ବାଲେଶ୍ୱର

କୁଲଡ଼ିହା ଅଭୟାରଣ୍ୟରେ ପକ୍ଷୀଗଣନା

କୁଲଡ଼ିହା ଅଭୟାରଣ୍ୟରେ ପକ୍ଷୀଗଣନା

ସଜନାଗଡ଼, ୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ବୁଧବାର ବନବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କୁଲଡ଼ିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ବିବେକ ଜେନା, ପରମାନନ୍ଦ ନାୟକ, ଗାର୍ଡ ଅଞ୍ଜନ ଦାସ ପ୍ରମୁଖ ୩୦ରୁ ଊର୍ଦ୍ଧ୍ୱ ବନକର୍ମଚାରୀଙ୍କୁ ନେଇ ଅଭୟାରଣ୍ୟ ଅଧୀନ ରିଷିଆ ଡ୍ୟାମ୍‌, ବଗାଳିବନ୍ଧ, ଖୁମକୁଟ, ତେଣ୍ଡା ସାତଘାଟି, କାଂଶ ନିକଟସ୍ଥ ପଦ୍ମତୋଳା ହ୍ରଦରେ ପକ୍ଷୀଗଣନା କରାଯାଇଛି। ବଗ, ଗେଣ୍ଡାଳିଆ, ପାଣିକୁଆ, ଶଙ୍ଖଚିଲ, ଶାଗୁଣା, ମୟୂର, ଗୋଚିଳାଖାଇ, ଭୁଦ୍‌ଭୁଦିଆ, ହଳଦୀବସନ୍ତ ପ୍ରଭୃତି ବିଭିନ୍ନ ପ୍ରଜାତିର ଦେଶୀୟ ରଙ୍ଗବେରଙ୍ଗ ପକ୍ଷୀ ଗଣନା କରାଯାଇଛି। ରିଷିଆ ଡ୍ୟାମ୍‌ ନିକଟରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଗଣନା କରାଯାଇଥିବା ବେଳେ ମୋଟ୍‌ ୧ ହଜାରରୁ ଅଧିକ ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରେଞ୍ଜର ପ୍ରଧାନ କହିଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୪।୪: ବାରିପଦା ସହର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଷ୍ଟେଶନ ବଜାର ଅଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ସହରର ମୁଖ୍ୟରାସ୍ତାକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅବରୋଧ କରିଛନ୍ତି।

ହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ବାରିପଦା ଅଫିସ,୨୪।୪: ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ ଅନ୍ତର୍ଗତ ମଞ୍ଚାବନ୍ଧାଠାରେ ମଙ୍ଗଳବାର ଭୋର ସମୟରେ ଏକ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଗ୍ରାମର ବିଶୁ ଦେହୁରୀ।

୭୩୫ ପରିବାରକୁ ରେଳ ବିଭାଗର ନୋଟିସ୍‌: ଥଇଥାନ ପରେ ଉଚ୍ଛେଦ ଦାବି କଲେ ପୌରାଧ୍ୟକ୍ଷ

୭୩୫ ପରିବାରକୁ ରେଳ ବିଭାଗର ନୋଟିସ୍‌: ଥଇଥାନ ପରେ ଉଚ୍ଛେଦ ଦାବି କଲେ ପୌରାଧ୍ୟକ୍ଷ

ବାଲେଶ୍ୱର ଅଫିସ,୨୪।୪: ବାଲେଶ୍ୱର ରେଳଷ୍ଟେଶନକୁ ଅତ୍ୟାଧୁନିକ ଏବଂ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘଦିନରୁ ବାଲେଶ୍ୱରର ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ରେଳ ବିଭାଗ ଏହାର କାର୍ଯ୍ୟ ଆରମ୍ଭ କରିଛି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଧାମନଗର,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ କୋରକଦା ଗ୍ରାମର କାଶିନାଥ ପରିଡା(୪୨)ଙ୍କ ମୃତଦେହ ମୁସ୍ତାଫାପୁର ପଞ୍ଚାୟତ ଗୌଡବିଶି ନୁଆପଡା ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି।

ଦୂରହେବ ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା

ଦୂରହେବ ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା

ସଜନାଗଡ଼, ୨୪।୪(ଡି.ଏନ୍‌.ଏ.): ବହୁ ଦିନ ଧରି ବାଲେଶ୍ୱର ଜିଲା ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା ଲାଗି ରହିଥିଲା। ଏ ନେଇ ବିଧାୟକ ସୁକାନ୍ତ କୁମାର ନାୟକ ପ୍ରଶାସନିକ ସ୍ତରରେ ବହୁବାର ଦାବି ଉଠାଇବା ପରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ୩୩ କେଭି ଲାଇନ ପାଇଁ ଅର୍ଥ ମଞ୍ଜୁର କରିଥିଲେ।

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ନୀଳଗିରି,୨୪।୪ (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଏନ୍‌ଏସିର ୧୧ ନମ୍ବର ଓ୍ବାର୍ଡ ଷ୍ଟେସନସାହି ରାସ୍ତାପାର୍ଶ୍ୱରେ ମଣିଷ ଖପୁରି, ହାଡ ଏକଖଣ୍ଡ, ପୂଜା ସାମଗ୍ରୀ ଓ ମଦ ବୋତଲ ପଡ଼ିଥିବା ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଲୋକ ଦେଖିଥିଲେ।

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ଭଦ୍ରକ ଅଫିସ,୨୪।୪: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋ ମିଳିତ ସହଯୋଗରେ ମଙ୍ଗଳବାର ଭଦ୍ରକ ସହରରେ ଏକ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାକୁ ଅତିରିକ୍ତ ଏସ୍‌ପି କୈଳାସଚନ୍ଦ୍ର ପରିଡ଼ା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

ଚାନ୍ଦବାଲି,୨୪।୪(ଡି.ଏନ.ଏ)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗ୍ରାମର ପ୍ରଫୁଲ୍ଲ ରାଉତ(୩୫) ସୋମବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

ଭଦ୍ରକ ଅଫିସ,୨୪।୪-ଭଦ୍ରକ ଜିଲା ରାନ୍ଦିଆ ଅଞ୍ଚଳର ଓଭରବ୍ରିଜ ନିକଟରେ ବ୍ୟବସାୟୀ ମନୋଜ ମଣ୍ଡଳଙ୍କଠାରୁ ପ୍ରାୟ ୧ଲକ୍ଷ ୩୫ ହଜାର ଟଙ୍କା ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସୋମବାର ମଧ୍ୟାହ୍ନରେ ଲୁଟି ନେଇଛନ୍ତି। ମନୋଜ ଉକ୍ତ ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବାକୁ ନେଇ ଯାଉଥିବାବେଳେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ପଳାଇଯାଇଥିଲେ। ଉକ୍ତ ବ୍ୟାଗ୍‌ରେ ୧ ଲକ୍ଷ ୫ ହଜାର ଟଙ୍କା ଓ ୩୦ହଜାର ଟଙ୍କାର ଏକ ଚେକ୍‌ ଥିବା ମନୋଜ କହିଛନ୍ତି।

ଶିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ

ଶିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ

ବନ୍ତ,୨୪।୪-ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁମ୍ଭକରାଳ ବ୍ଲକ ଗ୍ରାଣ୍ଟ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ପରିଚାଳନା କମିଟି ସଭ୍ୟ ଓ ଅଭିଭାବକମାନେ ସୋମବାର ଆମରଣ ଅନଶନରେ ବସିଛନ୍ତି। ଏହି ବିଦ୍ୟାଳୟରେ କୌଣସି ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କ ନାମଲେଖା ଓ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏନେଇ ଗତ ୨୦ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ  ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ମଣିନାଥପୁର ଖେଳପଡ଼ିଆଠାରେ ଗୋପବନ୍ଧୁ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୦ତମ ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ଓ ମହିଳା ଦୁଇ ଭାଗରେ ଏହି ଟୁର୍ନାମେଣ୍ଟ ହୋଇଥିଲା। ପୁରୁଷ ବିଭାଗରେ ଖଇରାବାଦର ଫ୍ରେର୍ଣ୍ଣସ କ୍ଲବ ଓ ବରୁହଁ। ର ମା’ ମଙ୍ଗଳା ଆଥଲେଟିକ ଆସୋସିଏଶନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଏଥିରେ ମା’ ମଙ୍ଗଳା ଟିମ୍‌ ୩-୦ ଗୋଲ ଦେଇ ବିଜୟୀ ହୋଇଥିଲା। ମହିଳା ବିଭାଗରେ କଟକର ଯୁଗଜ୍ୟୋତି ଟିମ୍‌ ଓ ଭଦ୍ରକ ହରିପୁରର ଜେଜେପି ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଯୁଗଜ୍ୟୋତି ଟିମ୍‌ ୨-୦ ଗୋଲ ଦେଇ ଚାମ୍ପିୟନ ହୋଇଥିଲା। ରେଫରୀ ଭାବେ ତାଜଉଦିନ ଖଁ। ମ୍ୟାଚ୍‌ ପରିଚାଳନା କରିଥିଲେ। ଲାଇନ୍ସମ୍ୟାନ ଭାବେ ସୁମନ ଦାସ ଓ ଅଭିରାମ ଦାସ ଦାୟିତ୍ୱ ତୁଲାଇଥିଲେ।

ନାବକେଳିକୁ ଆସିଲେନି ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର

ଆରଡ଼ି,୨୪।୪(ଡି.ଏନ.ଏ.)-ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଚାପ ଓ ନାବକେଳି ବନ୍ଦ ରହିଛି। ମନ୍ଦିର ବେଢ଼ାର ନବୀକରଣ ସାଙ୍ଗକୁ ସଂଲଗ୍ନ ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କରାଯାଉଥିବାରୁ ଏହା ଶୁଖିଲା ପଡ଼ିଛି। ଏଥିରୁ ପଙ୍କ ଉଦ୍ଧାର କରାଯିବା ପରେ ଏହା ପାର୍ଶ୍ୱରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିବା ଭଳି ଅଘଟଣ ଘଟିଛି। ଦୀର୍ଘ ୨୬ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଚନ୍ଦନ ଚାପ ଏଥର ବନ୍ଦ ରହିବା ଘଟଣା ଭକ୍ତଙ୍କ ଭାବାବେଗ ପ୍ରତି ଆଘାତ ସୃଷ୍ଟି କରିଛି। ପ୍ରତିବର୍ଷ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ରୌପ୍ୟ ପାଲିଙ୍କିରେ ଆଣି ନାବରେ ବସାଇ ଚନ୍ଦନ ଚାପ ଖେଳାଯାଇ ଆସୁଥିଲା।