ରାଜ୍ୟ |

ଏ ବର୍ଷ ବଦଳିବନି ଧାନ ଏମ୍‌ଏସ୍‌ପି

ଏ ବର୍ଷ ବଦଳିବନି ଧାନ ଏମ୍‌ଏସ୍‌ପି

ଭୁବନେଶ୍ୱର, ୨।୧(ବ୍ୟୁରୋ): ଏବେ ରାଜ୍ୟର ସବୁ ଜିଲାରେ ଧାନ କିଣା ଚାଲୁଛି। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସବୁଠି କୁଇଣ୍ଟାଲ ପିଛା ୧୫୫୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି)ରେ ଧାନ କ୍ରୟ କରାଯାଉଛି। ହେଲେ ଚାଷୀମାନେ ପାଉଥିବା ମୂଲ୍ୟ ନେଇ ସେମାନେ ଖୁସି ନାହାନ୍ତି। କାରଣ ସେମାନେ ଯେତିକି ଟଙ୍କାରେ ଧାନ ବିକ୍ରୟ କରୁଛନ୍ତି ତା’ଠାରୁ ଅଧିକ ଟଙ୍କା ଫସଲ ପାଇଁ ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଚାଷୀମାନେ ଧାନ ଫସଲ ଲାଗି କୁଇଣ୍ଟାଲ ପିଛା ୨୩୪୦ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସେମାନେ ୭୯୦ଟଙ୍କା କ୍ଷତିରେ ଧାନ ବିକ୍ରୟ କରୁଛନ୍ତି। ତେଣୁ କ୍ଷତି ସହୁଥିତ୍ବା ଚାଷୀମାନେ ଆଗକୁ ଧାନ ଫସଲ କରିବାକୁ ଆଗ୍ରହୀ ହେବେ ନାହିଁ। ଚାଷୀମାନଙ୍କ ଏହି ଅସୁବିଧାକୁ କେନ୍ଦ୍ର ସରକାର ଅଣଦେଖା କରିଦେଇଛନ୍ତି। କେନ୍ଦ୍ର ଦେଉଥିବା ଏମ୍‌ଏସପି ଯଥେଷ୍ଟ ବୋଲି କୁହାଯାଇଛି। ଏବେ ଧାନର ଏମ୍‌ଏସପି ବୃଦ୍ଧିରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପାର୍ଲାମେଣ୍ଟରେ କହିଛନ୍ତି।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ୨୯୩୦ଟଙ୍କାକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏ ନେଇ ସର୍ବଦଳୀୟ କମିଟି ଗଠନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ଲୋଡାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଏଥିପାଇଁ ସମୟ ଦେଲେ ନାହିଁ। ଶେଷରେ ଏବେ ଧାନର ସର୍ବନିମ୍ନ ସହାୟକ ବଦଳିବ ନାହିଁ ବୋଲି ତାଙ୍କ ମନ୍ତ୍ରୀଙ୍କ ଦ୍ୱାରା ସ୍ପଷ୍ଟ କରିଦେଲେ। ପାର୍ଲାମେଣ୍ଟରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ କହିିଛନ୍ତି ଯେ, ଚଳିତ ବର୍ଷ ଧାନର ଏମଏସ୍‌ପି ବୃଦ୍ଧିର ଯୋଜନା ନାହିଁ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୭-୧୮ ଲାଗି ଧାନର ଏମ୍‌ଏସପି ୧୫୫୦ଟଙ୍କା ରହିଛି। ଯେଉଁଥିରେ ଚାଷୀଙ୍କୁ ୪୩୩ଟଙ୍କାର ଲାଭ ମିଳୁଛି। ଚଳିତ ବର୍ଷ ଧାନ ଉତ୍ପାଦନ ପାଇଁ ଚାଷୀ କୁଇଣ୍ଟାଲ ପିଛା ୧୧୧୭ଟଙ୍କା ଖର୍ଚ୍ଚ କରିଛନ୍ତି। ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ନିଷ୍ପତ୍ତିରେ ପରିବର୍ତ୍ତନ ହେବ ନାହିଁ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରୁ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପ୍ରତି ରହିଥିବା ଅବହେଳାକୁ ସ୍ପଷ୍ଟ କରୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବିରୋଧୀ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।
ଏନେଇ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଷୀଙ୍କୁ କ୍ଷତିରେ ଧାନ ବିକ୍ରି କରିବାକୁ ପଡୁଛି। କେନ୍ଦ୍ରମନ୍ତ୍ରୀ ବୋଧ ହୁଏ ଭଲଭାବେ ଏ କଥାକୁ ତର୍ଜମା କରି ନାହାନ୍ତି। ଚାଷୀମାନେ ୭୯୦ଟଙ୍କା କ୍ଷତି ସହି ଧାନ ବିକ୍ରି କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ କେମିତି ୪୩୩ଟଙ୍କା ଲାଭ କଥା କହୁଛନ୍ତି ତାହା ମତେ ଆଶ୍ଚର୍ଯ୍ୟ କରୁଛି। ତାଙ୍କୁ ବୋଧହୁଏ ଭଲଭାବେ ଏ ବିଷୟରେ ଜଣା ନାହିଁ। ତାଙ୍କର ଏଭଳି ଟିପ୍ପଣୀକୁ ମୁଁ ନାପସନ୍ଦ କରୁଛି। ଏହା କେନ୍ଦ୍ର ସରକାରଙ୍କର ଓଡ଼ିଶା ଚାଷୀଙ୍କ ପ୍ରତି ଏକ ଚରମ ଅବହେଳା ବୋଲି ସେ କହିଛନ୍ତି। ଏନେଇ ବିରୋଧୀ ଦଳ ନେତା ନରସିଂହ ମିିଶ୍ର କହିଛନ୍ତି, ପାର୍ଲାମେଣ୍ଟରେ ମନ୍ତ୍ରୀ ଯେଉଁ ବକ୍ତବ୍ୟ ଦେଇଛନ୍ତି
ସେଥିରୁ ଭାଜପା ଏବଂ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପ୍ରତି ଥିବା ଅବହେଳା କଥାକୁ ସ୍ପଷ୍ଟ କରୁଛି। ଏହା ଓଡ଼ିଶା ଚାଷୀ ସମାଜ ପ୍ରତି କେନ୍ଦ୍ର ସରକାରଙ୍କର ବେଇମାନି ଏବଂ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି।
ଶାସକ ବିଜେଡି ଏବଂ କଂଗ୍ରେସର ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ରାଜ୍ୟ ଭାଜପା ନେତା। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦେଶର ସବୁ ଚାଷୀଙ୍କ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ଙ୍କା ରଖାଯାଇଛି। ତେଣୁ ଏମାନେ ଓଡ଼ିଶା ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କଥା କହିବା କେବଳ ରାଜନୀତି ଛଡା କିଛି ନୁହେଁ ବୋଲି ସେ କହିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା,୨୫।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡାଠାରୁ ୨୧ କି.ମି. ଦୂର ସାତକୋଶିଆ ନିକଟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ପିଠାବଟା ରେଞ୍ଜ ଅନ୍ତର୍ଗତ ଆହାରି ଗ୍ରାମର ବିମଳା ମହାନ୍ତ(୬୫) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ବୁଧବାର ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ସକାଳେ ଜାଳେଣିକାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ।