Dharitri News
ରାଜ୍ୟ | ଉପକୂଳ ଓଡିଶା

ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାଶନାଲ ସହନିର୍ଦ୍ଦେଶକ ଜେଲ ଗଲେ

ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାଶନାଲ ସହନିର୍ଦ୍ଦେଶକ ଜେଲ ଗଲେ କଟକ ଅଫିସ/କାଳିଆପାଣି (ଡି.ଏନ୍‌.ଏ), ୨।୧ ଠକେଇ ମାମଲାରେ ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌ର ସହକାରୀ ନିର୍ଦ୍ଦେଶକ ପ୍ରଭାକର ମହାପାତ୍ରଙ୍କୁ ସୋମବାର ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ଉକ୍ତ ଅଦାଲତ ମହାପାତ୍ରଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି। ଜମାକାରୀଙ୍କଠାରୁ ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗରେ ଯାଜପୁର ଜିଲା କାଳିଆପାଣି ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସୂଚନାଥାଉକି, ଜମାକାରୀଙ୍କଠାରୁ ବିଭିନ୍ନ ସମୟରେ ଲୋଭନୀୟ ସ୍କିମର ପ୍ରତିଶ୍ରୁତି ଦେଇ ଉକ୍ତ ସଂସ୍ଥା ଟଙ୍କା ଆଦାୟ କରିଥିଲା। ପରବର୍ତ୍ତୀ ସମୟରେ ସଂସ୍ଥା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିପାରି ନ ଥିଲା। ଏପରିକି ସଂସ୍ଥା ଯାଜପୁର ଜିଲାରେ ଖୋଲିଥିବା କାର୍ଯ୍ୟାଳୟକୁ ବନ୍ଦ କରି ଆଉ ଧରାଛୁଅଁ। ଦେଇ ନ ଥିଲା। ଏ ସଂକ୍ରାନ୍ତରେ ଜମାକାରୀମାନେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂସ୍ଥା ଠକି ନେଇଥିବା ନେଇ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଗତ ୩୦ତାରିଖରେ ସଂସ୍ଥାର ନିର୍ଦ୍ଦେଶକ ହରିଚନ୍ଦ୍ର ନନ୍ଦ(୪୭)ଙ୍କୁ ଗିରଫ କରିବାରେ କାଳିଆପାଣି ପୋଲିସ ସକ୍ଷମ ହୋଇଥିବା ବେଳେ ସହକାରୀ ନିର୍ଦ୍ଦେଶକ ପ୍ରଭାକର ଫେରାର ହୋଇଯାଇଥିଲେ। ହରିଚନ୍ଦ୍ରଙ୍କ ସୂଚନା ଆଧାରରେ କାଳିଅପାଣି ପୋଲିସ ସୋମବାର ବାଲେଶ୍ୱର ଅଞ୍ଚଳରୁ ପ୍ରଭାକରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରାଜ୍ୟ | ଉପକୂଳ ଓଡିଶା

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡ଼ସ୍ଥିତ ହୋଟେଲ ପ୍ରାଇଡ଼ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

‘ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରିବା ଭାଜପାର ହୀନମନ୍ୟତା’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରସଙ୍ଗରେ ଭାଜପାର ସମାଲୋଚନା ଦଳର ହୀନମନ୍ୟତାର ପରିଚୟ ଦେଉଛି। ଏହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ସୋମବାର ପ୍ରକାଶ କରିଛନ୍ତି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଭାଜପା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଏ ନେଇ ସୋମବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ ଛଳନା ନ କରନ୍ତୁ।