସ୍‌ରେ ବୋଲିଂ କରିଥିବା ଆଲୋକ ଉଇକେଟ ନେବାରେ ବିଫଳ ହୋଇଥିଲେ। ତେବେ ବ୍ୟାଟିଂ କ୍ଷେତ୍ରରେ ପ୍ରଥମ ଇନିଂସ୍‌ରେ ୮ରନ୍‌ ଓ ଦ୍ୱିତୀୟ ଇନିଂସ୍‌ରେ ୩ରନ୍‌ ସଂଗ୍ରହ କରିଥିଲେ। ଆଲୋକଙ୍କୁ ଦଳରେ ନିଆଯିବା ନେଇ ଦଳ ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି କୁହନ୍ତି, ”ଦଳରେ ଯୁବ ଖେଳାଳିଙ୍କ ସହିତ ଅଭିଜ୍ଞ ତଥା ସିନିୟର ଖେଳାଳିଙ୍କ ଉପସ୍ଥିତି ଜରୁରୀ। ଦୀପକ ବେହେରା କ୍ୟାମ୍ପରେ ଥିଲେ। ତେବେ ଗତ ୨ଦିନ ତଳେ ଫିଲ୍ଡିଂ କରୁଥିବା ସମୟରେ ଦୀପକଙ୍କ ହାତରେ ଗଭୀର ଆଘାତ ଲାଗିଛି। ଯାହା ଫଳରେ ଦୀପକଙ୍କ ବିକଳ୍ପ ଭାବେ ଆଲୋକଙ୍କୁ ଦଳରେ ନିଆଯିବା ପାଇଁ ସ୍ଥିର କରାଯାଇଥିଲା“। ତେବେ ଚୟନ କମିଟିର ଏହି ନିଷ୍ପତ୍ତି ଦଳର ପ୍ରଦର୍ଶନ ଉପରେ କିପରି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଛି।
All Right Reserved By

ଖେଳ |

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।

ଜାତୀୟ ସିନିୟର ଉଷୁରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-ମେଘାଳୟର ଶିଲଂଠାରେ ଅନୁଷ୍ଠିତ ୨୭ତମ ଜାତୀୟ ସିନିୟର ଉଷୁରେ ଓଡ଼ିଶା ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ପାଇଛି। ସୋମବାର ଶେଷ ହୋଇଥିବା  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ମହିଳା ଓ ୨୦ ପୁରୁଷ ଅଂଶଗ୍ରହଣ କରିଥିଲେ। 

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ହକି ବିଶ୍ୱକପ୍‌ ଅଫିସିଆଲ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଅଧିକ ଜୀବନ୍ତ  ଓ ହୃଦୟସ୍ପର୍ଶୀ କରିବା ଲାଗି ମ୍ୟୁଜିକ୍‌ ମାଷ୍ଟର ଏ.ଆର ରହମନ ବଲିଉଡ୍‌ ଷ୍ଟାର ଶାହାରୁଖ ଖାଁଙ୍କୁ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି। ଗୁଲ୍‌ଜାରଙ୍କ ଦ୍ୱାରା ଲିଖିତ ହକି ବିଶ୍ୱକପ୍‌ ଟାଇଟଲ ସଙ୍ଗ୍‌ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’ରେ ସଂଗୀତ ସଂଯୋଜନା ମଧ୍ୟ କରିଛନ୍ତି ଏ.ଆର୍‌. ରହମାନ। ମ୍ୟୁଜିକ ଭିଡିଓରେ  ଭାରତୀୟ ହକିର ଝଲକ ଉପସ୍ଥାପନ କରାଯାଇଛି। 

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ନୂଆଦିଲ୍ଲୀ, ୧୬ା୧୦- (ପି.ଟି.)-ଏସିଆନ ଗେମ୍ସରେ ଆମ ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଓମାନର ମସ୍କଟଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ରେ କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏକଥା କହିଛନ୍ତି, ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ। 

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଶାଙ୍ଘାଇ ମାଷ୍ଟର୍ସ ଟାଇଟଲ ଜିତିବାପରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗ ଅନୁସାରେ ଜୋକୋଭିଚ୍‌ ୭୪୪୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ପ୍ୟାରିସ, ୧୫।୧୦(ଏଏଫପି)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନରେ ରହି ବର୍ଷ ଶେଷ କରିବା ସ୍ପଷ୍ଟ ହୋଇଛି। ହାଲେପ ୨୦୧୮ରେ ୪୦ ସପ୍ତାହଧରି ନମ୍ବରଓ୍ବାନ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।