ରାୟଗଡା

୮ ମିଲିସିଆ ଗିରଫ

୮  ମିଲିସିଆ ଗିରଫ

ମାଲକାନଗିରି,୨।୧(ସ୍ବ.ପ୍ର.)
ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ନିରୋଧୀ ଅଭିଯାନରେ ବର୍ଷ ଆରମ୍ଭରୁ ସୁରକ୍ଷାବଳକୁ ମିଳିଛି ଉଲ୍ଲେଖନୀୟ ସଫଳତା। ମଙ୍ଗଳବାର ନାରାୟଣପୁର ପୋଲିସ୍‌ ୮ଜଣ ମିଲିସିଆଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬ଟି ବନ୍ଧୁକ, ଦୁଇଟି ଛୁରୀ, ଦୁଇଟି ଜାରକିନ୍‌, ବିଜୁଳି ତାର ଓ ତ୍ରିପାଲ୍‌ ଜବତ କରାଯାଇଛି। ନିକଟସ୍ଥ ଜଙ୍ଗଲରେ କେତେକ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବା ଖବରପାଇ ପୋଲିସ୍‌ ଟିମ୍‌ ସେଠାକୁ ଯାଇଥିଲା। ପରେ ତାଇକାଟିଟ୍‌ ଜଙ୍ଗଲକୁ ଘେରାଉ କରି ଆଠ ଜଣ ଜନ ମିଲିସିଆଙ୍କୁ ଗିରଫ କରିଛି ପୋଲିସ୍‌।

All Right Reserved By

Model This Week

ନିକିତା

ରାୟଗଡା

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁର,୨୨।୪(ବି.ପ୍ର)- ନବରଙ୍ଗପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ଟି ମାମଲାର ଫଇସଲା କରାଯାଇ ଏକ ଲକ୍ଷ ୪୨ ହଜାର ଋଣ ବାବଦକୁ ଟଙ୍କା ଆଦାୟ କରାଯାଇଛି। ସେହିଭଳି ବିଭିନ୍ନ କୋର୍ଟରେ ଫଇସଲା ନ ହୋଇ ରହିଥିବା ଦଓ୍ବୋନୀ ଓ ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇ ୫୫ଟି କେସ ବାବଦକୁ ମୋଟ ୧ ଲକ୍ଷ ୮୦ ହଜାର ୧୬୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି।

ବିଦ୍ୟୁତ ସବଷ୍ଟେସନ ଉଡାଇଲେ ମାଓବାଦୀ

ବିଦ୍ୟୁତ ସବଷ୍ଟେସନ ଉଡାଇଲେ ମାଓବାଦୀ

ମାଲକାନଗିରି,୨୨।୪(ସ୍ବ.ପ୍ର)- ସୀମାନ୍ତ ଆନ୍ଧ୍ରପ୍ରଦେଶର ଉଷ୍ମ ଗୋଦାବରୀ ଜିଲା ଚିନ୍ତରୁ ଥାନା ଅଧୀନ ସରିବେଲା ଗ୍ରାମରେ ମାଓବାଦୀମାନେ ଏକ ବିଦ୍ୟୁତ ସବଷ୍ଟେସନରେ ଶନିବାର ରାତିରେ ବିସ୍ଫୋରଣ କରିଛନ୍ତି। ଏଥିରେ ବିଦ୍ୟୁତ ଟ୍ରାନ୍ସଫର୍ମରଗୁଡିକ ଆଂଶିକ କ୍ଷତି ହୋଇଥିବା ଜଣାପଡିଛି।

ବିପଦସଙ୍କୁଳ ପୋଲ ତୁରନ୍ତ ନିର୍ମାଣ ପାଇଁ ଦାବି

ବିପଦସଙ୍କୁଳ ପୋଲ ତୁରନ୍ତ ନିର୍ମାଣ ପାଇଁ ଦାବି

ନବରଙ୍ଗପୁର,୨୨।୪(ବି.ପ୍ର.)- ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଦିଗିସଲପା ଗାଁରେ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲ ତୁରନ୍ତ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନନ୍ଦାହାଣ୍ଡି ବ୍ଲକ ସଦର ମହକୁମାର ତେନ୍ତୁଳିଖୁଣ୍ଟି ବ୍ଲକ ଉଦୟପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ରହିଛି ।

ନବରଙ୍ଗପୁର ସହର ହେବ ପଲିଥିନ ମୁକ୍ତ

ନବରଙ୍ଗପୁର,୨୨ ।୪(ବି.ପ୍ର.)- ନବରଙ୍ଗପୁର ସହର ହେବ ପଲିଥିନ ଓ ଆବର୍ଜନା ମୁକ୍ତ । ଏଥିପାଇଁ ପୌର ସଂସ୍ଥା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏନେଇ ୨୪ ତାରିଖରେ ପଲିଥିନ ମୁକ୍ତ ପାଇଁ ଏକ ଶୋଭାଯାତ୍ରା ରାମମନ୍ଦିର ନିକଟରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିବ ।

କଂଗ୍ରେସ ହାତ ଛାଡିଲେ ଶିବପ୍ରସାଦ,୧୯୮୩ରୁ ଥିଲେ ସକ୍ରିୟ ସଦସ୍ୟ

କଂଗ୍ରେସ ହାତ ଛାଡିଲେ ଶିବପ୍ରସାଦ,୧୯୮୩ରୁ ଥିଲେ ସକ୍ରିୟ ସଦସ୍ୟ

କୋରାପୁଟ,୨୨।୪: କଂଗ୍ରେସର ହାତ ଛାଡିଲେ କୋରାପୁଟର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବପ୍ରସାଦ ପଟ୍ଟନାୟକ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଶିବପ୍ରସାଦ ଇସ୍ତଫା ଦେଇଥିବା ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ସଚେତନତା ଅଭାବରେ ଉଜୁଡୁଛି ପରିବେଶ

ସଚେତନତା ଅଭାବରେ ଉଜୁଡୁଛି ପରିବେଶ

ନବରଙ୍ଗପୁର,୨୨।୪(ବି.ପ୍ର.): ଗାଁ ଲୋକଙ୍କୁ ଜଙ୍ଗଲ ହସ୍ତାନ୍ତର କଲେ ଜଙ୍ଗଲ ସୁରକ୍ଷିତ ରହିବା ଉଦ୍ଦେଶ୍ୟରେ କିଛି ସ୍ଥାନରେ ଗ୍ରାମବାସୀଙ୍କୁ ନିକଟସ୍ଥ ଜଙ୍ଗଲ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଗ୍ରାମାଞ୍ଚଳରେ ଲୋକେ ଘର ତିଆରି ଓ ଜାଳେଣି ଭାବେ କାଠକୁ ବ୍ୟବହାର କରୁଥିବାରୁ ବହୁ ପରିମାଣରେ ଜଙ୍ଗଲ କଟାଯାଉଛି। ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା- ନନ୍ଦାହାଣ୍ଡି ଛକ ନିକଟରେ ଥିବା ଜଙ୍ଗଲ ଏବେ ନଷ୍ଟ ହେବାରେ ଲାଗିଛି।

ମସ୍ତିଷ୍କ ରୋଗରେ ସ୍ତ୍ରୀ: ସାହାଯ୍ୟ ପାଇଁ ଜିଲାପାଳଙ୍କୁ ଦରଖାସ୍ତ ଦେଲେ ସ୍ବାମୀ

ରାୟଗଡା ଅଫିସ୍‌, ୨୨।୪- ରାୟଗଡା ବ୍ଲକ୍‌ ଗୁମ୍ମା ପଞ୍ଚାୟତ ରାଇକଣା ଗ୍ରାମର ପ୍ରହଲ୍ଲାଦ ଡଙ୍ଗରୀ । ତାଙ୍କ ସ୍ତ୍ରୀ ସୁଭଦ୍ରା ଡଙ୍ଗରୀ ମସ୍ତିଷ୍କ ରୋଗରେ ଆକ୍ରାନ୍ତ । ଯାହା ପାଖରେ ପଇସା ଥିଲା,ସେଥିରେ ସ୍ତ୍ରୀ ସୁଭଦ୍ରାଙ୍କ ଚିକିତ୍ସା କରାଇଲେ ପ୍ରହଲ୍ଲାଦ । ହେଲେ କିଛି ଲାଭ ମିଳିଲା ନାହିଁ । ଏବେ ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ ।

ପରିତ୍ୟକ୍ତ ଅବସ୍ଥାରେ ପୁରାତନ ପୋଖରୀ

ପାରଳାଖେମୁଣ୍ଡି,୨୨।୪(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ୭ନମ୍ବର ୱାର୍ଡରେ ଥିବା ପୁରାତନ ପୋଖରୀ ଦୋଳବନ୍ଧ ଏବେ ପରିତ୍ୟକ୍ତ ହୋଇପଡ଼ିଛି। ଏହା ପାରଳାଖେମୁଣ୍ଡି ସହରର ମଧ୍ୟଭାଗରେ ରହିଛି। ପ୍ରତିବର୍ଷ ଦୋଳପୂର୍ଣ୍ଣମୀ ସମୟରେ ଏହି ପୋଖରୀ ସଫାସୁତୁରା କରାଯିବା ସହ ଏଠାରେ ୫ଦିନ ବ୍ୟାପି ଦୋଳଯାତ୍ରା ଆୟୋଜିତ ହୋଇଥାଏ ।

ଜମି ଫେରାଅ, ନହେଲେ ମାଓବାଦୀ ସଙ୍ଗଠନରେ ମିଶିବାକୁ ଅନୁମତି ଦିଅ

ମାଲକାନଗିରି, ୨୨।୪ (ସ୍ବ.ପ୍ର.): ଜିଲାପାଳଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇ ତାର ନିରାକରଣ ପାଇଁ ସମସ୍ତେ କହୁଥିବା ବେଳେ ଛତିଶଗଡ ରାଜ୍ୟ ବଡେକୁରିସନାର ଗ୍ରାମର ଜନୈକା ଯୁବତୀ ଜିଲାପାଳଙ୍କୁ ଭେଟି ମାଓବାଦୀ ସଙ୍ଗଠନରେ ସାମିଲ ହେବା ପାଇଁ ଅନୁମତି ମାଗିଛନ୍ତି। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଅନୁମତି ମାଗିଥିବା ଯୁବତୀ ଜଣକ ହେଲେ ଲଳିତା ପୋୟାମ। ବଡେକୁରିସନାର ଗ୍ରାମ ସଡ଼କ ନିକଟରେ ନିଜ ଦାଦାଙ୍କ ଦଖଲରେ ଥିବା ସରକାରୀ ଜମିରେ ଗତ କିଛି ବର୍ଷ ହେଲା ଏକ ହୋଟେଲ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲା। ନିଜ ବୃଦ୍ଧ ପିତାମାତାଙ୍କ ସେ ଏକମାତ୍ର ଝିଅ। ହୋଟେଲ ହିଁ ସେମାନଙ୍କର ଆୟର ପନ୍ଥା ଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଟେଲ ହୋଇଥିବା ଜମି ବେଆଇନ୍‌ ଦଖଲ ଦର୍ଶାଇ ଭାଙ୍ଗାଗଲା।

ରକ୍ତଦାନରେ ସେଞ୍ଚୁରୀ କଲେ ସଞ୍ଜୀବ, ୪୨ଥର ରକ୍ତ ଦେଲେଣି ସ୍ତ୍ରୀ

କୋରାପୁଟ,୨୨।୪(ସ୍ବ.ପ୍ର.): କୋରାପୁଟ ଜିଲା ରକ୍ତଦାତା ଫୋରମର ସଭାପତି ଜି. ସଂଜିବ କୁମାର ଶନିବାର ୧୦୦ ଥର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜିଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ଶନିବାର ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି।

ନବୋଦୟ ପ୍ରବେଶିକା ପରୀକ୍ଷା ଦେଇପାରିଲେନି ସ୍ମିତା, କୃଷ୍ଣ

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପାଇଁ ୨ ଜଣ ଛାତ୍ରୀଛାତ୍ର ଶନିବାର ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚତ୍ବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କୁ ଘଉଡ଼ାଇ ଦେଇଛନ୍ତି। ଏନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ପରୀକ୍ଷା ପାଇଁ ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ବିଦ୍ୟାଳୟରୁ ୩୨୮ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ ।

ସାଙ୍ଗଠନିକ ଢାଞ୍ଚା ବଦଳାଇଲେଣି ମାଓବାଦୀ

ବୈପାରୀଗୁଡ଼ା,୨୨।୪(ଡି.ଏନ୍‌.ଏ.): ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ଇଲାକା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା। ଲାଲବାହିନୀ ହିଂସାର ଶିକାର ହୋଇ ଗତ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି।