Dharitri News
ଉପକୂଳ ଓଡିଶା

ଓଭରଟେକ୍‌ କରିବାରୁ ଜୀବନ ଗଲା

ଓଭରଟେକ୍‌ କରିବାରୁ ଜୀବନ ଗଲା ଯାଜପୁର ଅଫିସ, ୩।୧: ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବାରବାଟି ନିକଟରେ ବୁଧବାର ସକାଳେ ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଗୋପାଳପୁର ଗ୍ରାମର ସତ୍ୟରଞ୍ଜନ ବେହେରା(୧୮)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ଜବତ କରିଛି। ସତ୍ୟରଞ୍ଜନ ଯାଜପୁର ଟାଉନ୍‌ର ଏନ୍‌ସି କଲେଜରେ ଭୋକେଶନାଲ୍‌ ଶିକ୍ଷା ନେଉଥିଲେ।

ଉପକୂଳ ଓଡିଶା

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ରୋଡ , ୧୭।୧ (ନି.ପ୍ର.)- ଯାଜପୁର ରୋଡସ୍ଥିତ ଦଳାଛକଠାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହେଇଥିଲା।

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ମହାକାଳପଡ଼ା, ୧୭।୧ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ଅଧୀନ କୋରଟାପଙ୍ଗ ପୋଲ ନିକଟରେ ଏକ୍ସପାଏରି ଡେଟ୍‌ ଯାଇ ନଥିବା ବହୁ ଔଷଧ ଫୋପଡ଼ା ଯାଇଥିବା ବୁଧବାର ଦେଖିବାକୁ ମିଳିଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ, ୧୭।୧(ସ୍ବ.ପ୍ର.): ପାରାଦୀପ ପୌର ପରିଷଦର ୬ ନମ୍ବର ଓ୍ବାର୍ଡ ପାଇଁ ମଙ୍ଗଳବାର ହୋଇଥିବା ଉପନିର୍ବାଚନର ଫଳାଫଳ ବୁଧବାର ଘୋଷଣା ହୋଇଛି।

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ପାରାଦୀପ,୧୭।୧(ସ୍ବ.ପ୍ର.): ପାରାଦୀପ ବନ୍ଦରରେ କାର୍ଯ୍ୟରତ ଷ୍ଟିଭେଡର୍ସ ଶ୍ରମିକମାନେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା କରିବା ଦାବି ନେଇ ଶ୍ରମିକମାନେ ବନ୍ଦରର ୩ ନମ୍ବର ଗେଟ୍‌ ସମ୍ମୁଖ ପଡ଼ିଆରେ ଧାରଣାରେ ବସିଛନ୍ତି।

ମତ ବଦଳାଉଛନ୍ତି ପୀଡ଼ିତା

ମତ ବଦଳାଉଛନ୍ତି ପୀଡ଼ିତା

ଦଶରଥପୁର,୧୬।୧(ଡିଏନ୍‌ଏ) ବିଜୁ ପକ୍କାଘର ଏବଂ ଭତ୍ତା ବାବଦକୁ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିଜେଡି କାର୍ଯ୍ୟାଳୟରେ ବଳାତ୍କାର ହୋଇଥିବା ନେଇ ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ବିଜେଡି ଜିଲା ସଭାପତିଙ୍କ ସାନଭାଇ ଚନ୍ଦ୍ରକାନ୍ତ ମହାପାତ୍ର ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିବା ଏତଲାରେ ଦର୍ଶାଯାଇଥିଲା। ଏତଲା ପାଇବାର କିଛି ସମୟ ମଧ୍ୟରେ ପୋଲିସ ମାମଲା ରୁଜୁ କରିଥିଲା ବେଳେ ମଙ୍ଗଳବାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପାଳକୃଷ୍ଣ ପଟ୍ଟନାୟକ ଓ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଘଟଣାସ୍ଥଳ ପରିଦର୍ଶନ କରି ପୀଡିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।

ଆଦିବାସୀଙ୍କୁ ଜଙ୍ଗଲ ଜମିରେ ଦିଆଯିବ ପଟ୍ଟା

ରାଜନଗର,୧୬।୧(ଡି.ଏନ୍‌.ଏ.)- ରାଜନଗର ବ୍ଲକ ବଙ୍ଗୀୟ ଅଧ୍‌ୟୁଷିତ ରଙ୍ଗଣୀ, ହରିଣପୋଖରୀ, ପଟାପାରିଆ ଓ ଭେକ୍ଟା ଗ୍ରାମର ଆଦିବାସୀ ସମ୍ପ୍ରଦାୟ ବାସିନ୍ଦାଙ୍କୁ ଜଙ୍ଗଲ ଜମିରେ ପଟ୍ଟା ଯୋଗାଇ ଦେବା ପାଇଁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପୌରାଞ୍ଚଳ ଓ୍ବାର୍ଡ ସଭ୍ୟ ଉପନିର୍ବାଚନ ସମୟରେ ଉତ୍ତେଜନା

ପଟ୍ଟାମୁଣ୍ଡାଇ, ୧୬।୧(ଡି.ଏନ୍‌.ଏ.)- ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୭ ନଂ ଓ୍ବାର୍ଡରେ ଉପନିର୍ବାଚନ ସମୟରେ ମଙ୍ଗଳବାର ଉତ୍ତେଜନା ସୃଷ୍ଟି ହୋଇଛି। ଓ୍ବାର୍ଡର ଅରୁଣାମାଟିଆ ପ୍ରାଥମିକ ସ୍କୁଲରେ ଭୋଟ ଗ୍ରହଣ ବେଳେ ଏହି ଉତ୍ତେଜ୍ଜନା ହୋଇଥିଲା।

ଦେଢ଼ ମାସ ଶିଶୁର କଟା ମୁଣ୍ଡ ଉଦ୍ଧାର, ବଳି ସନ୍ଦେହ

ଦେଢ଼ ମାସ ଶିଶୁର କଟା ମୁଣ୍ଡ ଉଦ୍ଧାର, ବଳି ସନ୍ଦେହ

ନିଶ୍ଚିନ୍ତକୋଇଲି, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ନେମାଲ ଥାନା ଅଧୀନ ତିଲକଣା ପଞ୍ଚାୟତ କୂଆଁଶୋଳ ଗ୍ରାମର ଧାନ ବିଲରୁ ମଙ୍ଗଳବାର ସକାଳେ ଏକ ଶିଶୁର କଟା ମୁଣ୍ଡ ପୋଲିସ ଉଦ୍ଧାର କରିଛି। ଶିଶୁଟି ପ୍ରାୟ ଦେଢ଼ ମାସର ହେବ ବୋଲି ଅନୁମାନ କରାଯାଉଛି।

ପାରାଦୀପ ପୌର  ଉପନିର୍ବାଚନ: ଅମ୍ବିକା ସ୍କୁଲରେ ମତଦାନ ଆରମ୍ଭ

ପାରାଦୀପ ପୌର ଉପନିର୍ବାଚନ: ଅମ୍ବିକା ସ୍କୁଲରେ ମତଦାନ ଆରମ୍ଭ

ପାରାଦୀପ, ୧୬।୧(ସ୍ବ.ପ୍ର.): ପାରାଦୀପ ପୌରପରିଷଦର ୬ ନମ୍ବର ଓ୍ବାର୍ଡ ପାଇଁ ମଙ୍ଗଳବାର ମତଦାନ ଆରମ୍ଭ ହୋଇଛି। ୨ଟି ବୁଥ୍‌ରେ ୧୮୬୬ ଭୋଟର ସେମାନଙ୍କ ମତ ଇଭିଏମ୍‌ ଦ୍ୱାରା ସାବ୍ୟସ୍ତ କରିବେ।

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ଜଗତସିଂହପୁର ଅଫିସ,୧୬।୧: ଜଗତସିଂହପୁର ଜିଲା ବାଲିକୁଦା ଥାନା ମୁରୁଣିଆ ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଉକ୍ତ ଗ୍ରାମର ବିବେକ ରାଉତ।

ଗଡ଼ିଲା ପାଣିପଞ୍ଚାୟତ ରଥ

ଗଡ଼ିଲା ପାଣିପଞ୍ଚାୟତ ରଥ

ଜଗତସିଂହପୁର ଅଫିସ,୧୬।୧: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣିପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ସଚ୍ଚିଦାନନ୍ଦ ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।