ଉପକୂଳ ଓଡିଶା

ତେଜରାତି ଦୋକାନରେ ଅଗ୍ନିକାଣ୍ଡ

ତେଜରାତି ଦୋକାନରେ ଅଗ୍ନିକାଣ୍ଡ

ଯାଜପୁର ଅଫିସ, ୩।୧: ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟି ଗ୍ରାମପଞ୍ଚାୟତର ବେତଣ୍ଡା ଗ୍ରାମରେ ଥିବା ଏକ ତେଜରାତି ଦୋକାନରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। କୁଆଖିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

କେନ୍ଦ୍ରାପଡା ବିଜେଡି ପକ୍ଷରୁ ୨ ଘଣ୍ଟିଆ ଧାରଣା

କେନ୍ଦ୍ରାପଡା ବିଜେଡି ପକ୍ଷରୁ ୨ ଘଣ୍ଟିଆ ଧାରଣା

କେନ୍ଦ୍ରାପଡା ଅଫିସ,୨୧।୪: ଜିଲା ବିଜେଡି ପକ୍ଷରୁ ସହରର ମେଡିକାଲଛକସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଶନିବାର ଦୁଇ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ବ୍ଲକ ସଭାପତି ଆଲୋକ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାର ବିଜୁ ଯୁବ, ଛାତ୍ର, ମହିଳା, କୃଷକ, ସମବାୟ ଓ ଶ୍ରମିକ ସାମୁଖ୍ୟର କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ଜଗତ୍‌ସିଂହପୁର ବିଜେଡି ପକ୍ଷରୁ ବିକ୍ଷୋଭ

ଜଗତ୍‌ସିଂହପୁର ବିଜେଡି ପକ୍ଷରୁ ବିକ୍ଷୋଭ

ଜଗତ୍‌ସିଂହପୁର ଅଫିସ,୨୧।୪: ଜିଲା ବିଜେଡି ଯୁବ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ବ୍ରାଞ୍ଚ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ବିଜେଡି ଜିଲା ଯୁବ ସଭାପତି ଅମରେନ୍ଦ୍ର ଦାସ, ବିଜୟ ଶଙ୍କର ଦାସ, ବିଜେଡି ଜିଲା ଉପସଭାପତି ଦୀପ୍ତି ଦାସ, ଜଗତ୍‌ସିଂହପୁର ବ୍ଲକ ବିଜେଡି ସଭାପତି ମନୋଜ ଭୋଇଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

ମନ୍ଦିରକୁ ପାଣି ଠାଳିବାକୁ ଯାଇ ୧୦ ବର୍ଷର ବାଳକ ମୃତ

ମନ୍ଦିରକୁ ପାଣି ଠାଳିବାକୁ ଯାଇ ୧୦ ବର୍ଷର ବାଳକ ମୃତ

ପାଟକୁରା, ୨୧।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତର ହରିଦାସପୁର ଶନିଶ୍ଚର ମନ୍ଦିରକୁ ପାଣି ଢାଳିବାକୁ ଯାଇ ନଦୀରେ ବୁଡି ଜଣେ ୧୦ ବର୍ଷ ବାଳକଙ୍କର ମୃତ୍ୟୁ ଘଟିଛି।

୨୦୭ ଛାତ୍ରୀଛାତ୍ର ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

୨୦୭ ଛାତ୍ରୀଛାତ୍ର ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ନୂଆଗାଁ, ୨୧।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ହାଇସ୍କୁଲଠାରେ ଶନିବାର ନବୋଦୟ ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ଏଥି ନିମନ୍ତେ ନୂଆଗାଁ ବ୍ଲକର ବିଭିନ୍ନ ସ୍କୁଲରୁ ୨୪୦ ଛାତ୍ରୀଛାତ୍ର ସେମାନଙ୍କ ନାମ ପଞ୍ଜୀକୃତ କରିଥିଲେ।

ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କୁଜଙ୍ଗ, ୨୧।୪(ସ୍ବ.ପ୍ର.): ମହାନଦୀକୂଳ ଶନି ମନ୍ଦିରରେ ପ୍ରଭୁ ଶନିଶ୍ଚରଙ୍କ ମସ୍ତକରେ ପାଣି ଢାଳିବାକୁ କୁଜଙ୍ଗ ଅଞ୍ଚଳରେ ଭକ୍ତଙ୍କ ଭିଡ଼ ଜମିଛି। ଭୋର ୫ଟାରୁ ପାଣି ଢାଳିବା ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।

ଜେସିବି ଧକ୍କାରେ ଶ୍ରମିକ ମୃତ

ଜେସିବି ଧକ୍କାରେ ଶ୍ରମିକ ମୃତ

ଧର୍ମଶାଳା, ୨୧।୪(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଠାରେ ଶନିବାର ଏକ ଜେସିବି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଚଣା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ଗେଡ ଦେହୁରୀ। ପ୍ରକାଶ ଯେ, ଶୁକ୍ରବାର ରାତିରେ ଗେଡ ଏକ କ୍ରଶର ଉପରେ ଶୋଇଥିଲେ। ଶନିବାର ଭୋରରେ ଏକ ଜେସିବି ତାଙ୍କୁ ଧକ୍କା ଦେଇଥିଲା।

ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର, ୨୧।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଡିଆପାରି ଗ୍ରାମର ଜଣେ ଛାତ୍ରଙ୍କୁ ଶନିବାର ପୂର୍ବାହ୍ନ ୧୧ଟାରେ ଏକ କୁମ୍ଭୀର ଟାଣି ନେଇଛି। ସେ ହେଲେ ଉକ୍ତ ଗ୍ରାମରେ ବିଚିତ୍ର ସେଠୀଙ୍କ ପୁଅ ଶ୍ରୀକାନ୍ତ।

ଶନିଶ୍ଚର ମହାଦେବଙ୍କ ଜଳାଭିଷେକ

ଶନିଶ୍ଚର ମହାଦେବଙ୍କ ଜଳାଭିଷେକ

ମାର୍ଶାଘାଇ, ୨୧।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମରେ ଶନିଶ୍ଚର ମହାଦେବଙ୍କ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ପବିତ୍ର ଚିତ୍ରୋତ୍ପଳା ନଦୀରୁ ପାଣିଆଣି ଢାଳୁଛନ୍ତି। ଶନି ଠାକୁରଙ୍କ ଜନ୍ମତିଥି ଅବସରରେ ତାଙ୍କ ଉପରେ ପାଣି ଢାଳିବାର ପରମ୍ପରା ରହିଛି।

ଥଣ୍ଡା ପିଇବାକୁ କହି ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଥଣ୍ଡା ପିଇବାକୁ କହି ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବିରଜାକ୍ଷେତ୍ର,୨୧।୪(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ମାଳଆନନ୍ଦପୁର ଗ୍ରାମର ଜଣେ ୧୦ ବର୍ଷୀୟା ବାଳିକାଙ୍କୁ ଶୁକ୍ରବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଯାଜପୁର ସଦର ଥାନାରେ ମାମଲା (ନଂ.୭୮/୧୮) ରୁଜୁ କରାଯିବା ସହ ଅଭିଯୁକ୍ତ ଉକ୍ତ ଗ୍ରାମର ସାଙ୍ଖର ଦଳେଇ(୩୫)ଙ୍କୁ ଗିରଫ କରାଯାଇଛି।

ଏଟିଏମ୍‌ରୁ ମିଳୁନି ଟଙ୍କା: ଯୁବ ବିଜେଡି ପକ୍ଷରୁ ଧାରଣା

ଏଟିଏମ୍‌ରୁ ମିଳୁନି ଟଙ୍କା: ଯୁବ ବିଜେଡି ପକ୍ଷରୁ ଧାରଣା

ଯାଜପୁର ଅଫିସ,୨୧।୪: ଯାଜପୁର ଯୁବ ବିଜେଡି ପକ୍ଷରୁ ଯାଜପୁରରୋଡ୍‌ ମୁଖ୍ୟ ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ୨ ଘଣ୍ଟିଆ ଧାରଣା ଦିଆଯାଇଛି। ଏଟିଏମ୍‌ରେ ଟଙ୍କା ଅଭାବ ହେଉଥିବାରୁ ଏହି ଧାରଣା ଦିଆଯାଇଥିବା ବ୍ୟାସନଗର ଯୁବ ବିଜେଡି ସଭାପତି ମନୋଜ ପରଡ଼ା ସୂଚନା ଦେଇଛନ୍ତି।

ଶନିଦେବଙ୍କ ୬୯ତମ ଜଳାଭିଷେକ ଉତ୍ସବ, ଲକ୍ଷାଧିକ ଭକ୍ତଙ୍କ ସମାଗମ

ଶନିଦେବଙ୍କ ୬୯ତମ ଜଳାଭିଷେକ ଉତ୍ସବ, ଲକ୍ଷାଧିକ ଭକ୍ତଙ୍କ ସମାଗମ

ଯାଜପୁର ଅଫିସ/କଳିଙ୍ଗନଗର,୨୧।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଛିପୁରରେ ଗ୍ରହରାଜ ଶନିଦେବଙ୍କ ୬୯ ତମ ଜଳାଭିଷେକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି।

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବରୀ,୨୧। ୪(ସ୍ବ.ପ୍ର.):ବରୀ ବ୍ଲକ ଅଧୀନ କଳାମାଠିଆ ପଞ୍ଚାୟତସ୍ଥିତ କାଇପଡା ଗ୍ରାମରେ ରହିଛି କାଇପଡା ଉଚ୍ଚ ବିଦ୍ୟାଳୟ। ୧୯୬୩ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ବିମ୍‌ ବାହାରି ଓହଳି ରହିଥିଲାବେଳେ ବାରଣ୍ଡାରେ ଛାତ୍ରୀଛାତ୍ରମାନେ ମଧ୍ୟ୍ୟାହ୍ନ ଭୋଜନ ଖାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏ ନେଇ ଛାତ୍ରୀଛାତ୍ର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।