Dharitri News
ବାଲେଶ୍ୱର

ଗୋଷ୍ଠୀ ସଂଘର୍ଷ, ୯ ଆହତ

ଗୋଷ୍ଠୀ ସଂଘର୍ଷ, ୯ ଆହତ ଭଦ୍ରକ ଅଫିସ, ୩।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ଜମିଜମା ବିବାଦକୁ ନେଇ ବୁଧବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ଏଥିରେ ଉଭୟ ଗୋଷ୍ଠୀର ୯ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।

ବାଲେଶ୍ୱର

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୬। ୧(ଡି.ଏନ.ଏ.)- ଠାକୁରମୁଣ୍ଡା ବ୍ଲକର ପର୍ଯ୍ୟଟନୀସ୍ଥଳୀ ଭୀମକୁଣ୍ଡଠାରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ୩ଦିନ ଧରି ଚାଲିଥିବା ଭୀମକୁଣ୍ଡ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଛି ।

ପୋଡି ହୋଇ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ବାରିପଦା ବାଘଡାରୋଡ ଅଞ୍ଚଳର ଜଣେ ମହିଳା ମଙ୍ଗଳବାର ନିଅଁାରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଜଣଙ୍କ ହେଉଛନ୍ତି କୁନ୍ଦଲତା ମିଶ୍ର ।

ତୀର ମାଡରେ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ମୟୂରଭଞ୍ଜ ଜିଲା ଜାମଦା ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ତୀରମାଡରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ମହିଳାଜଣଙ୍କ ହେଉଛନ୍ତି ମାଳତୀ କଳା(୫୦)। ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଯୁବତୀଙ୍କୁ ଅପହରଣ ଅଭିଯୋଗ

ଭଣ୍ଡାରିପୋଖରୀ,୧୬। ୧(ଡି.ଏନ.ଏ)-ଭଣ୍ଡାରିପୋଖରୀ ବ୍ଲକ ନଗୁଁଆ ପଞ୍ଚାୟତ ଡଗରପଡା ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପ୍ରସନ୍ନ ବେହେରା ଅପହରଣ କରି ନେଇଥିବା ଥାନାରେ ସୋମବାର ଅଭିଯୋଗ ହୋଇଛି ।

ବାରୁଣୀ ଘାଟରେ ଦାମୋଦର ମେଳା

ବାରୁଣୀ ଘାଟରେ ଦାମୋଦର ମେଳା

ବାରିପଦା ଅଫିସ,୧୬।୧- ବାରିପଦା ସହରରେ ଥିବା ୩ଟି ନଦୀ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀର ସଙ୍ଗମ ସ୍ଥଳ ହେଉଛି ବାରୁଣୀ ଘାଟ। ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଆଦିବାସୀ ସମୁହଙ୍କ ମଧ୍ୟରେ ସାନ୍ତାଳୀ ଜନଜାତି ଅନ୍ୟତମ। ଏହି ଜନଜାତିର ମୃତକଙ୍କ ସମୂହ ଅସ୍ଥି ବିସର୍ଜ୍ଜନକୁ ଦାମୋଦର ମେଳା ତଥା ଦାମୋଦର ଯାତ୍ରା କୁହାଯାଏ। ଏହା ହେଉଛି ମୃତ୍ୟୁ ସଂସ୍କାରର ଶେଷ ପର୍ବ।

ସମ୍ପର୍କ ଯୋଡେ ମହୋତ୍ସବ

ସମ୍ପର୍କ ଯୋଡେ ମହୋତ୍ସବ

ବାଲିଆପାଳ, ୧୬।୧(ଡି.ଏନ.ଏ.)-ମହୋସତ୍ବ ସମ୍ପର୍କ ଯୋଡିବା ସହ ପରସ୍ପରକୁ ଭାଇଚାରାର ଡୋରିରେ ବାନ୍ଧିରଖେ ବୋଲି ଡଗରା ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମକର ମେଳାରେ ପାରମ୍ପରିକ ଝଲକ

ମକର ମେଳାରେ ପାରମ୍ପରିକ ଝଲକ

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଗ୍ରାମାଞ୍ଚଳରେ ଅବସ୍ଥିତ ବଡ଼ ଡୁମୁରିଆ ଗାଁ ପାଖ ଚତିରି ପଡ଼ିଆରେ ୩ଦିନ ଧରି ମକର ମେଳା ଅନୁଷ୍ଠିତ ହୋଇଛି।

କାରଖାନା ପରିସରରେ ହାତୀ ଉପଦ୍ରବ

କାରଖାନା ପରିସରରେ ହାତୀ ଉପଦ୍ରବ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଳାସପଗାସ୍ଥିତ ଓଡ଼ିଶା ସ୍ପଞ୍ଜ କାରଖାନା ପରିସରରେ ୧୦ରୁ ଊର୍ଦ୍ଧ୍ୱ ହାତୀ ଉପଦ୍ରବ ଚଳାଇଛନ୍ତି। ବହୁଦିନ ହେବ କାରଖାନା ବନ୍ଦ ରହିଥିବାରୁ କାରଖାନା ପରିସର ଜଙ୍ଗଲରେ ପରିଣତ ହୋଇଛି।

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ମଜୁରୀପଡ଼ା ଗ୍ରାମର ଜଣେ ଚାଷୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

  ଚାଷୀଙ୍କୁ ଡିଜିଟାଲ ଠକେଇ

ଚାଷୀଙ୍କୁ ଡିଜିଟାଲ ଠକେଇ

ଭଦ୍ରକ ଅଫିସ,୧୫।୧- ଭଦ୍ରକ ଜିଲାରେ ଅଦିନିଆ ବର୍ଷା ଓ ରୋଗପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ଡିଜିଟାଲ ୱେଟ୍‌ ମେସିନରେ ଧାନ ବିକ୍ରି ବେଳେ ସେବା ସମବାୟ ସମିତିରେ ଓଜନରେ ଠକେଇ କରାଯାଉଛି ।

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ସୋର, ୧୫।୧(ଡି.ଏନ.ଏ.)-ପଥରରେ ନିଖୁଣ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ତିଆରି କରିବାରେ ସିଦ୍ଧହସ୍ତ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶିଳ୍ପୀ ଉଦୟ ମହାନ୍ତି । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ହାଇସ୍କୁଲ ପରେ ଆଉ ଆଗକୁ ମାଡି ପାରି ନ ଥିବା ଉଦୟ ଆଜି ଏହି କଳା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି।