ରାୟଗଡା

ଜଳିଗଲା ଚଳନ୍ତା କାର୍‌: ଯାତ୍ରୀ ସୁରକ୍ଷିତ

ଜଳିଗଲା ଚଳନ୍ତା କାର୍‌: ଯାତ୍ରୀ ସୁରକ୍ଷିତ
ରାୟଗଡା ଅଫିସ, ୨।୧: ରାୟଗଡା ଜିଲା ମୁକୁନ୍ଦପୁର ଫାଣ୍ଡି ଅଧୀନ ଚେଙ୍ଗିଲି ଘାଟି ନିକଟରେ ଏକ ଚଳନ୍ତା କାର(ଓଆଣ-୦୫ଏଜେ-୭୫୮୪)ରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଗାଡିଟି ପୋଟି ଯାଇଛି । ଉକ୍ତ କାର୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଖବରପାଇ ଘଟଣାସ୍ଥଳରେ ରାମନାଗୁଡା ଫାଣ୍ଡି ଏସ୍‌ଆଇ ଆଲୋକ କୁମାର ମହାପାତ୍ର ଓ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପ୍ରକାଶଯେ, କାର୍‌ଟି ପଦ୍ମପୁର ଅଞ୍ଚଳର ଏକ ପରିବାରକୁ ନେଇ ରାୟଗଡା ଅଭିମୁଖେ ଯାଉଥିଲା ।
All Right Reserved By

ରାୟଗଡା

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତ ହେଉଥିଲେ।

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୋରାପୁଟ, ୨୦।୧୦(ସ୍ବ.ପ୍ର)-କୋରାପୁଟ ଜିଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କୁଲଦୀପ ଓ ଧନ ହରିଜନ ।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଗୋଟିଏ ଅଟୋ ଯୋଗେ ଡୁମୁରିପୁଟ ହାଟକୁ ଦଶମନ୍ତପୁର ବ୍ଲକ ଆଡମଣ୍ଡା ମାଲକାନଗିରି ଗ୍ରାମର ବୃନ୍ଦାବନ କୁଲଦୀପ(୩୫) ଛେଳି ବିକିବାକୁ ଯାଉଥିଲେ। ଡୁମୁରିପୁଟଠାରେ ସେ ଅଟୋରୁ ଓହ୍ଲାଇବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ବୈପାରୀଗୁଡ଼ାରେ ଦେଶିଆ ନାଟ, ରାବଣ ପୋଡ଼ି

ବୈପାରୀଗୁଡ଼ାରେ ଦେଶିଆ ନାଟ, ରାବଣ ପୋଡ଼ି

ବୈପାରୀଗୁଡ, ୨୦।୧୦ (ଡି.ଏନ୍‌.ଏ)-କୋରାପୁଟ ଜିଲା ବୈପାରୀଗୁଡାରେ ଦଶହରା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଦଶମନ୍ତପୁର ଓ ଗୁମ୍ମା ଗ୍ରାମରେ ଜନଜାତି ଲୋକେ ପାରମ୍ପରିକ ଶୈଳୀରେ ଦଶହରା ପାଳନ କରିଥିଲେ। ଦଶମନ୍ତପୁରରେ ବୀରଖମ୍ବ ଓ ବିରାଳି ଠାକୁରାଣୀଙ୍କ ପ୍ରତୀକ ସ୍ବରୂପ ଲାଠି ପୂଜା କରାଯାଇଥିଲା ।

ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବୈପାରୀଗୁଡା,୨୦ା୧୦(ଡି.ଏନ୍‌.ଏ)-କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁମାଗୁଡା ଗ୍ରାମର ଜଣେ ଯୁବକ ମହୁମାଛି ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ନାମ ସମରା ପରଜା (୪୦)। 

ରାଜନଅର ଛକ ଗୁଳିକାଣ୍ଡ ଘଟଣା:  ମୋଟ ୬ ଅଭିଯୁକ୍ତ ଗିରଫ

ରାଜନଅର ଛକ ଗୁଳିକାଣ୍ଡ ଘଟଣା: ମୋଟ ୬ ଅଭିଯୁକ୍ତ ଗିରଫ

ଜୟପୁର,୨୦।୧୦(ନି.ପ୍ର.)-କୋରାପୁଟ ଜିଲା ଜୟପୁର ସହରର ରାଜନଅର ଛକରେ ଗତ ୨୫ତାରିଖ ଗୁଳିକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀ ବିକାଶ ପାତ୍ରଙ୍କୁ ଧରିବାରେ ବିଫଳ ହୋଇଥିବାବେଳେ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର, ୨୦ା୧୦(ନି.ପ୍ର)-କୋରପୁଟ ଜିଲା ଜୟପୁର ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ଦଶହରା ପର୍ବ ସମାପ୍ତ ହୋଇଯାଇଛି। ମୁଳାଷ୍ଟମୀରେ ଆଜ୍ଞାମାଳ ମିଳିବା ପରଠାରୁ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାବଣ ପୋଡି ପାଇଁ ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା।

ଦଶମୀ ଦିନକ ପରେ ଚୁରୁଚୁଣ୍ଡାରେ କନ୍ଦାଖାଇ ଦଶହରା

ଦଶମୀ ଦିନକ ପରେ ଚୁରୁଚୁଣ୍ଡାରେ କନ୍ଦାଖାଇ ଦଶହରା

ନବରଙ୍ଗପୁର,୧୯।୧୦(ବି.ପ୍ର)-ଦଶମୀ ଦିନକ ପରେ  ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଚୁରୁଚୁଣ୍ଡା ଗଁାଠାରେ ନୂଆଖାଇ ପାଳିତ ହୁଏ। ଏପରି ରାଜରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବୋଲି ବାସିନ୍ଦା କହିଛନ୍ତି।  ଗଙ୍ଗାଦେବୀ ଶକ୍ତିପୀଠକୁ ଆଖପାଖ ଅଞ୍ଚଳରୁ ଦେବୀଙ୍କ ଲାଠି, ଚୌକି ଆସିବା ପରେ ପୂଜାର୍ଚ୍ଚନା ହୁଏ। ଗ୍ରାମର ସମସ୍ତ ଲୋକ ଏକାଠି ହୋଇ ଦେବୀପୀଠରେ ପୂଜା କରିବା ସହ ନବାନ୍ନ ଚତାଇ ଘରେ ଘରେ ଖାଇଥାନ୍ତି। ଏଥିରେ ନୂଆ ଧାନରୁ ପ୍ରସ୍ତୁତ ଖାଦ୍ୟ ଖିଆଯାଏ। ପୂର୍ବରୁ ଏପରି ପରମ୍ପରା ରହିଆସିଛି।

ଗ୍ରାମଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଗ୍ରାମଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

କୋରାପୁଟ୍‌,୧୯।୧୦(ସ୍ବ.ପ୍ର)-ଶୁକ୍ରବାର ଦଶହରା ଉପଲକ୍ଷେ  କୋରାପୁଟ ସହରର ଗ୍ରାମଦେବୀ ମା’ ମୁତ୍ୟୁଲୁମା’ ଓ ମା’ ବାଟ ମଙ୍ଗଳା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ବଢି ଭୋରରୁ ମା’ଙ୍କୁ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ସହ ଦର୍ଶନ ପାଇଁ ଖୋଲାଯାଇଥିଲା । ଏହି ଅବସରରେ ସକାଳୁ ଶହ ଶହ ଭକ୍ତ ମନ୍ଦିରରେ ଲମ୍ବା ଲାଇନରେ ମା’ଙ୍କୁ ଦର୍ଶନ କରିବା ସହ କୃପା ଲଭିଥିଲେ 

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

କୁନ୍ଦୁଲିରେ ମା’ଙ୍କ ଦଶମୀ ପୂଜା

କୁନ୍ଦୁଲିରେ ମା’ଙ୍କ ଦଶମୀ ପୂଜା

କୋରାପୁଟ, ୧୯।୧୦(ସ୍ବ.ପ୍ର.): କୋରାପୁଟ ଜିଲା କୁନ୍ଦୁଲିଠାରେ ମା’ଙ୍କ ଦଶମୀ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଶହଶହ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ ନିମନ୍ତେ ଗହଳି ଚହଳି ଲଗାଇଥିଲେ।