ଫୁରସତ |

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ
ଲଣ୍ଡନ : ମାଈ ସାଥୀକୁ ଆକୃଷ୍ଟ କରିବା ପାଇଁ ପୁରୁଷ ବେଙ୍ଗ ରଙ୍ଗ ପରିବର୍ତ୍ତନ କରିଥାଏ। ପ୍ରଜନନ ଋତୁରେ କିଭଳି ପୁରୁଷ ବେଙ୍ଗ ମାଇ ବେଙ୍ଗକୁ ନିଜ ପାଖକୁ ଆଣିଥାଏ ସେ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକ ଏହା ଜାଣିପାରିଛନ୍ତି। ବିଭିନ୍ନ ପ୍ରଜାତିର ବେଙ୍ଗ ନାନା ପ୍ରକାର ରଙ୍ଗ ପରିବର୍ତ୍ତନ କରିଥାନ୍ତି। କିଛି ପୁରୁଷ ବେଙ୍ଗ ସେମାନଙ୍କର ଶରୀରକୁ ଲାଳୁଆ ପଦାର୍ଥରେ ଆଛାଦିତ କରି ମାଈ ବେଙ୍ଗକୁ ପ୍ରଲୋଭିତ କରିବାକୁ ପ୍ରୟାସ କରନ୍ତି। ଅନ୍ୟ କେତେକ ଶରୀର ରଙ୍ଗକୁ ପରିବର୍ତ୍ତନ କରି ମାଟିଆ ଓ ଗାଢ଼ ସବୁଜ କରନ୍ତି। ସେଥିପାଇଁ ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପଦାର୍ଥର ସଂରଚନାରେ ପରିବର୍ତ୍ତନ ହୋଇଥାଏ। ରଙ୍ଗ ପରିବର୍ତ୍ତନ ଦ୍ୱାରା ପୁରୁଷ ବେଙ୍ଗ ଶରୀରରୁ ଏକ ପ୍ରକାର ଯୌଗିକ ପଦାର୍ଥର ବାସ୍ନା ବାହାରିଥାଏ। ଯାହାକି ମାଈ ବେଙ୍ଗକୁ ପ୍ରଜନନ ପାଇଁ ଆକର୍ଷିତ କରିଥାଏ। ପୃଥିବୀର ପ୍ରାୟ ସମସ୍ତ ପ୍ରଜାତି ବେଙ୍ଗଙ୍କ ଠାରେ ଏପ୍ରକାର ପ୍ରବୃତ୍ତି ରହିଥାଏ ବୋଲି ବ୍ରିଟେନ୍‌ର ପ୍ରାଣୀତତ୍ତ୍ୱ ପ୍ରଫେସର ରାୟନା ବେଲ୍‌ କହିଛନ୍ତି। ଗବେଷକ ୨,୧୪୬ ପ୍ରଜାତିର ବେଙ୍ଗ ଉପରେ ଅଧ୍ୟୟନ କରି ଜାଣିଛନ୍ତି ଯେ, ୧୭୯ ପ୍ରଜାତିର ପୁରୁଷ ବେଙ୍ଗ ପ୍ରଜନନ ଋତୁରେ ସାଥୀକୁ ଆକର୍ଷିତ କରିବା ପାଇଁ ଏଭଳି କରିଥାନ୍ତି। ଏହି ଋତୁରେ ପୁରୁଷ ବେଙ୍ଗଙ୍କ ଶରୀରରେ କେତେକ ବାୟୋଲୋଜିକାଲ ପରିବର୍ତ୍ତନ ହୋଇଥାଏ। ମାଈ ସାଥୀଙ୍କ ଉଦ୍ଦେଶ୍ୟରେ ସେମାନେ ଶରୀରରୁ ପ୍ରାକୃତିକ ଆରୋମେଟିକ୍‌ ଉଦବାୟୀ ପଦାର୍ଥ ଛାଡିଥାନ୍ତି। ଏହାକୁ ଆଘ୍ରାଣ କରି ମାଈ ବେଙ୍ଗ ପୁରୁଷ ପାଖକୁ ଚାଲିଆସିଥାଏ ବୋଲି ଗବେଷକ କହିଛନ୍ତି। ବେଙ୍ଗଙ୍କ କ୍ଷେତ୍ରରେ ବାହ୍ୟ ପ୍ରଜନନ ପ୍ରକିୟା ହୋଇଥାଏ। ଏଥିପାଇଁ ମାଈ ବେଙ୍ଗର ଅଣ୍ଡା ଉପରେ ପୁରୁଷ ବେଙ୍ଗର ସ୍ପର୍ମାଟୋଜୋଆ ପଡିଥାଏ। ପରେ ବେଙ୍ଗଫୁଲାଙ୍‌ ଓ ଟ୍ୟାଡ୍‌ପୋଲ ଅବସ୍ଥା ଦେଇ ପୂର୍ଣ୍ଣାଙ୍ଗ ବେଙ୍ଗ ସୃଷ୍ଟି ହୋଇଥାଏ।
All Right Reserved By

ଫୁରସତ |

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଦାମ୍ପତ୍ୟ ଜୀବନକୁ ଦୃଢ଼ କରିବା ଲାଗି ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମଧୁର ସମ୍ପର୍କ  ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଦାମ୍ପତ୍ୟ ଜୀବନ ନିରର୍ଥକ ପାଲଟି ଯାଏ । ବିବାହପରେ ଜୀବନରେ ପରିବର୍ତ୍ତନ ଆସିବାର ସ୍ବପ୍ନ ଦେଖିଥାନ୍ତି ଅନେକ ଯୁବକ। 

 ଗଧର ହେଲା ବିବାହ

ଗଧର ହେଲା ବିବାହ

କର୍ନାଟକ ହୋରା ଗାଁର ଲୋକେ ଗଧ ସହିତ ଏକ ଗଧୁଣୀର ବିବାହ ବେଶ୍‌ ଧୁମାଧାମ୍‌ରେ କରିଛନ୍ତି। ପୂର୍ବରୁ ଗଧ ସହିତ ଅନ୍ୟ ଏକ ଗଧୁଣୀ ରହୁଥିଲା। ତେବେ ଗଧୁଣୀକୁ ଚିତାବାଘ ମାରି ଦେବା ପରେ ଗଧର ବ୍ୟବହାରରେ ଆସିଥିଲା ପରିବର୍ତ୍ତନ।

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ଘରପାଇଁ, ଗାଡ଼ି ପାଇଁ ଲୋନ୍‌ ଋଣ ନେବା କଥା ଆମେ ଜାଣିଛେ। ତେବେ ସନ୍ତାନ ଜନ୍ମ ଲାଗି ଋଣ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏବେ ଛତିଶଗଡ଼ ରାୟପୁରରେ କିଛି ଘରୋଇ କ୍ଲିନିକ୍‌ରେ ଆରମ୍ଭ ହୋଇଛି ଏଭଳି ବ୍ୟବସ୍ଥା। 

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ବିବାହ କଲେ ୬୫ କୋଟି ଦେବେ ମଡେଲ

ବିବାହ କଲେ ୬୫ କୋଟି ଦେବେ ମଡେଲ

ନିଜ ମନପସନ୍ଦର ସାଥୀଙ୍କୁ ବିବାହ କରିବାକୁ ସମସ୍ତଙ୍କ ସ୍ବପ୍ନ ଥାଏ। ଏହାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥା’ନ୍ତି ଯୁବତୀଯୁବକ।

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

ସାଧାରଣତଃ ବ୍ରାଣ୍ଡେଡ୍‌ କପଡା ପିନ୍ଧିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ଅର୍ଥାଭାବରୁ କେହିକେହି ବ୍ରାଣ୍ଡେଡ୍‌ କପଡା କିଣିବାରେ ଅସମର୍ଥ ହୋଇଥାନ୍ତି। 

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଜବ ରୋଗରେ ପୀଡିତ ଅଛନ୍ତି। ଏମିତି ଏକ ନିଆରା ରୋଗରେ ପୀଡିତ ୧୯ ବର୍ଷୀୟ ଲିଣ୍ଡେସ୍‌ ଚୋବ୍ରେ।

ଜଣେ ବ୍ୟକ୍ତିଙ୍କ ଅପେକ୍ଷାରେ ୫୦୦ ଜୀବଜନ୍ତୁ

ଜଣେ ବ୍ୟକ୍ତିଙ୍କ ଅପେକ୍ଷାରେ ୫୦୦ ଜୀବଜନ୍ତୁ

ଜୀବଜନ୍ତୁଙ୍କ ପାଇଁ ଭଗବାନ ପାଲଟିିଛନ୍ତି କେନିଆର ଜଣେ ବ୍ୟକ୍ତି। ପ୍ରତିଦିନ ଟ୍ରକ୍‌ ଭଡା କରି ୩୦୦୦ ଲିଟର ପାଣି ବୋହିଆଣି ୫୦୦ରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇଥାନ୍ତି କେନିଆର ପ୍ୟାଟ୍ରିକ୍‌ କିଲୋନୋଜୋ ମ୍ବେଲୁଆ।

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ଓ୍ବାଶିଂଟନ୍‌: ଭାରତରେ ହିନ୍ଦୀରେ ଟୁଇଟ୍‌ କରିବାର ଲୋକପ୍ରିୟତା ବୃଦ୍ଧିପାଇବାରେ ଲାଗିଛି। ଆମେରିକାରେ ଜଣେ ଭାରତୀୟଙ୍କ ସମେତ କେତେକ ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି।

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି! ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ସୌଦିରେ ଉଦୁଉଦିଆ ଖରାବେଳେ ବାହାରକୁ ବାହାରିବା ମୁସ୍କିଲ୍‌। ମାତ୍ର ଏଠାରେ ରୋଗୀଙ୍କ ଚିକିତ୍ସା ଉତ୍ତପ୍ତ ବାଲିରେ କରାଯାଏ। ରୋଗୀଙ୍କ ଶରୀରରୁ କପଡ଼ା କାଢ଼ିନିଆଯାଏ ଏବଂ  ଖରାରେ ବେକ ପର୍ଯ୍ୟନ୍ତ ବାଲିରେ ଗାତରେ ଠିଆ କରି ପୋତି ଦିଆଯାଏ।