ମେଟ୍ରୋ |

ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କଲେ କଂସ ମହାରାଜ

ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କଲେ କଂସ ମହାରାଜ

ପୁରୀ ଅଫିସ, ୩।୧: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ବୁଧବାର ମହୋଦଧିରେ ସ୍ନାନକରି ପ୍ରାୟଶ୍ଚିତ୍ତ କରିଛନ୍ତି। ଏଥିସହ ଧନୁଯାତ୍ରା ଅବସରରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଉଦ୍ଦେଶ୍ୟରେ ନିନ୍ଦାସୂଚକ ଶଦ୍ଦ ପ୍ରୟୋଗ କରିଥିବାରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ନିଜ ଭୁଲ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ସକାଳେ ନିଜର ପାତ୍ରମନ୍ତ୍ରୀ ଓ ପରିବାର ସହ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ପ୍ରଥମେ ସେ ପୀଠର ଇଷ୍ଟଦେବୀ ମା’ ବିମଳା, ଗୋବର୍ଦ୍ଧନ ନାଥ ଆଦିଙ୍କର ଦର୍ଶନ କରିବା ସହ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ। ପରେ ମହୋଦଧିକୁ ଯାଇ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାୟଶ୍ଚିତ କରିଥିଲେ।

All Right Reserved By

ମେଟ୍ରୋ |

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୭: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସୋମବାର ୨ଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ, ୧୬।୭( ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷା ପାଣି ଜମି ରହିଛି।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ଆହୁରି ୨ଦିନ ବର୍ଷିବ

ଆହୁରି ୨ଦିନ ବର୍ଷିବ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରବିବାର ରାୟଗଡା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ରାୟଗଡାର ନାଗାବଳୀ ନଦୀରେ ବର୍ଷାପାଣି ମାଡି ଆସିିବାରୁ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତି ଭାସି ଯାଇଥିବା ଜଣାପଡିଛି।

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, ୧୬-୭: ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଓ୍ବିଫି ଇଣ୍ଟରନେଟ ୯ମ ବର୍ଷ ପୂର୍ତ୍ତି ପାଳନ କରୁଛି। ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସେବା ଆରମ୍ଭ କରିଥିବା କମ୍ପାନୀ ବର୍ତ୍ତମାନ ରାଜ୍ୟର ଅନ୍ୟ ସ୍ଥାନଗୁଡିକୁ ସେବା ସମ୍ପ୍ରସାରଣ ନେଇ ଲକ୍ଷ୍ୟ ରଖିଛି।

ଯୋଗସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ : ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ

ଭୁବନେଶ୍ୱର, ୧୬ା୭ (ବ୍ୟୁରୋ)- ଭାରତୀୟ ଯୋଗ ସଂସ୍ଥାନ ନୂଆଦିଲ୍ଲୀ ପକ୍ଷରୁ ପରିଚାଳିତ ନିଃଶୁଳ୍କ ଯୋଗସାଧନା କେନ୍ଦ୍ରର ତ୍ରୟୋଦଶ ବାର୍ଷିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ପ୍ରଫେସର ଉମାଶଙ୍କର ମିଶ୍ର ଯୋଗଦେଇ କହିଲେ, ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ।

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଚନ୍ଦ୍ରଶେଖରପୁର, ୧୬ା୭ (ଡି.ଏନ୍‌.ଏ.)- ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ବଡ଼ଧରଣର ଚୋରି ହୋଇଛି। ପ୍ଲଟ୍‌ ନଂ. ଏଲ୍‌ପି-୧୬୯ରେ ରହୁଥିବା ଭାରତ ଦାସ ଓ ପରିବାର ସଦସ୍ୟ ଶନିବାର ଅପରାହ୍ନରେ ନିକଟସ୍ଥ କିସ୍‌ ରଥଯାତ୍ରା

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଭୁବନେଶ୍ୱର,୧୬ା୭(ବ୍ୟୁରୋ)- ସାଧାରଣ ଲୋକଙ୍କ ଉପରେ ଟ୍ରାଫିକ ପୋଲିସର ଜୁଲମ ରୋକିବା ପାଇଁ କମିଶନ୍‌ରେଟ ପୋଲିସ ପକ୍ଷରୁ ବଡି କ୍ୟାମେରାର ବ୍ୟବସ୍ଥା ହେଲା। ହେଲେ ଫାଇନ୍‌ କାଟୁଥିବା ଟ୍ରାଫିକ ପୋଲିସ ଏହାକୁ ଏବେ ବ୍ୟବହାର ନ କରି ନାନା ବାହାନାରେ ଟଙ୍କା ଆଦାୟରେ ବ୍ୟସ୍ତ ରହୁଛନ୍ତି।

ସ୍ପଷ୍ଟ କଲେ ରଘୁନାଥ ଦ୍ୱିତୀୟ କୋଣାର୍କ ନୁହେଁ, ଆଦିତ୍ୟ ନାରାୟଣ ମନ୍ଦିର

ଭୁବନେଶ୍ୱର,୧୬।୭(ବ୍ୟୁରୋ)- ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପୁଣିଥରେ ଦ୍ୱିତୀୟ କୋଣାର୍କ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

Model This Week

ରୂପେଶ