ଜାତୀୟ |

ଭୀମା କୋରେଗାଓଁ ହିଂସା: ମହାରାଷ୍ଟ୍ର ବନ୍ଦ

ଭୀମା କୋରେଗାଓଁ ହିଂସା: ମହାରାଷ୍ଟ୍ର ବନ୍ଦ

ବମ୍ବେ,୩।୧: ମହାରାଷ୍ଟ୍ରରେ ୨୦୦ ବର୍ଷ ଘଟଣାକୁ ନେଇ ଦେଖାଦେଇଥିବା ଜାତିଆଣ ହିଂସା କୁହୁଳିବାରେ ଲାଗିଛି। ଭୀମା କୋରେଗାଓଁ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି କେତେକ ଦଳିତ ସଂଗଠନ ପକ୍ଷରୁ ବୁଧବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଥାନେ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଏହା ଜାନୁୟାରୀ ୪ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଔରଙ୍ଗାବାଦରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ବମ୍ବେରେ ଅଧିକ ସୁରକ୍ଷାବଳଙ୍କୁ ମୁତୟନ କରାଯିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ବମ୍ବେ, ପୁଣେ ତଥା ଔରଙ୍ଗାବାଦ ଆଦି ରେଳ ଷ୍ଟେଶନରେ ଆର୍‌ପିଏଫ୍‌ ଓ ଜିଆର୍‌ପିଙ୍କୁ ସଜାଗ ରଖାଯାଇଛି। ଆନ୍ଦୋଳନକାରୀଙ୍କୁ ହଟାଇ ରେଳସେବା ଜାରି ରଖିବାର ପ୍ରୟାସ କରାଯାଉଛି ବୋଲି କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚିତ କରିଛନ୍ତି। ଘଟକୋପାର ରମାବାଈ କଲୋନୀ ଏବଂ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇଓ୍ବେରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାଜ୍ୟରେ ହିଂସାକାଣ୍ଡ ପାଇଁ ଆରଏସ୍‌ଏସ୍‌ ଓ ଭାଜପା ଦାୟୀ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

All Right Reserved By

Model This Week

ନିକିତା

ଜାତୀୟ |

ଆସାମରେ ଭୂକମ୍ପ

ଆସାମରେ ଭୂକମ୍ପ

ନୂଆଦିଲ୍ଲୀ, ୨୪।୪ : ଆସାମ ସମେତ ଦେଶର କେତେକ ଉତ୍ତରପୂର୍ବ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟା ୪୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମୁକ୍ତ ନୁହେଁ: ରେଣୁକା

ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମୁକ୍ତ ନୁହେଁ: ରେଣୁକା

ନୂଆଦିଲ୍ଲୀ, ୨୪।୪ : ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମାମଲାରୁ ମୁକ୍ତ ନୁହେଁ ବୋଲି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମଙ୍ଗଳବାର ସୂଚିତ କରିଛନ୍ତି। ପୂର୍ବରୁ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାଁ ଏନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

୫ ରାଜ୍ୟ ପାଇଁ ଭାରତ ରହିଛି ପଛୁଆ: ନୀତି ଆୟୋଗ

୫ ରାଜ୍ୟ ପାଇଁ ଭାରତ ରହିଛି ପଛୁଆ: ନୀତି ଆୟୋଗ

ନୂଆଦିଲ୍ଲୀ, ୨୪।୪ : ଦେଶର ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ୫ଟି ରାଜ୍ୟ ପାଇଁ ଭାରତର ଆର୍ଥିକ ସ୍ଥିତି ପଛୁଆ ରହିଛି। ଏନେଇ ନୀତି ଆୟୋଗ ସିଇଓ ଅମିତାଭ କାଣ୍ଟ୍‌ ମଙ୍ଗଳବାର ସୂଚିତ କରିଛନ୍ତି। ଏସବୁ ରାଜ୍ୟର ସାମାଜିକ ସୂଚକାଙ୍କ ସମଗ୍ର ଦେଶର ବିକାଶକୁ ପଛୁଆ କରୁଛି।

ମୃତ୍ୟୁଦଣ୍ଡ ପାଇଁ  ଫାଶୀ ହିଁ  ଉପଯୁକ୍ତ ବିକଳ୍ପ: ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ ମତ ରଖିଲା କେନ୍ଦ୍ର

ମୃତ୍ୟୁଦଣ୍ଡ ପାଇଁ ଫାଶୀ ହିଁ ଉପଯୁକ୍ତ ବିକଳ୍ପ: ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ ମତ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ, ୨୪।୪ : ମୃତ୍ୟୁଦଣ୍ଡ କିପରି ହେବା ଆବଶ୍ୟକ ଏନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ମତ ଲୋଡିଥିଲେ। ଏହି ମର୍ମରେ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ମତ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଇଞ୍ଜେକସନ୍‌ ମାଧ୍ୟମରେ ମୃତ୍ୟୁଦଣ୍ଡ ଅଧିକ ନୃଶଂସ। ଏହା ତୁଳନାରେ ଫାଶୀଦଣ୍ଡ କମ୍‌ ନୃଶଂସ ଓ ସୁରକ୍ଷିତ ହୋଇଥିବାରୁ ଏହାକୁ ମୃତ୍ୟୁଦଣ୍ଡ କ୍ଷେତ୍ରରେ ଲାଗୁ କରାଯିବା ଉଚିତ ବୋଲି କେନ୍ଦ୍ର ସରକାର ସୂଚିତ କରିଛନ୍ତି।

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ୨ ଯବାନ ଶହୀଦ

ପୁଲଓ୍ବାମାରେ ସର୍ଚ୍ଚ ଅପରେଶନ: ୨ ଯବାନ ଶହୀଦ

ଶ୍ରୀନଗର, ୨୪।୪ : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ତ୍ରାଲ୍‌ ଉପଖଣ୍ଡ ଅଞ୍ଚଳ ଲାମ୍‌ ଗାଁରେ ମିଳିତ ସୁରକ୍ଷାବଳଙ୍କ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ସେନା ଯବାନ ଆହତ ହୋଇଛନ୍ତି।

ଲାଲ୍‌ବାହିନୀଙ୍କ ଗଡ଼ରେ ଏନ୍‌କାଉଣ୍ଟର: ୨ ଦିନରେ ୩୭ ମାଓବାଦୀ ନିହତ

ଲାଲ୍‌ବାହିନୀଙ୍କ ଗଡ଼ରେ ଏନ୍‌କାଉଣ୍ଟର: ୨ ଦିନରେ ୩୭ ମାଓବାଦୀ ନିହତ

ବମ୍ବେ, ୨୪।୪ : ମହାରାଷ୍ଟ୍ରର ଲାଲ୍‌ବାହିନୀଙ୍କ ଗଡ଼ କୁହାଯାଉଥିବା ଗଡ଼ଚିରୋଲିରେ ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ଗତ ୨ ଦିନ ମଧ୍ୟରେ ଏହି ଘଟଣାରେ ୩୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ରବିବାର ୧୬ ଜଣ ମାଓବାଦୀ ନିହତ ହୋଇଥିବାବେଳେ ସୋମବାର ସନ୍ଧ୍ୟାରେ ଜିମଲଗ୍‌ ଟଟା-ରାମାରାମ ଖାନ୍ଦଲା ଜଙ୍ଗଲରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରରେ ୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ଅଲ୍‌କାଇଦାର ନୂଆ ଯୋଜନା: ଟାର୍ଗେଟ୍‌ରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ

ଅଲ୍‌କାଇଦାର ନୂଆ ଯୋଜନା: ଟାର୍ଗେଟ୍‌ରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ, ୨୪।୪ : ଆଲ୍‌କାଇଦା ଆତଙ୍କବାଦୀ ସଂଗଠନ ଦେଶରେ ଜେହାଦୀ ଭାବନା ବିସ୍ତାର ସହିତ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଆରମ୍ଭ କରିଛି ନୂଆ ଯୋଜନା। ଯୁବବର୍ଗଙ୍କୁ ପ୍ରଲୋଭିତ କରି ସଂଗଠନରେ ସାମିଲ କରାଯାଉଛି। ସେମାନଙ୍କୁ ଦେଶର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ ହତ୍ୟା କରାଯିବା ତାଲିମ ଦିଆଯାଉଛି।

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

ବମ୍ବେ, ୨୪।୪ : କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଙ୍ଗଳବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ମସିହା ଏପ୍ରିଲ୍‌ ୨୪ ତାରିଖରେ ସଚିନ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ରିୟଲ ଲାଇଫ୍‌ରେ ସଚିନ୍‌ଙ୍କ ବ୍ୟକ୍ତିତ୍ୱ ବେଶ୍‌ ପ୍ରଭାବଶାଳୀ। ସେ ରାଜ୍ୟସଭାରେ ଅନୁପସ୍ଥିତ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ତାଙ୍କର ୯୦ ଲକ୍ଷ ଟଙ୍କା ଦରମା ସେ ଅନାଥାଶ୍ରମକୁ ଦାନ କରିଥିଲେ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

ସୀମାରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ନେପାଳ ଦେଇ ଚାଇନାରୁ ଆସୁଛି ଅସ୍ତ୍ରଶସ୍ତ୍ର

ସୀମାରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ନେପାଳ ଦେଇ ଚାଇନାରୁ ଆସୁଛି ଅସ୍ତ୍ରଶସ୍ତ୍ର

ମାଧେପୁରା, ୨୪।୪ : ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା ପ୍ରସ୍ତୁତ କରୁଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। କୋସୀ ଏବଂ ସୀମାଚଳ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ତିଆରି ହୋଇଛି। ନେପାଳର ବୀରଗଞ୍ଜ ରାସ୍ତାଦେଇ ଚାଇନାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟରେ ସ୍ଥାନୀୟ ଚୋରା ବେପାରୀ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି।

ଭାରତୀୟ ସେନାର ପାଲଟା ଜବାବ: ୫ ପାକିସ୍ତାନୀ ରେଞ୍ଜର୍ସ ମୃତ, ଅନେକ ବଙ୍କର ଧ୍ୱଂସ

ଭାରତୀୟ ସେନାର ପାଲଟା ଜବାବ: ୫ ପାକିସ୍ତାନୀ ରେଞ୍ଜର୍ସ ମୃତ, ଅନେକ ବଙ୍କର ଧ୍ୱଂସ

ଶ୍ରୀନଗର, ୨୪।୪ : ପାକିସ୍ତାନ ଲଗାତର ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗତ ତିନି ଦିନ ଧରି ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନର କାର୍ଯ୍ୟକଳାପର ପାଲଟା ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି। ରାଜୌରୀ ଓ ପୁଞ୍ଚ୍‌ ଅଞ୍ଚଳରେ ଭାରତୀୟ ସେନାର ଅପରେଶନରେ ୫ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ଘଟିଛି।

ମହାଭିଯୋଗ ନୋଟିସ ଖାରଜ

ମହାଭିଯୋଗ ନୋଟିସ ଖାରଜ

ନୂଆଦିଲ୍ଲୀ,୨୩।୪(ପି.ଟି.) - କଂଗ୍ରେସ ସମେତ ୭ ବିରୋଧୀ ଦଳକୁ ସୋମବାର ଶକ୍ତ ଝଟକା ଲାଗିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଦୀପକ ମିଶ୍ରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ମହାଭିଯୋଗ ପ୍ରସ୍ତାବ ଉଦ୍ୟମ ଫସର ଫାଟିଯାଇଛି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ମହାଭିଯୋଗ ନୋଟିସର ମୌଳିକ ସତ୍ୟାସତ୍ୟ ନ ଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି। ନାଇଡୁଙ୍କ ଏହି ପଦକ୍ଷେପକୁ ଭାଜପା ସ୍ବାଗତ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ନିଷ୍ପତ୍ତିକୁ ଅତି ତରବରିଆ ଓ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଅଣ୍ଟାଭିଡୁଛି।